ରାଜ୍ୟ

ଆଜି ବ୍ରହ୍ମପୁର, ଆସ୍କା ଓ ଭୁବନେଶ୍ୱରକୁ ନେଇ ସମୀକ୍ଷା କରିବେ ସୁପ୍ରିମୋ

ଭୁବନେଶ୍ୱର: ବିଜେଡି-ବିଜେପି ସମ୍ଭାବ୍ୟ ମେଣ୍ଟକୁ ନେଇ ଚିତ୍ର ସ୍ପଷ୍ଟ ହେଉନି। ଶୀର୍ଷ ସ୍ତରରେ ଆଲୋଚନା ଜାରି ରହିଥିବା ସଙ୍କେତ ମିଳୁଛି। ଅନ୍ୟପଟେ ନିର୍ବା‌ଚନ ପାଇଁ ବିଜେଡି ତା’ର ସାଂଗଠନିକ ପ୍ରସ୍ତୁତି ଜୋର୍‌ଦାର କରିଛି। ନିଜେ ବିଜେଡି ସଭାପତି ନବୀନ ପଟ୍ଟନାୟକ ନବୀନ ନିବାସରେ ଦିନତମାମ ସାଂଗଠନିକ କସ୍‌ରତ ଚଳାଇଛନ୍ତି। ସୋମବାର ପୁରୀ ଓ କେନ୍ଦ୍ରାପଡ଼ା ସଂସଦୀୟ ‌କ୍ଷେତ୍ରର ସମୀକ୍ଷା ପରେ ଗତକାଲି କୋରାପୁଟ ଓ ନବରଙ୍ଗପୁର ପାଳି ଥିଲା। ପୂର୍ବାହ୍ନରେ କୋରାପୁଟ ଓ ଅପରାହ୍ନରେ ନବରଙ୍ଗପୁରର ସମୀକ୍ଷା […]

ରାଜ୍ୟ

ଦୁଇ ନୂଆ ପ୍ରଜାତି ଜିଆ ଠାବ: କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଗବେଷକଙ୍କୁ ସଫଳତା

ସେମିଳିଗୁଡ଼ା: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଗବେଷକ କୋରାପୁଟର ପୂର୍ବଘାଟ ପର୍ବତମାଳାରୁ ଦୁଇଟି ନୂତନ ପ୍ରଜାତିର ଜିଆ ଠାବ କରିଛନ୍ତି। ଦୁଇ ନୂଆ ପ୍ରଜାତିର ଜିଆକୁ ‘ମେଗାସ୍କୋଲେକ୍ସ ଜୟପୋରଘାଟିଏନ୍ସିସ୍’ ଓ ‘ମେଗାସ୍କୋଲେକ୍ସ କ୍ବାଦରିପାପିଲାଟସ୍’ ଭାବେ ନାମକରଣ କରାଯାଇଛି। ନୂଆ ପ୍ରଜାତିର ଜିଆ ସଂପର୍କରେ ପ୍ରତିଷ୍ଠିତ ଆନ୍ତର୍ଜାତିକ ପତ୍ରିକା ‘ଜୁଟାକ୍ସା’ରେ ପ୍ରକାଶ ପାଇଛି। ଏହି ଦୁଇ ପ୍ରଜାତିକୁ ମିଶାଇ ବିଶ୍ୱରେ ମୋଟ ମେଗାସ୍କୋଲେକ୍ସ ପ୍ରଜାତି ଜିଆ ସଂଖ୍ୟା ୭୦କୁ ବୃଦ୍ଧି ପାଇଛି। ଯେଉଁଥିରୁ ୩୪ଟି କେବଳ ଭାରତରେ ଦେଖିବାକୁ ମିଳେ। […]

