Subscribe to Updates

    Get the latest creative news from FooBar about art, design and business.

    What's Hot

    ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ

    June 2, 2023

    ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ

    June 2, 2023

    ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା

    June 2, 2023
    Facebook Twitter Instagram
    Trending
    • ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ
    • ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ
    • ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା
    • ରାହୁଲ ଗେହଲଟଙ୍କୁ ଶିଖାନ୍ତୁ: ଅୱେସି
    • ସାମ୍ବାଦିକ ଭିସା ବିବାଦ: ଭାରତକୁ ଦୋଷ ଦେଲା ଚୀନ୍
    • ବେତନ ପାଇଁ ଛୁଟିରେ ଅମଲା; ଜିଲ୍ଲା, ବ୍ଲକ୍‌ରେ ସବୁ କାର୍ଯ୍ୟାଳୟ ଅଚଳ
    • ଓଡ଼ିଶାରେ ନାହାନ୍ତି ନକଲି ଡାକ୍ତର! ଡାକ୍ତରଙ୍କ ସାର୍ଟିଫିକେଟ୍ ଯାଞ୍ଚ ପ୍ରକ୍ରିୟା ଶେଷ
    • ପୁଞ୍ଜି ଆକର୍ଷଣରେ ଓଡ଼ିଶା ଦ୍ବିତୀୟ
    Monday, June 5
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ନକଲି ସାର୍ଟିଫିକେଟ ମାମଲା: ଅସଲିରେ ଥାର୍ଡକ୍ଲାସ୍, ନକଲିରେ ଫାଷ୍ଟକ୍ଲାସ୍
    ରାଜ୍ୟ

    ନକଲି ସାର୍ଟିଫିକେଟ ମାମଲା: ଅସଲିରେ ଥାର୍ଡକ୍ଲାସ୍, ନକଲିରେ ଫାଷ୍ଟକ୍ଲାସ୍

    NewsLaxmi7By NewsLaxmi7March 29, 2023No Comments3 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ .

    ବଲାଙ୍ଗୀର : ବହୁଚର୍ଚ୍ଚିତ ନକଲି ସାର୍ଟିଫିକେଟ ମାମଲାର ଗୁମର ଖୋଲିବାରେ ଲାଗିଛି। ଏଠି ଅସଲି ମାଟ୍ରିକ୍ ପରୀକ୍ଷାରେ ପିଲା ଥାର୍ଡକ୍ଲାସ୍‌ରେ ପାସ କରିଥିଲେ। ଆଉ ନକଲି ସାର୍ଟିଫିକେଟ୍‌ରେ ଫାଷ୍ଟକ୍ଲାସ୍‌ ରଖି ଡାକ ବିଭାଗ ମେରିଟ୍‌ ଲିଷ୍ଟକୁ ଆସିଥିବା ଅନୁସନ୍ଧାନରୁ ଜଣାପଡ଼ିଛି। ଏପଟେ ମାମଲାରେ ବଲାଙ୍ଗୀର ପୁଲିସ ଅଧିକ ତଦନ୍ତ ପାଇଁ ଉତ୍ତରପ୍ରଦେଶ ଗସ୍ତ କରିଛି। ରାତିରେ ବଲାଙ୍ଗୀର ପୁଲିସର ଏକ ସ୍ୱତନ୍ତ୍ର ଟିମ୍‌ ଉତ୍ତର ପ୍ରଦେଶ ଯାଇଥିବା ସୂଚନା ମିଳିଛି। ଏହାସହ ପୁଲିସ ନକଲି ସାର୍ଟିଫିକେଟ ମାମଲାରେ ସଂପୃକ୍ତ ଥିବା ଅନ୍ୟମାନଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

    ମଙ୍ଗଳବାର ଦିନସାରା ପୁଲିସ ଟିମ୍‌ ନକଲି ସାର୍ଟିଫିକେଟ ମାମଲାରେ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରିରଖିଛି। ନକଲି ସାର୍ଟିଫିକେଟରେ ଚାକିରି ହାତେଇବାକୁ ଚେଷ୍ଟା କରିଥିବା ପ୍ରାର୍ଥୀମାନଙ୍କର କିଛି ତଥ୍ୟ ଅନୁସନ୍ଧାନରୁ ସାମ୍ନାକୁ ଆସିଛି। ନିଜ ନିଜ ଅଞ୍ଚଳର ହାଇସ୍କୁଲ ଗୁଡ଼ିକରେ ଥାର୍ଡ ଡିଭିଜନ ପାସ କରିଥିବା ପ୍ରାର୍ଥୀମାନେ ନକଲି ସାର୍ଟିଫିକେଟରେ ୯୭ ପ୍ରତିଶତ ମାର୍କ ରଖି ଚାକିରି ହାତେଇବାକୁ ପ୍ରୟାସ କରିଥିଲେ।

