ନିଜ ନାଁରେ ମାମଲା ରୁଜୁ କଲେ ଟାଙ୍ଗୀ ଥାନା ଆଇଆଇସି
ଟାଙ୍ଗୀ : ନିଜ ବିରୋଧରେ ଅନୁସୂଚିତ ଜାତି ବର୍ଗର ମହିଳାଙ୍କୁ ଜାତିଆଣ ଆକ୍ଷେପ, ଗାଳିଗୁଲଜ, ହତ୍ୟା ଓ ଦୁଷ୍କର୍ମ ଧମକ ଦେବା ଭଳି ସଂଗିନ ଅଭିଯୋଗରେ ମାମଲା ରୁଜୁ କରିଛନ୍ତି ଟାଙ୍ଗୀ ଥାନା ଆଇଆଇସି। ଜଣେ ଦଳିତ ମହିଳାଙ୍କୁ ବିଳମ୍ବିତ ରାତିରେ ଘରେ ପଶି ଏଭଳି ଧମକ ଦେଇଥିବା ଅଭିଯୋଗରେ ଆଇଆଇସି ସୁଚିତ୍ରବୀର୍ଜ୍ୟ ଦାସ ନିଜ ଥାନାରେ ମାମଲା ରୁଜୁ କରିଛନ୍ତି। ଦଫା ୪୪୮, ୨୯୪, ୫୦୬, ୩୨୩, ୩୫୪, ୪୨୭, ଏସ୍ସି ଏବଂ ଏସ୍ଟି(ପିଏ) ଆଇନର […]









