ଦେଶରେ ଟିକାକରଣ ୧୭୫ କୋଟି ଟପିଲା: ଦୈନିକ ସଂକ୍ରମଣ ମାମଲାରେ ୧୪% ହ୍ରାସ
ନୂଆଦିଲ୍ଲୀ : ଦେଶରେ କରୋନା ଟିକାକରଣ ୧୭୫ କୋଟି ଟପିଯାଇଛି। ଗତ ୨୪ ଘଣ୍ଟାରେ ଦେଶରେ ୩୬.୨୮ ଲକ୍ଷରୁ ଅଧିକ ଟିକାକରଣ କରାଯାଇଛି। ଦେଶରେ ମୋଟ୍ ଟିକାକରଣ ସଂଖ୍ୟା ୧୭୫.୦୩ କୋଟି ରହିଛି । ୧,୦୪,୦୦,୪୯୨ ସ୍ବାସ୍ଥ୍ୟ କର୍ମୀ ପ୍ରଥମ ଡୋଜ୍ ନେଇଥିବା ବେଳେ ୯୯,୪୯,୮୩୩ ଜଣ ଦ୍ବିତୀୟ ଡୋଜ୍ ନେଇଛନ୍ତି । ୪୦,୨୨,୯୬୨ ଜଣ ପ୍ରିକସନ୍ ଡୋଜ୍ ନେଇଛନ୍ତି। ୫୭,୮୩,୬୯୦ ଜଣ ଆଗଧାଡ଼ିର କର୍ମୀ ପ୍ରିକସନ୍ ଡୋଜ୍ ନେଇଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ୧୮-୪୪ […]