ରାଜ୍ୟ ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ପରିବାର ସହ ଅଧିକ ସମୟ ଅତିବାହିତ କରିବେ। ପୂର୍ବରୁ ଲାଗି ରହିଥିବା ସମସ୍ୟାର ସମାଧାନ ବାହାରିବ। ଆଗକୁ ବଢ଼ିବା ଲାଗି କିଛି ନୂଆ ଭାବିବେ। ବୃଷ: ପ୍ରିୟ ବନ୍ଧୁ ଠାରୁ ସାହାଯ୍ୟ ମିଳିବାର ସମ୍ଭାବନା ଅଛି। ସିନେ କଳାକାରଙ୍କ ଲାଗି ଭଲ ଦିନଟିଏ। ଦ୍ବିପ୍ରହର ସୁଦ୍ଧା ଆପଣ ଭଲ ଖବର ପାଇବେ। ମିଥୁନ: କାର୍ଯ୍ୟକ୍ଷେତ୍ରରେ ମନପ୍ରାଣ ଢାଳି କାମ କରିବେ। ନିଜ କାମରେ ଅଧିକ ପାଣ୍ଠି ଲଗାଇ ପାରନ୍ତି। ସରକାରୀ ଚାକିରିଆ ସୁସମ୍ବାଦ ପାଇବେ। ପାରିବାରିକ […]

ଦେଶ ବିଦେଶ ମନୋରଞ୍ଜନ

ଏବେ ୫ ଦିନ ରାତିରେ ଖୋଲା ରହିବ ତାଜମହଲ: ଜାଣନ୍ତୁ କେମିତି ମିଳିବ ଟିକେଟ, କଣ ରହିଛି ସମୟସୀମା

ଆଗ୍ରା ୩୦/୧୦ : ବର୍ତ୍ତମାନ ତାଜମହଲ ରାତିରେ ପାଞ୍ଚ ଦିନ ସମସ୍ତ ସ୍ଲଟରେ ଖୋଲିବ। ୨୫୦ ପରିବର୍ତ୍ତେ ୪୦୦ ପର୍ଯ୍ୟଟକ ରାତିରେ ତାଜମହଲ ବୁଲି ପାରିବେ । ଅଦ୍ୟାବଧି ପର୍ଯ୍ୟଟକମାନେ ରାତିରେ କେବଳ ତିନୋଟି ସ୍ଲଟରେ ତାଜମହଲ ଦର୍ଶନ କରୁଥିଲେ। କରୋନା ପରେ ଏବେ ତାଜମହଲକୁ ଆସୁଥିବା ପର୍ଯ୍ୟଟକମାନେ ଆଶ୍ବସ୍ତି ପାଇବେ। ରାଜ୍ୟ ସରକାରଙ୍କ ନୂତନ କରୋନା ନିୟମାବଳିରେ ରାତି ସମୟ କର୍ଫ୍ୟୁ ହଟିବା ପରେ ତାଜମହଲ ରାତିରେ ବୁଲି ପାରିବେ। ପ୍ରାୟ ଦୁଇ ବର୍ଷ ପରେ […]

ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ କରୋନା ନେଲା ୩ ଜଣଙ୍କ ଜୀବନ

ଭୁବନେଶ୍ୱର: ରାଜ୍ୟରେ ସଂପ୍ରତି କରୋନାର ସ୍ଥିତି ସ୍ଥିର ରହିଛି । ଫଳରେ ମୃତ୍ୟୁସଂଖ୍ୟା, ଆକ୍ଟିଭ କେସ, ଆଇସିୟୁ ସଂଖ୍ୟା, ହସ୍ପିଟାଲାଇଜେସନ ସଂଖ୍ୟା କମୁଛି । ଯାହାକି ରାଜ୍ୟ ପାଇଁ ଆଶ୍ୱସ୍ତିକର ବିଷୟ ବୋଲି ଡାକ୍ତରମାନେ ମତ ଦେଇଛନ୍ତି । ରାଜ୍ୟରେ ବର୍ତ୍ତମାନ ଦୈନିକ ସଂକ୍ରମଣ ଏକ ହଜାର ତଳକୁ ରହୁଥିବା ବେଳେ ଭୁବନେଶ୍ୱର ଓ କଟକରେ ସାମାନ୍ୟ ଅଧିକ ରହୁଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ […]

