ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ରେଜଲ୍ଟ ବାହାରିବାରେ ଅହେତୁକ ବିଳମ୍ବ, ବିଶ୍ବବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା

ସମ୍ବଲପୁର ୨୬।୭: ରେଜଲ୍ଟ ବାହାରିବାରେ ବିଳମ୍ବ ନେଇ ଛାତ୍ରଛାତ୍ରୀଙ୍କ ଧାରଣା । ଯୁକ୍ତ ତିନି ପଞ୍ଚମ ସେମିଷ୍ଟାର ରେଜଲ୍ଟ ବାହାରିବାରେ ଅହେତୁକ ବିଳମ୍ବ ହେଉଥିବାରୁ ମଙ୍ଗଳବାର ପୁଣି ବିଶ୍ବବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀ ଧାରଣା ଦେଉଛନ୍ତି । ଆଗକୁ ପିଜି ପ୍ରବେଶିକା ଓ ବିଇଡି ପ୍ରବେଶିକା ପରୀକ୍ଷା ଥିବାବେଳେ ବର୍ତ୍ତମାନ ସମୟରେ ରେଜଲ୍ଟ ବାହାରିବା ନିହାତି ଆବଶ୍ୟକ । ତେଣୁ ଆନ୍ଦୋଳନରେ ବସିଛନ୍ତି ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ । ଦୁଇ ମାସ ହେଲା କର୍ତ୍ତୃପକ୍ଷ କାହିଁକି ରେଜଲ୍ଟ ବାହାର କରୁନାହାନ୍ତି […]

ଖେଳ ଦେଶ ବିଦେଶ

ରାଜ୍ୟଗୋଷ୍ଠୀ କ୍ରୀଡାରୁ ନୀରଜ ଚୋପ୍ରା ବାଦ୍, ଭାରତ ହରାଇବ ନିଶ୍ଚିତ ସ୍ୱର୍ଣ୍ଣ ପଦକ !

ନୂଆଦିଲ୍ଲୀ ୨୬/୦୭: ଭାରତକୁ ଝଟକା । ରାଜ୍ୟ​‌ଗୋଷ୍ଠୀ କ୍ରୀଡା ୨୦୨୨ ଆରମ୍ଭ ହେବାର ଠିକ୍ ପୂର୍ବରୁ ଭାରତକୁ ବଡ ଝଟକା ଲାଗିଛି। ଟୋକିଓ ଅଲମ୍ପିକରେ ସ୍ୱର୍ଣ୍ଣ ପଦକ ଜିତିଥିବା ଜାଭେଲିନ୍ ଥ୍ରୋ ଖେଳାଳି ତଥା ସୁନା ପୁଅ ନୀରଜ ଚୋପ୍ରା କମନଓ୍ବେଲଥ୍‌ ଗେମ୍ସରୁ ଓହରି ଯାଇଛନ୍ତି। ଆହତ ଜନିତ କାରଣରୁ ସେ ଏହି ଟୁର୍ଣ୍ଣାମେଣ୍ଟରୁ ଓହରିଥିବା ସୂଚନା ମିଳିଛି । ତେବେ କିଛି ଦିନ ପୂର୍ବରୁ ଓ୍ବାର୍ଲ୍ଡ ଆଥଲେଟିକ୍ଦରେ ରୌପ୍ୟ ପଦକ ଜିତିଥିଲେ ନୀରଜ । ଏବେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

କାଶୀପୁରରେ ବଢିପାରେ ମୃତ୍ୟୁ ସଂଖ୍ୟା, ସ୍ଥିତି ଉପରେ ନଜର ରହିଛି-ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର ୨୬।୦୭ : କାଶୀପୁରରେ ବଢ଼ିଥାଇ ପରେ ମୃତ୍ୟୁ ସଂଖ୍ୟା। ମୋ ଅନୁଧ୍ୟାନ ସମୟରେ ମୃତ୍ୟୁ ସଂଖ୍ୟା ଯାହା ଥିଲା ଆମେ ରାଜ୍ୟବାସୀଙ୍କୁ ଅବଗତ କରିଥିଲୁ । ଆଉ ଏବେ ବଢ଼ିଥାଇପାରେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କାଶୀପୁର ଉପରେ କଡ଼ା ନଜର ରଖାଯାଇଛି। ସ୍ଥିତି ନିୟନ୍ତ୍ରଣରେ ରହିଛି। ୯ ନୁହେଁ ୧୪ ବୋଲି ମୃତ୍ୟୁ ସଂଖ୍ୟାକୁ ଆସୁଥିବା ଅଭିଯୋଗକୁ ମୋତେ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ସ୍କୁଲ ଭିତରେ ଲହଡି ମାରୁଛି ପାଣି, ଗୋଟିଏ କୋଠରୀରେ ପାଠ ପଢୁଛନ୍ତି ତିନୋଟି ଶ୍ରେଣୀର ପିଲା

