ଦେଶ ବିଦେଶ ମନୋରଞ୍ଜନ

ବାଲିକା ବଧୁ-୨ ଛାଡିବେ ଶିବାଙ୍ଗୀ ଯୋଶୀ ! ଖତରୋ କେଁ ଖିଲାଡି-୧୨ରେ ଆସିବେ ନଜର…

ମୁମ୍ବାଇ ୨୮।୦୨: ଟେଲି ଦୁନିଆର ଚର୍ଚ୍ଚିତ ଅଭିନେତ୍ରୀ ଶିବାଙ୍ଗୀ ଯୋଶୀ । ଖୁବ୍ ଶୀଘ୍ର ଖତରୋ କେଁ ଖିଲାଡି-୧୨ରେ ନଜର ଆସିବେ । ବର୍ତ୍ତମାନ ରୋହିତ ଶେଟ୍ଟୀଙ୍କ ବହୁ ପ୍ରତୀକ୍ଷିତ ଶୋ ଖତରୋ କେଁ ଖିଲାଡି-୧୨ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଟିଭିର ଲୋକପ୍ରିୟ ରିଆଲିଟି ଶୋ’ର ନୂଆ ସିଜନ୍ ବର୍ତ୍ତମାନ ପ୍ରି-ପ୍ରଡକ୍ସନ୍ ମଞ୍ଚରେ ଅଛି। ନିର୍ମାତାମାନେ ଏହି ଶୋ ପାଇଁ ଟିଭି ଏବଂ ଫିଲ୍ମ ଜଗତ ସହିତ ଜଡିତ ଷ୍ଟାରଙ୍କ ନିକଟକୁ ଅଫର ଆପ୍ରୋଚ କରୁଛନ୍ତି। […]

ଦେଶ ବିଦେଶ ମନୋରଞ୍ଜନ

ଅସୁସ୍ଥ ହେଲେ ବିଗ୍‌ ବି ? ପୋଷ୍ଟ ସେୟାର କରି କହିଲେ- ମୋ’ ହାର୍ଟ ବିଟ୍‌ ବଢ଼ିଯାଇଛି.. ମୁଁ ଚିନ୍ତିତ ଅନୁଭବ କରୁଛି

ନୂଆଦିଲ୍ଳୀ ୨୮।୦୨: ବଲିଉଡ୍‌ର ବିଗ୍‌ ବି ତଥା ମେଗାଷ୍ଟାର ଅମିତାଭ ବଚ୍ଚନ ବୟସ ୮୦ ବର୍ଷରେ ପହଞ୍ଚିଛି । ସେହି ବୟସରେ ମଧ୍ୟ କଠିନ ପରିଶ୍ରମ କରୁଛନ୍ତି । ଏହି ବୟସରେ ସେ ୧୨ ଘଣ୍ଟା କାମ କରିବା ବ୍ୟତୀତ ନିଜ କାମ କୁ ନେଇ ହେଳା କରନ୍ତି ନାହିଁ । ଏହି ସମୟରେ ପ୍ରଶଂସକମାନେ ସେମାନଙ୍କ ମେଗାଷ୍ଟାର ବିଷୟରେ ଚିନ୍ତା କରିଥାନ୍ତି। କାରଣ ଅତୀତରେ ତାଙ୍କର ପୂରା ପରିବାର କରୋନାରେ ଆକ୍ରାନ୍ତ ହୋଇଥିଲେ। ଏବେ ବିଗ୍‌ […]

