ଖେଳ ଦେଶ ବିଦେଶ

IPL 2022: ଦିଲ୍ଲୀ କ୍ୟାପିଟାଲ୍ସର ବସ୍ ଉପରେ ଆକ୍ରମଣ, ନବ ନିର୍ମାଣ ସେନାର ଉପାଧ୍ୟକ୍ଷ ସମେତ ୪ ଗିରଫ

ମୁମ୍ବାଇ ୧୬।୦୩: ଆଇପିଏଲ ଫ୍ରାଞ୍ଚାଇଜି ଦିଲ୍ଲୀ କ୍ୟାପିଟାଲ୍ସକୁ ନେଇ ମୁମ୍ବାଇରୁ ଆସିଛି ବଡ ଖବର। ଆଇପିଏଲ ୨୦୨୨ ମାର୍ଚ୍ଚ ୨୬ରୁ ମହାରାଷ୍ଟ୍ରରେ ଆରମ୍ଭ ହେବାକୁ ଯାଉଛି। ବର୍ତ୍ତମାନ ସମସ୍ତ ଆଇପିଏଲ ଦଳ ମୁମ୍ବାଇରେ ପହଞ୍ଚିବାରେ ଲାଗିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ମୁମ୍ବାଇରେ ପହଞ୍ଚି ଯାଇଛି। ତେବେ ଦିଲ୍ଲୀ କ୍ୟାପିଟାଲ୍ସର ବସ୍ ଉପରେ କିଛି ଅଜଣା ଲୋକ ଆକ୍ରମଣ କରିଛନ୍ତି। ଯେଉଁ ସମୟରେ ଏହି ଆକ୍ରମଣ ହେଲା, ସେହି ସମୟରେ ବସ୍ ପାର୍କିଂରେ ଥିଲା ଏବଂ ଭିତରେ କୌଣସି […]

ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି

ସଂସଦୀୟ କମିଟିର ଉଦ୍‌ବେଗ: ଓଡ଼ିଶାରେ ଖାଲିପଡ଼ିଛି ୫୧,୮୨୯ ଆଇଟିଆଇ ସିଟ୍‌

ନୂଆଦିଲ୍ଲୀ : ଓଡ଼ିଶାରେ ଆଇଟିଆଇମାନଙ୍କରେ ୫୧ ହଜାର ୮୨୯ ସିଟ୍‌ ଖାଲିପଡ଼ିଛି। ଏହାକୁ ନେଇ ଶ୍ରମ, ବୟନ ଓ ଦକ୍ଷତା ବିକାଶ ସଂକ୍ରାନ୍ତ ସଂସଦୀୟ ଷ୍ଟାଣ୍ଡିଂ କମିଟି ଚିନ୍ତା ବ୍ୟକ୍ତ କରିଛି। ତଥ୍ୟ ଅନୁସାରେ ଓଡ଼ିଶାରେ ଥିବା ବିଭିନ୍ନ ଆଇଟିଆଇରେ ମୋଟ ଏକ ଲକ୍ଷ ଏକ ହଜାର ୧୭୮ ସିଟ ରହିଛି। ୨୦୨୦ ବର୍ଷରେ ଏହି ସବୁ ସିଟ୍‌ ମଧ୍ୟରୁ ୪୯ ହଜାର ୩୪୯ ପୂରଣ ହୋଇଥିବା ବେଳେ ଅବଶିଷ୍ଟ ଖାଲିପଡ଼ିଛି। ଖାଲି ଓଡ଼ିଶା କାହିଁକି ସାରା […]

