ଖେଳ ଦେଶ ବିଦେଶ

ମାର୍ଚ ୨୬ରୁ ଆଇପିଏଲ୍‌: ୱାଙ୍ଖଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଖେଳିବାକୁ ଫ୍ରାଞ୍ଚାଇଜ୍‌ଙ୍କ ବିରୋଧ

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପଞ୍ଚଦଶ ସଂସ୍କରଣ ମାର୍ଚ ୨୬ରୁ ଆରମ୍ଭ ହେବ। ଗୁରୁବାର ସଂଧ୍ୟାରେ ଭର୍ଚୁଆଲ୍‌ରେ ଆୟୋଜିତ ଆଇପିଏଲ୍‌ ପରିଚାଳନା ପରିଷଦ (ଜିସି) ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ମଧ୍ୟ ମୁମ୍ବାଇରେ ୫୫ ଏବଂ ପୁଣେରେ ୧୫ ମ୍ୟାଚ୍‌ ଖେଳାଯିବା ଉପରେ ମୋହର ବାଜିଥିଲା। ମୁମ୍ବାଇସ୍ଥିତ ୱାଙ୍ଖଡେରେ ୨୦, ବ୍ରାବର୍ଣ୍ଣରେ ୧୫ ଓ ଡିୱାଇ ପାଟିଲ ଷ୍ଟାଡିୟମରେ ୨୦ ଏବଂ ପୁଣେସ୍ଥିତ ଏମ୍‌ସିଏ ଷ୍ଟାଡିୟମରେ ୧୫ ମ୍ୟାଚ୍‌ ଖେଳାଯିବ। ଖୁବ୍‌ ଶୀଘ୍ର ପୂର୍ଣ୍ଣାଙ୍ଗ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଅନ୍‌ଲାଇନ୍‌ ପରୀକ୍ଷା ଦାବିରେ ୟୁଜି ଛାତ୍ରଛାତ୍ରୀ ଅଟଳ: ରାସ୍ତାରୁ ଉଠାଇନେଲା ପୁଲିସ

ଭୁବନେଶ୍ବର : ଯୁକ୍ତ ୩ (ୟୁଜି) ପଞ୍ଚମ ସେମିଷ୍ଟର୍‌ ପରୀକ୍ଷା ଅନ୍‌ଲାଇନ୍‌ରେ କରିବା ଦାବି ଜୋର୍‌ ଧରିଛି। ଗତକାଲି ପରି ଗୁରୁବାର ଦିନ ମଧ୍ୟ ରାଜ୍ୟର ବିଭିନ୍ନ କଲେଜର ଛାତ୍ରଛାତ୍ରୀ ପୁଣିଥରେ ରାଜଧାନୀ ରାଜରାସ୍ତାରେ ଆନ୍ଦୋଳନ କରିଛନ୍ତି। ରାସ୍ତାରୋକ କରିବା ସହ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ସଚିବଙ୍କ ବିରୋଧରେ ନାରାବାଜି କରିଛନ୍ତି। ଯଦି ତୁରନ୍ତ ନିଷ୍ପତ୍ତି ନିଆ ନଯାଏ, ରାଜ୍ୟବ୍ୟାପୀ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ମଧ୍ୟ ସେମାନେ ଚେତାବନୀ ଦେଇଛନ୍ତି। ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଆନ୍ଦୋଳନରେ […]

