ହକି ବିଶ୍ବକପ୍ ସମୟରେ ତାରକା ହୋଟେଲରେ ବଦଳିବେନି ସର୍ଭିଂ ଟିମ୍
ଭୁବନେଶ୍ବର : ଆଉ କିଛିଦିନ ପରେ ଓଡ଼ିଶାରେ ଆରମ୍ଭ ହେବ ହକି ବିଶ୍ବକପ୍। ଏଥିପାଇଁ କିଛି ବିଦେଶୀ ଟିମ୍ ଓଡ଼ିଶା ପହଞ୍ଚିବାକୁ ଆରମ୍ଭ କଲେଣି। ବିଦେଶୀ ଖେଳାଳିଙ୍କ ସମେତ ସପୋର୍ଟ ଷ୍ଟାଫ୍ ଭୁବନେଶ୍ବରର ଓ ରାଉରକେଲାର ତାରକା ହୋଟେଲ ରହିବାର ବ୍ୟବସ୍ଥା କରାଯାଇଛି। ହୋଟେଲରେ ରହଣି ସମୟରେ ସେମାନଙ୍କୁ କିଭଳି ଖାଦ୍ୟ ପରିବେଷଣ ଓ ପ୍ରସ୍ତୁତି କରାଯିବ ସେଥିପାଇଁ ଆଜି ଭୁବନେଶ୍ବରର ତାରକା ହୋଟେଲର ସେଫ୍, ଖାଦ୍ୟ ଓ ପାନୀୟ(ଏଫ୍ ଏଣ୍ଡ ବି) ମ୍ୟାନେଜରମାନଙ୍କୁ ତାଲିମ୍ ଦିଆଯାଇଛି। […]