ପାଟଣାଗଡ଼ ୨୬।୦୭ : ସ୍କୁଲର ଉନ୍ନତି ପାଇଁ ସରକାର ଅନେତ ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଏଠି ସ୍କୁଲ ଭିତରେ ଲହଡି ମାରୁଛି ପାଣି । ପାଟଣାଗଡ଼ ବ୍ଲକ ଘସିଏନ୍‌ ଗାଁର ପ୍ରାଥମିକ ବିଦ୍ୟାଳୟରେ ଏପରି ଅବ୍ୟବସ୍ଥା ଦେଖିବାକୁ ମିଳୁଛି । ବିଦ୍ୟାଳୟ ପରିସରରେ ବର୍ଷା ପାଣି ଲହଡି ମାରୁଛି । ଯାହାଫଳରେ ସ୍କୁଲରେ ପାଠପଢା ଠପ ହୋଇଯାଇଛି । ଶ୍ରେଣୀ କୋଠରି ଭିତରେ ଆଣ୍ଠୁଏ ଲେଖାଏ ପାଣି ଜମା ହେବା ସହ ସ୍କୁଲ ପରିସର […]

ଖେଳ ଦେଶ ବିଦେଶ

ତିନୋଟି ମ୍ୟାଚ୍ ପରେ ଆଉ ମିଳିଲାନି ସୁଯୋଗ : ଏବେ ଜମ୍ମୁ-କାଶ୍ମୀର ପାଇଁ ଖେଳିବେ ଉମରାନ 26/07/2022 at 9:30 AM

ନୂଆଦିଲ୍ଲୀ ୨୬/୦୭: ଭାରତୀୟ ଦଳରେ ପାଦର୍ପଣ କରିବା ପରେ ଉମରାନ ମଲ୍ଲିକଙ୍କ ଯାତ୍ରା ସେତେଟା ଲମ୍ବା ରହିନାହିଁ । ତିନୋଟି ଟି୨୦ ମ୍ୟାଚ୍ ଖେଳିହାପରେ ତାଙ୍କୁ ଓ୍ୱେଷ୍ଟଇଣ୍ଡିଜ ଗସ୍ତରୁ ବାଦ୍ ଦିଆଯାଇଥିଲା । ଏହା ପଛର କାରଣ ରହିଛି ତାଙ୍କର ପ୍ରଦର୍ଶନ । ସେ ଆଇପିଏଲର ପ୍ରଦର୍ଶନକୁ ଅନ୍ତର୍ଜାତୀୟ ଫର୍ମାଟରେ ଦୋହରାଇପାରିନଥିଲେ । ଏବେ ସେ ଏସିଆ କପ୍ ପାଇଁ ଦଳରେ ସ୍ଥାନ ପାଇବାକୁ ପ୍ରୟାସ କରୁଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଚୂଡାନ୍ତ ଏକାଦଶରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଶୂନ୍ୟକାଳରେ ଉଠିଲା କାଶୀପୁର ଝାଡ଼ାବାନ୍ତି ପ୍ରସଙ୍ଗ, ସ୍ୱତନ୍ତ୍ର ଅନୁଧ୍ୟାନ ଦାବି କଲେ ବିରୋଧୀ ଦଳ ମୁଖ୍ୟ ସଚେତକ

ଭୁବନେଶ୍ୱର ୨୬/୦୭: ବିଧାନସଭାର ଶୁନ୍ୟକାଳରେ ପୁଣି ଥରେ ଉଠିଲା ରାୟଗଡା କାଶୀପୁରରେ ଝାଡ଼ାବାନ୍ତି ବ୍ୟାପିବା ପ୍ରସଙ୍ଗ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ସମାଲୋଚନା କରିଛନ୍ତି । ସେଠି ସର୍ବମୋଟ ୧୪ ଜଣ ମୃତ୍ୟୁବରଣ କରିଥିବା ବେଳେ ସରକାର କିନ୍ତୁ ୯ ଜଣ ବୋଲି କହୁଛନ୍ତି । ଅନ୍ୟ ୫ ଜଣଙ୍କର ସ୍ୱଭାବିକ ମୃତ୍ୟୁ ହୋଇଥିବା ସରକାର କହୁଛନ୍ତି । ତେବେ ଏହି ୫ ଜଣଙ୍କର ପୋଷ୍ଟମର୍ଟମ ରିପୋର୍ଟ […]

