ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ବରଗଡ଼: କୁଖ୍ୟାତ ଅପରାଧୀ ଗୁଡ୍ଡୁ ମୁସ୍ଲିମ୍କୁ ନେଇ ଦେଶବ୍ୟାପୀ ଚର୍ଚ୍ଚା। ଗୁଡ୍ଡୁକୁ ପିଛା କରି ଉତ୍ତରପ୍ରଦେଶ ପୁଲିସ୍ର ସ୍ବତନ୍ତ୍ର ସ୍କ୍ବାଡ୍ ଓଡ଼ିଶା ପହଂଚିଥିଲା। ମୋବାଇଲ୍ ଟ୍ରାକ୍ ପରେ ଏସ୍ଟିଏଫ୍ ପହଂଚିଲା ବରଗଡ଼। ସୋହେଲା ଏବଂ ବରଗଡ଼ର ନିଗମାନନ୍ଦବିହାରରେ ଚଢ଼ଉ ହେଲା। ଗୁଡ୍ଡୁର ଡ୍ରାଇଭର୍ ସହ ବରଗଡ଼ର ରାଜା ଖାନ୍ର ସୁସମ୍ପର୍କ ଥିବା ଜଣାପଡ଼ିଥିଲା। ଏହାପରେ ରାଜା ଖାନ୍ ଚର୍ଚ୍ଚାରେ ରହିଛି। ଏସ୍ଟିଏଫ୍ ରାଜାକୁ ପଚରାଉଚରା ପରେ ଛାଡ଼ି ଦେଇଥିଲା। କିନ୍ତୁ ସ୍ଥାନୀୟ ପୁଲିସ୍ ପକ୍ଷରୁ କିଛି ପଦକ୍ଷେପ ଦେଖାନାହିଁ। ରାଜା ବିରୋଧରେ ପୂର୍ବରୁ ବହୁ ମାମଲା ରହିଛି। ତା’ର ଅପରାଧିକ କାର୍ଯ୍ୟକଳାପ ବି ରହିଛି। ହେଲେ ପୁଲିସ୍ କାହା ଚାପରେ ରାଜାକୁ ହାତ ମାରୁନି, ତାହା ବୁଝାପଡ଼ୁନି।
ବିଗତ ବର୍ଷରେ ରାଜା ଖାନ୍ ବ୍ରାଉନ୍ସୁଗାର୍ କାରବାରରେ ଧରାପଡ଼ିଥିଲା। ତା’ ନାମରେ ପୂର୍ବରୁ ସୋହେଲା, ବିଜେପୁର ଓ ପଦ୍ମପୁର ଥାନାରେ ନିଶା କାରବାରରେ ସଂପୃକ୍ତି ମାମଲା ରହିଛି। ସେ ଜେଲ୍ରୁ ମୁକୁଳିବା ପରେ ପୁଲିସ୍ ତା’ର ଗତିବିଧି ଉପରେ ନଜର ରଖିବା କଥା। ହେଲେ ସେଭଳି କିଛି ହେଲା ନାହିଁ। ଯଦ୍ବାରା ରାଜାର ଅପରାଧ ସାମ୍ରାଜ୍ୟ କାୟା ବିସ୍ତାର କରିବାକୁ ଲାଗିଲା। ବରଗଡ଼ ଜିଲ୍ଲାରେ ବ୍ରାଉନ୍ସୁଗାର୍ କାରବାର ରାକେଟ୍ ଦୀର୍ଘ ଦିନ ହେଲା ସକ୍ରିୟ ରହିଛି। ୨୦୨୦ ଅଗଷ୍ଟ ୧୩ ତାରିଖ ଛତିଶଗଡ଼ର ମହାସମୁନ୍ଦ ପୁଲିସ୍ କୁଖ୍ୟାତ ବ୍ରାଉନସୁଗର୍ ମାଫିଆ ଶଂକରଲାଲକୁ ଗିରଫ କରିଥିଲା। ଶଂକରଲାଲ୍ର ରାକେଟ୍ ବରଗଡ଼ ସମେତ ସାରା ପଶ୍ଚିମ ଓଡ଼ିଶାରେ ଖେଳି ହୋଇ ରହିଛି। ଶଂକରଲାଲ୍ ପୂର୍ବରୁ ଯେତେ ଥର ଓଡ଼ିଶାକୁ ବ୍ରାଉନ୍ସୁଗର ଚାଲାଣ କରିଛି, ସେସବୁ ବରଗଡ଼ ଦେଇ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନକୁ ଯାଇଛି। ଶଂକରଲାଲ୍ର ନେଟୱର୍କ ରାଜା ଖାନ୍ ପଶ୍ଚିମ ଓଡ଼ିଶାରେ ନିୟନ୍ତ୍ରଣ କରୁଥିବା ଜଣାପଡ଼ିଛି।
ରାଜା ଲୁହୁରାଚଟୀରେ ରହି ତନଖି ଫାଟକରେ ବାହାର ରାଜ୍ୟରୁ ଆସୁଥିବା ଭାରି ଯାନଗୁଡ଼ିକର ସେଲ୍ ଟ୍ୟାକ୍ସ ଫାଙ୍କିବା ସହ ଓଭର ଲୋଡ୍ ପାସିଂ କରିବା କାମରେ ଲିପ୍ତ ଥିଲା। ଫଳରେ ବାହାର ରାଜ୍ୟର ବଡ଼ ବଡ଼ ଟ୍ରାନ୍ସପୋର୍ଟ କମ୍ପାନି ସହ ତା’ର ଭଲ ସଂପର୍କ ଥିଲା। ତେଣୁ ବେଆଇନ୍ ଟ୍ରାନ୍ସପୋର୍ଟିଂରେ ସେ ପାଦ ଜମାଇ ସାରିଥିଲା। ଲୁହୁରାଚଟୀରେ ଗୋଟିଏ ହିସାବରେ ରାଜାର ରାଜୁତି ଚାଲିଥିଲା। ଖାଲି ସେତିକି ନୁହଁ, ବିଭିନ୍ନ ବେଆଇନ କାର୍ଯ୍ୟରେ ରାଜାର ସଂପୃକ୍ତି ରହିଥିଲା। ରାଜାର ଘର ସୋହେଲା ସହ ବରଗଡ଼ର ନିଗମାନନ୍ଦବିହାର ଅଂଚଳରେ ଥିଲା। ଜୀରା ନଦୀକୂଳରେ ଥିବା ଏହି ଘର ନିକାଞ୍ଚନ ଇଲାକାରେ। ଆଖପାଖରେ ଜନବସତି ଥିଲେ ହେଁ ଘର ପାଖକୁ କେହି ଯାଉନଥିଲେ। ଏପରିକି ଘର ମାଲିକ କିଏ, ତାହା ବି କାହାରିକୁ ଜଣାନଥିଲା। ଏହାର ଫାଇଦା ନେଇ ଗୁଡ୍ଡୁ ମୁସ୍ଲିମ୍ ଏହି ଘରେ କିଛି ଦିନ ଆତ୍ମଗୋପନ କରିଥିବା କୁହାଯାଉଛି। ଯଦି ସ୍ଥାନୀୟ ପୁଲିସ୍ ରାଜାର ଗତିବିଧି ଉପରେ ନଜର ରଖିଥାନ୍ତା, ତେବେ ଗୁଡ୍ଡୁର ଠିକଣା ବି ସହଜରେ ମିଳିପାରିଥାନ୍ତା।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l