ରାଜ୍ୟ ସ୍ପେଶାଲ ରିପୋର୍ଟ

କୋଭିଡ ଟିକା ନେଇ ଓଡ଼ିଶାରେ ୫୦ ଜଣଙ୍କ ମୃତ୍ୟୁ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ମହୌଷଧୀ ଥିଲା କୋଭିଡ ଟିକା। ଦେଶରେ କୋଭାକ୍ସିନ୍, କୋଭିସିଲ୍‌ଡ, କର୍ବିଭାକ୍ସ ଓ ସ୍ପୁଟନିକ-୫ ଟିକା ଦିଆଯାଇଥିଲା। କୋଭିଡ ଟିକାର ସାମାନ୍ୟ ପାର୍ଶ୍ବ ପ୍ରତିକ୍ରିୟା ରହିଥିବା ସରକାର ‌ପୂର୍ବରୁ ସତର୍କ କରିଥିଲେ। କୋଭିଡ ଟିକା ନେଇ ଦେଶରେ ୧୧୫୬ଜଣଙ୍କ ମୃତ୍ୟ ହୋଇଛି। ଏଥିରେ ଓଡ଼ିଶାର ୫୦ଜଣ ରହିଛନ୍ତି। କେରଳରେ ସର୍ବାଧିକ ୨୪୪ଜଣଙ୍କ ମୃତ୍ୟୁ ହୋଇଥିବା ସଂସଦରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର।

ଶ୍ରୀ ପାୱାର କହିଥିଲେ ଯେ କୋଭିଡ ଟିକା ନେବା ବେଳେ କୋୱିନ୍ ପୋର୍ଟାଲ ଓ ସେଫଭାକ୍ ଆପ୍ଲିକେସନରେ ତଥ୍ୟ ସଂଗ୍ରହ କରାଯାଇଥିଲା। ଟିକା ନେଉଥିବା ବ୍ୟକ୍ତିଙ୍କଠାରେ ଯଦି କିଛି ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଉଥିଲା ତାହାଲେ ଟିକା ଦେଉଥିବା ସ୍ବାସ୍ଥ୍ୟକର୍ମୀ ଓ ଟିକା ନେଉଥିବା ବ୍ୟକ୍ତି ତାହାର ରିପୋର୍ଟ କରିପାରୁଥିଲେ। କୋୱିନ୍ ପୋର୍ଟାଲରେ ଆଡଭର୍ସ ଇଭେଣ୍ଟ ଫିଲୋଇଙ୍ଗ ଇମ୍ୟୁନାଇଜେସନ୍ ବା ଆଇଇଏଫ୍‌ଆଇ ସଂପର୍କରେ ଲୋକଙ୍କୁ ଆଗୁଆ ସତର୍କ କରାଯାଇଥିଲା। ଟିକା ନେବା ପରେ ଲୋକଙ୍କ ଦେହରେ ସାମାନ୍ୟ ଯନ୍ତ୍ରଣା, ମୁଣ୍ଡବିନ୍ଧା ଓ ଜ୍ବର ଭଳି ଲକ୍ଷଣ ଦେଖିବାକୁ ମିଳିଥିଲା। ରାଜ୍ୟରେ ୧୫୫୨ ଲୋକଙ୍କଠାରେ ସାମାନ୍ୟ ଲକ୍ଷଣ, ୩ଜଣ ଗୁରୁତର ଓ ୭୭ଜଣଙ୍କ ଅତି ଗୁରୁତର ଲକ୍ଷଣକୁ ମିଶାଇ ସୁମଦାୟ ୧୬୩୨ଜଣଙ୍କଠାରେ ଆଇଇଏଫ୍‌ଆଇ ଦେଖିବାକୁ ମିଳିଥିଲା। ଦେଶରେ ଏହାର ସମୁଦାୟ ୮୧୩୦ ମାମଲା ନଜରକୁ ଆସିଥିଲା। ତେବେ କୋଭିଡ ‌ଟିକା ନେଇ ପ୍ରାଣ ହରାଇଥିବା ଲୋକଙ୍କ ତାଲିକାରେ ଓଡ଼ିଶା ଦେଶରେ ୭ ନମ୍ବର ସ୍ଥାନରେ ରହିଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।