ଅପରାଧ ରାଜ୍ୟ

ଲିଫ୍ଟ ମାଗିବା ବାହାନାରେ ବ୍ୟବସାୟୀଙ୍କୁ ଅଟକାଇଲେ, ଭୁଜାଲିରେ ହାଣି ଲୁଟିନେଲେ ୨୫ ହଜାର ଟଙ୍କା

ଜଳେଶ୍ବର ୨୬।୭: ଲିଫ୍ଟ ମାଗିବା ବାହାନାରେ ରାସ୍ତା ଯାଉଥିବା ବ୍ୟବସାୟୀଙ୍କୁ ଅଟକାଇ ଭୁଜାଲିରେ ମରଣାନ୍ତକ ଆକ୍ରମଣ କରି ୨୫ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ମଥାନୀ ଅଣ୍ଡର ବାଇପାସ୍ ନିକଟରେ ମଙ୍ଗଳବାର ସକାଳ ୯ଟା ସମୟରେ ଲକ୍ଷ୍ମଣପଡା ଗ୍ରାମର ବ୍ୟବସାୟୀ ପଞ୍ଚାନନ ମହାନ୍ତି ନିଜ ଦୋକାନ ପାଇଁ ଜିନିଷ ଆଣିବାକୁ ବାଇକ୍‌ରେ ଜଳେଶ୍ବର ଯାଉଥିଲେ । ସେହି ସମୟରେ ଦୁଇଟି ବାଇକରେ […]

ରାଜ୍ୟ ସ୍ୱାସ୍ଥ୍ୟ

ନରସିଂହପୁର ରେଞ୍ଜ ଜଙ୍ଗଲରୁ ଆଉ ଏକ ଅସୁସ୍ଥ ଦନ୍ତା ହାତୀ ଠାବ, ସ୍ବତନ୍ତ୍ର ଟିମ୍ କରିବ ଟ୍ରାଙ୍କୁଲାଇଜ୍

ଆଠଗଡ ୨୬।୭: କଟକ ଜିଲ୍ଲା ନରସିଂହପୁର ପୂର୍ବାଞ୍ଚଳ ରେଞ୍ଜ ଅଧିନ ଦେବଭୂମି ସଂରକ୍ଷିତ ଜଙ୍ଗଲ ନୂଆଗଡ କମ୍ପାଣ୍ଟମେଣ୍ଟ ୩ ଜଙ୍ଗଲରେ ଏକ ଅସୁସ୍ଥ ଦନ୍ତା ହାତୀକୁ ଠାବ କରିଛି ବନ ବିଭାଗ । ଦାନ୍ତ ହାତୀଟି ଦୁଇ ଦିନ ହେବ ଅସୁସ୍ଥ ହୋଇ ପୂର୍ବାଞ୍ଚଳ ରେଞ୍ଜ ଅଧିନ ଦେବଭୂମି ସଂରକ୍ଷିତ ଜଙ୍ଗଲ ନୂଆଗଡ କମ୍ପାଣ୍ଟମେଣ୍ଟ ୩ରେ ତଥା ବୁଢ଼ାବୁଢ଼ୀ ଘାଟିର ଦୁଇ କିଲୋମିଟର ଜଙ୍ଗଲ ଭିତରେ ଅସୁସ୍ଥ ଦନ୍ତା ହାତୀଟି ବୁଲୁଥିବା ବନ ବିଭାଗ ଖବର ପାଇଥିଲା […]

ରାଜ୍ୟ ସ୍ୱାସ୍ଥ୍ୟ

ରାୟଗଡା ପରେ ନୂଆପଡାରେ ଡାଇରିଆ ଆତଙ୍କ, ଜଣେ ମୃତ

ନୂଆପଡା ୨୬/୦୭: ରାୟଗଡା କାଶୀପୁର ପରେ ନୂଆପଡା ଜିଲ୍ଲାରେ ଡାଇରିଆ ଆତଙ୍କ । ପରିସ୍ଥିତି ଏମିତି ହୋଇଛି ଜଣଙ୍କ ଜୀବନ ଚାଲିଯାଇଛି । ଏହାସହ ୧୦ ରୁ ଅଧିକ ଗୁରୁତର ହୋଇଛନ୍ତି । ଚିକିତ୍ସା ପାଇଁ ନୂଆପଡା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ଏମାନେ ସମସ୍ତେ କୋମନା ବ୍ଲକ ଜଟଗଡ ଗ୍ରାମର । ତେବେ ଏହାର କାରଣ କଣ ତାହା ଜଣାପଡିନି । ସୂଚନା ଥାଉକି, ଗତ କିଛିଦିନ ହେବ କାଶୀପୁର ଓ ଏହାର ଆଖପାଖ ଅଞ୍ଚଳରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୬୨ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୨୬।୦୭ : ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୬୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୮୭ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୨୭୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୦୪ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୦୭୯୧୧କୁ ବୃଦ୍ଧି ପାଇଛି […]