ରାଜ୍ୟ ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ। ବ୍ୟବସାୟରେ ବଡ଼ ଚୁକ୍ତି କରିପାରନ୍ତି। ଅଚାନକ କୌଣସି ବନ୍ଧୁ ଆସିବା ଯୋଗୁଁ ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ବୃଷ: ନିଜର ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଦିନଟି ଭଲ। ସାମାଜିକ ଓ ରାଜନୈତିକ କାର୍ଯ୍ୟରେ ମନ ଲାଗିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। ମିଥୁନ: ଧର୍ମ କାର୍ଯ୍ୟରେ ଆପଣଙ୍କର ବିଶ୍ବାସ ବଢ଼ିବ। ଗୁରୁତ୍ବପୂର୍ଣ୍ଣ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସଂପୂର୍ଣ୍ଣ ହୋଇଯିବ। ବ୍ୟବସାୟ କାମରେ ଦୂର ସ୍ଥାନକୁ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

ଡିଏଭି କଲେଜରେ ଚିହ୍ନଟ ହେଲେ ୪ କୋଭିଡ୍ ପଜିଟିଭ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ପଶିଲା ଛନକା

ଟିଟିଲାଗଡ଼: ପୁଣି ଚିନ୍ତା ବଢ଼ାଇଲା କରୋନା। କଲେଜ କ୍ୟାମ୍ପସରୁ ଚିହ୍ନଟ ହେଲେ ୪ ସଂକ୍ରମିତ। ଅଧ୍ୟାପକ ଓ ଛାତ୍ରଛାତ୍ରୀ ମଧ୍ୟରେ ପଶିଲା ଛନକା। ଟିଟିଲାଗଡ଼ ଡିଏଭି କଲେଜରେ ଏକ ସପ୍ତାହ ମଧ୍ୟରେ ୩ ଜଣ ଅଧ୍ୟାପକ ଓ ଜଣେ ଅଣଶିକ୍ଷକ କରୋନ ସଂକ୍ରମଣି ହୋଇଛନ୍ତି। ଏନେଇ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। କଲେଜ ପରିସରରେ ସ୍ବତନ୍ତ୍ର କ୍ୟାମ୍ପ କରାଯାଇ ସମସ୍ତ ଅଧ୍ୟାପକ, ଶିକ୍ଷକ, ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ କୋଭିଡ ଟେଷ୍ଟିଂ ସହ ଟ୍ରକିଂ ଆରମ୍ଭ କରାଯାଇଛି। […]

ଖେଳ ଦେଶ ବିଦେଶ

ବିଜେତା ‌ୱେଷ୍ଟଇଣ୍ଡିଜ୍‌ର ବିଦାୟ ଶ୍ରୀଲଙ୍କାର ସାନ୍ତ୍ବନା ବିଜୟ

ଆବୁଧାବି : ବର୍ତମାନର ବିଜେତା ତଥା ଦୁଇ ଥର ଟ୍ରଫି ହାତେଇଥିବା ଅନ୍ୟତମ ଦାବିଦାର ଦଳ ୱେଷ୍ଟଇଣ୍ଡିଜ୍ ଲିଗ୍ ଅଭିଯାନ ଶେଷ ପୂର୍ବରୁ ସେମିଫାଇନାଲ୍ ଦୌଡ଼ରୁ ବାଦ୍‌ ପଡ଼ିଛି। ଗୁରୁବାର ରାତିରେ ୱେଷ୍ଟଇଣ୍ଡିଜ୍‌କୁ ୨୦ ରନ୍‌ରେ ହରାଇ ପୂର୍ବ ବିଜେତା ଶ୍ରୀଲଙ୍କା ସାନ୍ତ୍ବନାମୂଳକ ବିଜୟ ସହ ଅଭିଯାନ ଶେଷ କରିଛି। ଯୋଗ୍ୟତା ପର୍ଯ୍ୟୟ ଦେଇ ଆସିବାକୁ ପଡ଼ିଥିବା ୨୦୧୪ ବିଜେତା ଯୁବ ଶ୍ରୀଲଙ୍କା ଦଳ ସୁପର୍-୧୨ରେ ମୂଳପୋଛ ପରାଜୟରୁ ବର୍ତ୍ତିଯାଇଛି। ୱେଷ୍ଟଇଣ୍ଡିଜ୍‌ ଟସ୍ ଜିତି ପ୍ରଥମେ କ୍ଷେତ୍ରରକ୍ଷଣ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଜିଏମ୍‌ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି, ରିଆଡ୍‌ମିସନ୍ ଫି ବୃଦ୍ଧି ବିରୋଧରେ ଧାରଣା

