ଓମିକ୍ରନ୍ ଭାରିଏଣ୍ଟର ଦ୍ରୁତ ସଂକ୍ରମଣ ବୃଦ୍ଧିକୁ ନେଇ ଡବ୍ଲ୍ୟୁଏଚ୍ଓ ଚେତାବନୀ: ଭୟଙ୍କର ହେଉଛି ଓମିକ୍ରନ୍, ସତର୍କ ଓ ସଚେତନ ରୁହ
ଜେନେଭା/ନୂଆଦିଲ୍ଲୀ, ୨୮ା୧୨: ମହାମାରୀ କରୋନାର ନୂଆ ଭାରିଏଣ୍ଟ ଓମିକ୍ରୋନ୍ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି । ବିଶ୍ୱର ଅନେକ ଦେଶରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଥିବାରୁ ସେଠାରେ କରୋନା କଟକଣାକୁ ପୁଣିଥରେ କଡ଼ାକଡ଼ି କରାଯାଇଛି । ଏହାରି ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚ୍ଓ) ପକ୍ଷରୁ ବୁଧବାର ଏକ ବିବୃତ୍ତି ଜାରି କରାଯାଇ କୁହାଯାଇଛି ଯେ ଓମିକ୍ରନ୍ ଭାରିଏଣ୍ଟର ବିପଦ ଏବେ ବଢ଼ି ବଢ଼ି ଚାଲିଛି । ଦିନକୁ […]