ରାଜ୍ୟ ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କ କାମର ପ୍ରଶଂସା ହେବ। ପର୍ଯ୍ୟାପ୍ତ ଧନ ମିଳିବାର ଯୋଗ ଅଛି। ନୂଆ ଜିନିଷ କିଣି ପାରନ୍ତି। ସନ୍ଧ୍ୟାରେ ପରିବାର ଲୋକଙ୍କ ସହ ଜରୁରୀ କଥା ହେବେ। ବୃଷ: ଭାଗ୍ୟର ଦ୍ବାର ଖୋଲିପାରେ। ସବୁ କାମରେ ସଫଳତା ହାସଲ କରିବେ। ଆର୍ଥିକ କ୍ଷେତ୍ରରେ ସ୍ଥିରତା ରହିବ। ପ୍ରିୟତମଙ୍କ ସହ ସମୟ କାଟିବା ଲାଗି ଯୋଜନା କରିବେ। ମିଥୁନ: ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ପ୍ରସିଦ୍ଧି ମିଳିବ। ବ୍ୟବସାୟରେ ଉନ୍ନତି […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ବିହାରରେ କୋଭିଡ୍‌-୧୯ର ତୃତୀୟ ଲହର୍‌ ଆରମ୍ଭ ହୋଇଛି: ମୁଖ୍ୟମନ୍ତ୍ରୀ ନୀତୀଶ କୁମାର

ପାଟନା: ବିହାରରେ କୋରୋନାଭାଇରସ୍‌ ରୋଗର ତୃତୀୟ ଲହର୍‌ ଅନୁଭୂତ ହୋଇସାରିଛି ବୋଲି ମଙ୍ଗଳବାର ଦିନ ରାଜ୍ୟରେ ୪୭ଟି ସଂକ୍ରମଣ ମାମଲା ରେକର୍ଡ ହେବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି। ସେ କହିଛନ୍ତି, ରାଜ୍ୟରେ କୋଭିଡ୍‌ ମହାମାରୀର ତୃତୀୟ ଲହର୍‌ ଆରମ୍ଭ ହୋଇସାରିଛି ଏବଂ ଜନସାଧାରଣଙ୍କୁ ଏହା କବଳରୁ ରକ୍ଷା କରିବା ଲାଗି ଆବଶ୍ୟକ ସମସ୍ତ ବ୍ୟବସ୍ଥା କରାଯାଉଛି। ତେଣୁ, ଡିସେମ୍ବର ୩୧ରୁ ଜାନୁଆରି ୨ ତାରିଖ ପର୍ଯ୍ୟନ୍ତ ସମସ୍ତ ପାର୍କ ବନ୍ଦ ପାଇଁ ସରକାର ଆଦେଶ […]

ଦେଶ ବିଦେଶ ପର୍ଯ୍ୟଟନ

ବିମାନ, ବିମାନବନ୍ଦରରେ ବାଜିବ ଭାରତୀୟ ସଙ୍ଗୀତ

ନୂଆଦିଲ୍ଲୀ: ବିମାନରେ ଯାତ୍ରା କରିବା ବେଳେ କିମ୍ବା ବିମାନବନ୍ଦର ଭିତରେ ଥିବା ସମୟରେ ଯଦି ଭାରତୀୟ ସଙ୍ଗୀତ ଶୁଣିବେ ତେବେ ଆଶ୍ଚର୍ଯ୍ୟ ହେବେ ନାହିଁ। ଭାରତୀୟ ସଙ୍ଗୀତ ବଜାଇବା ବିଷୟରେ ବିଚାର କରିବା ଲାଗି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ଏୟାରଲାଇନ୍ସ ଓ ବିମାନବନ୍ଦରଗୁଡ଼ିକୁ କୁହାଯାଇଛି। ବିମାନ ଯାତ୍ରୀଙ୍କ ମଧ୍ୟରେ ଭାରତୀୟ ସଙ୍ଗୀତର ପ୍ରସାର କରିବା ଲାଗି ପଦକ୍ଷେପ ଗ୍ରହଣ କରିବାକୁ ଦି ଇଣ୍ଡିଆନ କାଉନ୍‌ସିଲ୍ ଫର କଲ୍‌ଚରାଲ୍ ରିଲେସନ୍‌ସ (ଆଇସିସିଆର୍‌) ପକ୍ଷରୁ କିଛି […]

