ଫେସବୁକରେ ଭେଟିଥିବା ପ୍ରେମିକଙ୍କ ପାଇଁ ତୁଚ୍ଛ କଲେ ୨୫ ବର୍ଷର ସଂପର୍କ, ୬ ଲକ୍ଷର ସୁପାରୀ ଦେଇ କଲେ ସ୍ୱାମୀଙ୍କୁ ହତ୍ୟା
ନୂଆଦିଲ୍ଲୀ ୨୭/୦୫ : ଦିଲ୍ଲୀର ଦରିଆଗଞ୍ଜ ଅଞ୍ଚଳରେ ୱର୍କଶପ୍ ମାଲିକ ମୋଇନୁଦ୍ଦିନ କୁରେଶିଙ୍କୁ ଗୁଳି ଚଳାଇ ହତ୍ୟା ଘଟଣାରେ ହୋଇଛି ଆଶ୍ଚର୍ଯ୍ୟକର ଖୁଲାସା। କୁରେଶୀଙ୍କ ହତ୍ୟାରେ କୌଣସି ବାହାର ଲୋକ ନୁହେଁ। ବରଂ ନିଜ ପତ୍ନୀଙ୍କର ହିଁ ହାତ ରହିଛି। ଆଶ୍ଚର୍ଯ୍ୟକର କଥା ହେଉଛି ଦୁହିଁଙ୍କ ବିବାହ ହୋଇଥିଲା ୨୫ ବର୍ଷ ପୂର୍ବେ। ଆଉ ଫେସବୁକ ପ୍ରେମ ପାଇଁ ଭୁଲିଗଲେ ସବୁ ସଂପର୍କର ମୂଲ। ପତ୍ନୀ ତାଙ୍କ ପ୍ରେମିକ ସହିତ ମିଶି କରିଥିଲେ ସ୍ୱାମୀ କୁରେଶୀଙ୍କ ହତ୍ୟା। […]