ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଆଜିଠୁ ଉତ୍କଳରେ ସହ-ଶୈକ୍ଷିକ ପ୍ରତିଯୋଗିତା

ଭୁବନେଶ୍ୱର : ଶିକ୍ଷା ଗ୍ରହଣ ସହ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭା ଓ ଦକ୍ଷତାର ବିକାଶ ପାଇଁ ମଙ୍ଗଳବାରଠାରୁ ଉତ୍କଳ ବିଶ୍ୱବିଦ୍ୟାଳୟରେ ଅନ୍ତଃବିଶ୍ୱବିଦ୍ୟାଳୟ ସହ-ଶୈକ୍ଷିକ ପ୍ରତିଭା ପ୍ରତିଯୋଗିତା ତଥା ସାହିତ୍ୟ ଓ ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ ହେବ। ମାର୍ଚ୍ଚ ୧୭ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ୧୪ଟି ସରକାରୀ ବିଶ୍ବବିଦ୍ୟାଳୟ ଓ ଦୁଇଟି କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନର ୩୦୦ରୁ ଅଧିକ ଛାତ୍ରଛାତ୍ରୀ ଓ ଶିକ୍ଷକ ଅଂଶଗ୍ରହଣ କରିବେ। ଉଦ୍‍ଯାପନୀ ଉତ୍ସବ ତଥା ପୁରସ୍କାର ବିତରଣ ସମାରୋହରେ ରାଜ୍ୟପାଳ ତଥା […]

ଦେଶ ବିଦେଶ ପର୍ଯ୍ୟଟନ

୨୦୦ ପର୍ଯ୍ୟଟକଙ୍କୁ ଘେରି ଗଲେ ମହୁମାଛି, ଗୁରୁତର ହୋଇ ୨୫ ଜଣ ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ

ପୁଣେ: ରବିବାର ଅପରାହ୍ନରେ ପୁଣେର ଜୁନାର ତାଲୁକାରେ ଅବସ୍ଥିତ ଐତିହାସିକ ଶିବନେରୀ ଦୁର୍ଗ ପରିଦର୍ଶନ କରିବାକୁ ଆସିଥିବା ପ୍ରାୟ ୨୦୦ ପର୍ଯ୍ୟଟକଙ୍କୁ ମହୁମାଛି ଆକ୍ରମଣ କରିଛନ୍ତି। ସେହି ପର୍ଯ୍ୟଟଙ୍କମାନଙ୍କ ମଧ୍ୟରୁ ୨୫ ଜଣ ଗୁରୁତର ‌ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ଏ ନେଇ ରାଜ୍ୟ ଜଙ୍ଗଲ ବିଭାଗୀୟ ଅଧିକାରୀମାନେ ସୂଚନା ପ୍ରଦାନ କରିଛନ୍ତି। ଗୁରୁତର ୨୫ ଜଣଙ୍କୁ ସ୍ଥାନୀୟ ସରକାରୀ ହସ୍ପିଟାଲରେ ଭର୍ତ୍ତି କରଯାଇ ଚିକିତ୍ସା କରାଯିବା ପରେ ସୁସ୍ଥ ହେବାରୁ ସେମାନଙ୍କୁ ଡିସଚାର୍ଜ କରାଯାଇଛି। ଅଧିକାରୀଙ୍କ […]

ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତି : ଶିକ୍ଷା ସମ୍ପୂର୍ଣ୍ଣ କରିବାକୁ ସବୁ ସାହାଯ୍ୟ ଯୋଗାଇବେ ସରକାର

