ବିରିପଟାରେ ହରିଶ୍ଚନ୍ଦ୍ର ହରିଲୁଟ୍: ମୃତ ସ୍ବାମୀଙ୍କୁ ପତ୍ନୀମୃତ୍ୟୁ ସହାୟତା
ଦଶରଥପୁର : ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ର ବିରିପଟା ପଞ୍ଚାୟତରେ ହରିଶ୍ଚନ୍ଦ୍ର ଦୁର୍ନୀତି ସୀମା ଟପିଯାଇଛି। ୮ ବର୍ଷ ପୂର୍ବରୁ ସ୍ବାମୀଙ୍କ ମୃତ୍ୟୁ ଘଟିଥିଲା। ପରେ ତାଙ୍କର ସ୍ତ୍ରୀଙ୍କ ମୃତ୍ୟୁ ହେଲା। ତେବେ ସ୍ତ୍ରୀ ମୃତ୍ୟୁ ପରେ ହରିଶ୍ଚନ୍ଦ୍ର ସହାୟତା ରାଶି ସ୍ବାମୀଙ୍କୁ ପ୍ରଦାନ କରାଯାଇଥିବା ଦର୍ଶାଯାଇଛି। ବିରିପଟା ପଞ୍ଚାୟତର ବାସିନ୍ଦା ସେବତୀ ରାଉତଙ୍କ ମୃତ୍ୟୁ ହେବାରୁ ତାଙ୍କ ସ୍ୱାମୀ ପଞ୍ଚାନନ ରାଉତଙ୍କ ନାମରେ ଦୁଇହଜାର ଟଙ୍କା ସହାୟତା ଦିଆଯାଇଛି। ପରିବାର ଲୋକଙ୍କୁ ସହାୟତା ଦିଆଯିବାରେ କୌଣସି […]









