ଆସନ୍ତା ମାସରୁ ଘର ଘର ବୁଲି ଟିକା ଦେବେ ସ୍ବାସ୍ଥ୍ୟକର୍ମୀ
ନୂଆଦିଲ୍ଲୀ : ଆସନ୍ତା ମାସରୁ ଦେଶବ୍ୟାପୀ ମେଗା ଟିକାକରଣ ଅଭିଯାନ ଆରମ୍ଭ କରିବେ କେନ୍ଦ୍ର ସରକାର। କରୋନାମୁକ୍ତ ଭାରତ ପାଇଁ ପଦକ୍ଷେପ ସ୍ବରୂପ ଆସନ୍ତା ମାସଠାରୁ ସମଗ୍ର ଦେଶରେ ସ୍ବାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ଟିକାକରଣ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବେ। କୋଭିଡ୍ ଟିକାର ଦ୍ବିତୀୟ ଡୋଜ୍ ନେବା ଅପେକ୍ଷାରେ ଥିବା ଲୋକମାନଙ୍କୁ ଏହି ଯୋଜନାରେ ଟିକା ଦିଆଯିବ। କେନ୍ଦ୍ର ସରକାରଙ୍କ ‘ହର୍ ଘର୍ ଦସ୍ତକ’ ଯୋଜନାରେ ସ୍ବାସ୍ଥ୍ୟକର୍ମୀମାନେ ଟିକାକରଣକୁ ନିଶ୍ଚିତ କରାଇବେ। ଏଥିସହ ଯେଉଁମାନେ ପ୍ରଥମ ଡୋଜ୍ […]