ଖେଳ ଦେଶ ବିଦେଶ

ଶ୍ରେୟସଙ୍କୁ ଆଉଟ କରିପାରିଲେନି ଶ୍ରୀଲଙ୍କା ବୋଲର : ଏହି ମାମଲାରେ ପଛରେ ପଡିଗଲେ ବିରାଟ

ନୂଆଦିଲ୍ଲୀ ୨୮/୦୨: ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜକୁ ଭାରତ କ୍ଲିନ୍ ସ୍ୱିପ୍ କରିଛି । ତେବେ ତିନୋଟି ମୁକାବିଲାରେ ଶ୍ରେୟସ ଆୟର ଦମଦାର ବ୍ୟାଟିଂ କରିଥିଲେ । ସବୁ ମ୍ୟାଚରେ ସେ ଅର୍ଦ୍ଧଶତକ ହାସଲ କରିଥିଲେ । ଶେଷ ଟି୨୦ରେ ସେ ବିସ୍ଫୋରକ ୭୩ ରନର ଇନିଂସ ଖେଳିଥିଲେ । ସବୁଠାରୁ ବଡ କଥା ହେଉଛି ଯେ, ସିରିଜରେ ଶ୍ରେୟସଙ୍କୁ ଶ୍ରୀଲଙ୍କା ବୋଲର ଆଉଟ କରିପାରିନଥିଲେ । ତିନୋଟି ମ୍ୟାଚରେ ଯଥାକ୍ରମେ ୫୭,୭୪ ଓ ୭୩ ରନ […]

ରାଜ୍ୟ ସ୍ୱାସ୍ଥ୍ୟ

ଜୁନ୍‌ ମାସରେ ଭାରତରେ ଆରମ୍ଭ ହେବ କୋଭିଡ୍‌ ସଙ୍କ୍ରମଣର ୪ର୍ଥ ଲହର୍‌: ‘ଆଇଆଇଟି-କାନପୁର’ ଟିମ୍‌

ନୂଆଦିଲ୍ଲୀ: ଆଗାମୀ ଜୁନ୍‌ ମାସ ମଧ୍ୟ ଭାଗରୁ ଶେଷ ଭାଗ ସୁଦ୍ଧା ଭାରତରେ କୋଭିଡ୍ ସଂକ୍ରମଣର ୪ର୍ଥ ଲହର୍‌ ଆରମ୍ଭ ହେବାର ସମ୍ଭାବନା ଅଛି ଏବଂ ଏଥିଯୋଗୁଁ ପ୍ରାୟ ୪ ମାସ ଧରି ଦ୍ରୁତ ବେ‌ଗରେ ସଂକ୍ରମଣ ବୃଦ୍ଧି ପାଇବ ‌ବୋଲି ‘ଆଇଆଇଟି-କାନପୁର’ର ବୈଜ୍ଞାନିକମାନେ ସତର୍କ କରାଇ ଦେଇଛନ୍ତି। କିନ୍ତୁ, ଉକ୍ତ ସଂକ୍ରମଣର ଭୟାବହତା ଭୂତାଣୁର ‘ଭେରିଏଣ୍ଟ୍‌’ ଏବଂ ଦେଶରେ ଟିକାକରଣର ସ୍ଥିତି ଉପରେ ନିର୍ଭର କରୁଛି ବୋଲି ସେମାନେ କହିଛନ୍ତି। ‘ଆଇଆଇଟି-କାନପୁର’ର ଗଣିତ ବିଭାଗର ଶବରପ୍ରସାଦ […]

ଦେଶ ବିଦେଶ ମନୋରଞ୍ଜନ

ଏକାଠି ନଜର ଆସିଲେ ଲିଓନାର୍ଡ-ନତାଶା

ନୂଆଦିଲ୍ଲୀ ୨୮/୦୨; ଏକାଠି ନଜର ଆସିଲେ ହଲିଉଡ୍‌ ମେଗାଷ୍ଟାର୍‌ ଲିଓନାର୍ଡ ଏବଂ ମଡେଲ୍‌ ତଥା ଅଭିନେତ୍ରୀ ନତାଶା ପୁନାୱାଲା। ଲଣ୍ଡନରେ ବନ୍ଧୁଙ୍କର ଏକ ବିବାହ ସମାରୋହରେ ଦୁହେଁ ନଜର ଆସିଛନ୍ତି। ଦୁହିଁଙ୍କ ଫଟୋ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି। ସଟର ବଗ୍‌ ପକ୍ଷରୁ ଏହି ଫଟୋ ଉଠାଯାଇଛି। ବ୍ରଟିସ୍‌ ଭୋଗ୍‌ ଏଡିଟର ଇଡୱାର୍ଡ ଏନିଫୁଲ୍‌ ଏବଂ ଆଲେସ ମାକ୍ସୱେଲ୍‌ସନ୍‌ଙ୍କ ବିବାହ ସମାରୋହର ଏହି ଫଟୋ। ଏହି ବିବାହରେ ଅନେକ ସେଲିବ୍ରେଟି ଯୋଗ ଦେଇଥିଲେ। ଲଣ୍ଡନ […]