ଖେଳ ଦେଶ ବିଦେଶ

ରୋହିତ ଶର୍ମାଙ୍କ ନେତୃତ୍ବରେ ଟିମ୍‌ ଇଣ୍ଡିଆର ଲଗାତାର ୧୦ମ ଟ୍ବେଣ୍ଟି ଟ୍ବେଣ୍ଟି ବିଜୟ

ନୂଆଦିଲ୍ଲୀ ୨୫/ ୦୨: ଲକ୍ଷ୍ନୌରେ ଖେଳାଯାଇଥିବା ପ୍ରଥମ ଟ୍ବେଣ୍ଟି ଟ୍ବେଣ୍ଟିକୁ ସହଜରେ ଜିତିନେଇଛି ଟିମ୍‌ ଇଣ୍ଡିଆ । ଭ୍ରମଣକାରୀ ଶ୍ରୀଲଙ୍କାକୁ ୬୨ ରନର ବୃହତ ବ୍ୟବଧାନରେ ମାତ୍‌ ଦେଇଛି ରୋହିତ ସେନା । ପ୍ରଥମେ ବ୍ୟାଟିଂକରି ନିର୍ଦ୍ଧାରିତ ଓଭରରେ ୨ ଓ୍ବିକେଟ୍‌ ହରାଇ ୧୯୯ ରନ କରିଥିବା ଭାରତ ଜବାବରେ ଶ୍ରୀଲଙ୍କା ମାତ୍ର ୧୩୭ରନରେ ଅଲଆଉଟ୍‌ ହୋଇଯାଇଥିଲା । ୩ଟିକିଆ ଟି-୨୦ ସିରିଜରେ ୦-୧ରେ ଆଗୁଆ ହୋଇଯାଇଇଛି ଟିମ୍‌ ଇଣ୍ଡିଆ । ଶ୍ରୀଲଙ୍କା ବିପକ୍ଷ ପ୍ରଥମ ମ୍ୟାଚ୍ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୩୦୨ ମୃତ

ନୂଆଦିଲ୍ଲୀ ୨୫/୦୨: କମୁଛି କରୋନା ଗ୍ରାଫ୍। ଦେଶରେ କମୁଛି ସଂକ୍ରମଣ। ଏବେ କରୋନା ସଂକ୍ରମଣ ପୁଣି ହୁ ହୁ ବଢିବା ପରେ କମିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟାରେ କିନ୍ତୁ ବ୍ରେକ୍ ଲାଗୁନି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ପରେ ୧୫ ହଜାର ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା […]

ଦେଶ ବିଦେଶ ମନୋରଞ୍ଜନ

‘ଗଙ୍ଗୁବାଇ କାଠିଆୱାଡି’ ଫିଲ୍ମର ମଜାକ୍‌ ଉଡାଇଲେ KRK, ଫିଲ୍ମ ଦେଖିବା ପୂର୍ବରୁ ପକେଟ୍‌ରେ ରଖିଲେ ପେନକିଲର

ନୂଆଦିଲ୍ଳୀ ୨୫।୦୨: ଆଲିଆ ଭଟ୍ଟଙ୍କ ଚଳଚ୍ଚିତ୍ର ଗାଙ୍ଗୁବାଇ କାଠିଆୱାଡି ଆଜି ପ୍ରେକ୍ଷାଳୟରେ ରିଲିଜ୍‌ ହେବ। ନିଜକୁ ସବୁଠୁ ବଡ ସମାଲୋଚକ ତଥା କ୍ରିଟିକ୍‌ ବୋଲି କହୁଥିବା କମଲ ଆର ଖାନ ତଥା କେଆରକେ ଏହି ଫିଲ୍ମକୁ ଦେଖିବା ମାତ୍ରେ ଟ୍ୱିଟରରେ ଟ୍ୱିଟ କରିବା ଆରମ୍ଭ କରିଛନ୍ତି। ଏହାକୁ ନେଇ ଏକ ଭିଡିଓ ସେୟାର କରି କେଆରକେ ଆଲିଆ ଭଟ୍ଟଙ୍କ ଫିଲ୍ମର ପ୍ରଥମ ଭାଗକୁ ମୁଣ୍ଡବିନ୍ଧା ବୋଲି କହି ବର୍ଣ୍ଣନା କରିଛନ୍ତି। ଏହା ବ୍ୟତୀତ କେଆରକେ ଗଙ୍ଗୁବାଇ କାଠିଆୱାଡି […]