ଖେଳ ଦେଶ ବିଦେଶ

Pଆଇନାରେ ୨୦୨୧: ଅସୁମାରି ସମ୍ଭାବନା

ଓଡ଼ିଶା କ୍ରୀଡ଼ା ପାଇଁ ଅସୁମାରି ସ୍ବପ୍ନ, ସମ୍ଭାବନା ଓ ସୁଯୋଗ ନେଇ ଆସିବ ୨୦୨୨ କ୍ୟାଲେଣ୍ଡର୍‌ ବର୍ଷ ତଥା ୨୦୨୨-୨୩ ଋତୁ। ରାଜ୍ୟର ଯୁବ, ଉଦୀୟମାନ, ପ୍ରତିଭାବାନ ଖେଳାଳିମାନେ ପଡ଼ିଆ ଭିତରେ ତାଙ୍କ ପ୍ରତିଶ୍ରୁତିବଦ୍ଧତାର ପରାକାଷ୍ଠା ‌ଦେଖାଇବାକୁ ପ୍ରୟାସ କରିବେ। ଅନ୍ୟପକ୍ଷରେ ଖେଳ ଓ ଖେଳାଳିଙ୍କ ପାଇଁ ଓଡ଼ିଶା ସରକାର ତାଙ୍କ ପ୍ରତିଜ୍ଞା ମୁତାବକ ଏକାଧିକ ଅନ୍ତର୍ଜାତୀୟସ୍ତରର ପ୍ରତିଯୋଗିତା ଏବଂ ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମିର ରୂପରେଖାକୁ ଚୂଡାନ୍ତ ସ୍ପର୍ଶ ଦେବା ସହ ଲୋକର୍ପିତ କରିବେ। ନୂଆବର୍ଷ ଡବୁଲ୍ୟବିଏଫ୍‌ […]

କଳା ଓ ସଂସ୍କୃତି ରାଜ୍ୟ

ଶ୍ରୀଲିଙ୍ଗରାଜ ମନ୍ଦିର ଅନୁଧ୍ୟାନ କଲେ ଏଏସ୍ଏ‌ଆଇ ଏଡିଜି

ପୁରୁଣା ଭୁବନେଶ୍ୱର: ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌୍ରଆଇ) ଏଡିଜି ଡ. ଆଲୋକ ତ୍ରିପାଠୀ ଆଜି ଶ୍ରୀଲିଙ୍ଗରାଜ ମନ୍ଦିର ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ଅବସରରେ ସେ ମନ୍ଦିରରେ ପାଣି ଗଳିବା ସମସ୍ୟା ବିଷୟରେ ପଚାରି ବୁଝିଥିଲେ। ସେହିପରି ଅନ୍ୟ ମନ୍ଦିର ସମ୍ପର୍କରେ ବି ଏଏସ୍ଆଇ ମଣ୍ଡଳ ଅଧୀକ୍ଷକ ଅରୁଣ ମଲ୍ଲିକଙ୍କ ସହ ଆଲୋଚନା କରିଥିଲେ। ସୂଚନାଯୋଗ୍ୟ, ଏଏସ୍ଆଇ ପକ୍ଷରୁ ଶ୍ରୀଲିଙ୍ଗରାଜ ମରାମତି ପାଇଁ ୧କୋଟି ୨୦ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏମିତିକି ଏଏସ୍‌ଆଇ ଠିକାଦାରଙ୍କୁ […]

