୨୦୨୪ରେ ହ୍ବାଇଟ୍ ହାଉସ୍ ଆଶାୟୀ ଡୋନାଲ୍ଡ ଟ୍ରମ୍ପ, ନିର୍ବାଚନ ଲଢ଼ିବା ନେଇ କଲେ ଘୋଷଣା
ନୂଆଦିଲ୍ଲୀ: ହ୍ବାଇଟ୍ ହାଉସ୍ ଆଶାୟୀ ପ୍ରାର୍ଥୀ ଟ୍ରମ୍ପ । ପୁଣି ଥରେ ରାଷ୍ଟ୍ରପତି ନିର୍ବାଚନ ଲଢିବେ ଡୋନାଲ୍ଡ ଟ୍ରମ୍ପ । ୨୦୨୪ରେ ହ୍ବାଇଟ୍ ହାଉସ୍ ପାଇଁ ନିର୍ବାଚନ ଲଢ଼ିବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି । ଏନେଇ ଘୋଷଣା କରିବା ସହିତ କାଗଜପତ୍ର ଦାଖଲ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଆମେରିକା ନ୍ୟୁଜ୍ ଏଜେନ୍ସ ଏଏଫପି ରିପୋର୍ଟ ଅନୁଯାୟୀ, ଆସନ୍ତା ୨୦୨୪ରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଭାଗ ନେବେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । […]









