ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଜେଡିରେ ଯୋଗଦେଲେ ମୋନିଦୀପା: ପାରାଦୀପ ପୌରପାଳିକା ଉପାଧ୍ୟକ୍ଷାଙ୍କ ସମେତ ୯ କାଉନସିଲର ବି ମିଶିଲେ

ଭୁବନେଶ୍ୱର: ଜଗତସିଂହପୁର ଜିଲ୍ଲା ପାରାଦୀପ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପାରାଦୀପ-ଏରସମା ଶିଳ୍ପାଞ୍ଚଳ ବିକାଶ ପରିଷଦର କାର୍ଯ୍ୟକାରୀ ସଭାପତି ମୋନିଦୀପା ସର୍ଖେଲ ଆଜି ବିଜେଡିରେ ମିଶିଛନ୍ତି। ତାଙ୍କ ନେତୃତ୍ୱରେ ପାରାଦୀପ ପୌରପାଳିକା ଉପାଧ୍ୟକ୍ଷା ଛବିଲତା ରାଉତ ଓ ୯ କାଉନସିଲରଙ୍କ ସମେତ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ଯୋଗ ଦେଇଥିଲେ।ଶଙ୍ଖ ଭବନରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଓ ବିଧାୟକ ତଥା ଜଗତସିଂହପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଅରୁଣ ସାହୁ ଓ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବଦଳୁଛି କେନ୍ଦ୍ରାପଡ଼ା ଚିତ୍ର: ବିରୋଧୀ ଶିବିରରେ ନାହାନ୍ତି ପ୍ରଭାବୀ ନେତା

କେନ୍ଦ୍ରାପଡ଼ା: ବଦଳୁଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନୀତିରେ ଦୃଶ୍ୟପଟ। ବିରୋଧୀ ଶିବିରରୁ ଜଣକ ପରେ ଜଣେ ନେତା ଦଳ ଛାଡ଼ି ବିଜେଡିରେ ସାମିଲ୍‌ ହେଉଛନ୍ତି ଅଥବା ଦଳୀୟ ରାଜନୀତିରୁ ଦୂରେଇ ଯାଉଛନ୍ତି। ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ନିଷ୍କ୍ରିୟ। ପୂର୍ବତନ ସା˚ସଦ ତଥା ବିଜେପିର ରାଷ୍ଟ୍ରୀୟ ଉପାଧୢକ୍ଷ ବୈଜୟନ୍ତ ପଣ୍ତା ଜିଲ୍ଲା ରାଜନୀତିରୁ ଦୂରେଇ ଗଲେଣି। ପୂର୍ବତନ ଜିଲ୍ଲା କ˚ଗ୍ରେସ ସଭାପତି ଅ˚ଶୁମାନ ମହାନ୍ତି ଇତିମଧୢରେ ବିଜେଡିରେ ସାମିଲ୍‌ ହେଇସାରିଛନ୍ତି। ବିଜୟଙ୍କ ପୁଅ ଅରବିନ୍ଦ ମହାପାତ୍ର ନିକଟରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

କେନ୍ଦୁଝରରେ ଅଖଚକ ବନ୍ଦ: ଷ୍ଟେସନରେ ୨ଟି ଟ୍ରେନ୍‌କୁ ଅଟକ ରଖି ପ୍ରତିବାଦ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ଶୁଆକାଟିସ୍ଥିତ ଓଏମ୍‌ସି ଖଣିରୁ ‌କେନ୍ଦୁଝର ସଦର ବ୍ଲକ୍‌ ଗୋହାଲଡିହି ରେଳସାଇଡିଂ ପର୍ଯ୍ୟନ୍ତ ରେଳପଥ ସଂଯୋଗୀକରଣକୁ ବିରୋଧ କରି ଆଜି ଟ୍ରକ ମାଲିକ ସଂଘ ପକ୍ଷରୁ ୨୪ ଘଣ୍ଟିଆ କେନ୍ଦୁଝର ବନ୍ଦ ଡାକରା ଦିଆଯାଇଛି।  ବନ୍ଦକୁ ୧୫ ସଂଗଠନ ପକ୍ଷରୁ ସମର୍ଥନ ଦିଆଯାଇଛି। ତେବେ ବନ୍ଦରୁ ଆମ୍ବୁଲାନ୍ସ, ଅଗ୍ନିଶମ, କ୍ଷୀରଗାଡ଼ି, ସ୍କୁଲ ଓ କଲେଜ ବସ୍‌ ସମେତ ଜରୁରୀ ସେବାକୁ ବନ୍ଦରୁ ବାଦ୍‌ ଦିଆଯାଇଛି। କେନ୍ଦୁଝର ଷ୍ଟେସନରେ ୨ଟି ଟ୍ରେନ୍‌କୁ ଅଟକ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବଜ୍ରପାତରେ ଉଡ଼ିଗଲା ସ୍ବାମୀଙ୍କ ପ୍ରାଣବାୟୁ

