ଖେଳ ଦେଶ ବିଦେଶ

ଆଇପିଏଲ ପାଇଁ ସନ୍ଧ୍ୟାରେ ଦୁଲୁକିବ ଓ୍ୱାଙ୍ଖଡେ ଷ୍ଟାଡିୟମ : ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ଓ କୋଲକାତା

ମୁମ୍ବାଇ,୨୬/୦୩: ଆଉ କିଛି ଘଣ୍ଟାର ଅପେକ୍ଷା । ପ୍ରଶଂସକ ଉଲ୍ଲସିତ, ସଭିଁଙ୍କ ମନରେ ନୂଆ ଉନ୍ମାଦନା । ଆଇପିଏଲ୍‌ ପ୍ରେମୀଙ୍କ ମହଲରେ ଭରପୁର ଉତ୍କଣ୍ଠା । ଘରୋଇ ମାଟିକୁ ଫେରିଛି ଆଇପିଏଲ୍‌ । କଳେବର ବଢ଼ିଛି, ହେଲେ ଭେନ୍ୟୁ ସୀମିତ ରହିଛି । ଯାହା ବି ହେଉ ମହାମାରୀର କଟକଣା ମଧ୍ୟରେ ଶନିବାର ଠାରୁ ଲିଗର ପଞ୍ଚଦଶ ସଂସ୍କରଣର ମହାସମର ଆରମ୍ଭ ହେବାକୁ ଯାଉଛି । ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ କୋଲକାତା ନାଇଟ୍‌ […]

କଳା ଓ ସଂସ୍କୃତି ରାଜ୍ୟ

ଶ୍ରୀମନ୍ଦିର ଐତିହ୍ୟ କରିଡର ବିବାଦ: ଭାଇରାଲ୍‌ ହେଉଛି ଶ୍ରୀମନ୍ଦିର ନିର୍ମାଣ ଶୈଳୀ ନକ୍ସା

ପୁରୀ : ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ ନେଇ ବିବାଦ ଘନେଇଥିବା ବେଳେ ଶ୍ରୀମନ୍ଦିର ନିର୍ମାଣ ଶୈଳୀ ଓ ଏହାର ଚାପ ବଳୟକୁ ନେଇ ଏକ ନକ୍ସା ତଥା ଚିତ୍ର ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ସମ୍ବଲପୁରରେ କେହି ବ୍ୟକ୍ତି ଏହି ଚିତ୍ରଙ୍କୁ ସୋସିଆଲ୍‌ ମିଡିଆରେ ଛାଡ଼ିବା ପରେ ଆଜି ପୁରୀ ଜିଲ୍ଲାର ଅନେକ ସୋସିଆଲ୍‌ ସାଇଟ୍‌ରେ ଏହାକୁ ନେଇ ତର୍କବିତର୍କ ଆରମ୍ଭ ହୋଇଯାଇଛି। ଶ୍ରୀମନ୍ଦିର କେଉଁଭଳି ଚାପବଳୟ ଉପରେ ଠିଆ ହୋଇଛି ଓ ଏହି […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ମାନବାଧିକାର କମିସନଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ‘ସରକାରୀ ଅଫିସ୍‌ରେ ୬ ମାସ ମଧ୍ୟରେ କ୍ରେଚ୍‌ ତିଆରି କର’

ଭୁବନେଶ୍ୱର : ସରକାରୀ ସଂସ୍ଥାରେ ୫୦ ବା ତଦୂର୍ଧ୍ଵ ମହିଳା କର୍ମଚାରୀ କାର୍ଯ୍ୟରତ ଥିଲେ, ସେଠାରେ ଶିଶୁମାନଙ୍କ ପାଇଁ କ୍ରେଚ୍‌ ବ୍ୟବସ୍ଥା କରିବା ପାଇଁ ଆଇନରେ ବ୍ୟବସ୍ଥା ରହିଛି। ହେଲେ ଅଧିକାଂଶ ସରକାରୀ ଅଫିସ୍‌ରେ ଏହି ସୁବିଧା ନାହିଁ। ଏହାକୁ ଗୁରୁତ୍ବର ସହ ନେଇଛନ୍ତି ରାଜ୍ୟ ମାନବାଧିକାର କମିସନ୍‌ (ଓଏଚ୍‌ଆର୍‌ସି)। ଆଜି କମିସନ୍‌ର ଅଧ୍ୟକ୍ଷ ଜଷ୍ଟିସ୍‌ ବିଜୟକୃଷ୍ଣ ପଟେଲ, ସଦସ୍ୟ ଜଷ୍ଟିସ୍‌ ରଘୁବୀର ଦାଶ ଓ ସଦସ୍ୟ ଅସୀମ ଅମିତାଭ ଦାଶଙ୍କୁ ନେଇ ଗଠିତ ପୂର୍ଣ୍ଣାଙ୍ଗ ଖଣ୍ଡପୀଠ […]

ରାଜ୍ୟ ସ୍ୱାସ୍ଥ୍ୟ

କରୋନା ପାଇଁ ଲାଗୁ ହୋଇଛି କଟକଣା: କେନ୍ଦ୍ର ହଟାଇଲା, ରାଜ୍ୟ କେବେ?