ସମ୍ବଲପୁର ୦୬।୧୧: ରିଆଡମିସନ ଫି ବୃଦ୍ଧିକୁ ନେଇ ଛାତ୍ର ଅଶାନ୍ତି । ସମ୍ବଲପୁର ଜିଏମ୍ ବିଶ୍ବବିଦ୍ୟାଳୟରେ ଦେଖାଦେଇଛି ଛାତ୍ର ଅଶାନ୍ତି | କଲେଜ ପରିସରରେ ଛାତ୍ରଛାତ୍ରୀମାନେ ବିକ୍ଷୋଭ ସହ ଧାରଣାରେ ବସିଛନ୍ତି । ଖବର ଅନୁଯାୟୀ, ଜିଏମ୍‌ ବିଶ୍ୱବିଦ୍ୟାଳୟରେ ରିଆଡମିସନ ଫି ବୃଦ୍ଧିକୁ ନେଇ ଛାତ୍ର ଅଶାନ୍ତି ଦେଖାଦେଇଛି । ଆଜି ଶତାଧିକ ଛାତ୍ରଛାତ୍ରୀ ଧାରଣାରେ ବସିଛନ୍ତି | ପ୍ରତି ବିଷୟରେ ପାଖାପାଖି ୨ ହଜାର ଟଙ୍କା ବୃଦ୍ଧି କରାଯାଇଛି । ଯାହାକୁ ବିରୋଧ କରି କଲେଜ […]

ରାଜ୍ୟ ସ୍ୱାସ୍ଥ୍ୟ

ସମସ୍ତଙ୍କ ସହଯୋଗରୁ ସଂକ୍ରମଣ କମୁଛି, ଆହୁରି ସତର୍କ ହେବ ଜରୁରୀ

ଭୁବନେଶ୍ୱର ୦୬।୧୧ : ବର୍ତ୍ତମାନ ଯେଉଁଭଳି ଭାବରେ ସଂକ୍ରମଣ କମୁଛି ଏହା ଆମମାନଙ୍କ ପାଇଁ ଏକ ଭଲ ଲକ୍ଷଣ l ସ୍ୱାସ୍ଥ୍ୟ ବିଭାଗର ପ୍ରଚେଷ୍ଟା ଓ ଲୋକଙ୍କ ସହଯୋଗରେ ଆଜି ଏପରି ସଂକ୍ରମଣ କମିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, କିଛି ଦେଶରେ ସଂକ୍ରମଣ ବଢୁଛି ଯାହା ଚିନ୍ତାଜନକ, କିନ୍ତୁ ଚାଇନାରେ ଯେତେବେଳେ ସଂକ୍ରମଣ ବଢିଥିଲା, ତାର ବହୁତ ଦିନ ପରେ ଆମ ଦେଶ ମାନଙ୍କରେ […]

