କେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣା, ଆଖିବୁଜିଲେ ଆଉ ଜଣେ
କଟକ ୨୮।୧୧: କେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କର ମୃତ୍ୟୁ। କଟକ ଏସସିବିରେ ଜଣେ ଗୁରୁତର ଆହତ ପ୍ରାଣ ହରାଇଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ପିଣ୍ଟୁ ଖାନଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ପୂର୍ବରୁ ଏହି ବାଣ ବିସ୍ଫୋରଣ ଘଟଣାରେ ଉଦୟ ଭୋଇ ନାମକ ଜଣେ ବାଣୁଆ ପ୍ରାଣ ହରାଇଥିଲେ। ଏବେ ଆଉ ଜଣେ ଗୁରୁତର ଅବସ୍ଥାରେ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି। ଖବର ଅନୁଯାୟୀ, କାର୍ତ୍ତିକ ପୂଜା ଭସାଣୀ ବେଳେ ବାଣ ବିସ୍ଫୋରଣ ହୋଇଥିଲା । […]