    ବେଲପଡ଼ା ବ୍ଲକ୍ ଧୂମାଭଟା ହାଇସ୍କୁଲ ପ୍ରଧାନଶିକ୍ଷକ ଅଶୋକ ପାତ୍ର ନକଲି ସାର୍ଟିଫିକେଟ ଦେଇ ଚାକିରି ହାତେଇବାକୁ ଚେଷ୍ଟା କରିଥିବା ୩ ଜଣ ପ୍ରାର୍ଥୀ ରୀତା ନାଗ, ପରେଶ ବୁଡେକ, ଭୋଜରାଜ ବୁଡେକ ତାଙ୍କ ସ୍କୁଲରେ ପାଠ ପଢ଼ିଥିବା ସୂଚନା ଦେଇଛନ୍ତି। ସେ ଭିତରୁ ରୀତା ନାଗକୁ ପୁଲିସ ରାଜସାକ୍ଷୀ କରିଥିବା ବେଳେ ଅନ୍ୟ ୨ଜଣ ପରେଶ ବୁଡ଼େକ ଓ ଭୋଜରାଜ ବୁଡ଼େକ ଗିରଫ ହୋଇ ଏବେ ଜେଲ୍‌ ଯାଇଛନ୍ତି। ପ୍ରଧାନ ଶିକ୍ଷକ ଦେଇଥିବା ତଥ୍ୟ ଅନୁସାରେ, ଗତ ୨୦୦୪ ମସିହାରେ ରୀତା ନାଗ, ୨୦୧୦ ମସିହାରେ ପରେଶ ବୁଡ଼େକ ଓ ଭୋଜରାଜ ବୁଡ଼େକ ଥାର୍ଡ କ୍ଲାସରେ ହାଇସ୍କୁଲରୁ ମାଟ୍ରିକ ପାସ୍‌ କରିଥିଲେ। କିନ୍ତୁ ସେମାନେ ୩ଜଣ ଡାକ ବିଭାଗରେ ଚାକିରି ପାଇଁ ଦେଇଥିବା ମାର୍କସିଟ ଉତ୍ତରପ୍ରଦେଶର ଝାନସୀ, ବିଆର୍‌ ଆମ୍ବେଦକର ଇଣ୍ଟର ମିଡିଏଟ କଲେଜର ମାର୍କସିଟ ଓ ସାର୍ଟିଫିକେଟ୍‌ ଦାଖଲ କରିଛନ୍ତି। ଯାହାକି ନକଲି ବୋଲି ଏବେ ସ୍ପଷ୍ଟ ବି ହୋଇସାରିଲାଣି।

    ସେମାନେ ଦେଇଥିବା ନକଲି ମାର୍କସିଟ୍‌ରେ ଥାର୍ଡ କ୍ଲାସ ପାଇଥିବା ସମସ୍ତ ବିଷୟରେ ୯୭ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି। ଏପରିକି ତିନିଜଣ ଯାକ ମାତୃଭାଷା ଓଡ଼ିଆରେ ୧୦୦ରୁ ୯୯ ମାର୍କ ରଖିଛନ୍ତି। ଜଣେ ଟପ୍ପର ପିଲା ବି ମାତୃଭାଷାରେ ୯୯ ମାର୍କ ରଖିବା ସମ୍ଭବ ନୁହେଁ। ଯାହାକୁ ନେଇ ପ୍ରଥମେ ସନ୍ଦେହ କରି ଥାନାର ଦ୍ୱାରସ୍ଥ ହୋଇଥିଲେ ଡାକ ଅଧୀକ୍ଷକ।

