ଅପରାଧ ଦେଶ ବିଦେଶ

ଗୁଜୁରାଟରେ ବିଷାକ୍ତ ମଦ ପିଇ ୧୯ ମୃତ, ୪୦ରୁ ଅଧିକ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ ୨୬/୦୭: ଗୁଜୁରାଟର ବୋଟାଦ ଜିଲ୍ଲାରେ ରୋଜିଦ ଗାଁରେ ବିଷାକ୍ତ ମଦ ପିଇ ଏବେସୁଦ୍ଧା ୧୯ ଜଣଙ୍କ ମୃତ୍ୟୁ ହେଲାଣି । ୪୦ରୁ ଅଧିକ ବ୍ୟକ୍ତି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଅନେକଙ୍କ ଅବସ୍ଥା ଗୁରୁତର ରହିଛି । ଘଟଣା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୧୦ ଜଣଙ୍କୁ ଅଟକ ରଖିବା ସହ ପଚରାଉଚରା କରୁଛି । ଅନ୍ୟଦିଗରେ ଏସଆଇଟି ବ୍ୟତୀତ ଗୁଜୁରାଟ ଏଟିଏସ ଭିନ୍ନ ଭିନ୍ନ ଦିଗରୁ ମାମଲାର ତଦନ୍ତ କରୁଛି […]

ଅପରାଧ ଦେଶ ବିଦେଶ

କାନାଡା ବ୍ରିଟିଶ କଲମ୍ବିଆରେ ଗୁଳିକାଣ୍ଡ : ୨ ପ୍ରବାସୀ ଭାରତୀୟ ମୃତ

ନୂଆଦିଲ୍ଲୀ ୨୬/୦୭: କାନାଡା ବ୍ରିଟିଶ୍ କଲମ୍ବିଆରେ ଫାୟାରିଂ । ଏଥିରେ ୨ ପ୍ରବାସୀ ଭାରତୀୟଙ୍କ ସହ ଆଉ କିଛି ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆଉ କିଛି ଲୋକ ଆହତ ହୋଇଥିବା ସୂଚନା ମିଳିଛି । ମୃତକମାନେ ଘରଦ୍ବାର ବିହିନୀ ଥିଲେ ବୋଲି କୁହାଯାଉଛି । ପୋଲିସ ସେହି ଅଞ୍ଚଳକୁ ଜଗି ରହିଥିବା ବେଳେ ଲୋକଙ୍କୁ ଘରୁ ବାହାରିବାକୁ ମନା କରିଛି । ତେବେ କେଉଁ କାରଣ ପାଇଁ ଏହି ଫାଇରିଂ ହୋଇଛି ତାହା […]

ମନୋରଞ୍ଜନ ରାଜ୍ୟ ସ୍ପେଶାଲ ରିପୋର୍ଟ

ଚେନ୍ନାଇରେ ପ୍ରକୃତି ମିଶ୍ରଙ୍କ ପରିବାର: ସୋସିଆଲ ମିଡିଆରେ ଫଟୋ ସେୟାର କଲେ ମା’, କହିଲେ ଆମେ ରିଲାକ୍ସ

ଭୁବନେଶ୍ୱର ୨୬/୦୭: ବାବୁସାନ-ତୃପ୍ତି ଓ ପ୍ରକୃତି କଳି ଭିତରେ ସାମ୍ନାକୁ ଆସିଛି ପ୍ରକୃତିଙ୍କ ପରିବାରର କିଛି ଫଟୋ । ସୋସିଆଲ୍ ମିଡିଆରେ କିଛି ଫଟୋ ପୋଷ୍ଟ କରିଛନ୍ତି ପ୍ରକୃତିଙ୍କ ମା କୃଷ୍ଣପ୍ରିୟା ମିଶ୍ର । ଲେଖିଛନ୍ତି ଯେ- ‘ବହୁତ ପ୍ରତିବନ୍ଧକ ପରେ ସପରିବାର ଆମେ ଚେନ୍ନାଇରେ ଏକାଠି ହୋଇଛୁ । ଏବେ ଆମେ ସାମାନ୍ୟ ରିଲାକ୍ସ ଅନୁଭବ କରୁଛୁ । ଶନିବାରର ଘଟଣା ପରେ ପ୍ରକୃତି ମିଶ୍ର ବି ଚେନ୍ନାଇ ଯାଇଥିଲେ । ଏପରିକି ଚେନ୍ନାଇରୁ ସେ […]

