ଦେଶ ବିଦେଶ ରାଶିଫଳ

ମାର୍ଚ୍ଚ ୨୫ ତାରିଖ, ଶୁକ୍ରବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – କେତେକ ଅସଂପୂର୍ଣ୍ଣ କାମକୁ ଶେଷ କରିବେ । ଗୃହରେ ମଙ୍ଗଳ ଉତ୍ସବ ତଥା ବନ୍ଧୁ ଚର୍ଚ୍ଚା, ପବିତ୍ର ସ୍ଥାନ ଭ୍ରମଣ, ବିଳାସ ଦ୍ରବ୍ୟପ୍ରାପ୍ତି ଉଚ୍ଚ ମନୋଭାବ ଓ ଆଥିôକ ଭାରସାମ୍ୟ ସୁରକ୍ଷିତ ରହିବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୨ । ଗୃହିଣୀ- ପରକୁ ଆପଣାର କରିବେ । ବ୍ୟବସାୟୀ- ସ୍ୱାଭିମାନୀ ହେବେ । କର୍ମଜୀବି- ସ୍ୱକାର୍ଯ୍ୟ କରିବେ । ଛାତ୍ରଛାତ୍ରୀ- ମୂଳଦୁଆ ପକାଇବେ । ରୋଗୀ- ଅସାଧ୍ୟ ରୋଗ […]

ଖେଳ ଦେଶ ବିଦେଶ

ସିଏସକେର ନୂଆ ଅଧିନାୟକ ଜାଡେଜାଙ୍କୁ ଶୁଭେଚ୍ଛା ଜଣାଇଲେ ରାଇନା, କହିଲେ…

ନୂଆଦିଲ୍ଲୀ ୨୫/୦୩ : ମହେନ୍ଦ୍ର ସିଂ ଧୋନୀ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ପଦ ଛାଡିଛନ୍ତି । ଆଇପିଏଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର ଦିନକ ପୂର୍ବରୁ ସେ ନେତୃତ୍ୱ ଛାଡି ସମସ୍ତଙ୍କୁ ଝଟକା ଦେଇଛନ୍ତି । ତାଙ୍କ ସ୍ଥାନରେ ରବୀନ୍ଦ୍ର ଜାଡେଜା ଦଳର ନେତୃତ୍ୱ ନେବେ । ତେବେ ଦଳର ପୂର୍ବତନ ଖେଳାଳି ସୁରେଶ ରାଇନା ଜା଼ଡେଜାଙ୍କୁ ଶୁଭେଚ୍ଛା ଜଣାଇବା ସହ ଟ୍ୱିଟରରେ ଏକ ଖାସ୍ ମେସେଜ୍ ଲେଖିଛନ୍ତି । ଫେବ୍ରୁଆରୀରେ ହୋଇଥିବା ଆଇପିଏଲ ନିଲାମୀରେ ବିକ୍ରି […]

ଖେଳ ଦେଶ ବିଦେଶ

ସ୍ୱିସ୍ ଓପନ : କ୍ୱାଟର ଫାଇନାଲରେ ସିନ୍ଧୁ-ଶ୍ରୀକାନ୍ତ-କଶ୍ୟପ

ବାସେଲ୍‌, ୨୫/୦୩: ଚଳିତ ସ୍ୱିସ୍‌ ଓପନ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତର ଷ୍ଟାର୍‌ ଖେଳାଳି ପିଭି ସିନ୍ଧୁଙ୍କ ସମେତ କେ ଶ୍ରୀକାନ୍ତ ଓ ପାରୁପଲ୍ଲୀ କଶ୍ୟପ୍‌ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ଅନ୍ୟ ପଟରେ ସାଇନା ନେହୱାଲ୍‌ ଓ ପୁରୁଷ ଡବଲ୍ସ ଯୋଡ଼ି ସାତ୍ତ୍ୱିକସାଇରାଜ ରଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଦ୍ୱିତୀୟ ରାଉଣ୍ଡରେ ହାରି ବିଦାୟ ନେଇଛନ୍ତି । ମହିଳା ବର୍ଗ ଦ୍ୱିତୀୟ ରାଉଣ୍ଡରେ ସିନ୍ଧୁ ୨୧-୧୯, ୨୧-୧୪ରେ ନିସଲିହାନ୍‌ ୟିଗିତ୍‌ଙ୍କୁ ପରାସ୍ତ କରିଥିଲେ । ଅନ୍ୟଏକ […]

ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି

ଚିତ୍ତୁର ଦଶମ ଶ୍ରେଣୀ ଟପ୍ପର ଆତ୍ମହତ୍ୟା ମାମଲା, ନିଲମ୍ୱିତ ହେଲେ ପ୍ରିନ୍ସିପାଲ୍

ଚିତ୍ତୁର ୨୫/୦୩ : ଆନ୍ଧ୍ରପ୍ରଦେଶ ଚିତ୍ତୁର ଛୋଟ ସହର ପାଲାମାନରରେ ଦଶମ ଶ୍ରେଣୀ ଟପ୍ପର ଆତ୍ମହତ୍ୟା କରିବା ଘଟଣା ଏବେ ବିବାଦୀୟ ମୋଡ ନେବାରେ ଲାଗିଛି । ସୋଡା ବିକ୍ରେତାଙ୍କ ଝିଅ ମିସବା ଫାତିମା ଗଙ୍ଗାଭାରାମର ବ୍ରହ୍ମର୍ଶୀ ଉଚ୍ଚ ବିଦ୍ୟାଳୟରେ ପାଠ ପଢୁଥିଲେ । ଏହି ଘଟଣା ପରେ ଝିଅ ପରିବାର ଅଭିଯୋଗ କରିଛନ୍ତି ଯେ ସ୍କୁଲ ପ୍ରିନ୍ସପାଲଙ୍କ ଦୁର୍ବ୍ୟବହାର ଯୋଗଁ ତାଙ୍କ ଝିଅ ଏପରି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛି । ଶିକ୍ଷାବର୍ଷ ଶେଷ ହେବାର […]

ଦେଶ ବିଦେଶ ମନୋରଞ୍ଜନ

ଶ୍ରଦ୍ଧା କପୁର-ରୋହନ ଶ୍ରେଷ୍ଟାଙ୍କ ସମ୍ପର୍କରେ ଫାଟ ! ୪ ବର୍ଷ ଡେଟ୍‌ କରିବା ପରେ ହେଲେ ଅଲଗା

ନୂଆଦିଲ୍ଲୀ ୨୫।୦୩ : ବଲିଉଡର ଚୁଲ୍‌ବୁଲି ଅଭିନେତ୍ରୀ ଶ୍ରଦ୍ଧା କପୁର ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ହେଲେ ତାଙ୍କ ସେ ସର୍ବଦା ପ୍ରେମ ଜୀବନ ବିଷୟରେ କଥାବାର୍ତ୍ତା ଠାରୁ ଦୂରେଇ ରୁହନ୍ତି । ବଲିଉଡ ଜଣାଶୁଣା ଫଟୋଗ୍ରାଫର ରୋହନ ଶ୍ରେଷ୍ଟାଙ୍କୁ ଡେଟ କରୁଥିବା ଜଣାପଡିଥିଲା। କଲେଜ ସମୟରୁ ଉଭୟ ପରସ୍ପରକୁ ଜାଣିଛନ୍ତି । ଦୀର୍ଘ ସମୟ ଧରି ସେମାନଙ୍କ ବିବାହର ଖବର ମଧ୍ୟ ସାମ୍ନାକୁ ଆସୁଛି । କିନ୍ତୁ ବର୍ତ୍ତମାନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶ୍ରଦ୍ଧା କପୁର […]

ଦେଶ ବିଦେଶ ଧର୍ମ ସ୍ପେଶାଲ ରିପୋର୍ଟ

ଦୁଇ ଦିନ ପରେ ଏହି ରାଶିରେ ପ୍ରବେଶ କରିବେ ଗୁରୁ, ୫ ରାଶି ବ୍ୟକ୍ତିଙ୍କୁ ପ୍ରତି କ୍ଷେତ୍ରରେ ମିଳିବ ସଫଳତା

