ବ୍ରାଜିଲ୍ର ରାଷ୍ଟ୍ରପତି ଭବନ, କଂଗ୍ରେସ ଓ ସୁପ୍ରିମ୍ କୋର୍ଟରେ ଧସେଇ ପଶିଲେ ପୂର୍ବତନ ରାଷ୍ଟ୍ରପତି ବୋଲ୍ସୋନାରୋଙ୍କ ୩୦୦୦ ସମର୍ଥକ
ବ୍ରଜିଲିଆ: ପୂର୍ବତନ ବ୍ରାଜିଲୀୟ ରାଷ୍ଟ୍ରପତି ଜାଇର୍ ବୋଲ୍ସୋନାରୋଙ୍କ ସମର୍ଥକମାନେ ରବିବାର ଦିନ ପୁଲିସ ବାରିକେଡ୍ ଭାଙ୍ଗି ଦେଶର କଂଗ୍ରେସ, ରାଷ୍ଟ୍ରପତିଙ୍କ ପ୍ରାସାଦ ଓ ସୁପ୍ରିମ୍ କୋର୍ଟ ମଧ୍ୟକୁ ବଳପୂର୍ବକ ପ୍ରବେଶ କରିଛନ୍ତି। ‘ଫାଶୀବାଦ’ ଆକ୍ରମଣ କହି ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଦା ସିଲ୍ଭା ଏହି ଘଟଣାକୁ ନିନ୍ଦା କରିଛନ୍ତି। ପୂର୍ବତନ ରାଷ୍ଟ୍ରପତି ବୋଲ୍ସୋନାରୋ ମଧ୍ୟ ଜାତୀୟ କଂଗ୍ରେସ ଓ ରାଷ୍ଟ୍ରପତି ପ୍ରାସାଦରେ ହୋଇଥିବା ଲୁଟ୍ତରାଜ ଓ ଆକ୍ରମଣକୁ ନିନ୍ଦା କରିଛନ୍ତି। ଶାଗୁଆ ଓ ହଳଦିଆ ପୋଷାକ […]