ଭୁବନେଶ୍ବର : କୋଭିଡ-୧୯ ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଯେଉଁସବୁ କଟକଣା ଜାରି କରିଥିଲେ ତାହା ଚଳିତମାସ ୩୧ତାରିଖ ପରେ ଆଉ ରହିବ ନାହିଁ। ରାଜ୍ୟ ସରକାର ସମାନ ଢଙ୍ଗରେ କରୋନାକୁ ଏକ ବିପର୍ଯ୍ୟୟ ବୋଲି ଘୋଷଣା କରିବା ସହିତ ମହାମାରୀ ଆଇନ ଲାଗୁ କରିଛନ୍ତି। ପରବର୍ତୀ ସମୟରେ କୋଭିଡ ନିୟନ୍ତ୍ରଣ ପାଇଁ ମହାମାରୀ ରୋଗ(ସଂଶୋଧିତ) ଆଇନ-୨୦୨୦ ଲାଗୁ ହୋଇଛି। ଏଥିରେ ଅବଜ୍ଞା କଲେ ସର୍ବାଧିକ ୧୦ହଜାର ଟଙ୍କା ଜରିମାନା ଓ ୨ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡାଦେଶ […]

ଦେଶ ବିଦେଶ ରାଜନୀତି ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

କରୋନା ଅନାଥଙ୍କୁ ସରକାରୀ ସହାୟତାରେ ବିଳମ୍ବ: ରାଜ୍ୟସଭାରେ ଉଠାଇଲେ ବିଜେଡି ସାଂସଦ ଅମର ପଟ୍ଟନାୟକ

ନୂଆଦିଲ୍ଲୀ : କରୋନା ମହାମାରୀରେ ଅନାଥ ହୋଇଥିବା ଶିଶୁମାନଙ୍କୁ ସରକାରୀ ସହାୟତା ପ୍ରଦାନରେ ବିଳମ୍ବ ହେଉଛି। ଏହି ଅଭିଯୋଗ ଆଣି ରାଜ୍ୟସଭା ଶୂନ୍ୟକାଳରେ ଚିନ୍ତାପ୍ରକଟ କରିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ। ଆଲୋଚନା ଅବସରରେ ଶ୍ରୀ ପଟ୍ଟନାୟକ ଅନାଥ ଶିଶୁମାନଙ୍କୁ ସହାୟତା ପ୍ରଦାନ ପାଇଁ କେନ୍ଦ୍ର ସରକାରଙ୍କୁ କେତେକ ପରାମର୍ଶ ଦେଇଥିଲେ। ପିଏମ୍‌ କେୟାର ଯୋଜନା ପାଇଁ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା, ପଞ୍ଜୀକରଣ ସମୟ ସୀମା ବୃଦ୍ଧି, ଚିହ୍ନଟ ପ୍ରକ୍ରିୟାକୁ ଫାଷ୍ଟଟ୍ରାକ କରିବା ଓ ମୃତ୍ୟୁ ପ୍ରମାଣପତ୍ର […]

ଦେଶ ବିଦେଶ ସ୍ୱାସ୍ଥ୍ୟ

କାମ ଦେଉନି ଚୀନର କୋଭିଡ ଟୀକା ! ଜାଣନ୍ତୁ କାହିଁକି କୋଭିଡ ମୁକାବିଲାରେ ଅସଫଳ ଚୀନ ?

ନୂଆଦିଲ୍ଲୀ ୨୬/୦୩ : କରୋନା ଭୁତାଣୁ ସଂକ୍ରମଣ ବର୍ତ୍ତମାନ ଅଧିକାଂଶ ଦେଶରେ ନିୟନ୍ତ୍ରଣାଧୀନ ରହିଛି। ଚୀନରେ କିନ୍ତୁ ଏହି ସଂକ୍ରମଣ କମିବା ବଦଳରେ ବଢ଼ିବାରେ ଲାଗିଛି । ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସେଠାରେ ପ୍ରଶାସନକୁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । ପ୍ରତ୍ୟକ ଦିନ ଚୀନରେ ସଂକ୍ରମଣ ମାମଲା ବଢ଼ୁଥିବା ଦେଖାଯାଇଛି । ଚୀନରେ ବର୍ତ୍ତମାନ ସମୟରେ ଉପୁଜିୁଥିବା ସଙ୍କଟ ପାଇଁ ଦୁଇଟି କାରଣ ଦାୟି । ପ୍ରଥମ ହେଉଛି ବେଜିଙ୍ଗର ଜିରୋ କୋଭିଡ […]