ନୂଆଦିଲ୍ଲୀ ୨୫/୦୩ : ବୈଦିକ ଜ୍ୟୋତିଷ ଅନୁଯାୟୀ ଦେବଗୁରୁ ବୃହସ୍ପତି ସମସ୍ତ ନଅଟି ଗ୍ରହ ମଧ୍ୟରେ ସବୁଠାରୁ ଶୁଭ ଗ୍ରହ ବୋଲି ବିବେଚନା କରାଯାଏ । କୁହାଯାଏ ଯେ ଯେଉଁ ଦେଶବାସୀ ସେମାନଙ୍କର ରାଶିଫଳରେ ବୃହସ୍ପତିଙ୍କର ଶୁଭ ସ୍ଥିତିରେ ଅଛନ୍ତି, ସେମାନଙ୍କ ଦାମ୍ପତ୍ୟ ଜୀବନ ସୁଖଦ ଅଟେ । ସେମାନେ ଜୀବନରେ ସୁଖ ଏବଂ ସମୃଦ୍ଧତା ପାଆନ୍ତି । ବୃହସ୍ପତିର ସେଟିଂ ଏବଂ ରାଶି ପରିବର୍ତ୍ତନର ପ୍ରଭାବ ସମସ୍ତ ୧୨ଟି ରାଶିର ଚିହ୍ନ ଉପରେ ପ୍ରଭାବ ପକାଇଥାଏ […]

ଖେଳ ଦେଶ ବିଦେଶ

ପଡିଆରେ ଓ୍ୱାର୍ଣ୍ଣର-ଅମ୍ପାୟାର ମୁହାଁମୁହିଁ : କ୍ରିକେଟ୍ ଲ’ ବୁକ୍ ମାଗିଲେ ଅଷ୍ଟ୍ରେଲିଆ ବ୍ୟାଟର୍

ନୂଆଦିଲ୍ଲୀ ୨୫/୦୩ : ଅଷ୍ଟ୍ରେଲିଆ ଟିମ୍ ଏବେ ପାକିସ୍ତାନ ଗସ୍ତରେ ଅଛି । ଉଭୟ ଟିମ୍ ମଧ୍ୟରେ ସିରିଜର ତୃତୀୟ ଓ ଶେଷ ଟେଷ୍ଟ୍ ଖେଳାଯାଉଛି । ତେବେ ମ୍ୟାଚର ଚତୁର୍ଥ ଦିନରେ ଏକ କ୍ରିଜରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ଯେଉଁଥିରେ ଅଷ୍ଟ୍ରେଲିଆ ଓପନର ଡେଭିଡ୍ ଓ୍ୱାର୍ଣ୍ଣର ହଠାତ ଫିଲ୍ଡ ଅମ୍ପାୟରଙ୍କ ସହ ମୁହାଁମୁହିଁ ହୋଇଥିଲେ । ଏପରିକି ସେ ଅମ୍ପାୟାରଙ୍କୁ କ୍ରିକେଟ ନିୟମର ବହି ଦେଖାଇବାକୁ କହିଥିଲେ । ସୂଚନାନୁସାରେ, ଦ୍ୱିତୀୟ […]

ଦେଶ ବିଦେଶ ମନୋରଞ୍ଜନ

ସମ୍ପର୍କ ଯୋଡିବାର ଆଶା ମଉଳିଲା, ବିବାହ ବିଚ୍ଛେଦ ପରେ ସୋସିଆଲ ମିଡିଆରୁ ସ୍ବାମୀଙ୍କ ନାମ ହଟାଇଲେ ଐଶ୍ବର୍ଯ୍ୟା

ନୂଆଦିଲ୍ଳୀ ୨୫।୦୩ : ବଲିଉଡ ଏବଂ ସାଉଥ ସିନେମାର ସୁପରଷ୍ଟାର ତଥା ଅଭିନେତା ରଜନୀକାନ୍ତଙ୍କ ଝିଅ ଐଶ୍ବର୍ଯ୍ୟା ଏବଂ ଧନୁଷଙ୍କ ସମ୍ପର୍କ ବିଷୟରେ ଖୁବ୍‌ ଆଲୋଚନା ଚାଲିଥିଲା। ସାମନ୍ତ ଏବଂ ନାଗା ଚୈତନ୍ୟଙ୍କ ପରେ ଉଭୟ ନିଜ ସମ୍ପର୍କରୁ ଅଲଗା ହେବାକୁ ଘୋଷଣା କରିଥିଲେ । ଯେଉଁଥିପାଇଁ ସାରା ଇଣ୍ଡଷ୍ଟ୍ରି ଆଶ୍ଚର୍ଯ୍ୟ ହୋଇଯାଇଥିଲା । ଏବେ ପୁଣି ଥରେ ଐଶ୍ୱର୍ଯ୍ୟା ଏବଂ ଧନୁଷ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ଯେଉଁଥିପାଇଁ ପ୍ରଶଂସକମାନେ ବର୍ତ୍ତମାନ ପ୍ୟାଚ୍-ଅପ୍‌ କରିବାର ଆଶା ମଧ୍ୟ […]

