Subscribe to Updates

    Get the latest creative news from FooBar about art, design and business.

    What's Hot

    ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ

    June 2, 2023

    ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ

    June 2, 2023

    ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା

    June 2, 2023
    Facebook Twitter Instagram
    Trending
    • ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ
    • ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ
    • ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା
    • ରାହୁଲ ଗେହଲଟଙ୍କୁ ଶିଖାନ୍ତୁ: ଅୱେସି
    • ସାମ୍ବାଦିକ ଭିସା ବିବାଦ: ଭାରତକୁ ଦୋଷ ଦେଲା ଚୀନ୍
    • ବେତନ ପାଇଁ ଛୁଟିରେ ଅମଲା; ଜିଲ୍ଲା, ବ୍ଲକ୍‌ରେ ସବୁ କାର୍ଯ୍ୟାଳୟ ଅଚଳ
    • ଓଡ଼ିଶାରେ ନାହାନ୍ତି ନକଲି ଡାକ୍ତର! ଡାକ୍ତରଙ୍କ ସାର୍ଟିଫିକେଟ୍ ଯାଞ୍ଚ ପ୍ରକ୍ରିୟା ଶେଷ
    • ପୁଞ୍ଜି ଆକର୍ଷଣରେ ଓଡ଼ିଶା ଦ୍ବିତୀୟ
    Monday, June 5
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ଜଙ୍ଗଲ ବାହାରେ ବୃକ୍ଷ କାର୍ଯ୍ୟକ୍ରମର ଆରମ୍ଭ: ୟୁଏସ୍‌ଏଡ୍‌, ରାଜ୍ୟ ସରକାର ଏବଂ ଟୋଫି ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷର
    ରାଜ୍ୟ

    ଜଙ୍ଗଲ ବାହାରେ ବୃକ୍ଷ କାର୍ଯ୍ୟକ୍ରମର ଆରମ୍ଭ: ୟୁଏସ୍‌ଏଡ୍‌, ରାଜ୍ୟ ସରକାର ଏବଂ ଟୋଫି ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷର

    NewsLaxmi7By NewsLaxmi7April 27, 2023No Comments3 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

    ଭୁବନେଶ୍ୱର: ଓଡ଼ିଶା ଜଙ୍ଗଲ ଓ ସବୁଜିମା ବୃଦ୍ଧିକୁ ସବୁବେଳେ ଗୁରୁତ୍ୱ ଦେଇ ଆସିଛି। ଜଙ୍ଗଲ ବାହାରେ ବୃକ୍ଷ କାର୍ଯ୍ୟକ୍ରମ (ଟୋଫି) ଦ୍ୱାରା ପ୍ରାକୃତିକ ପରିବେଶର ଯଥେଷ୍ଟ ଉନ୍ନତି ଆସିବ ଏବଂ କୃଷି ଅନୁକୂଳ ଜଳବାୟୁ ସୃଷ୍ଟି ହେବ। ଏହି ମାଧ୍ୟମରେ ଜଙ୍ଗଲ ବାହାରେ ୨୮ ଲକ୍ଷ ହେକ୍ଟର ନୂତନ ଜମିରେ ବୃକ୍ଷରୋପଣ ହେବ। ଯାହାଫଳରେ ୪.୨ କୋଟି ଟନ୍‌ ଅଙ୍ଗାରକାମ୍ଳ ସମକକ୍ଷ ସେକ୍ବେଷ୍ଟ୍ରେସନ୍‌ ସୃଷ୍ଟି ହେବା ସହ ୧୩ ଲକ୍ଷରୁ ଊର୍ଦ୍ଧ୍ବ ଲୋକଙ୍କ ଜୀବନଜୀବିକାକୁ ପରିପୁଷ୍ଟ କରିବ। ‘ଟୋଫି’ କାର୍ଯ୍ୟକ୍ରମ ଓଡ଼ିଶାରେ ଆଶା ଠାରୁ ଅଧିକ ସଫଳତା ହାସଲ କରିବ। ଓଡ଼ିଶାରେ ‘ଜଙ୍ଗଲ ବାହାରେ ବୃକ୍ଷ କାର୍ଯ୍ୟକ୍ରମ’ (ଟୋଫି)ର ଶୁଭାରମ୍ଭ କରି ଏହା କହିଛନ୍ତି ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ।