ନୂଆଦିଲ୍ଲୀ, ୧୪/୦୩ : ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଙ୍କ ପାଇଁ ଖୁସି ଖବର । ଶିକ୍ଷା ସମ୍ପୂର୍ଣ୍ଣ କରିବେ ୟୁକ୍ରେନ୍ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀ। ଏଥିପାଇଁ ଭାରତ ସରକାର ସବୁ ସହାୟତା ଯୋଗାଇଦେବେ। ଏନେଇ ଲୋକସଭାରେ ଉତ୍ତର ରଖିଛନ୍ତି ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସାଂସଦ ଗୌରବ ଗୋଗଇଙ୍କ ଏକ ପ୍ରଶ୍ନରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅପରେସନ ଗଙ୍ଗା ପ୍ରଶଂସାଯୋଗ୍ୟ। ୟୁକ୍ରେନ୍ ଫେରନ୍ତା ଛାତ୍ରଛାତ୍ରୀଙ୍କ ଶିକ୍ଷା ସମ୍ପୂର୍ଣ୍ଣ କରିବାକୁ ଭାରତ ସରକାର ସମସ୍ତ […]

ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ପିଲାଙ୍କ ଭବିଷ୍ୟତ ପାଇଁ ଦାନ କରିଦେଲେ ନିଜର ସମସ୍ତ ଜମି: ତିନି ମାସ ମଧ୍ୟରେ ନିର୍ମାଣ ହେବ ବିଦ୍ୟାଳୟ

ବିହାର ୧୪/୦୩ : ଜମି ଅଭାବରୁ ଦୂର ସ୍ଥାନକୁ ଯିବାରେ ପିଲାମାନେ ଭୋଗୁଥିଲେ ସମସ୍ୟା । ଏହା ଜାଣିବା ପରେ ଦଳିତ ସମ୍ପ୍ରଦାୟର ଜଣେ ପୁରୁଷ ଏବଂ ଜଣେ ମହିଳା ନିଜର ଅଢେଇ ଏକର ଜମି ବିଦ୍ୟାଳୟକୁ ଦାନ କରିଦେଲେ । ଯାହାଫଳରେ ବିଦ୍ୟାଳୟ ପାଇଁ ନିର୍ମାଣ ହୋଇପାରିବ ରାସ୍ତା । ଏବେ ସର୍ବସ୍ୱ ଦାନ କରିବା ପରେ ନିଜ ପାଖରେ ଅଛି ପିଏମ ଆବାସ ଘରେ । ତଥାପି ମନରେ ଟିକିଏ ହେଲେ ଦୁଃଖ ନାହିଁ […]

ଦେଶ ବିଦେଶ ମନୋରଞ୍ଜନ

ବିବାହ ପୂର୍ବରୁ ରାକେଶଙ୍କୁ ଏଭଳି ଡିମାଣ୍ଡ କଲେ ଶମିତା, ସମ୍ପର୍କରେ ସୃଷ୍ଟି ହେଲା ଫାଟ…

ନୂଆଦିଲ୍ଳୀ ୧୪।୦୩ : ରାକେଶ ବାପତ ଏବଂ ଶମିତା ସେଟ୍ଟୀ ଏହି ଦୁଇ ଲଭ୍‌ ବାର୍ଡ ବିଗ୍ ବସ୍ OTT ରେ ଭେଟିଥିଲେ । ଏଠାରୁ ହିଁ ଏହି ଦମ୍ପତିଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା, ଏପରି ପରିସ୍ଥିତିରେ, ସେମାନଙ୍କ ଯୋଡିକୁ ମଧ୍ୟ ପ୍ରଶଂସକଙ୍କୁ ମଧ୍ୟ ଦ୍ୱାରା ବହୁତ ପସନ୍ଦ ଆସିଥିଲା ​​। ବର୍ତ୍ତମାନ ଶମିତା ଏବଂ ରାକେଶଙ୍କ ବ୍ରେକଅପ୍ ଖବର ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରାଇ ଦେଇଛି। ଦୁହିଁଙ୍କ ମଧ୍ୟରେ କିଛି ଠିକ୍ ନାହିଁ, ନିକଟରେ ଏହି […]

