ରାଜ୍ୟ ସ୍ପେଶାଲ ରିପୋର୍ଟ

ଇନ୍‌ପୁଟ୍ ସହାୟତା ବନାମ ଫସଲ ବୀମା: ମରୁଡ଼ି ପ୍ରଭାବିତ ଅଞ୍ଚଳ ପାଇଁ ମୁଖ୍ୟମନ୍ତ୍ରୀ ଦେଲେ ୨୦୦ କୋଟି

ଭୁବନେଶ୍ବର: ରାଜ୍ୟର ମରୁଡ଼ି ପ୍ରଭାବିତ ଅଞ୍ଚଳର ପୀଡ଼ିତ ଚାଷୀଙ୍କୁ ୨୦୦ କୋଟି ଟଙ୍କାର ଇନ୍‌ପୁଟ୍ ସହାୟତା ରାଶି ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହା ଘୋଷଣା କରିଛନ୍ତି। ଏହି ଅର୍ଥ ରାଜ୍ୟ ସରକାର ନିଜ ରାଜକୋଷରୁ ପ୍ରଦାନ କରିବେ। ମିଳିଥିବା ରିପୋର୍ଟ ଅନୁଯାୟୀ ବର୍ଷା ଅଭାବରୁ ରାଜ୍ୟର ୧୨ଟି ଜିଲ୍ଲାର ୬୪ଟି ବ୍ଲକ୍ ଓ ୧୫ଟି ପୌରାଞ୍ଚଳରେ ଥିବା ପ୍ରାୟ ୨,୬୩,୫୬୦ ହେକ୍ଟର ଚାଷଜମିରେ ୩୩ ପ୍ରତିଶତ ବା ତା’ଠାରୁ ଅଧିକ ଫସଲହାନି ହୋଇଛି। […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବାଲିଯାତ୍ରାରେ ଟାଟା ପାଓ୍ୱାର ଗୁରୁତ୍ୱପୂର୍ଣ୍ଣ ଭୂମିକା, ବିଦ୍ୟୁତ ସେବା ବ୍ୟାହତ ପାଇଁ ହୋଇଛି ବିକଳ୍ପ ବ୍ୟବସ୍ଥା

କଟକ ୧୬।୧୧ : କଟକ ଵାଲିଯାତ୍ରାକୁ ସଫଳ କରିବାରେ ଟାଟା ପାଓ୍ବାରର ଏକ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ସମ୍ପୂର୍ଣ୍ଣ ଵାଲିଯାତ୍ରା ପଡିଆରେ କିଭଳି ଅଵିରତ ଵିଦ୍ୟୁତ ସରଵରାହ ରହିପାରିବ । ସେଥିପାଇଁ ଟାଟା ପାଓ୍ବାର ସେଣ୍ଟ୍ରାଲ ଓଡିଶା ଡିଭିଜନ ଵ୍ୟାପକ ଵ୍ୟଵସ୍ଥା କରିଛି। କୌଣସି ମୁହୁର୍ତ୍ତରେ ଵାଲିଯାତ୍ରା ପଡିଆରେ ଵିଦ୍ୟୁତ ସରଵରାହ ଵ୍ୟାହତ ହେଲେ, ଗୋଟିଏ ସେକେଣ୍ଡ ଭିତରେ ଵିଦ୍ୟୁତ ସରଵରାହ ସ୍ବାଭାବିକ କରିବା ପାଇଁ ଵିକଳ୍ପ ଜେନେରେଟର ଵ୍ୟଵସ୍ଥା କରାଯାଇଛି। ଚଳିତ ଵର୍ଷ ପ୍ରଥମ ଥର […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଗିନିଜ୍‌ ବିଶ୍ବ ରେକର୍ଡରେ କଟକ: ୨୧ଶହ ୨୧ ଛାତ୍ରଛାତ୍ରୀ ୩୫ ମିନିଟ୍‌ରେ ପ୍ରସ୍ତୁତ କଲେ ୨୨ ହଜାର ୪୭୩ କାଗଜଡଙ୍ଗା

କଟକ: ଶେଷରେ ଇତିହାସ ରଚିଲା କଟକ। ଐତିହାସିକ କଟକ ବାଲିଯାତ୍ରାରେ ‌ଯୋଡ଼ି ହୋଇଗଲା ବିଶ୍ବ ରେକର୍ଡର ଗୌରବ। ବାଲିଯାତ୍ରା ଅବସରରେ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନେଇ ରେକର୍ଡ ପରିମାଣର କାଗଜ ଡଙ୍ଗା ପ୍ରସ୍ତୁତ କରି କଟକ ଗିନିଜ୍‌ ବୁକ୍ ଅଫ୍ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଛି। କଟକ ପୌର ନିଗମ ପକ୍ଷରୁ ବାରବାଟୀ ଷ୍ଟାଡ଼ିୟମରେ ଆୟୋଜିତ ଏହି ଡଙ୍ଗା ପ୍ରସ୍ତୁତି କାର୍ଯ୍ୟକ୍ରମରେ ୨୧ଶହ ୨୧ ଜଣ ଛାତ୍ରଛାତ୍ରୀ ୩୫ ମିନିଟରେ ୨୨ ହଜାର ୪୭୩ଟି କାଗଜ ଡଙ୍ଗା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବଢ଼ୁଛି ଶୀତ: ୧୫ ଡିଗ୍ରି ତଳେ ୨୦ ସହର