ମନୋରଞ୍ଜନ ରାଜ୍ୟ ସ୍ପେଶାଲ ରିପୋର୍ଟ

କୁଆଡେ ଗଲେ ବାବୁସାନ୍‌ ? ଚେନ୍ନାଇରୁ ଫେରିଲା ‘ଦମନ’ ଟିମ୍‌

ଭୁବନେଶ୍ୱର ୨୬।୦୭ : କୁଆଡେ ଗଲେ ବାବୁସାନ୍‌ ? ଚେନ୍ନାଇରୁ ଫେରିଲା ‘ଦମନ’ ଟିମ୍‌ । ହେଲେ ସେଥିରେ ନାହାନ୍ତି ବାବୁସାନ୍‌ । ୨୪ ତାରିଖ ରାତି ୧୦ ଟାରେ ବାବୁସାନ୍‌ ହୋଟେଲ୍‌ ଛାଡିଥିବା ସୂଚନା । ଫେରିବା ପାଇଁ ଟିକେଟ୍‌ ହୋଇଥିଲା, କିନ୍ତୁ ଆସିଲେନି ବାବୁଶାନ୍‌ । ଏମିତିକି ଚେନ୍ନାଇର ଉତ୍କଳ ସମାଜର କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ ବାବୁସାନ ବୋଲି କହିଛନ୍ତି। ନିର୍ଦ୍ଦେଶକ ଦେବୀ ପ୍ରସାଦ ଲେଙ୍କା କହିଛନ୍ତି ଯେ, ଗତ ୨୩ ତାରିଖ ସକାଳେ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୪୮୩୦ କରୋନା ପଜିଟିଭ୍

ନୂଆଦିଲ୍ଲୀ ୨୬/୦୭: ଉପର ମୁହାଁ କରୋନା ଗ୍ରାଫ୍। ଦେଶରେ ପୁଣି ବଢିଛି ସଂକ୍ରମଣ। ଏବେ କରୋନା ସଂକ୍ରମଣ ବଢିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟାରେ ବି ଲାଗୁନି ବ୍ରେକ୍ । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଓ ପରେ ୧୦ ହଜାର ତଳକୁ ଖସିବା ପରେ ପୁଣି ବଢିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୪୦୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସ୍ୱାସ୍ଥ୍ୟ […]

ରାଜ୍ୟ ସ୍ୱାସ୍ଥ୍ୟ

ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ, ଡାକ୍ତର ମରୁଡି ଯୋଗୁଁ ତେଜିଲା ଅସନ୍ତୋଷ

ବାଲିଗୁଡା ୨୬/୦୭: ବାଲିଗୁଡା ଉପଖଣ୍ଡ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ । ଡାକ୍ତର ମରୁଡି ଯୋଗୁଁ ତେଜୁଛି ଅସନ୍ତୋଷ ବାଲିଗୁଡା । ଓଡିଶାର ସର୍ବ ବୃହତ୍ତ ଉପଖଣ୍ଡର ମାନ୍ୟତା ପାଇଥିବା ବାଲିଗୁଡା ଉପଖଣ୍ଡରେ ଦିନକୁ ଦିନ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହେବାକୁ ଲାଗିଛି । ଡାକ୍ତର ଖାନାରେ ଡାକ୍ତର ଓ ଷ୍ଟାଫ ମରୁଡି ଯୋଗୁଁ ରୋଗୀ ସେବାରେ ବ୍ୟାହତ ହେଉଥିବା ଦେଖିବାକୁ ମିଳିଛି । ଜରୁରୀକାଳୀନ ରୋଗୀଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି ଅନେକ ରୋଗୀ ଅପେକ୍ଷା […]

ଅପରାଧ ରାଜ୍ୟ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ : ୩ ଜଣଙ୍କ ନାଁରେ ମାମଲା ରୁଜୁ କଲା ସିବିଆଇ

ବ୍ରହ୍ମପୁର ୨୬।୭: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୩ ଜଣଙ୍କ ନାଁରେ ମାମଲା । ବ୍ରହ୍ମପୁର ଗୋପାଳପୁର ମିଲିଟାରି ଇଂଜିନିୟରିଂ ସର୍ଭିସର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ନାଁରେ ମାମଲା । କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ସମେତ ୩ ଜଣଙ୍କ ନାଁରେ ମାମଲା ରୁଜୁ କଲା ସିବିଆଇ । ସୂଚନାଯୋଗ୍ୟ ଯେ, ବ୍ରହ୍ମପୁର ଗୋପାଳପୁର ମିଲିଟାରି ଇଂଜିନିୟରିଂ ସର୍ଭିସର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ବାପା ଏବଂ ଅନ୍ୟ ଜଣେ ବ୍ୟକ୍ତି ୯୫ ଲକ୍ଷ ୮୯ ହଜାର ଟଙ୍କା ନେଇ ଯାଉଥିବା ବେଳେ […]

ଅପରାଧ ରାଜ୍ୟ

ବ୍ରହ୍ମପୁରରେ ଅନର୍ କିଲିଂ ଉଦ୍ୟମ ! ଝିଅକୁ ବିଷ ଦେଇ ବାପା ଗିରଫ

ବ୍ରହ୍ମପୁର ୨୬।୭: ବ୍ରହ୍ମପୁରରେ ଅନର କିଲିଂ ଅଭିଯୋଗ । ଝିଅକୁ ବିଷ ଦେଇ ମାରିଦେବାକୁ ବାପା ଉଦ୍ୟମ କରିଥିବା ଅଭିଯୋଗ । ଗୁରୁତର ଅବସ୍ଥାରେ ଝିଅ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ବ୍ରହ୍ମପୁର ପୋଲିସ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ପଦ୍ମପୁର ଗାଁରେ ଦେଖାଦେଇଛି ଏଭଳି ଘଟଣା । ସୂଚନାଯୋଗ୍ୟ ଯେ, ଗାଁର ବାଲାଜୀ ପାତ୍ର ତାଙ୍କ ବଡ ଝିଅଙ୍କୁ ବିଷ ଦେଇ ହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଝିଅ ଜଣଙ୍କ ଦିବ୍ୟାଙ୍ଗ […]

ଅପରାଧ ରାଜ୍ୟ

ବାଇକ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ, ତିନି ଗିରଫ

ଭୁବନେଶ୍ବର ୨୬।୦୭ : ବାଇକ ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ । ଖଣ୍ଡଗିରି ଥାନା ଅଞ୍ଚଳରୁ ଜବତ ହେଲା ୧୦ଟି ବାଇକ । ଏହାସହ ତିନି ଜଣଙ୍କୁ ଗିରଫ କରିଛି କମିଶନରେଟ୍‌ ପୋଲିସ । ଗିରଫଙ୍କ ମଧ୍ୟରେ ଦୁଇଜଣ ପାଞ୍ଚ ଗାଁର ଓ ଜଣେ ଖୋର୍ଦ୍ଧାର ବୋଲି ଜଣାପଡିଛି । ଖବର ଅନୁଯାୟୀ, ବିଭିନ୍ନ ସ୍ଥାନରେ ବାଇକ୍‌ ଚୋରି କରୁଥିଲେ ଏହି ଗ୍ୟାଙ୍ଗ । ପୋଲିସ ନିକଟରେ ଗୁଇନ୍ଦା ସୂଚନା ମିଳିବା ପରେ ଲଗାତର ଭାବେ ନଜର ରଖିଥିଲା […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ସମ୍ବଲପୁର ବିଶ୍ବବିଦ୍ୟାଳୟ ପୁଣି ପ୍ରଶ୍ନପତ୍ର ବିଭ୍ରାଟ : ୫୦ ମାର୍କ ବଦଳରେ ଆସିଲା ୮୦ ମାର୍କର ପ୍ରଶ୍ନପତ୍ର

ସମ୍ବଲପୁର ୨୬।୭: ସମ୍ବଲପୁର ବିଶ୍ବବିଦ୍ୟାଳୟ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ୧୩ ଦିନ ବିତିଲାଣି । ହେଲେ ଦୋଷୀ ଧରାପଡିନାହାନ୍ତି । ପୋଲିସ ତା ବାଟରେ କାର୍ଯ୍ୟ କରି ପଚରାଉଚରା ଜାରି ରଖିଥିବା ବେଳେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ନିଜେ ବସାଇଥିବା କମିଟିର ତଦନ୍ତ ରିପୋର୍ଟରେ କ’ଣ ଆସିଲା ସାମ୍ନାକୁ ଆଣୁ ନାହାନ୍ତି । ତଦନ୍ତରେ କ’ଣ ବାହାରିଲା ଗଣମାଧ୍ୟମକୁ ଲୁଚାଉଛନ୍ତି କର୍ତ୍ତୃପକ୍ଷ । ତଦନ୍ତ ସରିବା ପୂର୍ବରୁ ଦୁଇ ଜଣଙ୍କ ନାଁ ସାମ୍ନାକୁ ଆଣିଥିବା ବେଳେ ସେମାନେ ସତରେ […]