ଖେଳ ଦେଶ ବିଦେଶ

ଭାରତୀୟ ମହିଳା ହକି ଟିମ୍‌ର ଦମଦାର ବିଜୟ, ୩-୦ରେ ମାତ୍ ଖାଇଲା ଜର୍ମାନୀ

ନୂଆଦିଲ୍ଲୀ, ୧୪|୦୩: ସୁଟ ଆଉଟରେ ଭାରତୀୟ ମହିଳା ହକି ଟିମର ରୋମାଞ୍ଚକର ବିଜୟ। ସୁଟ ଆଉଟ ୩-୦ରେ ଜର୍ମାନୀକୁ ପରାସ୍ତ କଲା ଭାରତ । କଳିଙ୍ଗ ହକି ଷ୍ଟାଡିୟମରେ ଖେଳାଯାଇଥିବା ଏଫଆଇଏଚ ପ୍ରୋ ଲିଗର ମ୍ୟାଚରେ ନିର୍ଦ୍ଧାରିତ ସମୟ ସୁଦ୍ଧା ୧-୧ ରେ ଡ୍ର ରହିଥିଲା। ପରେ ମ୍ୟାଚ ସୁଟ ଆଉଟକୁ ଯାଇଥିଲା। ହେଲେ ସୁଟଆଉଟରେ ଭାରତୀୟ ମହିଳା ଖେଳାଳି ଆକର୍ଷଣୀୟ ପ୍ରଦର୍ଶନ କରି ୩-୦ରେ ବିଜୟ ହାସଲ କରିଛି। ସୁଟ ଆଉଟରେ ଉଭୟ ଟିମକୁ ୫ଟି […]

କଳା ଓ ସଂସ୍କୃତି

ଶ୍ରୀମନ୍ଦିରରେ ଫଗୁ ଦଶମୀ, ଚାଚେରୀ ବେଶରେ ମହାପ୍ରଭୁ

ପୁରୀ : ଶ୍ରୀମନ୍ଦିରରେ ଫଗୁ ଦଶମୀ ସହ ମହାପ୍ରଭୁଙ୍କ ଚାଚେରୀ ବେଶ ଅନୁଷ୍ଠିତ ହୋଇଯାଇଛି। ଶ୍ରୀଜିଉମାନେ ଝିମିରି ଫଗୁ, ଚନ୍ଦନ ଲାଗି ହୋଇ ବନ୍ଦାପନା ହୋଇଛନ୍ତି। ଫାଲ୍‌ଗୁନ ଶୁକ୍ଳ ଦଶମୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁ୍ଙ୍କର ଦୋଳ ଉତ୍ସବ ପାଳିତ ହେଉଥିବା ବ‌େଳେ ରବିବାରଠୁ ଏହି ଉତ୍ସବର ଅବସର ସୃଷ୍ଟି ହୋଇଛି। ଶ୍ରୀବିଗ୍ରହମାନଙ୍କୁ ବୋଇରାଣି, ମାଧାବଳୀ ବସ୍ତ୍ର ପରିଧାନ ସହ ଚାଚରୀ ବେଶ କରାଯାଇଛି। ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ସ୍ବର୍ଣ୍ଣ କୁଣ୍ଡଳରେ ଏବଂ ଦେବୀ ସୁଭଦ୍ରାଙ୍କୁ ସୁବର୍ଣ୍ଣ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା କରୋନା ପଜିଟିଭ, ଟ୍ୱିଟ୍ କରି ଦେଲେ ସୂଚନା