ରାଜ୍ୟ

ଆନନ୍ଦପୁର ନିର୍ବାଚନମଣ୍ଡଳୀ: କଂଗ୍ରେସ ପାଇଁ ମଙ୍ଗ ଧରିଲେ ଜୟଦେବ

ହାଟଡିହି: ମେ ୨୫ରେ କେନ୍ଦୁଝର ଜିଲ୍ଲାରେ ହେବ ଭୋଟ୍‌ଗ୍ରହଣ। କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ନିର୍ବାଚନମଣ୍ଡଳୀରେ କଂଗ୍ରେସ ନିଜର ଘର ସଜାଡୁଥିବା ବେଳେ ବିଜେଡିରେ ଟିକେଟ୍‌ ଆଶାୟୀଙ୍କ ମଧ୍ୟରେ ଛକାପଞ୍ଝା ଜାରି ରହିଛି। ପରସ୍ପରର ଟିକେଟ୍‌ କାଟିବା ପାଇଁ ବିଜେଡିର ବିଭିନ୍ନ ଗୋଷ୍ଠୀ ଦସ୍ତଖତ ଅଭିଯାନ ଚଳାଇଛନ୍ତି। ଅନ୍ୟପକ୍ଷରେ ମେଣ୍ଟ ଚର୍ଚ୍ଚା ଭିତରେ ବିଜେପି ଶିବିରରେ ନିରବତା ଦେଖିବାକୁ ମିଳିଛି। ଆନନ୍ଦପୁର ବ୍ଲକ୍‌ର ୧୫ଟି ପଞ୍ଚାୟତ, ହାଟଡିହି ବ୍ଲକ୍‌ ଓ ଆନନ୍ଦପୁର ପୌରାଞ୍ଚଳକୁ ନେଇ ଆନନ୍ଦପୁର ନିର୍ବାଚନମଣ୍ଡଳୀ ଗଠିତ। […]

ରାଜ୍ୟ

ନେତାଙ୍କୁ ଚକ୍‌ମା ଦେଇଛି ସାଲେପୁର

କଟକ: କଟକ ଜିଲ୍ଲା ରାଜନୀତିରେ ସାଲେପୁର ନିର୍ବାଚନ ମଣ୍ଡଳୀ ସବୁ ବେଳେ ଚକିତ କଲା ଭଳି ଫଳାଫଳ ଦେଇ ଆସିଛି। ମାତ୍ର ହଜାରେ, ଦୁଇ ହଜାର ଭୋଟରେ ହାରଜିତ ନିର୍ଣ୍ଣୟ କରେ ଏହି ଆସନ। କେବଳ ସେତିକି ନୁହେଁ, ଗତ ୩ଟି ସାଧାରଣ ନିର୍ବାଚନରେ ପ୍ରତିଥର ଭୋଟର ଏଠାରେ ନୂଆ ବିଧାୟକ ନିର୍ବାଚିତ କରୁଛନ୍ତି। ଏବେ ୨୦୨୪ ନିର୍ବାଚନରେ ଏହି ଧାରା ଭାଙ୍ଗିବ ନା ଜାରି ରହିବ, ତାହାକୁ ନେଇ ବିଭିନ୍ନ ମହଲରେ ଉତ୍କଣ୍ଠା ବଢ଼ିଲାଣି। ଅନ୍ୟପକ୍ଷରେ […]

ରାଜ୍ୟ

ବାଲିଗୁଡା ନିର୍ବାଚନମଣ୍ଡଳୀ: ତିନି ଦଳର ସମରସଜ୍ଜା

ବାଲିଗୁଡା: ନିର୍ବାଚନ ବିଗୁଲ ବାଜିବା ପରେ କନ୍ଧମାଳର ବାଲିଗୁଡା ଆସନରେ ରାଜନୈତିକ ତାତି ଦେଖାଦେଇଛି। ନିର୍ବାଚନ ମଇଦାନକୁ ତିନି ଦଳ ଏବେ ଲମ୍ପ ମାରିଛନ୍ତି। ଲଗାତର ଦୁଇ ଥର ବିଜୟର ସ୍ୱାଦ ଚାଖିଥିବା ବିଜେଡି ଏବେ ହ୍ୟାଟ୍ରିକ୍‌ ଲକ୍ଷ୍ୟରେ ରହିଥିବା ବେଳେ ପ୍ରତିଥର କମ୍‌ ଭୋଟ ବ୍ୟବଧାନରେ ପରାଜୟ ସ୍ୱୀକାର କରିଥିବା କଂଗ୍ରେସ ମଧ୍ୟ ରଣ ହୁଙ୍କାର ଦେଲାଣି । ବିଜେପି ମଧ୍ୟ ପଛରେ ପଡିନାହିଁ। ଏକଦା କଂଗ୍ରେସର ଦୁର୍ଗ ଥିଲା ଏହି ଆସନ। ହେଲେ ଗତ […]