    ହୋଟେଲ୍‌ ଲେମନ୍‌ ଟ୍ରି ପ୍ରେକ୍ଷାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଅମାତଙ୍କ ଉପସ୍ଥିତିରେ ୟୁଏସ୍‌ଏଡ୍‌, ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ ଟୋଫିର କର୍ମକର୍ତ୍ତାଙ୍କ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା। ଏଥିରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ କୁମାର ପାଢ଼ୀ ଯୋଗଦେଇ ଅଣଜଙ୍ଗଲ ଭୂମିରେ କୃଷିର ସ୍ୱାସ୍ଥ୍ୟ, ଉତ୍ପାଦନ ତଥା ସ୍ଥିରତା ବଜାୟ ରଖିବା ପାଇଁ ରାଜ୍ୟରେ ବୃହତ୍‌ ଏଗ୍ରିଫାର୍ମିଂର ଆବଶ୍ୟକତା ଉପରେ ଆଲୋକପାତ କରିବା ସହ ଏଗ୍ରିଫାର୍ମିଂକୁ ସୁଦୃଢ଼ କରିବା ପାଇଁ କୃଷକ ଅନୁକୂଳ ନୀତି ଓ ନିୟମାବଳୀ ପ୍ରସ୍ତୁତ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ସେ କହିଥିଲେ। ଓଡ଼ିଶା ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ଜଙ୍ଗଲବାହିନୀ ମୁଖ୍ୟ ଦେବୀଦତ୍ତ ବିଶ୍ୱାଳ ଓଡ଼ିଶାର ଜଙ୍ଗଲ ଆଚ୍ଛାଦିତ ଅଞ୍ଚଳ ୫୩୭ ବର୍ଗକିଲୋମିଟର ବୃଦ୍ଧି ପାଇଛି ବୋଲି କହିବା ସହ ଭାରତର ବନ ସର୍ବେକ୍ଷଣ ରିପୋର୍ଟ-୨୦୨୧ ଅନୁଯାୟୀ ଓଡ଼ିଶାର ଜଙ୍ଗଲ ଆଚ୍ଛାଦନ ଜାତୀୟ ହାରଠାରୁ ଅଧିକ ରହିଛି। ତେବେ ଉନ୍ନତ ଜ୍ଞାନକୌଶଳ ଏବଂ ପାରଦର୍ଶିତା ପ୍ରଦାୟକ ‘ଟୋଫି’ କାର୍ଯ୍ୟକ୍ରମ ଓଡ଼ିଶାରେ ନିଶ୍ଚିତ ବଡ଼ ସଫଳତା ହାସଲ କରିବ ବୋଲି ଆଶାବ୍ୟକ୍ତ କରିଥିଲେ।

    ଯୁକ୍ତରାଷ୍ଟ୍ର ଆମେରିକାର କନ୍‌ସଲ୍‌ ଜେନେରାଲ୍‌, ହାଇଦ୍ରାବାଦ୍‌ ଜେନିଫର ଲାର୍‌ସନ୍‌ ଏବଂ ୟୁଏସ୍‌ଏ/ଭାରତ ଟୋଫି ମିସନର ନିର୍ଦ୍ଦେଶିକା ବୀଣା ରେଡ୍ଡୀ ଜଳବାୟୁ ପରିବର୍ତ୍ତନ ସମଗ୍ର ବିଶ୍ୱର ଏକ ପ୍ରମୁଖ ସମସ୍ୟା ଏବଂ ପର୍ଯ୍ୟାପ୍ତ ଜଙ୍ଗଲ ଓ ସବୁଜିମା ସୃଷ୍ଟି ଏହି ସମସ୍ୟାର ସମାଧାନ କରିପାରିବ। ଟୋଫିର ଲକ୍ଷ୍ୟ ପୂରଣ ପାଇଁ କୃଷକ, ବ୍ୟବସାୟିକ ସଂସ୍ଥା ଓ ଅନୁଷ୍ଠାନଗୁଡ଼ିକ ମିଳିତ ଭାବରେ କାର୍ଯ୍ୟକରିବା ଆବଶ୍ୟକ ବୋଲି କହିଥିଲେ। ଟୋଫି ଏବଂ ଭାରତ କ୍ଷେତ୍ରର ନିର୍ଦ୍ଦେଶକ ଚନ୍ଦ୍ରଶେଖର ଏମ୍‌ ବିରାଦର୍‌, ‘କାମ୍ପା’ର ମୁଖ୍ୟ କାର୍ଯ୍ୟନିର୍ବାହୀ ପ୍ରଦୀପ ରାଜ କରାଟ ଓଡ଼ିଶାରେ ଟୋଫିର କାର୍ଯ୍ୟକାରିତା ଓ ଲକ୍ଷ୍ୟସାଧନ ଉପରେ ଆଲୋକପାତ କରିଥିଲେ। ଟୋଫି କାର୍ଯ୍ୟକ୍ରମର ସଫଳତା ଓଡ଼ିଶାର କୃଷି ଉତ୍ପାଦନ ଦୃଶ୍ୟପଟରେ ବ୍ୟାପକ ପରିବର୍ତ୍ତନ ଆଣିବାର କ୍ଷମତା ରଖିଛି। ଜଙ୍ଗଲ ବାହାରେ ବୃକ୍ଷର କ୍ଷେତ୍ର ବୃଦ୍ଧି ପାଇବା ଦ୍ୱାରା ଅନ୍ତର୍ଭୁକ୍ତ ଅର୍ଥନୀତିରେ ଉନ୍ନତି ଆସିବ। ଯାହାଦ୍ୱାରା କାର୍ବନ ବିଚ୍ଛିନ୍ନତା ଓ ମୃତ୍ତିକା ସ୍ୱାସ୍ଥ୍ୟ ସହ ପରିସଂସ୍ଥାନୀୟ ସେବା ବୃଦ୍ଧି ପାଇବ ବୋଲି ସେମାନେ ପ୍ରକାଶ କରିଛନ୍ତି। ଟୋଫି ସିଆଇଏଫ୍‌ଓଆର୍‌-ଆଇସିଆର୍‌ଏଏଫ୍‌ର ଡେପୁଟି ଚିଫ୍‌ ମନୋଜ ଡବାସ ସ୍ୱାଗତ ଭାଷଣ ଦେଇଥିବାବେଳେ ୟୁଏସ୍‌ଏଡ୍‌/ଇଣ୍ଡିଆର ଉପ ନିର୍ଦ୍ଦେଶକ ଭର୍ଗିସ୍‌ ପଲ୍‌ ଧନ୍ୟବାଦ ଦେଇଥିଲେ। ଉଦ୍ୟାନକୃଷିର ନିର୍ଦ୍ଦେଶକ ରୋହିତ ଲେଙ୍କା, ମୃତ୍ତିକା ସଂରକ୍ଷଣର ନିର୍ଦ୍ଦେଶକ ହେମନ୍ତ ପଣ୍ଡା ଓ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

    ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

    Share. Facebook Twitter LinkedIn WhatsApp Email
    Previous Articleବିଜେପି ଅରାଜକତା ସୃଷ୍ଟି କରିବାକୁ ଉଦ୍ୟମ କରୁଛି: ବିଜେଡି
    Next Article ଜୁନ୍‌ ୩ରୁ ଭୁବନେଶ୍ବରରୁ ସିଙ୍ଗାପୁର ଓ ବ୍ୟାଙ୍କକ୍‌କୁ ବିମାନ
    NewsLaxmi7
    • Website

    Related Posts

    ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ

    June 2, 2023

    ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ

    June 2, 2023

    ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା

    June 2, 2023

    ରାହୁଲ ଗେହଲଟଙ୍କୁ ଶିଖାନ୍ତୁ: ଅୱେସି

    June 2, 2023
    • Facebook
    • Twitter
    • Instagram
    • YouTube
    Our Picks

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023

    ରାଜ୍ୟବ୍ୟାପୀ ‘ଉତ୍କଳ ଦିବସ’ ପାଳିତ: ଓଡ଼ିଆ ପରିଧାନ କଲେ ଓଡ଼ିଶା ହସ୍ତତନ୍ତ

    April 2, 2023
    Don't Miss
    ଦେଶ ବିଦେଶ

    ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ

    June 2, 2023

    ଡେରାଡ଼ୁନ : ଉତ୍ତରାଖଣ୍ଡର ଋଷିକେଶ (ତେହରି)ରେ ଜି-୨୦ ଦୁର୍ନୀତି ବିରୋଧୀ ୱାର୍କିଂ ଗ୍ରୁପର ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତମାସ…

    ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ

    June 2, 2023

    ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା

    June 2, 2023

    ରାହୁଲ ଗେହଲଟଙ୍କୁ ଶିଖାନ୍ତୁ: ଅୱେସି

    June 2, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ତ୍ୱଚା ଓ ସ୍ୱାସ୍ଥ୍ୟ ପାଇଁ ରାମବାଣ ଆଳୁ: ରହିଛି ଅନେକ ଲାଭ, ଏହି ଉପାୟରେ ବ୍ୟବହାର କରନ୍ତୁ

    February 17, 2021

    ଅନୁଭବ ଓ ବର୍ଷାଙ୍କୁ ନେଇ ଏହା କହିଲେ ଓଲିଉଡର ସୋବର ବୟ ସବ୍ୟସାଚୀ

    May 22, 2022

    ଭଦ୍ରକ ଜିଲ୍ଲାର ବିଭିନ୍ନ ସହରରେ ଆଜିଠାରୁ ନାଇଟ୍ କର୍ଫ୍ୟୁ, ପ୍ରଶାସନର ବ୍ୟାପକ ପ୍ରସ୍ତୁତି

    April 17, 2021
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.