ରାଜ୍ୟ ସ୍ୱାସ୍ଥ୍ୟ

ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୧୭୦ କରୋନା ପଜିଟିଭ୍ ଚିହ୍ନଟ, ୨୪ ଜଣ ଶିଶୁ ଓ କିଶୋର ସଂକ୍ରମିତ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୯୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୭୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୨୪ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୧ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। […]

ରାଜ୍ୟ ସ୍ୱାସ୍ଥ୍ୟ

ଡେଲଟା ଭାରିଏଣ୍ଟକୁ ନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ୟୁରୋପ ଏବଂ ଚୀନରେ ଯେଉଁ ଲହର ହେଉଛି ତାହା ଡେଲଟା ଭାରିଏଣ୍ଟ। ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ୟୁରୋପୀୟ ଦେଶରେ ବଢୁଛି ସଂକ୍ରମଣ କିନ୍ତୁ ଆମେ ଆତଙ୍କିତ ହେବାର କିଛି କାରଣ ନାହିଁ। କାହିଁକି ନା ଦ୍ବିତୀୟ ଲହରରେ ଡେଲଟା ଭାରିଏଣ୍ଟକୁ ଆମେ ସାମ୍ନା କରି ସାରିଛେ। ଏହା ବାଦ ଆମର ଇମିନ୍ୟୁଟି ମଧ୍ୟ ଅଧିକ ରହିଛି। ତେଣୁ ଆତଙ୍କିତ ହେବାର ନାହିଁ। ତିନି ମାସ ତଳେ ରୋଗ ପ୍ରତିରୋଧକ କ୍ଷମତା ୭୫ […]

ରାଜ୍ୟ ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆର୍ଥିକ ପକ୍ଷ ମଜଭୁତ ରହିବ। ଜରୁରୀ କାମରେ ସଫଳତା ପାଇବେ। କୌଣସି ଶୁଭ ସମାଚାର ପାଇବେ। ପ୍ରତିଯୋଗୀ ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ। ବୃଷ: ଭବିଷ୍ୟତରେ ଲାଭ ଦେବା ଭଳି ବ୍ୟକ୍ତିଙ୍କ ସହିତ ସଂପର୍କ ହେବ। ସାମାଜିକ ପରିସର ବୃଦ୍ଧି ହେବ। ଜୀବନସାଥୀ ଆପଣଙ୍କ ଭାବନାକୁ ଆଦର କରିବେ। ଜମି କିଣି ପାରନ୍ତି। ମିଥୁନ: ଠିକ୍ ଦିଗରେ ପରିଶ୍ରମ କଲେ ସଫଳତା ପାଇବେ। ପ୍ରସାଧନ ଦୋକାନୀଙ୍କର ଆର୍ଥିକ ସ୍ଥିତି ସୁଧୁରିବ। ପାରିବାରିକ ଜୀବନ ସୁଖକର […]

ଦେଶ ବିଦେଶ ସ୍ୱାସ୍ଥ୍ୟ

୨୪ ଘଣ୍ଟାରେ ଭାରତରେ ୧୨,୮୮୫ କୋଭିଡ୍‌-୧୯ ସଂକ୍ରମଣ; ମୃତ୍ୟୁସଂଖ୍ୟା ୪୬୧

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ୍‌ଜନିତ ମହାମାରୀ ବ୍ୟାପିବା ଦିନ ଠାରୁ ଆଜି ଦୈନିକ ସଂକ୍ରମଣ ସଂଖ୍ୟା ୧୨ ହଜାରରୁ ବହୁତ ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୪୦୦ରୁ ଯଥେଷ୍ଟ ଅଧିକ ଅଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଗୁରୁବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୨,୮୮୫ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୪୬୧ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ […]

ଦେଶ ବିଦେଶ ମନୋରଞ୍ଜନ

ଫିଲ୍ମ ‘ଶେହଜାଦା’ ପାଇଁ କାର୍ତ୍ତିକ ଆର୍ଯ୍ୟନ ବଢାଇଲେ ଫି’, ନିର୍ମାତାଙ୍କୁ ମାଗିଲେ ଏତେ କୋଟି ଟଙ୍କା

