ଭୁବନେଶ୍ୱରରେ ତାରକା ହୋଟେଲ ବି ଅସୁରକ୍ଷିତ : ସଂସଦ ଅତିରିକ୍ତ ସଚିବଙ୍କ ଭ୍ୟାନିଟ୍ ଚୋରି, ସେଥିରେ ଥିଲା ହୀରାର ହାର ସହ ନଗଦ ଟଙ୍କା
ଭୁବନେଶ୍ୱର ୨୨। ୧୧: ଦିନକୁ ଦିନ ବଢ଼ୁଥିବା ଚୋରି, ଲୁଟ୍, ଛିନ୍ତାଇ କମିଶନରେଟ୍ ପୁଲିସର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଖାଲି ନିଛାଟିଆ ରାସ୍ତାଘାଟ କି ଲୋକଙ୍କ ଘର ନୁହେଁ, ସହରର ବଡ଼ ତାରକା ହୋଟେଲ ମଧ୍ୟ ଅସୁରକ୍ଷିତ ପାଲଟିଲାଣି । ଯାହାକି, ପୁଲିସ ପାଇଁ ଚ୍ୟାଲେଞ୍ଜ ପାଲଟିଛି । ଏକ ବିବାହ ଉତ୍ସବକୁ ଯାଇଥିବା ସଂସଦର ଜଣେ ଅତିରିକ୍ତ ସଚିବ ଚୋରିର ଶିକାର ହୋଇଛନ୍ତି । ସେ ହେଉଛନ୍ତି, ଅନୀତା ଭଟ୍ଟ ପଣ୍ଡା । […]









