ବଡ଼ନଦୀରେ ଭାସିଯାଇ ମହିଳା ମୃତ
ବେଲଗୁଣ୍ଠା : ବେଲଗୁଣ୍ଠା ବ୍ଲକ୍ ଗାଙ୍ଗପୁର ଥାନା ଶାସନ ପଞ୍ଚାୟତ ସାନଦୋଡ଼ଙ୍ଗା ଗ୍ରାମର ସ୍ଵର୍ଗତ ଅଭିମନ୍ୟୁ ରାଉତଙ୍କ ସ୍ତ୍ରୀ ଅମି ରାଉତ(୫୬) ବଡ଼ନଦୀରେ ଭାସିଯାଇ ପ୍ରାଣ ହରାଇଥିବା ଜଣାପଡ଼ିଛି। ମୃତା ଅମିଙ୍କ ପୁତୁରା ପ୍ରକାଶଙ୍କ ଅଭିଯୋଗ କ୍ରମେ ଗାଙ୍ଗପୁର ଥାନାରେ କେସ ନଂ ୨୨/୨୨ ପ୍ରକାରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ସୂଚନା ଦେଇଛନ୍ତି। ଆଜି ସକାଳ ୭ଟା ସମୟରେ ଅମି ବଡ଼ନଦୀକୁ ସବୁଦିନ ପରି ଗାଧୋଇବାକୁ […]