ଚାଷ ନିଶାରୁ ଚାକିରି ଛାଡ଼ିଲେ ବିର୍ସା, ୨୦ ଜଣଙ୍କୁ ଦେଇଛନ୍ତି ରୋଜଗାର
ରାଉରକେଲା: କଥାରେ ଅଛି ‘ ଚାଷ କାମ ଯାହାର, କେଡେ ସୁଖ ତାହାର’। ଏହି ଉକ୍ତିର ଅର୍ଥକୁ ଭଲ ଭାବେ ବୁଝିଛନ୍ତି ନୂଆଗାଁ ବ୍ଲକ ବାଗଡେଗା ପଞ୍ଚାୟତ ଅନ୍ତର୍ଗତ ଗର୍ଦ୍ଦାର ବିର୍ସା ମାହାତୋ। ଚାଷ ନିଶା ତାଙ୍କୁ ବେଶି ଦିନ ସରକାରୀ ଚାକିରିରେ ବାନ୍ଧି ରଖି ପାରି ନଥିଲା। ଶେଷରେ ସରକାରୀ ଚାକିରି ଛାଡିଥିଲେ। ବିଭିନ୍ନ ପ୍ରକାର ଚାଷ କରି ସୁନ୍ଦରଗଡ଼ ଜିଲ୍ଲାରେ ନିଜକୁ ଜଣେ ସଫଳ ଚାଷୀ ଭାବେ ପ୍ରତିପାଦିତ କରିପାରିଛନ୍ତି। ବର୍ଷକ ବାର ମାସ […]