ଦେଶ ବିଦେଶ ମନୋରଞ୍ଜନ

ପୁଣି ଅଡୁଆରେ କଙ୍ଗନା : ଅଭିନେତ୍ରୀଙ୍କ ଉପରେ ବର୍ଷିଲେ କୋର୍ଟ, କହିଲେ- ଭୁଲନ୍ତୁନି କି ଆପଣ ଜଣେ ଅଭିଯୁକ୍ତ…

ମୁମ୍ବାଇ ୨୫।୦୩ : ବଲିଉଡର କଣ୍ଟ୍ରୋଭର୍ସି କୁଇନ୍‌ଙ୍କର ପିଛା ଛାଡୁନି ବିବାଦ । ସଙ୍ଗୀତକାର ଜାଭେଦ ଅଖତରଙ୍କ ଦ୍ୱାରା କଙ୍ଗନାଙ୍କ ବିରୋଧରେ ରୁଜୁ ହୋଇଥିବା ମାନହାନୀ କେସ୍‌ ମାମଲାରେ ତାଙ୍କ ଅଡୁଆ ଆହୁରି ବଢ଼ିବାରେ ଲାଗିଛି। କୋର୍ଟ କଙ୍ଗନାଙ୍କ ଉପରେ ଜୋରଦାର ବର୍ଷିଛନ୍ତି।ନିକଟରେ କଙ୍ଗନା ଆନ୍ଧରି ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ଶୁଣାଣି ସମୟରେ ତାଙ୍କୁ ହାଜର ହେବାକୁ ସ୍ଥାୟୀ ଛାଡ ଦିଆଯାଉ ବୋଲି ସେ ତାଙ୍କ ଆବେଦନରେ କହିଥିଲେ। ହେଲେ କୋର୍ଟ […]

ଦେଶ ବିଦେଶ ମନୋରଞ୍ଜନ

ସାମ୍ନାକୁ ଆସିଲା ବିଗ୍‌ ବିଙ୍କ ଉତ୍ତରାଧିକାରୀ ନାଁ, ପୋଷ୍ଟ ସେୟାର କଲେ ଅମିତାଭ୍

ମୁମ୍ବାଇ ୨୫।୦୩ : ଅଭିଷେକ ବଚ୍ଚନ ତାଙ୍କ ଚଳଚ୍ଚିତ୍ର ‘ଦଶବି’ ପାଇଁ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। କଥାରେ ଅଛି ‘ସୋନେ ପେ ସୁହାଗା’ ଏବେ ତାଙ୍କର ଅବସ୍ଥା ସେହିପରି । କାରଣ ଫିଲ୍ମର ଟ୍ରେଲର ମଧ୍ୟ ରିଲିଜ୍‌ କରାଯାଇଛି। ଏହି ଟ୍ରେଲର ଆସିବା ମାତ୍ରେ ସୋସିଆଲ ମିଡିଆରେ ଧମାଲ୍‌ ସୃଷ୍ଟି କରିଛି। ବହୁ ବର୍ଷ ପରେ ବଡ ପରଦାକୁ ଫେରିଛନ୍ତି ଅଭିଷେକ୍‌। ପ୍ରଶଂସକମାନେ ଅଭିଷେକ ଏବଂ ଫିଲ୍ମ ବିଷୟରେ ଟ୍ୱିଟ୍ କରୁଥିବାବେଳେ ଅମିତାଭ ବଚ୍ଚନଙ୍କର ଏକ ଟ୍ୱିଟ […]