ଦେଶ ବିଦେଶ ମନୋରଞ୍ଜନ

କରୋନା ସଂକ୍ରମିତ ହେଲେ ଅଭିନେତ୍ରୀ ଶ୍ରୁତି ହାସନ୍‌, ପୋଷ୍ଟ ସେୟାର କରି ଦେଲେ ସୂଚନା

ନୂଆଦିଲ୍ଳୀ ୨୮।୦୨: ବଲିଉଡ ଅଭିନେତ୍ରୀ ଶ୍ରୁତି ହାସନ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ଇନଷ୍ଟାଗ୍ରମାରେ ଶ୍ରୁତି ନିଜେ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି। ଶ୍ରୁତି ପୋଷ୍ଟ କରି କହିଛନ୍ତି, ସମସ୍ତଙ୍କୁ ମୋର ନମସ୍କାର, ଏହା କୌଣସି ମଜା କଥା ନୁହେଁ। ସମସ୍ତ ସୁରକ୍ଷା ସତ୍ତ୍ବେ ମୁଁ କୋଭିଡ ପଜିଟିଭ ଚିହ୍ନଟ ହୋଇଛି। ବର୍ତ୍ତମାନ ମୁଁ ଠିକ୍‌ ଅଛି । ଖୁବଶୀଘ୍ର ଆପଣଙ୍କ ସହିତ ସାକ୍ଷାତ ହେବ। କୋଭିଡ ସମୟରେ ସାବଧାନତାର ସହିତ କାମ କରିବା ପାଇଁ […]

ଖେଳ ଦେଶ ବିଦେଶ

ରଣଜୀ ଟ୍ରଫି : ବ୍ୟାଟିଂ ଓ ବୋଲିଂରେ ଫେଲ ମାରିଲା ଓଡିଶା, ସୌରାଷ୍ଟ୍ର ବିପକ୍ଷରେ ଇନିଂସ ପରାଜୟ

ଭୁବନେଶ୍ୱର, ୨୮ ।୦୨: ଉଭୟ ବୋଲିଂ ଓ ବ୍ୟାଟିଂରେ ନୈରାଶ୍ୟଜନକ ପ୍ରଦର୍ଶନ କରି ଡିଫେଣ୍ଡିଂ ଚାମ୍ପିଅନ ସୌରାଷ୍ଟ୍ର ବିପକ୍ଷରେ ଓଡ଼ିଶା ଇନିଂସ ଓ ୧୩୧ ରନ୍‌ରେ ପରାଜିତ ହୋଇଛି । ଏହି ବିଜୟ ସହ ଡିଫେଣ୍ଡିଂ ଚାମ୍ପିଅନ ସୌରାଷ୍ଟ୍ର ୭ ପଏଣ୍ଟ ପାଇଛି । ଦ୍ୱିଶତକ ହାସଲ କରିଥିବା ଚିରାଗ ଜାନି (୨୩୫) ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ । ସୌରାଷ୍ଟ୍ର ପ୍ରଥମ ଇନିଂସରେ ୫୦୧ ରନ୍‌ କରି ଅଲ୍‌ ଆଉଟ୍‌ ହୋଇଥିଲା । […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସୋମବାରରୁ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ

ଭୁବନେଶ୍ୱର: ଦୁଇ ବର୍ଷ ପରେ ସୋମବାରଠାରୁ ଖୋଲିବ ପ୍ରଥମରୁ ୫ମ ଶ୍ରେଣୀ। ଏଥିସହ ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଦ୍ୱିତୀୟ ପର୍ଯ୍ୟାୟ କ୍ଲାସରୁମ ପାଠପଢା ମଧ୍ୟ ଆରମ୍ଭ ହେବ। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ନେଇ ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ଶ୍ରୀ ଦାଶ କହିଛନ୍ତି ଯେ ସ୍କୁଲ ଖୋଲିବା ନେଇ ଗତ ୨୫ ତାରିଖରେ ବିଭାଗର ସମୀକ୍ଷା ବୈଠକ ନିଆଯାଇଥିଲା। ଆସନ୍ତାକାଲି ଠାରୁ ପ୍ରଥମ ରୁ […]

ମନୋରଞ୍ଜନ ରାଜ୍ୟ

ରାମ ନା ଚଣ୍ତି ଦାସ, ସୀତା ନା ନେତ୍ରମଣୀ: ‘ସୀତା ବିବାହ’ ନାମରେ ଭାଇରାଲ୍‌ ହେଉଛି ଭୁଲ ଛବି

ଆପଣମାନେ ମଧ୍ୟ ଗୁଗୁଲ୍‌ରେ ଏଠାରେ ସ˚ଯୁକ୍ତ ହୋଇଥିବା କଳାଧଳା ଛବି ଦେଖୁଥିବେ ଓ ପଢ଼ିଥିବେ ଯେ ଏହା ହେଉଛି ପ୍ରଥମ ଓଡ଼ିଆ ସିନେମା ‘ସୀତା ବିବାହ’ର ଛବି। ସାମାଜିକ, ବୈଦ୍ୟୁତିକ ଓ ମୁଦ୍ରିତ ଗଣମାଧ୍ୟମରେ ଏହି ଛବି ବେଶ୍ ଭାଇରାଲ୍‌ ହୋଇଛି, ଅଥଚ ତାହାର ମୂଳ ଉତ୍ସ କେହି ଖୋଜିନାହାନ୍ତି । ସୀତା ବିବାହ ନାମରେ ପ୍ରଚୁର ଭାଇରାଲ ହେଉଥିବା ଛବି ମଧ୍ୟରୁ ଗୋଟିଏ ‘ମାଟିର ମଣିଷ’ର ଯେଉଁଥିରେ ସୁଜାତା ଆନନ୍ଦ ଅଛନ୍ତି, ଆର ଛବିଟି ୧୯୩୪ […]

ମନୋରଞ୍ଜନ ରାଜ୍ୟ

ବହୁ ପ୍ରତୀକ୍ଷିତ ବ୍ୟୟବହୁଳ ଓଡ଼ିଆ ଚଳଚ୍ଚିତ୍ର ‘ବିଶ୍ୱନାଥ’ରେ ମିହିର, ସଲିଲ୍

ରାଇମୋହନ, ପୃଥ୍ବୀରାଜ, ଚୌଧୁରୀ ବିକାଶ ଦାସଙ୍କ ସହ ସ୍ବର୍ଗତ ମିହିର ଦାସ ଏକାଠି ଦେଖିବାକୁ ମିଳିବେ ଏଇ ଚଳଚ୍ଚିତ୍ରରେ। ପୁଣି ସ୍ବର୍ଗତ ସଲିଲ୍ ମିତ୍ରଙ୍କ ସହ ଅଭିନେତ୍ରୀ ପ୍ରତିଭା ପଣ୍ଡା, ମନୀଷା ମିଶ୍ର, ନୂପୁର ଘୋଷ, ପିଣ୍ଟୁ ନନ୍ଦ, ଭବାନୀ, ବିଶ୍ବ, ପବନ ଏବଂ ଚଳଚ୍ଚିତ୍ରରେ ଥିବା ଆଇଟମ୍ ଗୀତଦୃଶ୍ୟରେ ନାୟିକା ଅଛନ୍ତି ଅନନ୍ୟା। ବହୁ ପ୍ରତୀକ୍ଷିତ ବ୍ୟୟବହୁଳ ଓଡ଼ିଆ ଚଳଚ୍ଚିତ୍ର ‘ବିଶ୍ବନାଥ’ ଅନେକ ଦିନରୁ ନିର୍ମାଣ ହେଇଆସୁଥିଲେ ମଧ୍ୟ ଅଦ୍ୟାବଧି ଏହା ମୁକ୍ତିଲାଭ କରିପାରି ନ […]