ଧର୍ମ ରାଜ୍ୟ

ପୁରୁଷୋତ୍ତମପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡ ଯାତ୍ରା

ପୁରୁଷୋତ୍ତମପୁର ୨୬/୦୩ : ଆଜିଠୁ ପୁରୁଷୋତ୍ତମପୁରରେ ଦଣ୍ଡ ଯାତ୍ର ଆରମ୍ଭ ହୋଇଛି। ଭକ୍ତମାନଙ୍କ ମାନସିକ ପୁରଣ ଓ ଦଣ୍ଡୁଆ ମାନଙ୍କର ମାନସିକ ପୁରଣ ପାଇଁ ଏହା କାହିଁ କେଉଁ କାଳରୁ ହୋଇଆସୁଛି। ଏହି ଯାତ୍ରାରେ ପୁରୁଷୋତ୍ତମପୁରରେ ଧୋବା ପୁଞ୍ଜଦା, ଗଉଡ଼ ପୁଞ୍ଜା, ଓ ତେଲି ପୁଞ୍ଜା ନାମକ ତିନୋଟି ଦଳ ଏଥିରେ ଭାଗ ନିଅନ୍ତି । ସେମାନେ ଦଣ୍ଡଯାତ୍ରାର ଗୋଟିଏ ଦିନ ପୂର୍ବରୁ ଘର ଛାଡ଼ି କାଳି ମନ୍ଦିରରେ ନିଷ୍ଠାର ସହିତ ଏହିଯାତ୍ରାକୁ ୨୧ ଦିନ ପାଳନ […]

କଳା ଓ ସଂସ୍କୃତି ରାଜ୍ୟ

ଜୟ-ବିଜୟ ଦ୍ୱାର, ବେହେରଣ ଦ୍ୱାରରେ ବି ଫାଟ: ଶ୍ରୀମନ୍ଦିର ସୁରକ୍ଷା କାହା ଦାୟିତ୍ୱ?

ପୁରୀ : ବିଶ୍ବର ଅଗଣିତ ଭକ୍ତଙ୍କ ଅସ୍ମିତା ସହ ଜଡ଼ିତ ଶ୍ରୀମନ୍ଦିରକୁ କେତେ ଯେ ଅବହେଳା କରାଯାଉଛି, ତାହା ଏବେ ଜଳଜଳ ଦିଶିଲାଣି। କିଛିଦିନ ତଳେ ଶ୍ରୀମନ୍ଦିର ନାଟମଣ୍ଡପରେ ଫାଟ ଦେଖିବାକୁ ମିଳିଥିଲା। ଏବେ ଜୟ-ବିଜୟ ଦ୍ବାର, ବେହେରଣ ଦ୍ବାର, ଘଣ୍ଟିଦ୍ବାରରେ ବି ଫାଟ ଦେଖାଦେଇଛି। ଗୋଟିଏ ନୁ‌ହେଁ, ଏକାଧିକ ସ୍ଥାନରେ ଏଭଳି ଫାଟ ରହିଛି। ପୂର୍ବରୁ ନାଟମଣ୍ଡପ ଛାତରେ ଫାଟ ରହିଥିବା‌ ଦେଖିବାକୁ ମିଳିଥିଲା। ଏହି ଫାଟ ଜୟ-ବିଜୟ ଦ୍ବାର ଦେଇ ଭିତରକାଠକୁ ପ୍ରବେଶ ପୂର୍ବରୁ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଯୁକ୍ତ୨ ପରୀକ୍ଷାକୁ ନେଇ ରହୁନି ତାଳମେଳ: ମେ’ ୨୪ ନୁହେଁ, ୨୮ରେ ସରିବ

ଭୁବନେଶ୍ୱର : ମେ’ ୨୪ ନୁହେଁ। ବରଂ ମେ’ ୨୮ରେ ଶେଷ ହେବ ଯୁକ୍ତ୨ ପରୀକ୍ଷା। ଗତ ୧୭ ତାରିଖରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଏପ୍ରିଲ ୨୮ରୁ ଆରମ୍ଭ ହେବାକୁ ଥିବା ଯୁକ୍ତ୨ ଥିଓରି ପରୀକ୍ଷା ମେ’ ୨୮ରେ ଶେଷ ହେବ। ତେବେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ ଆଜି ପ୍ରକାଶିତ ଚୂଡ଼ାନ୍ତ କାର୍ଯ୍ୟସୂଚୀରେ ଅଲଗା ‌କଥା ଉଲ୍ଲେଖ ହୋଇଛି। ରାଜ୍ୟ ସରକାରଙ୍କ ଗୋଟିଏ ବିଭାଗ ସହ […]

ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୫୫ କରୋନା ପଜିଟିଭ୍

ଭୁବନେଶ୍ୱର ୨୫/୦୩: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୩୭୮ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୨ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୨୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ […]