ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଜେପି ଅରାଜକତା ସୃଷ୍ଟି କରିବାକୁ ଉଦ୍ୟମ କରୁଛି: ବିଜେଡି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ୱର: ଜେଲ ଫେରନ୍ତା ଅଭ୍ୟାସଗତ ଅପରାଧୀ ଓ ହତ୍ୟା ଅଭିଯୁକ୍ତ ଈରାଶିଷ ଆଚାର୍ଯ୍ୟଙ୍କୁ ଭାରତୀୟ ଜନତା ପାର୍ଟିର ନେତାମାନେ ଶୋଭାଯାତ୍ରାରେ ବୁଲାଇ ସ୍ୱାଗତ ସମ୍ବର୍ଦ୍ଧନା ଦେଉଛନ୍ତି । ସଂଗୀନ ଅପରାଧରେ ଜଡ଼ିତ ବାହୁବଳି ନେତାଙ୍କୁ ଏଭଳି ପ୍ରୋତ୍ସାହନ କେବଳ ୟୁପି, ବିହାରରେ ଦେଖିବାକୁ ମିଳେ । ଓଡ଼ିଶାରେ ଏଭଳି କରି ଶାନ୍ତିପ୍ରିୟ ଓଡ଼ିଶାବାସୀଙ୍କୁ ବିଜେପି କି ବାର୍ତ୍ତା ଦେବାକୁ ଚାହୁଁଛି ? ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳ ପକ୍ଷରୁ ଓଡ଼ିଶା ବିଜେପିକୁ ତୀବ୍ର ସମାଲୋଚନା କରାଯିବା ସହ ଏଭଳି ପ୍ରଶ୍ନ ପଚରାଯାଇଛି ।

ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଈରାଶିଷଙ୍କ ନାଁରେ ଏକାଧିକ ସଂଗିନ ଅପରାଧିକ ମାମଲା ରହିଛି । ୨୦୧୮ରେ ଭଟଲିରେ ବିଜେପି ଅଫିସରେ ଜଣେ ଯୁବକକୁ ଗୁଳି କରି ହତ୍ୟା ମାମଲାର ଅଭିଯୁକ୍ତ ଈରାଶିଷ ଗିରଫ ହୋଇ ଜେଲ ଯାଇଥିଲେ ଏବଂ ଦୀର୍ଘ ଦିନ ଜେଲରେ ରହିବା ପରେ ଜାମିନରେ ମୁକୁଳିଥିଲେ । ଗତ ଫେବୃୟାରୀ ୨୮ ତାରିଖରେ ଈରାଶିଷ ଓ ତାଙ୍କର ଗୁଣ୍ଡା ବାହିନୀ ବିକ୍ଷୋଭ ନାଁରେ ରାଜଧାନୀ ଭୁବନେଶ୍ୱରର ଛାତି ଉପରେ କିପରି ହିଂସା ଓ ଆତଙ୍କ ସୃଷ୍ଟି କରିଥିଲେ, ତାହା ଓଡ଼ିଶାବାସୀ ଦେଖିଛନ୍ତି । ସେଦିନ ସେମାନଙ୍କ ବର୍ବର ଆକ୍ରମଣରେ ୨୧ ପୁଲିସ ଆହତ ହୋଇଥିଲେ ।

ଏହି ମାମଲାରେ ଗିରଫ ହୋଇ ଈରାଶିଷ ପ୍ରାୟ ଦେଢ଼ ମାସ କାଳ ଜେଲରେ ରହିବା ପରେ ନିକଟରେ ଜାମିନରେ ବାହାରିଛନ୍ତି। ଦୁର୍ଭାଗ୍ୟର ବିଷୟ ହେଲା ଯେ ଏଭଳି ଜଘନ୍ୟ ମାମଲାରେ ଲିପ୍ତ ଜଣେ ଆତଙ୍କ ସୃଷ୍ଟିକାରୀ ଅପରାଧୀକୁ ଦଳରୁ ବହିଷ୍କାର କରିବା ପରିବର୍ତ୍ତେ ରାଜ୍ୟ ବିଜେପିର କିଛି ନେତା ତାଙ୍କୁ ବିଭିନ୍ନ ଅଞ୍ଚଳରେ ଶୋଭାଯାତ୍ରାରେ ବୁଲାଇ ସମ୍ବର୍ଦ୍ଧନା ଦେଉଛନ୍ତି। ପୂର୍ବରୁ ଅପରାଧ ପୃଷ୍ଠଭୂମି ଥିବା ଓଡ଼ିଶା ବିଜେପିର କିଛି ବରିଷ୍ଠ ନେତା ବାରମ୍ବାର ଆଇନ ହାତକୁ ନେଇ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଥିବା ବେଳେ ତାଙ୍କ ଦେଖାଦେଖି ଈରାଶିଷ ଭଳି କନିଷ୍ଠ ନେତାମାନେ ମଧ୍ୟ ହତ୍ୟା, ମରଣାନ୍ତକ ଆକ୍ରମଣ ଭଳି ସଂଗିନ ଅପରାଧ ଘଟାଇ ଓଡ଼ିଶାକୁ ନିନ୍ଦିତ କରୁଛନ୍ତି। ରାଜ୍ୟ ବିଜେପି ନେତାମାନଙ୍କ ଏଭଳି ଆଚରଣକୁ ସଚେତନ ଓଡ଼ିଶାବାସୀ କ୍ଷମା ଦେବେ ନାହିଁ। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ, ଡ. ପ୍ରିୟବ୍ରତ ମାଝୀ ଓ ଇପ୍‌ସିତା ସାହୁ ଉପସ୍ଥିତ ଥିଲେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।