ଅପରାଧ ରାଜ୍ୟ

ଜମିବାଡ଼ି ବିବାଦର କରୁଣ ପରିଣତି, ଭାଇକୁ ହାଣି ଦେଲେ ସାବତ ଭାଇ ଏବଂ ସାବତ ମାଆ

ବାଲିପାଟଣା, ୧୨/୦୫: ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଭାଇକୁ ହାଣି ଦେଲେ ସାବତ ଭାଇ ଏବଂ ସାବତ ମାଆ । ଗୁରୁତର ଅବସ୍ଥାରେ ଯୁବକଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଭଳି ଏକ ଘଟଣା ଘଟିଛି ବାଲିପାଟଣା ଥାନା ସରାଟ ଗ୍ରାମରେ । ଆକ୍ରମଣକାରୀ ସାବତ ଭାଇ ଦେବେନ୍ଦ୍ର ବେହେରା ଏବଂ ସାବତ ମାଆଙ୍କୁ ବାଲିପାଟଣା ପୋଲିସ୍ ଗିରଫ କରିଛି । ସରାଟ ଗ୍ରାମର ସଂଜୟ ବେହେରା ଆଜି ସକାଳୁ ଖାଇବା ପରେ ହାତ ଧୋଉଥିଲେ […]

ଅପରାଧ ରାଜ୍ୟ

କୋଇଲା ଖଣିର ଆଁରେ ଲୀନ ହୋଇଯିବ ହେମଗିର, ନିଶ୍ଚିହ୍ନ ହୋଇଯିବ ୧୨୫ଟି ଗାଁ

ସୁନ୍ଦରଗଡ଼: ଆଧୁନିକ ସଭ୍ୟତାର ବିକାଶ ସହ ଯୋଡ଼ି ହୋଇଯାଇଛି ଭୂତଳ ପ୍ରାଚୁର୍ଯ୍ୟ କଳାହୀରା ବା କୋଇଲା। ତେବେ ଏ ବିକାଶର କଳାହୀରା ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ହେମଗିର ପାଇଁ ବିନାଶର କାରଣ ହେବ। ହେମଗିର ତଳେ ଥିବା କୋଇଲାର ବିଶାଳ ଭଣ୍ଡାର ଓ ଆଜକୁ ୨୫ ବର୍ଷ ଧରି ଚାଲିଥିବା ତାର ଖନନ, ଉତ୍ତୋଳନକୁ ଦେଖିଲେ ଏହି ଆଶଙ୍କା ସୃଷ୍ଟି ହେଉଛି। ଖଣିଜନିତ ବିସ୍ଥାପନ, ଜଙ୍ଗଲ କ୍ଷୟ ଓ ଧ୍ବସ୍ତବିଧ୍ବସ୍ତ ଗାଁ ଭୂଇଁ, ସବୁଜ ଧାନ […]

ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଜୟପୁର ରାଜକୁମାରୀ ଦିୟା କୁମାରୀଙ୍କ ଦାବି: ତାଜ ମହଲ ଆମ ଜାଗାରେ ହୋଇଛି

ଜୟପୁର: ଯେଉଁ ଜାଗାରେ ତାଜ ମହଲ ନିର୍ମାଣ ହୋଇଛି, ମୂଳତଃ ତାହା ଜୟପୁର ରାଜାଙ୍କ ଜମି ଥିଲା ଏବଂ ମୋଗଲ ସମ୍ରାଟ ଶାହ ଜାହାନ ତାକୁ ଦଖଲ କରିନେଇଥିଲେ ବୋଲି ଜୟପୁରର ପୂର୍ବତନ ରାଜକୁମାରୀ ତଥା ବିଜେପି ସାଂସଦ ଦିୟା କୁମାରୀ ବୁଧବାର କହିଛନ୍ତି। ଏଥି ସହ ସେ କହିଛନ୍ତି ଯେ ତାଜ ମହଲ ଜମି ସଂକ୍ରାନ୍ତ କାଗଜପତ୍ର ଏବେ ବି ତାଙ୍କ ପରିବାର ପାଖରେ ଗଚ୍ଛିତ ଅଛି। ତାଜ ମହଲର ସତ୍ୟାସତ୍ୟ ଜାଣିବା ଲାଗି ବନ୍ଦ […]

ଅପରାଧ ଦେଶ ବିଦେଶ ସ୍ୱାସ୍ଥ୍ୟ

ହୁ’ର ବଳକା କୋଭିଡ୍ ମୃତ୍ୟୁ ରିପୋର୍ଟ: ଭାରତରେ ଟିକା ବେପାର କରିବାରୁ ବଞ୍ଚିତ ଫାର୍ମା କମ୍ପାନିଙ୍କ ଷଡ଼ଯନ୍ତ୍ର ସନ୍ଦେହ