ଠାକୁରମୁଣ୍ଡା: ବଡ଼ି ଭୋର ସମୟରେ ବର୍ଷା ହେବାରୁ ବାହାରେ ଶୁଖୁଥିବା ଲୁଗା ଆଣିବାକୁ ଯାଉଥିବା ବେଳେ ସ୍ତ୍ରୀ ବୁଧୁନିଙ୍କ ଉପରକୁ ବଜ୍ରପାତ ହେଲା। ତଳେ ପଡ଼ି ବୁଧୁନି ଚିତ୍କାର କରିବାରୁ ସ୍ବାମୀ  ବାଇଧର ସାସାଡ (୪୪) ତାଙ୍କୁ ଉଦ୍ଧାର କରିବାକୁ ଯାଉଥିଲେ। ହେଲେ ହଠାତ୍ ପୁଣି ବଜ୍ରପାତ ହେବାରୁ ବାଇଧରଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ। ଏଭଳି ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ମହୁଲଡିହା ଥାନା ଅନ୍ତର୍ଗତ ଜରକ ଗ୍ରାମ ପଞ୍ଚାୟତର ମାଣିକ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଜମିକୁ ପାଣି ପାଇଁ ରାସ୍ତା ବାହାରିଲା: ରାଜ୍ୟ କ୍ୟାବିନେଟ୍‌ରେ ୭ଟି ବିଭାଗର ୧୪ଟି ପ୍ରସ୍ତାବ ପାରିତ

ଭୁବନେଶ୍ବର: ଜଳସେଚିତ ଜମିରେ ପାଣିର ସୁଷମ ବଣ୍ଟନ ପାଇଁ କରନାଳୀ ଓ ଆନୁଷଙ୍ଗିକ ନିର୍ମାଣ କାର୍ଯ୍ୟକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ସେଚାଞ୍ଚଳ ଉନ୍ନୟନ ଓ ଜଳ ପରିଚାଳନା କାର୍ଯ୍ୟକ୍ରମକୁ ଆଉ ୫ବର୍ଷ ପାଇଁ ଅର୍ଥାତ୍ ୨୦୨୪-୨୫ରୁ ୨୦୨୮-୨୯ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ୧୯୭୬-୭୭ ମସିହାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା‌ ବେଳେ ଏବେ ‘ସେଚାଞ୍ଚଳ ଉନ୍ନୟନ ଓ ଜଳ ପରିଚାଳନା କାର୍ଯ୍ୟକ୍ରମ ସଂସ୍କରଣ ୨.୦ ଆରମ୍ଭ ହେବାକୁ ଯାଉଛି। ଏଥିରେ ୫ବର୍ଷରେ ୭୬୩.୪୭କୋଟି ଖର୍ଚ୍ଚ ହେବ। […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆସନ୍ତା ୧୦ବର୍ଷ ନିର୍ଣ୍ଣାୟକ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶାର ଭବିଷ୍ୟତ ଉଜ୍ଜ୍ବଳ। ୨୦୩୬ ମସିହାରେ ଓଡ଼ିଶା ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ ହେବ। ସେତେ‌ବେଳକୁ ଓଡ଼ିଶା ସବୁ କ୍ଷେତ୍ରରେ ୧ ନମ୍ବର ହେଉ ବୋଲି ନିଜର ଶେଷ କ୍ୟାବିନେଟ୍‌ରେ ଆଶାବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇବା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ସାଢ଼େ ୪ କୋଟି ପରିବାରର ସେବା କରିବା ପାଇଁ ମନୋନୀତ ହୋଇଥିବାରୁ ଖୁସି ଅନୁଭବ କରୁଛି। ଆଗାମୀ ଦଶନ୍ଧି ହେଉଛି ଯୁବକମାନଙ୍କର। ଏହି ବର୍ଗକୁ ସର୍ବୋତ୍ତମ ଶିକ୍ଷା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଓଡ଼ିଶାରେ ୪ ପର୍ଯ୍ୟାୟରେ ନିର୍ବାଚନ: ୬୦ ପ୍ରତିଶତ ବୁଥ୍‌‌ରେ ହେବ ୱେବ୍‌କାଷ୍ଟିଂ

ଭୁବନେଶ୍ବର: ଭାରତର ନିର୍ବା‌ଚନ ଆୟୋଗ ଆଜି ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ସହିତ ସାରା ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ଏହାପରେ ଓଡ଼ିଶାରେ ସାଧାରଣ ନିର୍ବାଚନ‌କୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସର୍ବଦଳୀୟ ବୈଠକ ଡାକି ବିଭିନ୍ନ ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି। ଆଜି ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଧଳ କହିଛନ୍ତି ଯେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଅଯୋଗ୍ୟ ପ୍ରାର୍ଥୀ ତାଲିକାରେ ଓଡ଼ିଶାରୁ ୩୫

