ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର: ଭୁବନେଶ୍ବରସ୍ଥିତ ଆଇଏମ୍ଏମ୍ଟି ପରିସରରେ ଆଜିଠାରୁ ଜି-୨୦ ଶିକ୍ଷା ଅଧୀନରେ ତୃତୀୟ ଶିକ୍ଷା କାର୍ଯ୍ୟ ଗୋଷ୍ଠୀ ବୈଠକ ଆରମ୍ଭ ହୋଇଛି। ୩ଦିନ ଧରି ହେବାକୁ ଥିବା ଏହି ବୈଠକର ପ୍ରଥମ ଦିନରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସୁଭାଷ ସରକାର ସମ୍ମାନିତ ଅତିଥିଭାବେ ଯୋଗ ଦେଇଛନ୍ତି। ଏହି ଅବସରରେ ଶ୍ରୀ ସରକାର କହିଛନ୍ତି ଯେ ରାଷ୍ଟ୍ରର ଭବିଷ୍ୟତକୁ ରୂପ ଦେବା କ୍ଷେତ୍ରରେ ଶିକ୍ଷାର ଗୁରୁତ୍ୱ ରହିଛି। କାର୍ଯ୍ୟ କ୍ଷେତ୍ରରେ ଆସିଥିବା ପରିବର୍ତ୍ତନ, ମୌଳିକ ଦକ୍ଷତା ବିକାଶ ଓ ଆଜୀବନ ଅଧ୍ୟୟନ ଉପରେ ବିଚାରବିମର୍ଶ ଲାଗି ଦୁଇଟି ଆଲୋଚନା ହୋଇଥିଲା। ତାହା ଉପରେ ଆଧାର କରି ଏହି ସମ୍ମିଳନୀ ଆୟୋଜିତ ହେଉଛି। ଅପସ୍କିଲିଂ, ରିସ୍କିଲିଂ ଓ ଆଜୀବନ ଅଧ୍ୟୟନ ଜରିଆରେ ‘ଭବିଷ୍ୟତ ଲାଗି ପ୍ରସ୍ତୁତ’ କାର୍ଯ୍ୟ ଶକ୍ତି ପାଇଁ ‘ଭବିଷ୍ୟତର କୌଶଳ’ ବିତରଣ ପାଇଁ ମାନବୀୟ ଓ ସଂସ୍ଥାଗତ କ୍ଷମତାକୁ ସୁଦୃଢ଼ କରିବା ହେଉଛି ଜି-୨୦ ସମ୍ମିଳନୀର ଲକ୍ଷ୍ୟ।
ଜାତୀୟ ଧନ୍ଦାମୂଳକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦର ଅଧ୍ୟକ୍ଷ ନିର୍ମଲଜିତ ସିଂ କାଲସୀ ଜି-୨୦ ରାଷ୍ଟ୍ର ଓ ଅନ୍ତର୍ଜାତୀୟ ସଂଗଠନଠାରୁ ମିଳିଥିବା ମତାମତ ଓ ପରାମର୍ଶ ସମ୍ପର୍କରେ ସୂଚନା ଦେଇଥିଲେ। ଶିକ୍ଷା ମନ୍ତ୍ରଣାଳୟର ସଚିବ କେ. ସଞ୍ଜୟ ମୂର୍ତି, ଜାତୀୟ ଶିକ୍ଷା ବୈଷୟିକ ମଞ୍ଚ (ଏନଇଟିଏଫ)ର ଅଧ୍ୟକ୍ଷ ଅନୀଲ ସହସ୍ରବୁଦ୍ଧେ ଯୋଗ ଦେଇଥିଲେ। ଏହି ସମ୍ମିଳନୀରେ ୩ଟି ଅଧିବେଶନରେ ଆଲୋଚନା ହୋଇଥିଲା। ବ୍ରାଜିଲ, ସ୍ପେନ, ୟୁଏଇ, ସିଙ୍ଗାପୁର, ରୁଷ, ଦକ୍ଷିଣ ଆଫ୍ରିକା, ମରିସସ, ଓଇସିଡି, ୟୁନିସେଫ, ଅଷ୍ଟ୍ରେଲିଆ ଓ ବ୍ରିଟେନର ବ୍ୟକ୍ତମାନେ ଏଥିରେ ଅଂଶଗ୍ରହଣ କରିଥିଲେ।
ଜି-୨୦, ନିମନ୍ତ୍ରିତ ଦେଶ ଓ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନେ ଜି-୨୦ ଭବିଷ୍ୟତର କାର୍ଯ୍ୟ ପ୍ରଦର୍ଶନୀକୁ ମଧ୍ୟ ପରିଦର୍ଶନ କରିଥିଲେ। ସେହିପରି ଏଠାରେ ଭବିଷ୍ୟତର କାର୍ଯ୍ୟ ଉପରେ ଏକ ସ୍ୱତନ୍ତ୍ର ଅନୁଭୂତି ଜୋନ୍ ସହିତ ବ୍ୟାପକ ଜ୍ଞାନକୌଶଳ ପ୍ରଦର୍ଶିତ ହୋଇଛି। ମେଟା, ହେକ୍ସାଗନ, ଇନଫୋସିସ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ, ୟୁନିସେଫ, ଭାରତୀୟ ଜ୍ଞାନ ବ୍ୟବସ୍ଥା ଡିଭିଜନ, ଆଇଆଇଟି ଭୁବନେଶ୍ୱର, ଆଇଆଇଏମ ସମ୍ବଲପୁର, ଟ୍ରାଇଫେଡ୍ ଆଦି ଷ୍ଟଲ୍ ଜରିଆରେ ଭବିଷ୍ୟତର କାର୍ଯ୍ୟ, ସ୍ୱାସ୍ଥ୍ୟ ସେବା, ମୋବିଲିଟି ଭଳି ବିଷୟବସ୍ତୁ ଏଥିରେ ପ୍ରଦର୍ଶିତ ହୋଇଛି। ପୂର୍ବରୁ ଜି-୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀର ଦୁଇଟି ବୈଠକ ଚେନ୍ନାଇ ଓ ଅମୃତସରରେ ଆୟୋଜିତ ହୋଇଥିଲା।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l