ଆଉ ଜଣେ ବଙ୍ଗୀୟ ଅଭିନେତ୍ରୀଙ୍କ ଆତ୍ମହତ୍ୟା, ଘରୁ ମିଳିଲା ଝୁଲନ୍ତା ମୃତଦେହ
ମୁମ୍ବାଇ୨୭।୦୫: ବଙ୍ଗୀୟ ସିନେ ଇଣ୍ଡଷ୍ଟ୍ରିରୁ ଲଗାତାର ଭାବରେ ଆଶ୍ଚର୍ଯ୍ୟଜନକ ତଥା ଦୁଃଖଦ ଖବର ସାମ୍ନାକୁ ଆସୁଛି। ପୁଣି ଜଣେ ମଡେଲ ତଥା ଅଭିନେତ୍ରୀ ଆଜି ଆତ୍ମହତ୍ୟା କରିଛନ୍ତି। ମଞ୍ଜୁଷା ନିୟୋଗୀଙ୍କ ମୃତଦେହ ଆଜି ତାଙ୍କ ପାଟୁଲିଙ୍କ ଘରୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଅଭିନେତ୍ରୀଙ୍କ ଆତ୍ମହତ୍ୟା ଖବର ପୁଣି ଥରେ ସମସ୍ତଙ୍କୁ ଚକିତ କରିଛି। କାରଣ ଦୁଇ ଦିନ ପୂର୍ବରୁ ବିଦିଶାଙ୍କ ମୃତ୍ୟୁ ଏବେ ମଞ୍ଜୁଷା । ଏହି ଘଟଣାକୁ ନେଇ ପୋଲିସ୍ ସନ୍ଦେହ କରୁଛି […]