୨୦୦ ଟପିଲା ମଙ୍କିପକ୍ସ ମାମଲା: ୨୦ ରାଷ୍ଟ୍ରକୁ ବ୍ୟାପିଲାଣି, ଭାରତରେ କୌଣସି ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି
ନୂଆଦିଲ୍ଲୀ : ୨୦ଟି ରାଷ୍ଟ୍ରକୁ ମଙ୍କିପକ୍ସ ସଂକ୍ରମଣ ମାମଲା ବ୍ୟାପିଛି ଏବଂ ବିଶ୍ବରେ ମୋଟ୍ ମଙ୍କିପକ୍ସ ମାମଲା ସଂଖ୍ୟା ୨୦୦ ଟପିଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) କହିଛି। ଅଧିକାଂଶ ମଙ୍କିପକ୍ସ ମାମଲା ୟୁରୋପରୁ ଚିହ୍ନଟ ହୋଇଛି। ମଙ୍କିପକ୍ସ ଭାଇରସ୍କୁ ନେଇ ସତର୍କତା ଅବଲମ୍ବନ କରିବାପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସମସ୍ତ ରାଷ୍ଟ୍ରକୁ କହିଛଛି। ତେବେ ମଙ୍କିପକ୍ସର ସମ୍ଭାବ୍ୟ ଗୋଷ୍ଠୀ ସଂକ୍ରମଣ ହେଉଥିବାରୁ ଏହାକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଜଣେ ବରିଷ୍ଠ ଅଧିକାରୀ ଚିନ୍ତା […]