ରାଜ୍ୟ ସ୍ୱାସ୍ଥ୍ୟ

୧୫ରୁ ୧୮ ବର୍ଷର ପିଲାଙ୍କୁ ଟିକା ନେଇ ରହିଛି ଏଭଳି ଯୋଜନା: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର: ୧୫ ରୁ ୧୮ ବର୍ଷ ପିଲାଙ୍କୁ ଟିକାକରଣ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ଯେ ଆମେ ନିର୍ଦ୍ଦେଶ ଦେଇଛୁ କି,ସେମାନଙ୍କ ପାଇଁ ଡେଡିକେଟେଡ଼ ସାଇଟ ଖୋଲିବା ପାଇଁ ସେଠି ଦିନତମାମ ଟିକାକରଣ ଚାଲିବ | ଏହା ସହ ଯେଉଁ ଟିକା କେନ୍ଦ୍ରଗୁଡିକ ବର୍ତ୍ତମାନ ପୂର୍ବରୁ ଅଛି ସେଠି ପୂର୍ବାହ୍ନ ସମୟ ସକାଳ ୮ଟାରୁ ଦିନ ୧ଟା ସୁଦ୍ଧା ପିଲାଙ୍କୁ କେବଳ ଟିକା ଦିଆଯିବ ଅନ୍ୟମାନଙ୍କୁ ଅପରାହ୍ନ ସମୟରେ ଟିକା […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ

ମିଶରୀୟ ମମ୍ମି ଖୋଲିଲେ ବୈଜ୍ଞାନିକ: ଅକ୍ଷତ ଅଛି ୩୫୦୦ ବର୍ଷ ତଳେ ମୃତ ରାଜାଙ୍କର ଦାନ୍ତ ଓ ସରୁ ଚିବୁକ

ନୂଆଦିଲ୍ଲୀ: ସି.ଟି. ସ୍କାନ୍‌ଦ୍ବାରା ବ‌ୈଜ୍ଞାନିକମାନେ ଖ୍ରୀଷ୍ଟପୂର୍ବ ୧୫୨୫ ରୁ ୧୫୦୪ ପର୍ଯ୍ୟନ୍ତ ଶାସନ କରୁଥିବା ମିଶର ଦେଶର ଜଣେ ରାଜାଙ୍କର ମମ୍ମିକୁ ଡିଜିଟାଲ୍‌ ଭାବେ ଉନ୍ମୁକ୍ତ କରିଛନ୍ତି। ସ୍କାନରୁ ଜଣାପଡ଼ିଛି ଯେ, ମୃତ୍ୟୁ ବେଳକୁ ଫାରୋ (ରାଜା) ପ୍ରଥମ ଆମେନ୍‌ହୋଟେପ୍‌ଙ୍କୁ ୩୫ ବର୍ଷ ହୋଇଥିଲା। ସେତେବେଳେ ୧୬୯ ସେଣ୍ଟିମିଟର୍‌ ଡେଙ୍ଗା ପ୍ରଥମ ଆମେନ୍‌ହୋଟେପ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ଖୁବ୍‌ ଭଲ ଥିବା ସତ୍ତ୍ବେ କୌଣସି ପ୍ରାକୃତିକ କାରଣବଶତଃ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ‘ଫ୍ରଣ୍ଟିୟର୍ସ ଇନ୍‌ ମେଡିସିନ୍‌’ ପତ୍ରିକାରେ […]

ଦେଶ ବିଦେଶ ମନୋରଞ୍ଜନ

ପ୍ରିୟଙ୍କାଙ୍କ ପରି ହେବାକୁ ଚାହୁଁଛନ୍ତି ହରନାଜ୍‌ ସନ୍ଧୁ, ଅଭିନେତ୍ରୀଙ୍କ ବାୟୋପିକ୍‌ରେ କାମ କରିବାକୁ ଚାହାନ୍ତି ବ୍ରହ୍ମାଣ୍ଡ ସୁନ୍ଦରୀ