ଦେଶ ବିଦେଶ ମନୋରଞ୍ଜନ

ନଂ ୧ ଧନୀ ମୁକେଶ ଅମ୍ବାନୀଙ୍କ ୪ ଦାମୀ ସମ୍ପତ୍ତି

ମୁମ୍ବାଇ ୧୬/୦୩ : ଏସିଆର ନଂ ୱାନ୍‌ ଧନୀ ମୁକେଶ ଅମ୍ବାନୀ। ଦୁନିଆର ଟପ୍‌ ୧୦ ଧନୀ ତାଲିକାରେ ବି ସାମିଲ୍‌। ଅମାପ ସମ୍ପତ୍ତିକୁ ବଡ଼ ବଡ଼ ଘର। ଦେଖିଲେ ଲାଖିଯିବ ଆଖି। ଅମ୍ବାନୀଙ୍କ ସମ୍ପତ୍ତି ବିଷୟରେ ପ୍ରାୟ ସମସ୍ତଙ୍କୁ ଅଳ୍ପ ବହୁତେ ଜଣା। କିନ୍ତୁ କିଛି ନିର୍ଦ୍ଦିଷ୍ଟ ସମ୍ପତ୍ତି ଯାହା ତାଙ୍କୁ ନଂ୧ ଧନୀର ମାନ୍ୟତା ଦେଇଛି। ବିପୁଳ ଅର୍ଥ , RIL ଅଧୀନରେ ବହୁ ସଂଖ୍ୟକ କମ୍ପାନୀ, ଅସଂଖ୍ୟ ବିଳାସପୂର୍ଣ୍ଣ କାର, କୋଟି କୋଟି […]

ଦେଶ ବିଦେଶ ମନୋରଞ୍ଜନ

ମେ’ରେ ବିବାହ କରିବେ କନିକା କପୁର ! ୪୩ ବର୍ଷରେ ଏହି ବ୍ୟକ୍ତିଙ୍କ ଧରିବେ ହାତ

ନୂଆଦିଲ୍ଳୀ ୧୬।୦୩ : ବଲିଉଡ୍‌ର ବେବିଡଲ୍‌ କଣ୍ଠଶିଳ୍ପୀ କନିକା କପୁର ଖୁବ୍‌ ଲୋକପ୍ରିୟ । ତାଙ୍କ ଗୀତରେ ଲୋକଙ୍କ ହୃଦୟକୁ ରାଜ୍‌ କରୁଥିବା କନିକା କପୁର ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି। କରୋନା ସମୟରେ ନିଜର ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନକୁ ଖୁବ୍‌ ଚର୍ଚ୍ଚାରେ ଥିଲେ। କୁହାଯାଉଛି କି ୪୩ ବର୍ଷ ବୟସରେ କନିକାଙ୍କ କନିଆ ସାଜିବେ । ତାଙ୍କର ଭବିଷ୍ୟତ ସ୍ୱାମୀ ହେଉଛନ୍ତି ଜଣେ NRI- ବ୍ୟବସାୟୀ ଏବଂ ଉଭୟେ ମେ ମାସରେ ହାତ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଆଜିଠୁ ୧୨ରୁ ୧୪ ବର୍ଷର ପିଲାଙ୍କୁ ଟିକାକରଣ, ଅନଲାଇନ୍ ଓ ଅଫ୍ ଲାଇନ୍‌ରେ କରିପାରିବେ ରେଜିଷ୍ଟ୍ରେସନ

ଭୁବନେଶ୍ୱର ୧୬।୦୩: ଆଜିଠୁ ୧୨ରୁ ୧୪ ବର୍ଷର ପିଲାଙ୍କୁ ଦିଆଯିବ କରୋନା ଟିକା। ଯେଉଁ ପିଲାମାନେ ୨୦୧୦ ମାର୍ଚ୍ଚ ୧୫ ପୂର୍ବରୁ ଜନ୍ମ ହୋଇଥିବେ ସେମାନଙ୍କୁ ହିଁ ଟିକା ଦିଆଯିବ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି। ତେବେ ଟିକା ନେବା ଲାଗି ଜନ୍ମ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ । ୧୨ରୁ ୧୪ ବର୍ଷର ପିଲାମାନଙ୍କୁ କେବଳ କୋର୍ବେଭାକ୍ସ ଟିକା ଦିଆଯିବ । ୨୮ […]

