ଆଇପିଏଲ୍ ସ୍ଥଗିତ ପରେ ଟି-୨୦ ବିଶ୍ବକପ୍ ୟୁଏଇରେ ହେବା ସମ୍ଭାବନା ବଢ଼ିଲା
ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଭାରତରେ ହେବାକୁ ଥିବା ଟି-୨୦ ବିଶ୍ବକପ୍ ୟୁଏଇରେ ଆୟୋଜନ ହେବା ସମ୍ଭାବନା ଅଧିକ ଦେଖାଦେଇଛି। ହେଲେ ଚୂଡ଼ାନ୍ତ ନିଷ୍ପତ୍ତି ଚଳିତ ମାସରେ ନିଆଯାଇପାରେ। କରୋନା ଯୋଗୁଁ ଚଳିତ ବର୍ଷ ଆଇପିଏଲ୍କୁ ଅଧାରୁ ସ୍ଥଗିତ ରଖାଯାଇଛି। ଏଥିସହ କରୋନାର ତୃତୀୟ ତରଙ୍ଗ ନଭେମ୍ବରରେ ପୁଣି ଫେରିବା ସମ୍ଭାବନା ରହିଛି। ଏସବୁକୁ ଦେଖି ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥୁବା ଦଳଗୁଡ଼ିକ ଭାରତ ଆସିବା ଲାଗି ମନ କରିବେନି। ଭାରତ କିନ୍ତୁ ଜୈବ ବଳୟ ପରିବେଶରେ […]