ଖେଳ ଦେଶ ବିଦେଶ

ରିଭ୍ୟୁ ବଦଳାଇଦେଲା ଅମ୍ପାୟାରଙ୍କ ନିଷ୍ପତ୍ତି : ଚକିତ ହୋଇଗଲେ ରୋହିତ, ହସିଲେ ଦ୍ରାବିଡ

ନୂଆଦିଲ୍ଲୀ, ୨୫|୦୨: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି୨୦ରେ ବିଜୟୀ ହୋଇଛି ଭାରତ । ପ୍ରଥମେ ବ୍ୟାଟିଂ କରି ୧୯୯ ରନ୍ କରିଥିଲା ଭାରତ । ଜବାବରେ ଶ୍ରୀଲଙ୍କା ବିଜୟ ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଥିଲା । ଭାରତୀୟ ବୋଲର ଶ୍ରୀଲଙ୍କା ବ୍ୟାଟରଙ୍କୁ ବାନ୍ଧି ରଖିଥିଲେ । ତେବେ ଟିମ୍ ଇଣ୍ଡିଆକୁ ଯେତେବେଳେ ତୃତୀୟ ସଫଳତା ମିଳିଥିଲା ସେତେବେଳେ ଅମ୍ପାୟାରଙ୍କୁ ନିଷ୍ପତ୍ତି ବଦଳାଇବାକୁ ପଡିଥିଲା । ରିପୋର୍ଟ ଅନୁସାରେ, ଶ୍ରୀଲଙ୍କା ବ୍ୟାଟର ଅମ୍ପାୟାରଙ୍କ […]

ଖେଳ ଦେଶ ବିଦେଶ

ପୁଷ୍ପା ଷ୍ଟାଇଲରେ ଖୁସି ମନାଇଲେ ଜାଡେଜା

ନୂଆଦିଲ୍ଲୀ ୨୫।୦୨ : ଭାରତୀୟ ଫିଲ୍ମ ପୁଷ୍ପାର କ୍ରେଜ୍ କମିନାହିଁ । କ୍ରିକେଟ୍ ଷ୍ଟାଡିୟମରେ ମଧ୍ୟ ଦେଖିବାକୁ ମିଳିଛି ପୁଷ୍ପାର ଷ୍ଟାଇଲ୍ ।ମ୍ୟାଚ୍ ବେଳେ ଅନେକ ଖେଳାଳି ଅଲ୍ଲୁ ଅର୍ଜୁନଙ୍କ ଷ୍ଟାଇଲର ନକଲ କରି ଖୁସି ମନାଉଛନ୍ତି । ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି୨୦ ରବୀନ୍ଦ୍ର ଜାଡେଜା ପୁଷ୍ପା ଷ୍ଟାଇଲରେ ଖୁସି ମନାଉଥିବା ଦେଖିବାକୁ ମିଳିଛି । ଜାଡେଜା ପ୍ରଥମ ଟି୨୦ରେ ଓ୍ୱିକେଟ୍ ନେଲା ପରେ ପୁଷ୍ପା ଷ୍ଟାଇଲରେ ଖୁସି ମନାଇଥିଲେ । ଯାହାର ଭିଡିଓ ସୋସିଆଲ […]

ଖେଳ ଦେଶ ବିଦେଶ

ଋଦ୍ଧିମାନ ଶାହଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବ ବିସିସିଆଇ : ଚୁକ୍ତି ନିୟମ ଖିଲାପ ପାଇଁ ମାଗିବ ଜବାବ

ନୂଆଦିଲ୍ଲୀ, ୨୫।୦୨ : ଋଦ୍ଧିମାନ ଶାହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ବିସିସିଆଇ । ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ଋଦ୍ଧିମାନଙ୍କ ସ୍ଥାନ ନମିଳିବା ପରେ ସେ କୋଚ୍ ରାହୁଲ ଦ୍ରାବିଡଙ୍କ ସହ ବୋର୍ଡକୁ କଟାକ୍ଷ କରିଥିଲେ । ଏପରିକି ଜଣେ ସାମ୍ବାଦିକ ତାଙ୍କୁ ଧମକାଉଥିବା ସେ ଅଭିଯୋଗ କରିଥିଲେ । ଏପରି କରି ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ନିୟମ ଉଲ୍ଲଙ୍ଘନ କରିଥିବା ବିସିସିଆଇ କହିଛି । ରିପୋର୍ଟ ଅନୁସାରେ, ଖେଳାଳିମାନେ ବିସିସିଆଇ ସହ କଣ୍ଟ୍ରାକ୍ଟ କରିବା ବେଳେ ଅନେକ କିଛି […]