ଦେଶ ବିଦେଶ ମନୋରଞ୍ଜନ

ପୁଣି ବିବାଦରେ ଶିଳ୍ପା ସେଟ୍ଟୀଙ୍କ ପରିବାର : ମାଆଙ୍କ ବିରୋଧରେ ଆସିଲା ଠକେଇ ଅଭିଯୋଗ, କୋର୍ଟ ଜାରି କଲେ ସମନ

ନୂଆଦିଲ୍ଳୀ ୧୬।୦୪ : ଶିଳ୍ପା ସେଟ୍ଟୀଙ୍କ ପରିବାର ଉପରେ ଗୋଟିଏ ପରେ ଗୋଟିଏ ବିପଦ ମାଡ଼ି ଆସୁଛି। ପରିବାରେ ବିବାଦର ଥମିବାର ନାଁ ନେଉ ନାହିଁ । ନିକଟରେ ତାଙ୍କ ସ୍ୱାମୀ ଜେଲ୍‌ରୁ ବାହାରିଛନ୍ତି, ଆଉ ଏପଟେ ତାଙ୍କ ମା’ଙ୍କ ବିରୋଧରେ ଜାରି ହୋଇଛି ଓ୍ଵାରେଣ୍ଟ। ଶିଳ୍ପା ସେଟ୍ଟୀଙ୍କ ମା’ ସୁନନ୍ଦା ସେଟ୍ଟୀଙ୍କ ବିରୋଧରେ ଠକେଇ ଅଭିଯୋଗ ହୋଇଛି, ଯେଉଁ କାରଣରୁ ତାଙ୍କୁ ଜାମିନଯୁକ୍ତ ଓ୍ଵାରେଣ୍ଟ ଜାରି କରାଯାଇଛି। ତେବେ ଏହି ମାମଲାରେ ଏ ପର୍ଯ୍ୟନ୍ତ ଶିଳ୍ପାଙ୍କ […]

ଧର୍ମ ରାଜ୍ୟ

ଶ୍ରୀ ସତ୍ୟସାଇ ସେବା ଜିଲ୍ଲା ସ୍ତରୀୟ ସମ୍ମିଳନୀ ଆୟୋଜନ

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଶ୍ରୀ ସତ୍ୟସାଇ ସେବା ସଂଗଠନ, ଓଡିଶା, କନ୍ଧମାଳ ଆନୁକୂଲ୍ୟରେ ବାଲିଗୁଡା ସାଇ ମନ୍ଦିର ଠାରେ ଜିଲ୍ଲା ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ପ୍ରାତଃ ସମୟରେ ଧୂପ ଦୀପ ଦେଇ ଓଁ କାର, ସୁପ୍ରଭାତମ ଓ ନଗର ସଂକୀର୍ତନ ହୋଇଥିଲା ପରେ ପରେ ଦିବ୍ୟ ପ୍ରଶାନ୍ତି ପତାକା ଉତ୍ତାଳନ ନାମ ପଞ୍ଜିକରଣ ସହିତ ଭଜନ, ଜ୍ୟୋତି ଆବାହନ, ବେଦପାଠ, ସହନା ଭବତୁ,ସ୍ୱାମୀଙ୍କ ଦିବ୍ୟ ଉପସ୍ଥିତି ନିମନ୍ତେ ଏକ ମିନଟ ନୀରବ ପ୍ରାର୍ଥନା ହୋଇଥିଲା […]