ନୂଆଦିଲ୍ଲୀ: ଭାରତର ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ଦ୍ବାରା ଆଜି ଜାରି କରାଯାଇଥିବା ଅଯୋଗ୍ୟ ପ୍ରାର୍ଥୀ ତାଲିକାରେ ଓଡ଼ିଶାର ୩୫ ଜଣଙ୍କ ନାମ ରହିଛି। ଏମାନେ ୨୦୧୯ ଲୋକସଭା ବା ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। କିନ୍ତୁ ନିର୍ବାଚନ ଖର୍ଚ୍ଚ ବିବରଣୀ ଦାଖଲ କରିନଥିଲେ। ଯାହା ଫଳରେ ଜନପ୍ରତିନିଧି ଆଇନ-୧୯୫୧ର ଧାରା ୧୦(ଏ)ରେ ଏହି ସବୁ ପ୍ରାର୍ଥୀଙ୍କୁ ଅନ୍ୟୁନ ୩ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିବାକୁ ଅଯୋଗ୍ୟ ଘୋଷଣା କରାଯାଇଛି। ଅଯୋଗ୍ୟ ପ୍ରାର୍ଥୀମାନଙ୍କ ମଧ୍ୟରୁ ଅଧିକାଂଶ ସ୍ବାଧୀନ ପ୍ରାର୍ଥୀ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଜେଡି-ବିଜେପି ନେତାଙ୍କୁ ମେଣ୍ଟ ଚିନ୍ତା: ଫାଇଦା ନେବା ଲକ୍ଷ୍ୟରେ କଂଗ୍ରେସ

ରାୟଗଡ଼ା: ଏକଦା କଂଗ୍ରେସର ଗଡ଼ ଥିଲା କୋରାପୁଟ ଲୋକସଭା ଆସନ। ୨୦୦୯ ନିର୍ବାଚନ ପରଠାରୁ ବିଜୁ ଜନତା ଦଳ କଂଗ୍ରେସ ବିଜୟରେ ରୋକ୍ ଲଗାଇଥିଲା। ହେଲେ ୨୦୧୯ ନିର୍ବାଚନରେ କଂଗ୍ରେସ ଏହି ଆସନକୁ ଅକ୍ତିଆର କରିବା ପରେ ରାଜନୀତି ଅଙ୍କ ବଦଳିଛି। ବିଶେଷକରି ବିଜେଡି-ବିଜେପି ମଧ୍ୟରେ ପୁଣି ଥରେ ମେଣ୍ଟ ହେବ ବୋଲି ଚର୍ଚ୍ଚା ହେବା ପରେ ରାଜନୀତି ଅଙ୍କ ଗୋଳିଆ ଧରିଛି।ଏଣୁ ଆସନ୍ତା ସାଧାରଣ ନିର୍ବାଚନରେ ଏହି ଆସନର ଭାଗ୍ୟ କଣ ହେବ, ସେ ନେଇ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଜାତିସଂଘର ପ୍ରସ୍ତାବ ଉପରେ ଭୋଟ୍‌ରୁ ଦୂରେଇ ରହିଲା ଭାରତ: ଇସ୍ଲାମୋଫୋବିଆ ପ୍ରସଙ୍ଗ

ଜାତିସଂଘ: ପାକିସ୍ତାନ ଦ୍ୱାରା ଆଗତ ଏବଂ ଚୀନ୍ ଦ୍ବାରା ସମର୍ଥିତ ଇସଲାମୋଫୋବିଆ(ଇସ୍‌ଲାମ ପ୍ରତି ଭୟ) ଉପରେ ଏକ ଚିଠା ପ୍ରସ୍ତାବ ଉପରେ ଜାତିସଂଘ ସାଧାରଣ ପରିଷଦରେ ଭୋଟ୍ ଦେବାରୁ ବିରତ ରହିଛି ଭାରତ। ଭାରତ କହିଛି ଯେ କେବଳ ଗୋଟିଏ ଧର୍ମ ପରିବର୍ତ୍ତେ ହିନ୍ଦୁ, ବୌଦ୍ଧ, ଶିଖ୍ ଧର୍ମ ଏବଂ ହିଂସା ଓ ଭେଦଭାବର ସମ୍ମୁଖୀନ ହେଉଥିବା ଅନ୍ୟ ଧର୍ମ ବିରୋଧରେ ‘ଧାର୍ମିକଭୟ’ର ପ୍ରସାରକୁ ମଧ୍ୟ ସ୍ୱୀକାର କରାଯିବା ଉଚିତ। ୧୯୩ ସଦସ୍ୟ ବିଶିଷ୍ଟ ଜେନେରାଲ ଆସେମ୍ଲିରେ […]