ମୁମ୍ବାଇ ୦୪/୧୧: ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଏବେ ବଲିଉଡର ଟପ୍ ଅଭିନେତାଙ୍କ ତାଲିକାରେ ସାମିଲ ହୋଇଛନ୍ତି। କାର୍ତ୍ତିକ ଖୁବ୍ କମ୍ ସମୟ ମଧ୍ୟରେ ବଲିଉଡରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏହି ଅଭିନେତା ଖୁବ୍ ଶୀଘ୍ର ତାଙ୍କର ପରବର୍ତ୍ତୀ ଫିଲ୍ମ ‘ଶେହଜାଦା’ରେ ନଜର ଆସିବେ, କିନ୍ତୁ ଆପଣ ଜାଣନ୍ତି କି ଶେହଜାଦା ଫିଲ୍ମ ପାଇଁ କାର୍ତ୍ତିକ ନିର୍ମାତାଙ୍କୁ କେତେ ଫି ମାଗିଛନ୍ତି? ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କାର୍ତ୍ତିକ ତାଙ୍କ ଆଗାମୀ ଫିଲ୍ମ ଶେହଜାଦା ପାଇଁ ନିର୍ମାତାଙ୍କୁ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ହୃଦ୍‌ଘାତରେ ଛତିଶଗଡ଼ ବିଧାୟକ ଦେବବ୍ରତ ସିଂହଙ୍କ ଦେହାନ୍ତ

ରାୟପୁର: ହୃଦ୍‌ଘାତ ହେତୁ ଆଜି ୫୨ ବର୍ଷ ବୟସ୍କ ତଥା ୪ ଥର ବିଧାୟକ ହୋଇଥିବା ଛତିଶଗଡ଼ର ବିଧାୟକ ଦେବବ୍ରତ ସିଂହଙ୍କର ଦେହାନ୍ତ ହୋଇଯାଇଛି। ମଧ୍ୟରାତ୍ର ସମୟରେ ଛାତିରେ ଯନ୍ତ୍ରଣା ହେଉଛି ବୋଲି କହିବା ପରେ ତୁରନ୍ତ ବିଧାୟକ ସିଂହଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ସେ ମୃତ ବୋଲି ସେଠାରେ ଡାକ୍ତରମାନେ ଘୋଷଣା କରିଥିଲେ। ଖଇରାଗଡ଼ ରାଜ ପରିବାର ସଦସ୍ୟ ଦେବବ୍ରତ ସିଂହ ପ୍ରଥମେ ୧୯୯୫ରେ କଂଗ୍ରେସ ଟିକେଟ ପାଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୯୮ ଏବଂ […]

ରାଜ୍ୟ ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଉନ୍ନତରେ ଲାଗି ରହିଥିବା ବାଧା ଦୂର ହେବ। ଅନ୍ୟ ରାଜ୍ୟକୁ ଯାଇପାରନ୍ତି। ସମାଜରେ ଲୋକେ ଆପଣଙ୍କ ବ୍ୟକ୍ତିତ୍ବର ପ୍ରଶଂସା କରିବେ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ। ବୃଷ: ଭାବିଥିବା କାମ ପୂରା ହୋଇଯିବ। ଆର୍ଥିକ ସ୍ଥିତିରେ ଯଥେଷ୍ଟ ସୁଧାର ହେବ। ଅଜଣା ଲୋକଙ୍କ ଉପରେ ଭରସା କରନ୍ତୁ ନାହିଁ। ଜୀବନସାଥୀଙ୍କ ସହ ସିନେମା ଦେଖିବେ। ମିଥୁନ: ଅଫିସରେ କର୍ତ୍ତୃପକ୍ଷ ଆପଣଙ୍କ ଅଧୁରା କାମ ଦେଖି ଅସନ୍ତୁଷ୍ଟ ହୋଇପାରନ୍ତି। ରାଜନେତାଙ୍କ ଲାଗି ଦିନଟି ଭଲ। ସ୍ବାସ୍ଥ୍ୟ ପୂର୍ବ […]