ଖେଳ ଦେଶ ବିଦେଶ

ଆରସିବିର ନୂଆ କ୍ୟାପ୍ଚେନ୍ ହେଲେ ଫାପ୍ ଡୁପ୍ଲେସିସ୍ : ଏମିତି କହିଲେ ବିରାଟ

ନୂଆଦିଲ୍ଲୀ ୧୫/୦୩: ଆରସିବିର ନୂଆ ଅଧିନାୟକ ହେଲେ ଦକ୍ଷିଣ ଆଫ୍ରିକାର ଷ୍ଟାର୍ ବ୍ୟାଟସମ୍ୟାନ୍ ଫାପ୍ ଡୁପ୍ଲେସିସ୍ । ଏହାପୂର୍ବରୁ ଦଳର ନେତୃତ୍ୱ ନେଇଥିଲେ ରନ୍ ମେସିନ୍ ବିରାଟ କୋହଲି । କୋହଲି ନେତୃତ୍ୱ ଭାର ଛାଡିବା ପରେ ଫାପ୍‌ଙ୍କୁ ଏହି ଦାୟିତ୍ୱ ମିଳିଛି । ତେବେ ଫାପ୍‌ଙ୍କ ନିଯକ୍ତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିରାଟ କୋହଲି । କୋହଲି କହିଛନ୍ତି ଯେ,ସେମାନେ ଅତିଶୀଘ୍ର ନୂଆ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି । ଏଥିପାଇଁ ସେ ବେସ୍ ଉତ୍ସାହିତ […]

ଦେଶ ବିଦେଶ ମନୋରଞ୍ଜନ

WWE ସୁପରଷ୍ଟାର୍ ସ୍କଟ୍ ହଲ୍‌ଙ୍କ ପରଲୋକ, ୩ ଥର ହୋଇଥିଲା ହୃଦଘାତ

ନୂଆଦିଲ୍ଲୀ ୧୫/୦୩: ଡବ୍ଲୁଡବ୍ଲୁଇ ଫ୍ୟାନଙ୍କ ପାଇଁ ମଙ୍ଗଳବାର ପାଲଟିଛି କଳା ଦିବସ । କାରଣ ଡବ୍ଲୁଡବ୍ଲୁଇ ହଲ୍ ଅଫ୍ ଫେମର୍ ସ୍କଟ୍ ହଲ୍ ୬୩ ବର୍ଷରେ ପ୍ରାଣ ହରାଇଛନ୍ତି । ସେ କିଛିଦିନ ଧରି ଲାଇଫ୍ ସପୋର୍ଟ ସିଷ୍ଟମରେ ରହୁଥିଲେ । କାରଣ ତାଙ୍କୁ ତିନିଥର ହାର୍ଟଆଟାକ୍ ବା ହୃଦଘାତ ହୋଇଥିଲା । ଯାହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍କଟ୍ ହଲ୍ ଡବ୍ଲୁଡବ୍ଲୁଇର ଜଣେ ସୁପରଷ୍ଟାର୍ ଥିଲେ । ସେ ଦୁଇ ଥର ବିଶ୍ୱ […]

ଧର୍ମ ରାଜ୍ୟ

୨୩ରୁ ହରିରାଜପୁର ମେଳଣ,ଏଥର ୫ ଦିନ ଧରି ଚାଲିବ

ଜଟଣୀ ୧୫।୦୩: ପାଖେଇ ଆସୁଛି ପ୍ରସିଦ୍ଧ ହରିରାଜପୁର ମେଳଣ । ଓଡ଼ିଶା ପ୍ରସିଦ୍ଧ ହରିରାଜପୁର ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ପଂଚୁଦୋଳ ମେଳଣ ୨୩ ତାରିଖରୁ ଆରମ୍ଭ ହେବ । ଏଥର ୫ ଦିନ ଧରି ଏହା ଆୟୋଜିତ ହେବ ମେଳ । ପୂର୍ବରୁ ଏହା ୪ ଦିନ ଧରି ପାଳନ ହେଉଥିଲା । ଖବର ଅନୁଯାଯୀ, ୨୩ ତାରିଖ ବୁଧବାର ରାତିରେ ଜମାଣ ଯାତ୍ରା ହୋଇଥିବା ବେଳେ ୨୭ ତାରିଖ ରବିବାର ଠାକୁର ମେଳଣ ଉତ୍ସବ […]