ମୁମ୍ବାଇ ୨୯।୧୨ : ଚଳିତ ବର୍ଷ ହରନାଜ କୌର ସନ୍ଧୁ ହୋଇଛନ୍ତି ବ୍ରହ୍ମାଣ୍ଡ ସୁନ୍ଦରୀ । ଭାରତ ପାଇଁ ଆଣିଛନ୍ତି ମିସ୍‌ ୟୁନିର୍ଭସ ମୁକୁଟ। ଆଉ ଭାରତ ପାଇଁ ସୃଷ୍ଟି କରିଛନ୍ତି ଇତିହାସ । ହରନାଜ ଦୀର୍ଘ ୨୧ ବର୍ଷ ପରେ ଭାରତ ପାଇଁ ମିସ୍‌ ୟୁନିଭର୍ସ ମୁକୁଟ ଆଣିଛନ୍ତି। ଏହା ପୂର୍ବରୁ ଲାରା ଦତ୍ତା ମିସ ୟୁନିଭର୍ସ ହୋଇଥିଲେ। ବର୍ତ୍ତମାନ ତାଙ୍କୁ ଚାରିଆଡୁ ବହୁ ସାରା ପ୍ରଶଂସା ମିଳିଛି। ସୁନ୍ଦରତା ସହ ନିଜ ସରଳ ବ୍ୟକ୍ତିତ୍ୱ […]

ଖେଳ ଦେଶ ବିଦେଶ

ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ପନ୍ତ : କମ୍ ଟେଷ୍ଟରେ ଓ୍ୱିକେଟ୍ ପଛରେ କରିଛନ୍ତି ବେଶୀ ଶିକାର

ସେଞ୍ଚୁରିୟନ,୨୯|୧୨: ଘରୋଇ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ୱିକେଟ୍‌ କିପର ରିଷଭ ପନ୍ତ ଏକ ବିରଳ ରେକର୍ଡ ଭଙ୍ଗ କରିଛନ୍ତି । କମ୍‌ ଟେଷ୍ଟ ଖେଳି ୱିକେଟ୍‌ ପଛରେ ୧୦୦ ୱିକେଟ୍‌ ନେବାରେ ସହାୟତା କରିବାରେ ପନ୍ତ ରେକର୍ଡ କରିଛନ୍ତି । ପୂର୍ବରୁ ଭାରତୀୟ ୱିକେଟ୍‌ କିପରଙ୍କ ମଧ୍ୟରେ ମହେନ୍ଦ୍ର ସିଂ ଧୋନି ଓ ରିଦ୍ଧିମାନ ଶାହା ୩୬ଟି ଲେଖାଏଁ ଟେଷ୍ଟ ଖେଳି ୱିକେଟ୍‌ ପଛରେ ୧୦୦ ୱିକେଟ୍‌ ନେବାରେ ସହାୟତା […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଏହି ଲକ୍ଷଣ ଥିବା ଲୋକଙ୍କୁ ମାଡ଼ିବସୁଛି ଓମିକ୍ରନ, ଜାଣନ୍ତୁ ରକ୍ଷା ପାଇବାର ଉପାୟ

ନୂଆଦିଲ୍ଲୀ: କରୋନା ପରେ ଏବେ ଏହାର ନୂଆ ଭାରିଆଣ୍ଟ ଓମିକ୍ରନ ଲୋକଙ୍କ ଚିନ୍ତା ବଢ଼ାଇବାରେ ଲାଗିଛି । ଦିନକୁ ଦିନ ଓମିକ୍ରନ ମାମଲା ବଢ଼ିବାରେ ଲାଗିଛି । ପ୍ରତି ଘରେ ଥଣ୍ଡା, ଦେହ ଖରାପ, କାଶ ଆଦିରେ ଲୋକମାନେ ପୀଡ଼ିତ ହେଉଛନ୍ତି । ଏହି ସବୁ ରୋଗର କାରଣ ହେଉଛି ଦୁର୍ବଳ ଇମ୍ୟୁନିଟି । ଇମ୍ୟୁନିଟି ଦୁର୍ବଳ ହେବାରୁ ମଣିଷ ଅନେକ ରୋଗର ଶିକାର ହୁଅନ୍ତି । ତେବେ ଦୁର୍ବଳ ଇମ୍ୟୁନିଟିକୁ ଚିହ୍ନଟ କରିବେ କିପରି? ଆସନ୍ତୁ […]