ରାଜ୍ୟ

ମାଲକାନଗିରି ବିଧାନସଭା: ମୁହାଁମୁହିଁ ହେବେ ପୁରୁଣା ମୁହଁ

ମାଲକାନଗିରି: ବିଜେଡି-ବିଜେପି ମେଣ୍ଟକୁ ନେଇ ଓଡ଼ିଶା ପଡ଼ୁଛି ଉଠୁଛି। ଗୋଟିଏ ପକ୍ଷ ମେଣ୍ଟ ସପକ୍ଷରେ ମତ ଦେଉଥିବା ବେଳେ ଅନ୍ୟପକ୍ଷର ମତ ଅଲଗା। ଏପରିସ୍ଥଳେ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ମାଲକାନଗିରି ଚିତ୍ରକୁ ନିରେଖି ଦେଖିବା ପରେ ଭିନ୍ନ ଏକ ମତ ରଖୁଛନ୍ତି। ସେମାନଙ୍କ ଆକଳନ ହେଉଛି- ପ୍ରମୁଖ ରାଜନୈତିକ ଦଳର ଏଠାରେ ନିଜସ୍ବ ଭୋଟର ଅଛନ୍ତି। ମେଣ୍ଟ ନହେଲେ ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରେ ତ୍ରିମୁଖୀ ଲଢ଼େଇ ହେବା ନିଶ୍ଚିତ ଏବଂ କଡ଼ା ଟକ୍କର ହେବ। ଅନ୍ୟଥା […]

ରାଜ୍ୟ

ଓଡ଼ିଶାକୁ ଆସିବ କଦଳୀଗଛ ଟିସୁରୁ ପ୍ରସ୍ତୁତ କପଡ଼ାର ସାନିଟାରି ପ୍ୟାଡ୍‌

ଭୁବନେଶ୍ବର: ଜଣେ ମହିଳା ଜୀବନକାଳରେ ଋତୁସ୍ରାବ ବେଳେ ହାରାହାରି ୧୦-୧୫ ହଜାରର ସାନିଟାରି ପ୍ୟାଡ୍‌ର ବ୍ୟବହାର କରନ୍ତି। ଏଥିରେ ଥିବା ଉପାଦାନ ଯୋଗୁଁ ଆବର୍ଜନାର ଏଭଳି ପାହାଡ଼ ତିଆରି ହେଉଛି ଯାହା ସମ୍ପୂର୍ଣ୍ଣ ବିଘଟିତ ହେବା ପାଇଁ ଅନ୍ୟୁନ ୫୦୦ରୁ ୮୦୦ ବର୍ଷ ଲାଗିଥାଏ। ଯାହାକୁ ପରିଚାଳନା କରିବା ୪୦ ହଜାର ପ୍ଲାଷ୍ଟିକ ବ୍ୟାଗର ପରିଚାଳନା ଭଳି କଷ୍ଟକର ଅଟେ ବୋଲି କହିଛନ୍ତି ‘ସୌଖ୍ୟମ’ର ପରିଚାଳନା ନିର୍ଦେଶକ ତଥା ପ୍ୟାଡ୍‌ ମହିଳା ଭାବରେ ପରିଚିତ ଅଞ୍ଜୁ ବିଷ୍ଟ। […]