ଓ୍ୱାସିଂଟନ ୧୪ /୦୩ : ଦୁଇ ଦୁଇ ଥର ଆମେରିକାର ରାଷ୍ଟ୍ରପତି ହୋଇଥିବା ବାରାକ ଓବାମାଙ୍କୁ କରୋନା । ଟ୍ୱିଟ୍ କରି ନିଜେ ଏହି ସୂଚନା ଦେଇଛନ୍ତି । ସେ ଟ୍ୱିଟରେ ଲେଖିଛନ୍ତି ଯେ ମୁଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । କିଛି ଦିନ ହେବ ମୋ ଗଳାରେ ଯନ୍ତ୍ରଣା ହୋଇଥିଲା । କିନ୍ତୁ ଏବେ ଟିକେ ଭଲ ଅନୁଭବ କରୁଛି । ଆହୁରି ମଧ୍ୟ ଟ୍ୱିଟରେ ଲେଖାଯାଇଛି ଯେ ମିସେଲ ଏବଂ ମୁଁ ଟିକା […]

ଦେଶ ବିଦେଶ ମନୋରଞ୍ଜନ

ଭବିଷ୍ୟତରେ କଙ୍ଗନା ଜଣେ ହିରୋଇନ୍‌ ହେବେ ବୋଲି ହୋଇଥିଲା ଭବିଷ୍ୟବାଣୀ!

ମୁମ୍ବାଇ: ଆପଣ ଜ୍ୟୋତିଷଶାସ୍ତ୍ର ବା ଭବିଷ୍ୟବାଣୀ ଉପରେ ବିଶ୍ବାସ ରଖନ୍ତି କି? ବଲିଉଡ୍‌ କୁଇନ୍‌ କଙ୍ଗନା ରାଣାୱତଙ୍କ ବିଷୟରେ ଏକ ଘଟଣା ଶୁଣିବା ପରେ ଆପଣଙ୍କର ଏସବୁ ଉପରେ ବିଶ୍ବାସ ଆସିଯାଇପାରେ। ପିଲାଦିନେ କଙ୍ଗନାଙ୍କୁ ଜଣେ ଜ୍ୟୋର୍ତିବିତ୍‌ ଯାହା କହିଥିଲେ ବଡ଼ ହେଲା ପରେ ତାହା ସତ ହୋଇଛି। କଙ୍ଗନା ବଡ଼ ହେବା ପରେ ଜଣେ ହିରୋଇନ୍‌ ହେବେ ବୋଲି କେହି ଜ‌ଣେ ତାଙ୍କ ହାତ ଦେଖି ପିଲାଦିନେ କହିଥିଲେ ଓ ତାହାକୁ ସେ ସମୟରେ ଅବିଶ୍ବାସ […]

ଦେଶ ବିଦେଶ ମନୋରଞ୍ଜନ

ମାଆଙ୍କ ସାଙ୍ଗ ସହ ଥିଲା ସମ୍ପର୍କ, Lock Uppଶୋ’ରେ ଖୁଲାସା କଲେ ଶିବମ୍‌ ଶର୍ମା…

ଏକତା କପୁରଙ୍କ ରିଆଲିଟି ଶୋ’ ଲକ୍ ଅପ୍ ଆରମ୍ଭ ହୋଇଯାଇଛି । ଏହି ରିଆଲିଟି ଶୋ’ରେ ଏଭଳି କିଛି ବ୍ୟକ୍ତିଙ୍କୁ ନିଆଯାଇଛି, ଯାହାଙ୍କ ନାମ କିଛି ବିବାଦ ସହ ଜଡିତ ରହିଛି। ଶୋ’ରେ ବର୍ତ୍ତମାନ ନୂଆ ବିବାଦ ଏବଂ ଖୁଲାସା ଶୁଣିବାକୁ ମିଳୁଛି । ଯାହା ପ୍ରତିଯୋଗୀ ସମେତ ହୋଷ୍ଟଙ୍କୁ ବି ଆଶ୍ଚର୍ଯ୍ୟ କରୁଛି । ଶନିବାର ତହସିନ ଏମିତି ଏକ ଖୁଲାସା କରିଥିଲେ ଯାହାକୁ ଶୁଣି ସମସ୍ତେ ତାଜୁବ୍‌ ହୋଇଯାଇଥିଲେ । ଗତକାଲି ଅର୍ଥାତ୍‌ ରବିବାର […]