ଦେଶ ବିଦେଶ ମନୋରଞ୍ଜନ

ବିବାଦ ଉପରେ ପଡିଲା ପୂର୍ଣ୍ଣଚ୍ଛେଦ, ଆଜି ରିଲିଜ୍‌ ହେବ ବହୁ ପ୍ରତୀକ୍ଷିତ ଫିଲ୍ମ ଗଙ୍ଗୁବାଇ କାଠିଆୱାଡି

ନୂଆଦିଲ୍ଳୀ ୨୫।୦୨: ଅପେକ୍ଷାର ଘଟିବ ଅନ୍ତ। ବହୁ ବାଦ -ବିବାଦ ପରେ ଆଜି ରିଲିଜ୍‌ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଫିଲ୍ମ‘ ଗଙ୍ଗୁବାଇ କାଠିଆଓ୍ବାଡି’। ଫିଲ୍ମକୁ ନେଇ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଗୁରୁବାର ଦିନ ଖାରଜ କରି ଦେଇଛନ୍ତି। ତେବେ ବିବାଦ ଉପରେ ପୂର୍ଣ୍ଣଚ୍ଛେଦ ପକାଇ ଫିଲ୍ମର ନାଁ ବଦଳିବନି କି ଏହାର ରିଲିଜ୍‌ ତାରିଖ ଘୁଞ୍ଚିବନି ବୋଲି କହିଥିଲେ ସୁପ୍ରିମକୋର୍ଟ । ଏହି ଫିଲ୍ମରେ ଗଙ୍ଗୁବାଇଙ୍କୁ ଦେହଜୀବୀ ଦର୍ଶାଯାଇଥିବା ଅଭିଯୋଗ କରି ତାଙ୍କ ପୌଷ୍ୟ ପୁଅ […]

ଦେଶ ବିଦେଶ ମନୋରଞ୍ଜନ

ଫ୍ଲାଇଟ୍‌ରେ ଅଭିନେତ୍ରୀଙ୍କ ସହ ହୋଇଥିଲା ଖରାପ ବ୍ୟବହାର, କ୍ଷମା ମାଗିଲା ଗୋ ଫାଷ୍ଟ …

ନୂଆଦିଲ୍ଳୀ ୨୫।୦୨: ବଲିଉଡ୍‌ ଇଣ୍ଡଷ୍ଟ୍ରିର ଜଣା ଶୁଣା ଅଭିନେତ୍ରୀ ଚିତ୍ରଙ୍ଗଦା ସିଂ ଦୀର୍ଘ ଦିନ ହେବ ରୁପେଲି ପରଦାରୁ ଦୂରେଇ ଯାଇଛନ୍ତି । କିନ୍ତୁ ଗତ କିଛି ଦିନ ହେବ ସୋସିଆଲ ମିଡିଆ ପୋଷ୍ଟ ଯୋଗୁଁ ଅଭିନେତ୍ରୀ ଚର୍ଚ୍ଚାକୁ ଆସିଥିଲେ। ଗୋ ଫାଷ୍ଟ ଏୟାରଲାଇନ୍‌ ବିମାନର ଚାରୋଟି ଏୟାରହୋଷ୍ଟେସର ଖରାପ ବ୍ୟବହାର ବା ଆଚରଣ ବିଷୟରେ ଚିତ୍ରଙ୍ଗଦା ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ବର୍ତ୍ତମାନ ଏହି ପୋଷ୍ଟ ଭାଇରାଲ ହେବା ପରେ ଗୋ ଫାଷ୍ଟ ତରଫରୁ […]