ଭୁବନେଶ୍ବର: ଗତ କିଛି ଦିନ ହେବ ନିର୍ମଳ ଆକାଶ ଓ ଖରାଟିଆ ପାଗ ରାଜ୍ୟରେ ଶୀତ ପାଇଁ ଅନୁକୂଳ ବାତାବରଣ ତିଆରି କରିଛି। ଓଡ଼ିଶାକୁ ଉତ୍ତର ଦିଗରୁ କ୍ରମାଗତ ଭାବେ ପ୍ରବେଶ କରୁଥିବା ଶୁଷ୍କ ଓ ଥଣ୍ଡା ବାୟୁ ପ୍ରଭାବରେ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବା ଆରମ୍ଭ ହୋଇଯାଇଛି। ଗତକାଲି କନ୍ଧମାଳ ଜିଲ୍ଲା ଜି. ଉଦୟଗଗିରି ରାଜ୍ୟର ସବୁଠାରୁ ଥଣ୍ଡା ସ୍ଥାନ ପାଲଟିଥିଲା। ଏଠାରେ ସର୍ବନିମ୍ନ ତାପମାତ୍ରା ୭.୨ ଡିଗ୍ରି ରେକର୍ଡ ହୋଇଥିଲା। ଏହାବ୍ୟତୀତ, କୋରାପୁଟର ସେମିଳିଗୁଡ଼ାରେ […]

ଅପରାଧ ରାଜ୍ୟ

ଦୁର୍ଘଟଣାରେ ଚାଲିଗଲା ଜୀବନ, କ୍ଷତିପୂରଣ ଦାବିରେ ରାସ୍ତାରୋକ

କୋରାପୁଟ ୧୬।୧୧ : କୋରାପୁଟ ସଦର ଦୟାନିଧି ଗୁଡ଼ା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପିକ୍‌ଅପ୍‌ ଭ୍ୟାନ୍‌ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଯେଉଁଥିରେ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଦୟାନିଧି ଗୁଡ଼ାର ଡମୁ ନାୟକ ବୋଲି ଜଣାପଡିଛି । ସେପଟେ ଦୁର୍ଘଟଣାରେ କୋରାପୁଟ-ରାଣିଗଡ ରାସ୍ତା ଅବରୋଧ କରାଯାଇଛି । କ୍ଷତିପୂରଣ ଦାବିରେ ଅବରୋଧ କରିଛନ୍ତି ଗ୍ରାମବାସୀ । ଯାହାଫଳରେ ରାସ୍ତାର ଉଭୟ ପଟେ ଶତାଧିକ ଗାଡି ଅଟକି ରହିଛି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି, ଅଧା ରାସ୍ତାରୁ ଫେରିଗଲେ ବିଚାରପତି

ସମ୍ବଲପୁର ୧୬/୧୧: ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି ବିରୋଧରେ କଡା ଆଭିମୁଖ୍ୟ ଆପଣାଇଛି ଜିଲ୍ଲା ଓକିଲ ସଙ୍ଘ । ୨ ତାରିଖରୁ ପ୍ରତେକ ବୁଧବାର ସରକାରୀ କାର୍ଯ୍ୟାଳୟ ଓ ବିଚାର ବିଭାଗୀୟ ଅଦାଲତ ଗୁଡିକୁ ବନ୍ଦ କରାଯାଉଛି । ବୁଧବାର ସକାଳୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକରେ ଓକିଲ ମାନେ ପିକେଟିଂ କରି ବନ୍ଦ୍ କରିଥିଲେ । ଏହାପରେ କୋର୍ଟକୁ ଆସୁଥିବା ସମସ୍ତ ବିଚାରପତିଙ୍କୁ ଅଦାଲତ ନଯିବା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ପଦ୍ମପୁର ଜିଲ୍ଲା ଦାବିରେ ଦୀପଦାନ, ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ପାଇଁ ଗଲେ ପ୍ରତିନିଧି ଦଳ

ନୂଆପଡା, ୧୬/୧୧: ତେଜୁଛି ଆନ୍ଦୋଳନ, ସାମିଲ ହେଉଛନ୍ତି ବିଭିନ୍ନ ଅନୁଷ୍ଠାନ । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡକୁ ସ୍ବତନ୍ତ୍ର ଜିଲ୍ଲା ଦାବିରେ ଆନ୍ଦୋଳନ ତେଜିବାରେ ଲାଗିଛି । ଯାହାକୁ ପଦ୍ମପୁରର ସମସ୍ତ ସଂଗଠନ ସମର୍ଥନ ଜଣାଇଛନ୍ତି । ଏନେଇ ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସାମ୍ନାରେ ବିଭିନ୍ନ ଅନୁଷ୍ଠାନ ତରଫରୁ ଶାନ୍ତିପୂର୍ଣ୍ଣ ଧାରଣା ମଧ୍ୟ ଜାରି ରହିଛି । ସହରର ଏକ ପ୍ରତିନିଧି ଦଳ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ସହ ଜିଲ୍ଲା ମାନ୍ୟତା ଦାବିରେ […]