    ୪ ଟିମ୍ ଗଠନ କଲେ ଏସ୍‌ପି
    ବଲାଙ୍ଗୀର : ନକଲି ସାର୍ଟିଫିକେଟ୍ ମାମଲାରେ ବଲାଙ୍ଗୀର ଏସ୍‌ପିଙ୍କ ନିର୍ଦ୍ଦେଶରେ ସ୍ବତନ୍ତ୍ର ଟିମ୍ ଖୋଳତାଡ଼ ଜାରିରଖିଛି। ମାମଲାର ବିଭିନ୍ନ ଦିଗକୁ ତଦନ୍ତ କରିବାପାଇଁ ୪ଟି ଟିମ୍ ଗଠିତ ହୋଇଛି। ଏହିସବୁ ଟିମ୍‌ ଭିନ୍ନଭିନ୍ନ ଦିଗକୁ ନେଇ ତଦନ୍ତ କରିବେ। ପ୍ରଥମ ଟିମ୍ ମାମଲାର ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର ଓ ସହଯୋଗୀ ଆଲୋକ ଉଦ୍‌ଗାତା କାହାକାହା ସହ ଟଙ୍କା ଦେଣଦେଣ କରିଛନ୍ତି ସେ ଦିଗରେ ତଦନ୍ତ କରିବେ। ଏହି ଟିମ୍‌ କେତେ ଟଙ୍କା ନକଲି ସାର୍ଟିଫିକେଟ୍‌ରେ କାରବାର ହୋଇଛି ତାହା ବାହାର କରିବେ। ଦ୍ବିତୀୟ ଟିମ୍ ସାଇବର୍‌ ତର୍ଜମା କରିବେ । ଯେଉଁଥିରେ କେଉଁ କେଉଁ ରାଜ୍ୟ ଓ ଜିଲ୍ଲାରେ ଏହାର ସଂଯୋଗ ଅଛି ସେଗୁଡ଼ିକୁ ତଦନ୍ତ ହେବ। ତୃତୀୟ ଟିମ୍ ଉତ୍ତର ପ୍ରଦେଶ, ବିହାର, କର୍ଣ୍ଣାଟକ ଆଦି ରାଜ୍ୟକୁ ଯାଇ ମନୋଜ ସହ ସମ୍ପର୍କ ଥିବା ସମସ୍ତଙ୍କୁ ଗିରଫ କରିବେ । ଚତୁର୍ଥ ଟିମ୍ ବଲାଙ୍ଗୀର ଜିଲ୍ଲା ସହ ରାଜ୍ୟର ଅନ୍ୟ ଜିଲ୍ଲାରେ ମନୋଜର ଯୋଗଯୋଗରେ ଥିବା ସମସ୍ତ ଦଲାଲଙ୍କୁ ଗିରଫ କରିବେ ବୋଲି ଜଣାପଡ଼ିଛି।

    ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

    barun gandhi breaking news featured interview kanak news latest news latest update newslaxmi7 odia news odisha famous people odisha khabar odisha latest odisha latest news odisha political news otv otv live political update politices rahul gandhi sonia gandhi speech
    Share. Facebook Twitter LinkedIn WhatsApp Email
    Previous Articleଏଫସିଆଇ-ଯୋଗାଣ ନିଗମର ବୈଠକ: କମିଛି କେନ୍ଦ୍ରର ଚାଉଳ କ୍ରୟ
    Next Article କୋଭିଡ ଟିକା ନେଇ ଓଡ଼ିଶାରେ ୫୦ ଜଣଙ୍କ ମୃତ୍ୟୁ
    NewsLaxmi7
    • Website

    Related Posts

    ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ

    June 2, 2023

    ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ

    June 2, 2023

    ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା

    June 2, 2023

    ରାହୁଲ ଗେହଲଟଙ୍କୁ ଶିଖାନ୍ତୁ: ଅୱେସି

    June 2, 2023
    • Facebook
    • Twitter
    • Instagram
    • YouTube
    Our Picks

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023

    ରାଜ୍ୟବ୍ୟାପୀ ‘ଉତ୍କଳ ଦିବସ’ ପାଳିତ: ଓଡ଼ିଆ ପରିଧାନ କଲେ ଓଡ଼ିଶା ହସ୍ତତନ୍ତ

    April 2, 2023
    Don't Miss
    ଦେଶ ବିଦେଶ

    ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ

    June 2, 2023

    ଡେରାଡ଼ୁନ : ଉତ୍ତରାଖଣ୍ଡର ଋଷିକେଶ (ତେହରି)ରେ ଜି-୨୦ ଦୁର୍ନୀତି ବିରୋଧୀ ୱାର୍କିଂ ଗ୍ରୁପର ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତମାସ…

    ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ

    June 2, 2023

    ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା

    June 2, 2023

    ରାହୁଲ ଗେହଲଟଙ୍କୁ ଶିଖାନ୍ତୁ: ଅୱେସି

    June 2, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    କମେଡିଆନ୍‌ ସୁନୀଲ୍‌ ଗ୍ରୋଭରଙ୍କର ହେଲା ହାର୍ଟ ସର୍ଜରୀ, ଟ୍ୱିଟ୍‌ କରି ସୂଚନା ଦେଲେ ଅଭିନେତ୍ରୀ ସିମି ଗରେୱାଲ

    February 3, 2022

    ମେ’ ୩୦ ତାରିଖ, ରବିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

    May 30, 2021

    ରୁଷ୍‌ର ଆକ୍ରମଣରେ ୟୁକ୍ରେନ୍‌ରେ ଅକଳ୍ପନୀୟ କ୍ଷୟକ୍ଷତି, ୪୦ ସହରରୁ ପଳାୟନ ଜାରି

    May 8, 2022
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.