ଓଡ଼ିଶାର ସ୍ବତନ୍ତ୍ର ଶିଶୁ ନୀତି: ‘ପ୍ରାରମ୍ଭ’ରେ ନାହିଁ ସ୍ବତନ୍ତ୍ର ବଜେଟ ବ୍ୟବସ୍ଥା, କେମିତି ଅଛନ୍ତି ରାଜ୍ୟର ଭବିଷ୍ୟତ?
ଭୁବନେଶ୍ବର: ରାଜ୍ୟ ସରକାର ପ୍ରଥମ କରି ଅନୁମୋଦିତ କରିଛନ୍ତି ସ୍ବତନ୍ତ୍ର ଶିଶୁ ନୀତି-୨୦୨୨ ‘ପ୍ରାରମ୍ଭ’। କିନ୍ତୁ ଏହାକୁ ନେଇ ସ୍ବତନ୍ତ୍ର ବଜେଟ୍ ବ୍ୟବସ୍ଥା ହୋଇପାରିନାହିଁ। ତେଣୁ ଯେଉଁ ମହତ୍ ଲକ୍ଷ୍ୟ ନେଇ ଏହି ନୀତିର ପ୍ରଣୟନ ହେଲା, ତାହାର ଉପଯୁକ୍ତ କାର୍ଯ୍ୟକାରିତା ନେଇ ବିଶେଷଜ୍ଞମାନେ ପ୍ରଶ୍ନ କରିବା ଆରମ୍ଭ କରିଛନ୍ତି। ୨୦୧୯ ମସିହାରେ ପ୍ରଥମକରି ରାଜ୍ୟ ସରକାର ଶିଶୁମାନଙ୍କ ପାଇଁ ସ୍ବତନ୍ତ୍ର ବଜେଟ ପ୍ରସ୍ତୁତ କରିଥିଲେ। ମହାମାରୀରେ ଯେତେ ସଂଖ୍ୟାରେ ଶିଶୁ ଅଭିଭାବକ ଛେଉଣ୍ଡ, ଶିଶୁ ଶ୍ରମିକ […]