ରାଜ୍ୟ

ବଦଳୁଛି ପାଟକୁରା ଗଣିତ: ଅରବିନ୍ଦଙ୍କ ପାଇଁ ଆହ୍ବାନ ବେଶି

କେନ୍ଦ୍ରାପଡ଼ା: ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ବିଜେଡିରେ ସାମିଲ୍‌ ହେବା ପରେ ପାଟକୁରା ନିର୍ବାଚନମଣ୍ତଳୀ ବିଜେଡିରେ ନୂଆ ସମୀକରଣ ସୃଷ୍ଟି ହୋଇଛି। ବହୁ ଚର୍ଚ୍ଚିତ ଏହି ଆସନରୁ ଦଳ ଯଦି ତାଙ୍କୁ ଟିକେଟ୍‌ ଦିଏ, ତେବେ ବହୁଧା ବିଭକ୍ତ ବିଜେଡିର ସବୁ ଗୋଷ୍ଠୀଙ୍କୁ ଏକାଠି କରି ସାଙ୍ଗରେ ନେବା ତାଙ୍କ ପାଇଁ ବର୍ତ୍ତମାନ ସମୟର ସବୁଠୁ ବଡ଼ ଚାଲେଞ୍ଜ୍‌ ହୋଇପାରେ। ଅରବିନ୍ଦ ବିଜେଡିରେ ସାମିଲ ହୋଇସାରିଛନ୍ତି। ହେଲେ ଏଯାଏ ବ୍ଲକ୍‌ ସ୍ତରରେ […]

ରାଜ୍ୟ

ବିଜେଡିରେ ମିଶିଲେ ଅଧିରାଜ

ଭୁବନେଶ୍ୱର: ଖରିଆର ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଆଜି ସେ ବିଜେଡିରେ ଯୋଗ ଦେଇଛନ୍ତି। ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ସାଂସଦ ମାନସ ରଞ୍ଜନ ମଙ୍ଗରାଜ ତାଙ୍କୁ ଦଳକୁ ସ୍ବାଗତ କରିଥିଲେ। ଶ୍ରୀ ପାଣିଗ୍ରାହୀଙ୍କ ସହ ଖରିଆର ବ୍ଲକ୍ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ, ବୋଡ଼େନ ବ୍ଲକ୍ ଅଧ୍ୟକ୍ଷା ପ୍ରେମଶିଳା ନାଗ ଓ ଶିନାପଲ୍ଲୀ ଅଧ୍ୟକ୍ଷା ମାଧୁରୀ ମାଝୀ ବିଜେଡିରେ ସାମିଲ ହୋଇଥିଲେ। […]

ରାଜ୍ୟ

ହୋଲି ପରେ କଂଗ୍ରେସର ପ୍ରାର୍ଥୀ ଘୋଷଣା: ଏଆଇସିସିର ଓଡ଼ିଶାର ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା

ନୂଆଦିଲ୍ଲୀ: ଓଡ଼ିଶାରେ ବିଜେଡି-ବିଜେପି ସାମ୍ଭବ୍ୟ ମେଣ୍ଟ ଚର୍ଚ୍ଚା ଭିତରେ ଆଜି ଅଖିଳ ଭାରତୀୟ କଂଗ୍ରେସ କମିଟି(ଏଆଇସିସି)ର ସାଧାରଣ ସଂପାଦକ କେ.ସି. ବେଣୁଗୋପାଳ ରାଜ୍ୟର ଲୋକସଭା ଓ ବିଧାନସଭା ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଶ୍ରୀ ବେଣୁଗୋପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ‌ସମୀକ୍ଷା ବୈଠକରେ ରାଜ୍ୟ ପିସିସି ସଭାପତି ଶରତ ପଟ୍ଟନାୟକ, ଏଆଇସିସିର ଓଡିଶା ପ୍ରଭାରୀ ଅଜୟ କୁମାର, ୩ଜଣ ବରିଷ୍ଠ ପର୍ଯ୍ୟବେକ୍ଷକ ମିନାକ୍ଷୀ ନଟରାଜନ, ହରକ ସିଂହ ରାୱତ ଓ ପରଗତ ସିଂହ, ଦୁଇଜଣ ସଚିବ ଖ୍ରୀଷ୍ଟଫର […]