କଳା ଓ ସଂସ୍କୃତି ଧର୍ମ ରାଜ୍ୟ

ଉଗ୍ରରୂପା ବେଶରେ ଦର୍ଶନ ଦେଉଛନ୍ତି ମା’ ଭଦ୍ରକାଳୀ

ଭଦ୍ରକ ୦୫/୧୧ : ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ପୂଜା ଆରମ୍ଭ ହୋଇଛି । ସପ୍ତମାତୃକା ବେଶର ସାତ ଦିନରେ ସାତଟି ଵେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦିଅନ୍ତି ମା’ । ପ୍ରତ୍ୟେକ ଦିନ ମା ଭଦ୍ରକାଳୀ ସାଧାରଣ ବେଶରେ ଦର୍ଶନ ଦେଉଥିବା ବେଳେ ବର୍ଷକରେ ଥରେ ମାଆ ଉଗ୍ର ରୂପ ଧାରଣ କରନ୍ତି । ଶତୃଙ୍କୁ ସଂହାର କରିବା ପାଇଁ ମା ଭଦ୍ରକାଳୀ ଏହି ବେଶ ଧାରଣ କରନ୍ତି । ପହଡ଼ ଖୋଲିଵା ପରେ […]

ଦେଶ ବିଦେଶ ମନୋରଞ୍ଜନ

ଭିଡ ଭିତରେ ଗର୍ଲଫ୍ରେଣ୍ଡଙ୍କୁ ସମ୍ଭାଳୁଥିବାର ନଜର ଆସିଲେ ଅର୍ଜୁନ କପୁର, ଭିଡିଓ ଦେଖି ଅଶ୍ଳୀଳ କମେଣ୍ଟ ଦେଲେ ୟୁଜର୍ସ

ନୂଆଦିଲ୍ଲୀ ୦୫/୧୧: ଗତକାଲି ସମଗ୍ର ଦେଶରେ ଦୀପାବଳି ପାଳନ କରାଯାଇଥିଲା। ବଲିଉଡରେ ମଧ୍ୟ ଖୁବ୍ ଧୁମ୍ ଧାମ୍‌ ର ସହିତ ଦୀପାବଳି ପାଳନ କରାଯାଇଥିଲା। ଅନେକ ଷ୍ଟାର ସେମାନଙ୍କ ଘରେ ଦୀପାବଳି ପାର୍ଟି ରଖିଥିଲେ, ଯେଉଁଥିରେ ବଲିଉଡ ଷ୍ଟାରମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ସେହିପରି ଅଭିନେତା ଅନିଲ କପୁର ତାଙ୍କ ଘରେ ଦୀପାବଳି ପାର୍ଟି ରଖିଥିଲେ।ଏହି ପାର୍ଟିରେ ଅନେକ ବଲିଉଡ ଷ୍ଟାରଙ୍କୁ ଦେଖିବାକୁ ମିଳିଥିଲା। ପରିବାରର ସମସ୍ତ ସଦସ୍ୟ ମଧ୍ୟ ଘରେ ଉପସ୍ଥିତ ଥିଲେ। କିନ୍ତୁ ତାଙ୍କ […]

ରାଜ୍ୟ ସ୍ୱାସ୍ଥ୍ୟ

ତୃତୀୟ ଲହର ଆଶଙ୍କା ଏବେବି କମିନି, ସତର୍କତା ଅବଲମ୍ବନ କରିବାକୁ ଚେତାଇଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର ୫।୧୧: ୟୁରୋପୀୟ ଦେଶରେ ସଂକ୍ରମଣ ବଢିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ୟୁରୋପ ଏବଂ ଚାଇନାରେ ଯେଉଁ ଲହର ହେଉଛି ତାହା ଡେଲଟା ଭାରିଏଣ୍ଟ । କିନ୍ତୁ ଆମେ ଆତଙ୍କିତ ହେବାର ନାହିଁ କାହିଁକି ନା ଦ୍ବିତୀୟ ଲହରରେ ଡେଲଟା ଭାରିଏଣ୍ଟକୁ ଆମେ ସାମ୍ନା କରି ସାରିଛେ । ଏହା ବାଦ ଆମର ଇମ୍ୟୁନିଟି ମଧ୍ୟ ଅଧିକ ରହିଛି। ତେଣୁ ଆତଙ୍କିତ ହେବାର ନାହିଁ । ତିନି ମାସ ତଳେ […]