ଖେଳ ଦେଶ ବିଦେଶ

କୋହଲିଙ୍କ ବିରାଟ ରେକର୍ଡ ଭାଙ୍ଗିଲେ ବାବର ଆଜମ : ପଛରେ ପଡିଗଲେ ଫିଞ୍ଚ୍-ଡୁପ୍ଲେସିସ୍‌ଙ୍କ ଭଳି ବ୍ୟାଟସମ୍ୟାନ୍

ଦୁବାଇ, ୩୦/୧୦: ଟି୨୦ ବିଶ୍ୱକପରେ ପାକିସ୍ତାନ ଲଗାତର ତୃତୀୟ ବିଜୟ ହାସଲ କରିଛି । ଶୁକ୍ରବାର ଦୁବାଇରେ ଅନୁଷ୍ଠିତ ମୁକାବିଲାରେ ପାକିସ୍ତାନ ୫ ଓ୍ୱିକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଛି । ଟିମ୍‌ର ବିଜୟରେ ଅଧିନାୟକ ବାବର ଆଜମଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ସେ ଦମଦାର ୫୧ ରନ୍ କରିଥିଲେ । ଏହି ଇନିଂସ ସହ ସେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଏକ ବଡ ରେକର୍ଡ ଭାଙ୍ଗିଛନ୍ତି । ବାବର ଟି୨୦ ଅନ୍ତର୍ଜାତୀୟରେ […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ

ସୋସିଆଲ ମିଡ଼ିଆରେ ଲାଇଭ୍ କରି ଆତ୍ମହତ୍ୟା ଉଦ୍ୟମ କରୁଥିଲେ ମିସ୍ ତେଲେଙ୍ଗାନା: ଠିକ୍ ସମୟରେ ପହଞ୍ଚିଲା ପୋଲିସ, ବଞ୍ଚିଗଲା ଜୀବନ

ହାଇଦ୍ରାବାଦ ୨୯/୧୦ : ଗୁରୁବାର ଦିନ ହାଇଦ୍ରାବାଦ ପୋଲିସ ଜଣେ ମହିଳାଙ୍କୁ ଆତ୍ମହତ୍ୟା କରିବାରୁ ରକ୍ଷା କରିଛି। ମହିଳା ଜଣକ ପୂର୍ବତନ ମିସ ତେଲେଙ୍ଗାନା। ସେ ସୋସିଆଲ ମିଡ଼ିଆରେ ଲାଇଭ ଷ୍ଟ୍ରିମିଙ୍ଗରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଭିଡିଓ ଦେଖୁଥିବା ମହିଳାଙ୍କ ସାଙ୍ଗମାନେ ସଙ୍ଗେ ସଙ୍ଗେ ପୋଲିସକୁ ଏ ସମ୍ପର୍କରେ ସତର୍କ କରାଇଥିଲେ। ସୂଚନା ପାଇ ପୋଲିସ ତୁରନ୍ତ ହିମାୟିତ ନଗର ସ୍ଥିତ ତାଙ୍କ ବାସଭବନରେ ପହଞ୍ଚିଥିଲା ଓ ମହିଳାଙ୍କୁ ଆତ୍ମହତ୍ୟା କରିବାରୁ ରକ୍ଷା କରିଥିଲା। ପୋଲିସ ମହିଳାଙ୍କୁ […]