ଧର୍ମ ରାଜ୍ୟ

ଦୀପାବଳିରେ ଶ୍ରୀମନ୍ଦିର ସମ୍ମୁଖରେ କାଉଁରିଆ କାଠି ଜାଳିବା ମନା, ପୟାଶ୍ରାଦ୍ଧକୁ ବାରଣ

ପୁରୀ: ରାତି ପାହିଲେ ଦୀପାବଳି। ଏଥି ପାଇଁ ପ୍ରତ୍ୟେକ ଘରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଦୀପାବଳି ପୂର୍ବରୁ ପୁରୀ ସହର ପାଇଁ ଜିଲ୍ଲା ପ୍ରଶାସନ କଟକଣା ଲଗାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୀପାବଳି ଦିନ ଶ୍ରୀମନ୍ଦିର ଚାରିପଟେ ୧୪୪ ଧାରା ଲାଗୁ ହେବ। ଦୀପାବଳିରେ ଶ୍ରୀମନ୍ଦିର ସିଂହଦ୍ବାର ସାମ୍ନାରେ ଶ୍ରଦ୍ଧାଳୁ କାଉଁରିଆ କାଠି ଜାଳି ପାରିବେ ନାହିଁ। ଶ୍ରୀମନ୍ଦିର ପ୍ରଶାସନ ସିଂହଦ୍ବାର ଓ ଶ୍ରୀମନ୍ଦିର ଚାରିପାର୍ଶ୍ବରେ ୧୪୪ ଧାରା ଜାରି କରିଛି। ତେଣୁ ନଭେମ୍ବର ୪ […]

ଦେଶ ବିଦେଶ ମନୋରଞ୍ଜନ

ଭୁଲରେ କରୀନାଙ୍କୁ ଧକ୍କା ମାରି ଦେଲେ ପ୍ରଶଂସକ, ରାସ୍ତା ମଝିରେ କଲେ ଗାଳି…

ମୁମ୍ବାଇ ୦୩।୧୧ : ବଲିଉଡରେ ବେବୋ ନାମରେ ପରିଚିତ କରୀନା କପୁର ଖାନ୍‌ । ତାଙ୍କ ସୁନ୍ଦରତା ଓ ଷ୍ଟାଇଲକୁ ନେଇ ସବୁବେଳେ ଚର୍ଚ୍ଚା । ତାଙ୍କ ସବୁବେଳେ ଟିକେ ଟିକେ କଥାରେ ନାକ ଉପରେ ରାଗ । କିନ୍ତୁ ବର୍ତ୍ତମାନ ଗତକାଲି ସୋସିଆଲ ମିଡିଆରେ ତାଙ୍କର ଏକ ରାଗି ଯିବାର ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ହୋଲି ସମୟର ଜଣାପଡିଛି, ଯେଉଁଥିରେ ଜଣେ ପ୍ରଶଂସକ ହଠାତ୍ କରିନା କପୁରଙ୍କୁ ଠେଲି ଦେଇଛନ୍ତି। […]

ରାଜ୍ୟ ସ୍ୱାସ୍ଥ୍ୟ

କ’ଣ ହେବ କୋଭିଡ ଲକ୍ଷଣ ଥାଇ ବିନା ପରୀକ୍ଷାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଭାଗ୍ୟ? ଆଜିଠାରୁ ଆରମ୍ଭ ହେବ କୋଭିଡ ମୃତ୍ୟୁ ସହାୟତା ପାଇଁ ଆବେଦନ,୨୦୨୦ରେ ରାଜ୍ୟରେ ହୋଇଛି ଅତିରିକ୍ତ ୨୦ହଜାରରୁ ଅଧିକ ମୃତ୍ୟୁ

ଭୁବନେଶ୍ବର: ରାଜ୍ୟରେ କୋଭିଡରେ ପ୍ରାଣ ହରାଇଥିବା ମୃତକଙ୍କ ନିକଟତମ ସଂପର୍କୀୟଙ୍କୁ ୫୦ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଆସନ୍ତାକାଲିଠାରୁ ଆବେଦନ ଆରମ୍ଭ ହେବ। ମୃତକଙ୍କ ସଂପର୍କୀୟମାନେ ଉଭୟ ଅନଲାଇନ୍ ଓ ଅଫଲାଇନ୍‌ ଜରିଆରେ ଏଥିପାଇଁ ଆବେଦନ କରିପାରିବେ। ଜିଲ୍ଲାପାଳଙ୍କ ନିକଟରୁ କାଲିଠାରୁ ଆବେଦନ ପତ୍ର ପଡ଼ିବା ଆରମ୍ଭ ହେବ। ରାଜ୍ୟରେ କରୋନା ସଂକ୍ରମଣ ଶୀର୍ଷରେ ଥିବା ସମୟରେ ଅନେକ ଲୋକଙ୍କ କୋଭିଡ ଲକ୍ଷଣ ଥିବା ସତ୍ତ୍ବେ ସେମାନେ ପରୀକ୍ଷା କରି ନ ଥିଲେ ଓ ପରବର୍ତୀ ସମୟରେ […]