ଦେଶ ବିଦେଶ ମନୋରଞ୍ଜନ

WWE ସୁପରଷ୍ଟାର୍ ସ୍କଟ୍ ହଲ୍‌ଙ୍କ ପରଲୋକ, ୩ ଥର ହୋଇଥିଲା ହୃଦଘାତ

ନୂଆଦିଲ୍ଲୀ ୧୫/୦୩: ଡବ୍ଲୁଡବ୍ଲୁଇ ଫ୍ୟାନଙ୍କ ପାଇଁ ମଙ୍ଗଳବାର ପାଲଟିଛି କଳା ଦିବସ । କାରଣ ଡବ୍ଲୁଡବ୍ଲୁଇ ହଲ୍ ଅଫ୍ ଫେମର୍ ସ୍କଟ୍ ହଲ୍ ୬୩ ବର୍ଷରେ ପ୍ରାଣ ହରାଇଛନ୍ତି । ସେ କିଛିଦିନ ଧରି ଲାଇଫ୍ ସପୋର୍ଟ ସିଷ୍ଟମରେ ରହୁଥିଲେ । କାରଣ ତାଙ୍କୁ ତିନିଥର ହାର୍ଟଆଟାକ୍ ବା ହୃଦଘାତ ହୋଇଥିଲା । ଯାହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ସ୍କଟ୍ ହଲ୍ ଡବ୍ଲୁଡବ୍ଲୁଇର ଜଣେ ସୁପରଷ୍ଟାର୍ ଥିଲେ । ସେ ଦୁଇ ଥର ବିଶ୍ୱ ଚାମ୍ପିଅନ ହୋଇଥିଲେ । କିଛିଦିନ ପୂର୍ବରୁ ତାଙ୍କ ଅଣ୍ଟାରେ ଆଘାତ ଲାଗିଥିଲା । ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଧିରେଧିରେ ବିଗିଡିବାରେ ଲାଗିଥିଲା ।

ସ୍କଟ୍ ୧୯୫୮ ଅକ୍ଟୋବର ୨୦ରେ ଆମେରିକାରେ ଜନ୍ମ ହୋଇଥିଲେ । ସେ ୧୯୮୪ରେ ନିଜ ରେସଲିଂ କ୍ୟାରିଅର ଆରମ୍ଭ କରିଥିଲେ । ୧୯୯୧ରେ ସେ ବିଶ୍ୱ ଚାମ୍ପିଅନ ରେସଲିଂରେ ସାମିଲ ହୋଇଥିଲେ । ୧୯୯୨ରେ ସ୍କଟ୍ ଡବ୍ଲୁଡବ୍ଲୁଇରେ ଯୋଗଦେଇଥିଲେ । ଏହାପରେ ସେ ରାଜୋର୍ ରାମୋନ୍ ନାଁରେ ପରିଚିତ ହୋଇଥିଲେ ।

୧୯୯୫ ସମରସ୍ଲାମ୍ ଓ ରେସଲେମାନିଆରେ କ୍ୟାଭିନ୍ ନୈଶ, ବ୍ରେନ୍ ହାର୍ଟ ଓ ସନ ମାଇକେଲ୍ସ ସମେତ ଅନେକ ବଡ ବଡ ଷ୍ଟାରଙ୍କୁ ସ୍କଟ୍ ହରାଇଥିଲେ । ନିଜ ଅବସର ଯାଏଁ ସେ ଡବ୍ଲୁଡବ୍ଲୁଇରେ ଭାଗ ନେଉଥିଲେ । ତେବେ ତାଙ୍କ ଦେହାନ୍ତରେ ଅନେକ ସୁପରଷ୍ଟାର୍ ଶୋକପ୍ରକାଶ କରିଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