ନୂଆଦିଲ୍ଲୀ: ଜାନୁଆରି ୨୦୨୦ରୁ ଡିସେମ୍ବର ୨୦୨୧ ଭିତରେ ଭାରତରେ ୪.୮ ଲକ୍ଷ ଲୋକ କୋଭିଡ୍‌ରେ ମରିଛନ୍ତି ବୋଲି ଭାରତ ସରକାର ରିପୋର୍ଟ ଦେଇଥିବା ବେଳେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଏକ ରିପୋର୍ଟରେ କହିଥିଲା ଯେ ବାସ୍ତବ ମୃତ୍ୟୁସଂଖ୍ୟା ଏହାର ୧୦ ଗୁଣ ଅର୍ଥାତ୍ ୪.୭ ନିୟୁତ। ହୁ ଭାରତର କୋଭିଡ୍‌ ମୃତ୍ୟୁ ସଂଖ୍ୟାକୁ ଏତେ ‌ବଢ଼େଇ ରିପୋର୍ଟ ଦେବା ପଛରେ ବିଶ୍ବର ବଡ଼ ବଡ଼ ଫାର୍ମା କମ୍ପାନିଙ୍କ ହାତ ଅଛି ବୋଲି ଭାରତ ସନ୍ଦେହ କରୁଛି। […]

ଅପରାଧ ରାଜ୍ୟ

ଫୁଲନଖରା-ନିଆଳି ରାସ୍ତାରୁ ପିକଅପ ଭ୍ୟାନ ସହ ୭ କୁଇଣ୍ଟାଲ ଗୋମାଂସ ଜବତ, ୨ ଗିରଫ

ନିଆଳି, ୧୨/୦୫: ଫୁଲନଖରା-ନିଆଳି ରାସ୍ତାରୁ ପିକଅପ ଭ୍ୟାନ ସହ ୭ କୁଇଣ୍ଟାଲ ଗୋମାଂସ ଜବତ କରିଛି ଓଲଟ ପୁର ପୋଲିସ । ଏହି ବେଆଇନ ଗୋମାଂସ ସହ ଚାଲାଣରେ ସଂପୃକ୍ତ ଡ୍ରାଇଭର ଓ ବେପାରୀଙ୍କୁ ଓଲଟ ପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରିଛି | ପୋଲିସ ଏକ ମାମଲା ରୁଜୁ କରି ଗାଡ଼ି ଡ୍ରାଇଭର ସେଖ୍ ଅସରାଫ ଓ ବ୍ୟବସାୟୀ ସାହାରୁଖ ଖାଁକୁ ଗିରଫ କରିଛି । ଦିର୍ଘ ଦିନ ହେବ ଏହି […]

ଅପରାଧ ରାଜ୍ୟ

ସ୍ତ୍ରୀକୁ ପିଟିପିଟି ହତ୍ୟା କରି ସ୍ୱାମୀ ଫେରାର

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଅଞ୍ଚଳରେ ମଦ୍ୟପ ସ୍ୱାମୀ ସ୍ତ୍ରୀକୁ ପିଟିପିଟି ହତ୍ୟା କରିଥିବା ଘଟଣା ଚାଞ୍ଚଲ୍ୟ ଖେଳାଇଦେଇଛି। ଏନେଇ ଥାନାରେ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲା ଲରମ୍ଭା ଥାନା ଖୁଣ୍ଟ ସମଲେଇ ଗାଁର ନିଶାସକ୍ତ ଯୁବକ ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ପିଟିପିଟି ହତ୍ୟା କରିଛି। ତେବେ ହତ୍ୟା କରିବା ପରେ ଅଭିଯୁକ୍ତ ସ୍ୱାମୀ ଫେରାର ହେବାରେ ସଫଳ ହୋଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ […]

ଅପରାଧ ଦେଶ ବିଦେଶ

ରାତିରେ ହସ୍ତଗଣ୍ଠି ପଡ଼ିଲା, ସକାଳୁ ବିଦାୟୀ ‌ପୂର୍ବରୁ କନ୍ୟାଙ୍କୁ ଛାଡ଼ି ବରଯାତ୍ରୀ ନେଇ ଫେରିଗଲେ ବର

ଭରତପୁର: ରାଜସ୍ଥାନର ଭରତପୁରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜୌତୁକ ପାଇଁ ରାତିରେ ବିବାହ କରିଥିବା ୨ ଜଣ କନ୍ୟାଙ୍କୁ ଛାଡ଼ି ବରଯାତ୍ରୀ ନେଇ ଫେରିଗଲେ ୨ ଭାଇ। ୨ କନ୍ୟା ସଂପର୍କୀୟ ଭଉଣୀ ବୋଲି ଜାଣିବାକୁ ମିଳିଛି। ରାତିରେ ସମସ୍ତ ରୀତିନୀତିରେ ବିବାହ ସରିବା ପରେ ସକାଳୁ ବରପକ୍ଷ ଲୋକ କନ୍ୟାପକ୍ଷ ଲୋକଙ୍କୁ ଯୌତୁକ ମାଗିଥିଲେ। କନ୍ୟାପକ୍ଷ ଯୌତୁକ ଦେବାକୁ ଅସମର୍ଥ ହେବାରୁ ବର ୨ ଜଣ ସକାଳୁ ବରଯାତ୍ରୀ ନେଇ ଫେରି ଯାଇଥିଲେ। […]

ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଆଜି ବି ହୋଇପାରିଲାନି ବଂଶଧାର ଜଳବିବାଦ ମାମଲା ଶୁଣାଣି

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଚାଲିଥିବା ବଂଶଧାରା ଜଳ ବିବାଦ ମାମଲାର ଚୂଡ଼ାନ୍ତ ଶୁଣାଣି ବୁଧବାର ଦିନ ମଧ୍ୟ ଆରମ୍ଭ ହୋଇପାରିନାହିଁ। ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ଼, ବିଚାରପତି ଜଷ୍ଟିସ ସଂଜୀବ ଖାନ୍ନା ଓ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠରେ ଆଜି ମାମଲାର ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଥିଲେ ମଧ୍ୟ ବେଞ୍ଚରେ ଅନ୍ୟ ଏକ ମାମଲାର ଶୁଣାଣି ଦୀର୍ଘସମୟ ଧରି ଜାରି ରହିବାରୁ ବଂଶଧାରା ମାମଲାର ଶୁଣାଣି ହୋଇପାରିନଥିଲା। ବଂଶଧାର ଜଳ ବିବାଦ […]

ଅପରାଧ ରାଜ୍ୟ

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ: ଦେଶଦ୍ରୋହ ଆଇନରେ ରୋକ୍

ନୂଆଦିଲ୍ଲୀ : ଗତ କିଛି ବର୍ଷ ଧରି ବିବାଦୀୟ ହୋଇପଡ଼ିଥିବା ଦେଶଦ୍ରୋହ ଆଇନରେ‌ ବ୍ରେକ୍ ଲଗାଇଛନ୍ତି ସୁପ୍ରିମ କୋର୍ଟ। କେନ୍ଦ୍ର ସରକାର ଏହି ମାମଲାର ସମୀକ୍ଷା ପ୍ରକ୍ରିୟା ସଂପୂର୍ଣ୍ଣ କରିବା ପର୍ଯ୍ୟନ୍ତ କାହା ବିରୋଧରେ ଦେଶଦ୍ରୋହ ମାମଲା ଦାୟର କରାଯାଇପାରିବ ନାହିଁ। ମାମଲାର ବିଚାରପ୍ରକ୍ରିୟାକୁ ମଧ୍ୟ ଅନ୍ୟାଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ‌ଏସଂପର୍କରେ କେନ୍ଦ୍ର ଓ ସମସ୍ତ ରାଜ୍ୟ ସରକାରଙ୍କୁ ସୁପ୍ରିମ କୋର୍ଟ ଆଜି ନିର୍ଦେଶ ଦେଇଛନ୍ତି। କୋର୍ଟ ଏହା ସହିତ ସ୍ପଷ୍ଟ କରିଦେଇଛନ୍ତି ଯେ ଏହି […]

ଅପରାଧ ରାଜ୍ୟ

ଗଞ୍ଜେଇ ଚୋରା ଚାଲାଣକାରୀଙ୍କ ଉପରେ ପୋଲିସ୍‌ର ଚଢ଼ାଉ, ୭୬ ବସ୍ତା ଗଞ୍ଜେଇ ଜବତ, ୧୦ ଗିରଫ

ଚିତ୍ରକୋଣ୍ଡା, ୧୨/୦୫: ଚିତ୍ରକୋଣ୍ଡା ପୋଲିସ ପକ୍ଷରୁ ଗଞ୍ଜେଇ ଚୋରା ଚାଲାଣକାରୀଙ୍କ ଉପରେ ଚଢ଼ଉ କରାଯାଇଛି । ଏକ ସ୍ୱତନ୍ତ୍ର ଟିମ ଗଞ୍ଜେଇ ଚୋରାରେ ଚାଲାଣ କରାଯାଉଥିବାର ଖବର ପାଇ, ଗତକାଲି ରାତିରେ ନୂଆଗୁଡା ପଞ୍ଚାୟତ ଆର.ଏସ.ସି – ୧୦, ପୁରୁଣାପାଣି ଓ ରଥଗୁଡ଼ା ଅଞ୍ଚଳରେ ନାଇଟ ପାଟ୍ରୋଲିଂ କରୁଥିବା ବେଳେ ରଥଗୁଡ଼ା ଗ୍ରାମ ଠାରୁ ୭୦୦ ମିଟର ଦୂରରେ କିଛି ଵ୍ୟକ୍ତି ଏକାଠି ହୋଇ ଠିଆ ହୋଇଥିବାର ଦେଖିଥିଲେ । ପୋଲିସ ତାଙ୍କର ପିଛା କରିଥିଲେ l […]