ଅପରାଧ ରାଜ୍ୟ

ଅର୍ଥ ଲଗାଣ ସଂସ୍ଥା ଖୋଲି ଟଙ୍କା ହଡ଼ପ, ଜମାକାରୀଙ୍କ ପ୍ରତିବାଦ

ସାଲେପୁର, ୧୬/୧୧: ଅର୍ଥ ଲଗାଣକାରୀ ସଂସ୍ଥା ନାମରେ ଜମାକାରୀଙ୍କ ଟଙ୍କା ହଡପ ଅଭିଯୋଗ। ପ୍ରଲୋଭନ ଦେଖାଇ କୋଟି କୋଟି ଟଙ୍କା ହଡପ କରି ସଂସ୍ଥା ଏବେ ଉଭାନ। ଏଭଳି ଏକ ସଂସ୍ଥା ନାମରେ ଅଭିଯୋଗ ଆଣିଛନ୍ତି କଟକ ଜିଲ୍ଲା କିଶନ ନଗର ଥାନା ସିର୍ଲ ପଞ୍ଚାୟତ ବ୍ରାହ୍ମଣଖଣ୍ଡ ଗାଁର ଲୋକେ । ଏହି ଗାଁର ପ୍ରାୟ ୧୦୦ ରୁ ଉର୍ଦ୍ଧ୍ୱ ଲୋକ କିଷାନ କ୍ରେଡ଼ିଟ ସୋସାଇଟି ନାମକ ଏକ ଅର୍ଥ ଲଗାଣକାରୀ ସଂସ୍ଥାରେ ଟଙ୍କା ଲଗାଇଥିଲେ । […]

ଅପରାଧ ରାଜ୍ୟ

ଦୁର୍ବ୍ୟବହାର କଲେ ପୌରଧ୍ୟକ୍ଷା, ସବୁ ସହିବା ପରେ ବି ପୌର ନିର୍ବାହୀ ଅଧିକାରୀଙ୍କୁ ବଦଳି

ଯାଜପୁର, ୧୬।୧୧: ପୌର ନିର୍ବାହୀ ଅଧିକାରୀଙ୍କୁ ପୌରାଧ୍ୟକ୍ଷାଙ୍କ ଦୁର୍ବ୍ୟବହାର। ଗାଳିଗୁଲଜ କରିବା ସହ ନିର୍ବାହୀ ଅଧିକାରୀଙ୍କ ଉପରକୁ ଫାଇଲ୍ ଫୋପାଡିଲେ ପୌରାଧ୍ୟକ୍ଷା । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବ୍ୟାସନଗର ପୌରପରିଷଦ କାର୍ଯ୍ୟାଳୟରେ। ସୂଚନା ମୁତାବକ ୮ ନଂ ଓ୍ବାର୍ଡରେ ଏକ ଘରୋଇ କମ୍ପାନୀର ମୋବାଇଲ ଟାୱାର ବସାଇବା ପାଇଁ ନିର୍ବାହୀ ଅଧିକାରୀ NOC ଦେବାପରେ ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ଓ ନିର୍ବାହୀ ଅଧିକାରୀ ଅଶୋକ ରାଉତଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା। ଗତକାଲି […]

ଅପରାଧ ରାଜ୍ୟ

ଗଛ ଡାଳରେ ଉଡୁଛି ଜାତୀୟ ପତାକା, ବ୍ଲକ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତା ନେଇ ଉଠିଲା ପ୍ରଶ୍ନ

ନୀଳଗିରି ୧୬/୧୧: ଜାତୀୟ ପତାକାକୁ ଅସମ୍ମାନ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ପରିସରରେ । ସରକାର ଅଖଣ୍ଡ ଭାରତ ନେଇ ଘରେ ଘରେ ଜାତୀୟ ପତାକାକୁ ସ୍ୱାଧୀନତା ଦିବସ ଅବସରରେ ଉଡାଇବା ପାଇଁ ଆହ୍ୱାନ ଦେଇଥିଲେ । ଚାରିଆଡେ ଉଡିଲା ସତ, ହେଲେ ଏହା ପରେ ଜାତୀୟ ପତାକାର ସମ୍ମାନ ରକ୍ଷା କରିବା ସହ ସାଇତି କିପରି ରଖାଯାଉଛି ତାହା ଉପରେ କାହାରି ନଜର ନାହିଁ । ବ୍ଲକ ପରିସରରେ […]