ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ବିଧାନସଭାରେ ଆଜି ପୁଣି ମହାନଦୀ ପ୍ରସଙ୍ଗ ଉଠିଛି। ମହାନଦୀ ପାଇଁ ବିଧାନସଭାରେ ପୂର୍ବରୁ ଗଠିତ ଦୁଇଟି କମିଟି କ’ଣ କରିଛି ବୋଲି ପ୍ରଶ୍ନ କରି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ସ୍ପଷ୍ଟୀକରଣ ଲୋଡ଼ିଥିଲେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଏହି ଦୁଇ କମିଟି ନିଷ୍କ୍ରିୟ ଥିବାରୁ ଉଦ୍ବେଗ ପ୍ରକାଶ କରିଥିଲେ। ବିଧାନସଭାରେ ମହାନଦୀ ପ୍ରସଙ୍ଗରେ ଆଲୋଚନା ହେବା ପୂର୍ବରୁ ଆଜି ବିରୋଧୀ ଦଳଙ୍କ ଏପରି ଅସନ୍ତୋଷ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।
ଶୂନ୍ୟକାଳରେ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର କହିଲେ, ଗତ ୨୨ ତାରିଖରେ ଶାସକ ଦଳର ସଭ୍ୟମାନେ ମହାନଦୀ ଜଳବିବାଦ ପ୍ରସଙ୍ଗ ଉତ୍ଥାପନ କରିଥିଲେ। ଶାସକ ଦଳ ସଭ୍ୟ ବହୁତ ପ୍ରଶ୍ନ କରିଥିଲେ।
କମିଟି ବୈଠକ ଥରୁଟିଏ ବି ବସିନି: ନରସିଂହ
ମୁଖ୍ୟମନ୍ତ୍ରୀ ନରହିଲେ ଆଲୋଚନା ହେବ କେମିତି?
ମୁଁ ବି ଆଲୋଚନା ପାଇଁ କହିଥିଲି। ବ୍ୟୟମଞ୍ଜୁରୀ ବିଲ୍ ପାରିତ ହେଲାପରେ ଆଲୋଚନା ହେବ ବୋଲି ବାଚସ୍ପତି କହିଛନ୍ତି। ୨୦୧୭ ଡିସେମ୍ବର ମାସରେ ମହାନଦୀ ପ୍ରସଙ୍ଗରେ ଦୁଇଟି କମିଟି ଗଠନ କରାଯାଇଥିଲା। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ୧୬ ଜଣିଆ କମିଟି ଗଠନ ହୋଇଥିଲା ବେଳେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଉ ଗୋଟିଏ ସର୍ବଦଳୀୟ କମିଟି ଗଠନ ହୋଇଥିଲା। ଏହି ଦୁଇଟି କମିଟି ବୈଠକ କେତେଥର ହୋଇଛି? ସେଥିରେ ନିଷ୍ପତ୍ତି କ’ଣ ହୋଇଥିଲା? କମିଟିର ରିପୋର୍ଟ ଗୃହରେ ଉପସ୍ଥାପନ କରାଯାଉ। ଜଳ ଟ୍ରିବ୍ୟୁନାଲ୍ ପାଇଁ ଆଇନ ପରାମର୍ଶଦାତାଙ୍କୁ ନିଯୁକ୍ତି ଦିଆଯାଇଛି। ସେ ବାବଦରେ କେତେ ଖର୍ଚ୍ଚ ହୋଇଛି? ଏହି ଟ୍ରିବ୍ୟୁନାଲ୍ରେ ଶୁଣାଣି ତାରିଖ କାହିଁକି ବାରମ୍ବାର ଘୁଞ୍ଚୁଛି?
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗରେ କହିଲେ, ମୁଁ ମହାନଦୀ ପ୍ରସଙ୍ଗରେ ଏକ ମୋସନ୍ ଆଲୋଚନା ପାଇଁ ଦେଇଥିଲି। ଏ ସମ୍ପର୍କରେ ଆଲୋଚନା ହେବ ବୋଲି ବାଚସ୍ପତି ଗୃହରେ ପ୍ରତିଶ୍ରୁତି ଦେଇଛନ୍ତି। ଏହି ପ୍ରସଙ୍ଗରେ ଦୁଇଟି ଗୃହ କମିଟି ଗଠନ କରାଯାଇଥିଲା। ଗୋଟିଏ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଓ ଅନ୍ୟଟି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ। ଦୁଇଟି ଯାକ କମିଟି ବୈଠକ ଥରୁଟିଏ ବି ହୋଇନି। ଏଇଟା ସବୁଠାରୁ ଦୁର୍ଭାଗ୍ୟର ବିଷୟ। ସରକାର ଏହି ସମସ୍ୟା ପ୍ରତି କେତେ ସିରିୟସ୍, ତାହା ପ୍ରମାଣିତ ହୋଇଛି। ଏବେ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ବି ଓଡ଼ିଶାର। ସେ ବି ହସ୍ତକ୍ଷେପ କରିବା ଆବଶ୍ୟକ। ବ୍ୟୟମଞ୍ଜୁରୀ ବିଲ୍ ପରେ ମହାନଦୀ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ବାଚସ୍ପତି କହିଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ ୩ ତାରିଖରୁ ଜାପାନ ଗସ୍ତରେ ଯାଉଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଯଦି ମୁଖ୍ୟମନ୍ତ୍ରୀ ନ ରହିବେ, ତେବେ ଆଲୋଚନା ହେଲେ ତାହାର ଗୁରୁତ୍ବ କ’ଣ ରହିବ? ଆଲୋଚନା କରି ଲାଭ କ’ଣ? ମହାନଦୀ ଉପରେ ଉତ୍ତର ଦେବ କିଏ? ବିଧାନସଭା ଅଧିବେଶନ ୬ ତାରିଖ ଯାଏ ଚାଲିବ। ସେହି ଯାଏ ମୁଖ୍ୟମନ୍ତ୍ରୀ ରହିବା ଆବଶ୍ୟକ। ତା’ପରେ ରାଜ୍ୟର ସ୍ବାର୍ଥ ପାଇଁ ଯୁଆଡ଼େ ଇଚ୍ଛା ଯାଆନ୍ତୁ। ଆଶା କରୁଛି, ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ।
ମହାନଦୀ ପ୍ରସଙ୍ଗରେ ଜଳସମ୍ପଦ ମନ୍ତ୍ରୀ ଗୃହରେ ବିବୃତି ଦେବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ। ମନ୍ତ୍ରୀ ବିବୃତି ଦେଇ ନାହାନ୍ତି ବୋଲି କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର କହିଥିଲେ। ବାଚସ୍ପତି କହିଥିଲେ, ଯେହେତୁ ଆଲୋଚନା ହେବ ତେଣୁ ମନ୍ତ୍ରୀ ବିବୃତି ଦେବା ଉଚିତ ହେବନି। ଶ୍ରୀ ମିଶ୍ର କହିଥିଲେ, କିଛି ଅନୁଚିତ ବି ହେବନି। ବାଚସ୍ପତିଙ୍କ ନିର୍ଦ୍ଦେଶ ଅନୁଯାୟୀ ମନ୍ତ୍ରୀ ବିବୃତି ଦେବା ଭଲ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l