କଳା ଓ ସଂସ୍କୃତି ଦେଶ ବିଦେଶ

ଏଥର ଦୀପାବଳିରେ ଭାରତ ‘ଆତ୍ମନିର୍ଭର’: ଚୀନ୍‌ର କ୍ଷତି ହେବ ୫୦ ହଜାର କୋଟି ଟଙ୍କା

ନୂଆଦିଲ୍ଲୀ: ଭାରତୀୟ ବଜାରରେ ଲୋକେ ଚୀନା ସାମଗ୍ରୀ କିଣୁ ନ ଥିବାରୁ ଏଥର ଦୀପାବଳି ଏବଂ ଅନ୍ୟାନ୍ୟ ପର୍ବପର୍ବାଣି କାଳୀନ ବ୍ୟବସାୟରେ ଚୀନ୍‌ର ପ୍ରାୟ ୫୦ ହଜାର କୋଟି ଟଙ୍କା କ୍ଷତି ହେବ ବୋଲି ‘କନ୍‌ଫେଡେରେସନ୍‌ ଅଫ୍‌ ଅଲ୍‌ ଇଣ୍ଡିଆ ଟ୍ରେଡର୍ସ’ (ସିଏଆଇଟି) ଆକଳନ କରିଥିବା କଥା କହିଛି। ଏବର୍ଷ ଭାରତୀୟମାନେ ଚୀନ୍‌ ନିର୍ମିତ ବାଣ ଏବଂ ଅନ୍ୟାନ୍ୟ ଶସ୍ତା ଉତ୍ସବକାଳୀନ ସାମଗ୍ରୀ ବର୍ଜନ କରୁଥିବାରୁ ଭାରତୀୟ ଉତ୍ପାଦଗୁଡ଼ିକର ବିକ୍ରୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଅନ୍ୟମାନଙ୍କ କାମରେ ଦଖଲ ଦିଅନ୍ତୁ ନାହିଁ।ସନ୍ତାନ ସୁଖ ପାଇବେ। ମନ ମୁତାବକ କାମ ସଂପୂର୍ଣ୍ଣ ହେବା ଯୋଗୁଁ ମନ ପ୍ରସନ୍ନ ହେବ। ବୃଷ: ଅଫିସରେ ଆପଣଙ୍କ ବେଶଭୂଷାର ପ୍ରଶଂସା ହେବ। ଆପଣଙ୍କ ବ୍ୟବହାରରେ କିଛି ଲୋକ ଖୁସି ହେବେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ମିଥୁନ: ଆପଣଙ୍କୁ ରୋଜଗାରର ନୂଆ ଅବସର ମିଳିବ। ପରିବାର ସହ ସମ୍ବନ୍ଧ ମଜଭୁତ ହେବ। କୋର୍ଟ କଚେରି ମାମଲାର ନିଷ୍ପତ୍ତିରେ ବିଳମ୍ବ ହେବ। କର୍କଟ: ଭବିଷ୍ୟତ ସମ୍ବନ୍ଧରେ ବିଚାର ବିମର୍ଶ […]

ଖେଳ ଦେଶ ବିଦେଶ

ମୁଷ୍ଟିଯୁଦ୍ଧ ବିଶ୍ବ ପ୍ରତିଯୋଗିତା: ପ୍ରିକ୍ବାର୍ଟରରେ ନରେନ୍ଦର

ନୂଆଦିଲ୍ଲୀ: ବେଲ୍‌ଜିୟମ୍‌ର ବେଲ୍‌ଗ୍ରେଡ୍‌ରେ ଚାଲିଥିବା ମୁଷ୍ଟିଯୁଦ୍ଧ ବିଶ୍ବ ପ୍ରତିଯୋଗିତାର ପ୍ରିକ୍ବାର୍ଟର ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରିଛନ୍ତି ଭାରତୀୟ ଯୋଦ୍ଧା ନରେନ୍ଦର ବେର୍‌ୱାଲ। ୯୨ କେଜି ବର୍ଗରେ ନରେନ୍ଦର ଗୁରୁବାର ଦ୍ବିତୀୟ ରାଉଣ୍ଡ୍‌ ଲଢ଼େଇରେ ସିଏରା ଲିଓନେର ମହମ୍ମଦ କେଣ୍ଡେଙ୍କୁ ପରାସ୍ତ କରିଦେଇଛନ୍ତି। ଲଢ଼େଇ ଏତେ ଜୋର୍‌ଦାର ହୋଇଥିଲା ଯେ ନରେନ୍ଦରଙ୍କ ମାଡ଼ରେ କେଣ୍ଡୋ ଘାଇଲା ହୋଇଥିଲେ। ଫଳରେ ପଦାର୍ପଣ କରିଥିବା ନରେନ୍ଦରଙ୍କ ସପକ୍ଷରେ ବାଉଟ୍‌ ବନ୍ଦ କରିଦିଆଯାଇଥିଲା। ଏହା ପୂର୍ବରୁ ବୁଧବାର ନିଜ ପ୍ରତିଦ୍ବନ୍ଦ୍ବୀ ଆର୍ମେନିଆର କାରେନ […]

