ନଭେମ୍ବର ୫ ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କେଦାରନାଥ ଗସ୍ତ: ଶ୍ରୀ ଆଦି ଶଙ୍କରାଚାର୍ଯ୍ୟ ପ୍ରତିମା କରିବେ ଅନାବରଣ
ଡେରାଡୁନ ୩୧/୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଭେମ୍ବର ୫ ତାରିଖରେ କେଦାରନାଥ ଗସ୍ତ କରିବେ। ମୋଦି କେଦାରନାଥ ମନ୍ଦିରରେ ପୂଜା କରିବେ ଓ ଆଦି ଶଙ୍କରାଚାର୍ଯ୍ୟଙ୍କ ସମାଧି ଉଦଘାଟନ କରିବେ ଏବଂ ଆଦି ଶଙ୍କରାଚାର୍ଯ୍ୟଙ୍କ ପ୍ରତିମା ଅନାବରଣ କରିବେ। ୨୦୧୩ ବନ୍ୟା ପରେ ସମାଧି ପୁନଃ ନିର୍ମାଣ କରାଯାଇଛି। ନଭେମ୍ବର ୫ ତାରିଖରୁ କେଦାରନାଥ ଧାମ କବାଟ ବନ୍ଦ କରାଯିବାକୁ ନିର୍ଦ୍ଧାରିତ କରାଯାଇଛି। ୨୦୧୩ ରେ ହୋଇଥିବା ଭୀଷଣ ବନ୍ୟାରେ ଏହି ସମାଧି କ୍ଷତିଗ୍ରସ୍ତ ହୋଇଥିଲା। […]