କଳାପଥର କେଳେଙ୍କାରୀ: ୧୫.୪୦ କୋଟି ଜରିମାନା ଗଣିବେ ଲିଜ୍ଧାରୀ
ଯାଜପୁର : ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ୍ ଅନ୍ତର୍ଗତ ରାହାଡ଼ପୁର ପାହାଡ଼ରୁ ଶହଶହ କଳାପଥର ଲୁଟ୍ ଘଟଣାରେ ଜିଲ୍ଲା ପ୍ରଶାସନ ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ବେଆଇନ ଭାବେ ଖଣି, ରାଜସ୍ବ ଓ ପରିବେଶ ଆଇନକୁ ଉଲ୍ଲଂଘନ କରି ମାତ୍ରାଧିକ ଖନନ କରିଥିବାରୁ ଜଣେ ଲିଜ୍ଧାରୀଙ୍କ ଉପରେ ୧୫ କୋଟି ୪୦ ଲକ୍ଷ ୬୫ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରିଛନ୍ତି। ଏହି ଲିଜ୍ଧାରୀ ହେଲେ ପ୍ରହଲ୍ଲାଦ ଲେଙ୍କା ଏବଂ ସେ ବିଜେଡି ନେତା ଭାବେ […]