ଦେଶ ବିଦେଶ ମନୋରଞ୍ଜନ

ଫେସବୁକ୍ ବଦଳାଇଲା ନାମ, ନୂତନ ନାମ ଘୋଷଣା କଲେ ମାର୍କ ଜୁକରବର୍ଗ

ନୂଆଦିଲ୍ଲୀ: ସୋସିଆଲ ମିଡିଆ କମ୍ପାନୀ ଫେସବୁକ୍ ନିଜର ନାମରେ ପରିବର୍ତ୍ତନ ଆଣିଛି ଏବଂ ନୂତନ ନାମ ଘୋଷଣା କରିଛି । ବର୍ତ୍ତମାନ ପରଠାରୁ ଫେସବୁକ୍, “ମେଟା” ନାମରେ ଜଣାଯିବ । ଗୁରୁବାର ଦିନ ଫେସବୁକ୍ କମ୍ପାନୀର ଫାଉଣ୍ଡର୍ ମାର୍କ ଜୁକରବର୍ଗ ଏକ ବୈଠକରେ ଘୋଷଣା କରିଛନ୍ତି । ଅନେକ ଦିନରୁ ଫେସବୁକ୍ ର ନୁତନ ନାମ ରଖାଯିବା ନେଇ ଖୁବ୍ ଚର୍ଚ୍ଚା ହେଉଥିବା । ତେବେ ଏହିସବୁ ଚର୍ଚ୍ଚାର ଅନ୍ତ ଘଟାଇଛନ୍ତି ଜୁକରବର୍ଗ । ଏବେ ଫେସବୁକ୍ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଚେନ୍ନାଇ ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ସାଉଥ୍ ସୁପରଷ୍ଟାର ରଜନୀକାନ୍ତ

ନୂଆଦିଲ୍ଲୀ ୨୯।୧୦ : ହସ୍ପିଟାଲରେ ଭର୍ତ୍ତି ହେଲେ ସାଉଥ୍‌ର ସୁପରଷ୍ଟାର ରଜନୀକାନ୍ତ। ଗତକାଲି ତାଙ୍କୁ ଚେନ୍ନାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ତେବେ ରୁଟିନ୍‌ ଚେକଅପ୍‌ ପାଇଁ ତାଙ୍କୁ ହସ୍ପିଟାଲ ନିଆଯାଇଥିବା ନେଇ ଜଣାପଡିଛି। କିଛି ଦିନ ପୂର୍ବରୁ ତାଙ୍କୁ ଦାଦା ସାହେବ ଫାଲକେ ଆଓ୍ଵାର୍ଡରେ ସମ୍ମାନିତ କରାଯାଇଥିଲା। ତେବେ ସେ ରୁଟିନ ଚେକ୍‌ଅପ ପାଇଁ ହସ୍ପିଟାଲରେ ଆଡମିଟ ହୋଇଥିବା ସୂଚନା ମିଳିବାପରେ ତାଙ୍କର ଫ୍ଯାନ୍ସ ମାନେ ଦୀର୍ଘ ନିଶ୍ବାସ ନେଇଛନ୍ତି। ଗୁରୁବାର ଅପରାହ୍ନ ୪.୩୦ରେ […]