ଦେଶ ବିଦେଶ ମନୋରଞ୍ଜନ

ଦୀର୍ଘ ଦିନ ପରେ ନିଜର ଦୁଃଖ ପ୍ରକାଶ କଲେ ଅରବାଜ, ପ୍ରଥମ ଥର କହିଲେ ମଲାଇକାଙ୍କ ଠାରୁ ଅଲଗା ହେବାର କାରଣ

ନୂଆଦିଲ୍ଲୀ ୦୫/୧୧: ବଲିଉଡ ଅଭିନେତ୍ରୀ ମଲାଇକା ଅରୋଡା ତାଙ୍କର ବୋଲ୍ଡ ଅନ୍ଦାଜ ଏବଂ ଡ୍ୟାନ୍ସିଂ ସ୍କିଲ୍ ପାଇଁ ଜଣାଶୁଣା। ଗୋଟିଏ ପଟେ ଅଭିନେତ୍ରୀ ପ୍ରଫେସନାଲ ଲାଇଫରେ ନିଜର ନାଁ କରୁଥିବାବେଳେ ଅନ୍ୟପଟେ ତାଙ୍କର ବ୍ୟକ୍ତିଗତ ଜୀବନ ଅଶାନ୍ତିରେ ପରିପୂର୍ଣ୍ଣ। ବହୁ ବର୍ଷର ବିବାହ ପରେ ସ୍ୱାମୀ ଅରବାଜ ଖାନଙ୍କଠାରୁ ତାଙ୍କର ଛାଡପତ୍ର ହୋଇଥିଲା। ଯାହା ପରେ ତାଙ୍କଠାରୁ ସାନ ଅର୍ଜୁନ କପୁରଙ୍କ ସହ ତାଙ୍କ ସମ୍ପର୍କର ଖବର କ୍ରମାଗତ ଭାବରେ ଚର୍ଚ୍ଚାରେ ରହିଥିଲା। ଯେଉଁଥିପାଇଁ ତାଙ୍କୁ ବହୁତ […]

ଦେଶ ବିଦେଶ ଧର୍ମ

୨୦୧୩ ପ୍ରଳୟ ପରେ ମୋର ଅନ୍ତରାତ୍ମା କହିଲା ପୁଣି କେଦାରନାଥର ପୁନର୍ବିକାଶ ହେବ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ୨୦୧୩ରେ ଉତ୍ତରାଖଣ୍ଡରେ ପ୍ରଳୟଙ୍କରୀ ବନ୍ୟା ପରେ କେଦାରନାଥର ପୁନର୍ବିକାଶ ହେବ ବୋଲି ମୋର ଅନ୍ତରାତ୍ମା କହିଥିଲା ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। କେଦାରନାଥରେ ଆଦି ଶଙ୍କରାଚାର୍ଯ୍ୟଙ୍କ ପୁନଃନିର୍ମିତ ସମାଧି ପରିସରରେ ଆଦିଗୁରୁଙ୍କର ୧୨ ଫୁଟ୍‌ ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମୋଚନ କରି ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ଆପଣମାନେ ଆଜି ଏଠାରେ ଆଦି ଶଙ୍କରାଚାର୍ଯ୍ୟଙ୍କ ସମାଧିର ଉନ୍ମୋଚନର ସାକ୍ଷୀ। ଉଚ୍ଛ୍ୱାସର ସହ ତାଙ୍କ ଭକ୍ତଗଣ ଏଠାରେ ଉପସ୍ଥିତ। ଦେଶର ସମସ୍ତ ମଠ ଓ ଜ୍ୟୋତିର୍ଲିଙ୍ଗ ଆଜି […]