Author: NewsLaxmi7
ଭୁବନେଶ୍ୱର: ଭଗବାନଙ୍କ ଅଂଶ ବୋଲି ବିଶ୍ୱାସ କରାଯାଉଥିବା ଆଦି ଶଙ୍କରାଚାର୍ଯ୍ୟଙ୍କ ଜନ୍ମ ବୈଶାଖ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ କେରଳର କାଲଡୀ ଗାଁରେ ହୋଇଥିଲା | ଶିବଙ୍କ ଭକ୍ତ ଭଟ୍ଟ ବ୍ରାହ୍ମଣ ପରିବାରରେ ଆଦି ଶଙ୍କରାଚାର୍ଯ୍ୟଙ୍କ ଜନ୍ମ ହୋଇଥିଲା | ତାଙ୍କ ପିତା ଶିବଗୁରୁ ନାମପୁଦ୍ରି ଏବଂ ମାତା ବିଶିଷ୍ଟାଦେବୀ ଶିବଙ୍କ ପରମ ଭକ୍ତ ଥିଲେ | ବିବାହର ଅନେକ ବର୍ଷ ପରେ ମଧ୍ୟ ସନ୍ତାନ ପ୍ରାପ୍ତି ନ ହେବାରୁ ଉଭୟ ସ୍ୱାମୀ -ସ୍ତ୍ରୀ କଠୋର ତପସ୍ୟା କରି ମହାଦେବଙ୍କୁ ପ୍ରସନ୍ନ କରିଥିଲେ | ତପସ୍ୟାରେ ପ୍ରସନ୍ନ ହୋଇ ଭଗବାନ ମହାଦେବ ଶିବଗୁରୁଙ୍କୁ ସ୍ୱପ୍ନରେ ଦେଖା ଦେଇଥିଲେ ଏବଂ ବର ମାଗିବାକୁ କହିଥିଲେ | ଶିଵଗୁରୁ ମହାଦେବଙ୍କୁ ସର୍ବଜ୍ଞ ପୁତ୍ର ପ୍ରାପ୍ତିର ବର ମାଗିଥିଲେ | ଭଗବାନ ଶିବ କହିଥିଲେ, ଯିଏ ସର୍ବଜ୍ଞ ପୁତ୍ର ଦୀର୍ଘାୟୁ ହେବନାହିଁ ଏବଂ ଯିଏ ଦୀର୍ଘାୟୁ ହେବ ସେ ସର୍ବଜ୍ଞ ହେବନାହିଁ | ମହାଦେବଙ୍କ କଥା ଶୁଣିବା…
ପୂଜା-ପାଠରେ ବିଭିନ୍ନ ପ୍ରକାରର ସାମଗ୍ରୀ ଭଗବାନଙ୍କୁ ଚଢ଼ାଯାଇଥାଏ। ସମସ୍ତ ଦେବୀ-ଦେବତାଙ୍କ ପୂଜା ସାମଗ୍ରୀରେ ଭିନ୍ନ ଭିନ୍ନ ଜିନିଷର ବିଶେଷ ମହତ୍ତ୍ବ ରହିଥାଏ। ଶିବ ପୂଜାରେ ଖାସ୍ କରି ବେଲ ପତ୍ର ସାମିଲ କରାଯାଇଥାଏ। ବେଲ ଗଛ ଘର ବାହାରେ କିମ୍ବା ଆଖପାଖରେ ରହିଲେ ବାସ୍ତୁ ଦୋଷ ଦୂର ହୋଇ ଯାଇଥାଏ। ଆୟୁର୍ବେଦରେ ଏହି ବୃକ୍ଷର ମହତ୍ତ୍ବ କୁହାଯାଇଛି। ଜାଣନ୍ତୁ ବେଲ ପତ୍ର ସହ ଜଡ଼ିତ କେତେକ ଖାସ୍ କଥା… ଶିବଲିଙ୍ଗରେ ଚଢ଼ାଯାଉଥିବା ବେଲ ପତ୍ର ଅନେକ ଦିନ ଯାଏଁ ବାସି ହୁଏ ନାହିଁ। ଗୋଟିଏ ବେଲ ପତ୍ରକୁ ବାରମ୍ବାର ଧୋଇ ପୂଜା କରାଯାଇପାରିବ। ଏବେ ଦେଶ ସାରା କରୋନା ଭାଇରସ୍ ଯୋଗୁଁ ଲକଡାଉନ୍ ଚାଲିଛି,ଏପରି ସ୍ଥିତିରେ ପ୍ରତିଦିନ ତାଜା ବେଲ ପତ୍ର ମିଳିବା କଷ୍ଟକର। ତେଣୁ ଏପରି ପରିସ୍ଥିତିରେ ବେଲ ପତ୍ର ଅନେକ ଦିନ ଯାଏଁ ବ୍ୟବହାର କରି ପାରିବେ। ଧ୍ୟାନ ରଖନ୍ତୁ ଅଷ୍ଟମୀ,ଚତୁର୍ଦ୍ଦଶୀ,ଅମାବାସ୍ୟା ଏବଂ ରବିବାର ବେଲ ପତ୍ର ତୋଳିବା…
ଦୁନିଆର ସମସ୍ତ କଷ୍ଟ କାମ କେବଳ ହନୁମାନଙ୍କ କୃପା ଏବଂ ସ୍ମରଣ ଦ୍ବାରା ସମ୍ଭବ ହୋଇଥାଏ। ମଙ୍ଗଳବାର ଶ୍ରୀ ହନୁମାନଙ୍କ ଧ୍ୟାନ ଦ୍ବାରା ଜୀବନକୁ ମଙ୍ଗଳମୟ କରିବା ଶୁଭ ବୋଲି କୁହାଯାଇଥାଏ। ଏହି ଦିନ ହନୁମାନଙ୍କ ଧ୍ୟାନ,ଗ୍ରହ,ମନ,କର୍ମ ଏବଂ ବିଚାର ଦ୍ବାରା ଦୋଷକୁ ଦୂର କରି ସୁଖ-ସଫଳତା ପାଇ ହେବ ବୋଲି କୁହା ଯାଇଥାଏ। ଏଥିପାଇଁ ହନୁମାନଙ୍କ ବିଶେଷ ମନ୍ତ୍ର ଧ୍ୟାନ କରିବାର ମହତ୍ତ୍ବ ରହିଛି। ଶ୍ରୀ ହନୁମାନ ଚାଳିଶାରେ ବର୍ଣ୍ଣିତ ‘ଦୁର୍ଗମ କାଯ ଜଗତ କେ ଯେତେ,ସୁଗମ ଅନୁଗ୍ରହ ତୁହ୍ମାରେ ତେତେ’ ଚଉପାଈକୁ ଯେତେ ବି ଦୁଃଖ,କଷ୍ଟ ଏବଂ କୌଣସି ପ୍ରକାର ଅଭାବ ସମୟରେ ଜପ କରିବା ଦ୍ବାରା ସମସ୍ତ ଭୟ,ବାଧା,ଚିନ୍ତା ଏବଂ କ୍ଷୋଭ ନଷ୍ଟ ହୋଇଯାଇଥାଏ ଏବଂ କଷ୍ଟ କାମ ସମ୍ଭବ ହୋଇଥାଏ। ହନୁମାନ ଗାୟତ୍ରୀ ମନ୍ତ୍ର- ‘ ଓଁ ଆଜ୍ଜନେୟାୟ ବିଦ୍ୟହେ,ବାୟୁପୁତ୍ରାୟ ଧୀମହି। ତନ୍ନୋ ହନୁମତ୍ ପ୍ରଚୋଦୟାତ୍।।’ ଏହି ମନ୍ତ୍ର ରବିବାର,ମଙ୍ଗଳବାର ଏବଂ ଶନିବାର ଜପ କରିବା…
ବାସ୍ତୁ ଆମକୁ ପୂର୍ଣ୍ଣ ରୂପରେ ନିୟନ୍ତ୍ରିତ କରିଥାଏ । ଏଥିପାଇଁ ସ୍ବଚ୍ଛତାର ନିୟନ୍ତ୍ରଣ ମଧ୍ୟ ବାସ୍ତୁ ଦ୍ବାରା କରାଯାଇପାରେ। ବାସ୍ତୁ ୩ଟି ପରିବେଶରେ କାମ କରିଥାଏ- ପ୍ରଥମ ଘରେ,ଦ୍ବିତୀୟ ବ୍ୟବସାୟରେ ଏବଂ ତୃତୀୟ ସମାଜରେ। ଯଦି ବାସ୍ତୁଶାସ୍ତ୍ରରେ କୁହାଯାଇଥିବା ନିୟମର ପାଳନ କରାଯାଇଥାଏ ତେବେ ଜୀବନରେ ଆସୁଥିବା ସମସ୍ତ ସମସ୍ୟାକୁ ଯଥା ସମ୍ଭବ ଦୂର କରାଯାଇପାରିବ। ବାସ୍ତୁ ଅନୁସାରେ,ଯଦି ଈଶାନ କୋଣ ଅର୍ଥାତ୍ ଉତ୍ତର-ପୂର୍ବରେ ରୋଷେଇ ଘର ଥିବ ତେବେ ରୋଷେଇ ଘର ଭିତରେ ଗ୍ୟାସ ଚୁହ୍ଳାକୁ ଆଗ୍ନେୟ କୋଣରେ ରଖି ଦିଅନ୍ତୁ ଏବଂ ରୋଷେଇ ଘରର ଈଶାନ କୋଣରେ ସଫା ବାସନରେ ଜଳ ଭର୍ତ୍ତି କରି ରଖନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କ ଘରେ ଧନର ପ୍ରବାହ ବଜାୟ ରହିବ ଏବଂ ଯଦି କେଉଁଠି ଧନ ଅଟକି ଥିବ ତେବେ ଏହା ମିଳିବାର ସମ୍ଭାବନା ବଢ଼ିଯିବ। ସମୁଦ୍ର ଲୁଣରେ ଘର ପୋଛିଲେ ନକରାତ୍ମକତା ଦୂର ହୋଇଥାଏ। ଘରେ କର୍ପୂର ଜଳାନ୍ତୁ।…
ଆମ ଦେଶରେ ଏପରି ଅନେକ ମନ୍ଦିର ରହିଛି ଯାହା ସହ ଜଡ଼ିତ ଏପରି କିଛି ମାନ୍ୟତା ରହିଛି ତାହା ରହସ୍ୟଠୁ କମ୍ ଲାଗିବ ନାହିଁ। ଏଗୁଡ଼ିକ ମଧ୍ୟରୁ କେତେକ ମନ୍ଦିର ଏପରି ରହିଛି ଯାହାର ରହସ୍ୟ ବୈଜ୍ଞାନିକମାନେ ମଧ୍ୟ ଜାଣି ପାରି ନାହାନ୍ତି। ୧.ଜଗନ୍ନାଥ ମନ୍ଦିର : କାନପୁରର ବେହଟା ଗାଁରେ ଥିବା ଜଗନ୍ନାଥ ମନ୍ଦିର ବିଷୟରେ ମାନ୍ୟତା ରହିଛି ଯେ ଏଠାରେ ମନ୍ଦିରର ଛାତ ମୌସୁମୀ ବାୟୁ ଆସିବାର ସୂଚନା ଦେଇ ଦେଇଥାଏ। ଲୋକଙ୍କ କହିବା ଅନୁସାରେ ଏହି ମନ୍ଦିରରେ ମୌସୁମୀ ବାୟୁ ଆସିବାର ଠିକ୍ ୧୫ଦିନ ପୂର୍ବରୁ ଛାତରୁ ପାଣି ଝରିଥାଏ। ଏଥିରୁ ଲୋକେ ବର୍ଷା ଆସିବା ବିଷୟରେ ଜାଣି ପାରିଥାନ୍ତି। ଏହି ରହସ୍ୟ ବିଷୟରେ ଆଜି ଯାଏଁ ଲୋକେ ଜାଣି ପାରିନାହାନ୍ତି। ୨. ଗଙ୍ଗା ମନ୍ଦିର : ଗଡ଼ମୁକ୍ତେଶ୍ବରରେ ସ୍ଥିତ ଗଙ୍ଗା ମନ୍ଦିରର ରହସ୍ୟ ବିଷୟରେ ଆଜି ଯାଏଁ କେହି କିଛି ଜାଣି ପାରିନାହାନ୍ତି। ମନ୍ଦିର ବିଷୟରେ…
ଶନି ଦେବତାଙ୍କ କୃପା ପାଇବା ପାଇଁ ଶନିଙ୍କ ଭକ୍ତ କ’ଣ କ’ଣ ନ କରନ୍ତି। ମନ୍ଦିର ଯାଆନ୍ତି, ଉପବାସ ରଖିଥାଆନ୍ତି ଏବଂ ଯେତେବେଳେ ଭକ୍ତଙ୍କ ମନସ୍କାମନା ପୂରଣ ହୋଇଥାଏ ସେତେବେଳେ ସେମାନେ ଶନି ଦେବତାଙ୍କ ଭକ୍ତି ଭାବରେ ବିଭୋର ହୋଇଯାଇଥାଆନ୍ତି। ଯଦି ଶନି ଭକ୍ତ ଶନି ଦେବତାଙ୍କ ଆରାଧନା ଭଲ ମନରେ କରିବେ ତେବେ ସୂର୍ଯ୍ୟ ପୁତ୍ର ତାଙ୍କ ମନୋସ୍କାମନା ପୂରଣ କରିବାରେ କେବେ ବିଳମ୍ବ କରିବେ ନାହିଁ। ଶନି ଦେବତାଙ୍କୁ କିପରି ପ୍ରସନ୍ନ କରାଯିବ ତାହା ପ୍ରତ୍ୟେକ ଭକ୍ତଙ୍କ ମନରେ ପ୍ରଶ୍ନ ଉଠିଥାଏ। ଆସନ୍ତୁ ଜାଣିବା ଅତ୍ୟନ୍ତ ସହଜ ଉପାୟ ବିଷୟରେ ଯାହାକୁ ଅବଲମ୍ବନ କରି ଆପଣ ଶନି ଦେବତାଙ୍କୁ ଶୀଘ୍ର ପ୍ରସନ୍ନ କରି ପାରିବେ। ଶନିବାର ଓସ୍ତ ବୃକ୍ଷ ଚାରିପଟେ ୭ଥର କଞ୍ଚା ସୂତା ବାନ୍ଧନ୍ତୁ ଏବଂ ଏହା କରିବା ସମୟରେ ଶନି ଦେବତାଙ୍କ ଯେକୌଣସି ଏକ ମନ୍ତ୍ର ଜପ କରନ୍ତୁ। ଏହା ପରେ ବୃକ୍ଷକୁ ଧୂପ-ଦୀପରେ ପୂଜା…
ଭୁବନେଶ୍ୱର : ହିନ୍ଦୁ ଧର୍ମରେ ଏକାଦଶୀର ଅନେକ ମହତ୍ୱ ରହିଛି | ଏକାଦଶୀ ଦିନ ଅନ୍ନ ଖାଇଲେ ପାପ ଲାଗେ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି | ଏକାଦଶୀ ଦିନ ଅନ୍ନ ଖାଇଲେ କାହିଁକି ପାପ ଲାଗିଥାଏ ? ଶାସ୍ତ୍ର ଅନୁଯାୟୀ, ଏକାଦଶୀ ଦିନ ଅନ୍ନ ଖାଇଲେ ବ୍ରହ୍ମ ହତ୍ୟା ଭଳି ପାପ ଲାଗିଥାଏ | ସେଥିପାଇଁ ଏକାଦଶୀ ଦିନ ଅନ୍ନ ଭୋଜନ କଲେ ତାହା ପାପ ଭୋଜନ ସହ ସମାନ ବୋଲି ବିଶ୍ୱାସ ରହିଛି | ତେବେ ଏକାଦଶୀ ବ୍ରତ ପାଳନ କରିବ ସମସ୍ତଙ୍କ ପାଇଁ ସମ୍ଭବ ହୋଇନଥାଏ | ଯେଉଁମାନେ ଏକାଦଶୀ ବ୍ରତ ପାଳନ କରନ୍ତି ସେମାନେ ଏକାଦଶୀ ଦିନ ଅନ୍ନ ଭୋଜନ କରନ୍ତିନାହିଁ | କିନ୍ତୁ ଯେଉଁମାନେ ବ୍ରତ ପାଳନ କରୁନାହାନ୍ତି ସେମାନେ ମଧ୍ୟ ଏହି ଦିନ ଅନ୍ନ ଭୋଜନ କରିବା ଅନୁଚିତ | ଏକାଦଶୀ ବ୍ରତ କାହିଁକି ପାଳନ କରିବା ଉଚିତ ଜାଣନ୍ତୁ ସଂସାର ଭୋଗ-ଭୂମି…
ଭୁବନେଶ୍ୱର : ମହାଭାରତକୁ ଭାରତର ଐତିହାସିକ ତଥା ଦାର୍ଶନିକ ଗ୍ରନ୍ଥ ବୋଲି କୁହାଯାଏ | ମହାଭାରତକୁ ମହାକାବ୍ୟ ଭାବେ ଲେଖାଯାଇଛି | ଏହା ବିଶ୍ୱର ସବୁଠାରୁ ବଡ ମହାକାବ୍ୟ ଗ୍ରନ୍ଥ ଯେଉଁଥିରେ ପାଖାପାଖି ଏକ ଲକ୍ଷ ଶ୍ଳୋକ ରହିଛି | ମହାଭାରତ ମହର୍ଷି ବେଦବ୍ୟାସ ଲେଖିଥିଲେ | ମହାଭାରତ ଯୁଦ୍ଧ କୁରୁକ୍ଷେତ୍ରରେ ହୋଇଥିଲା | ତେବେ ଯୁଦ୍ଧ କେବେ ହୋଇଥିଲା ତାକୁ ନେଇ ଅନେକ ମତଭେଦ ରହିଛି | ଭାରତୀୟ ପରମ୍ପରା, ମହାଭାରତ ଏବଂ ପୌରାଣିକ ସାହିତ୍ୟ ଅନୁସାରେ ମହାଭାରତ ଯୁଦ୍ଧ ପାଞ୍ଚ ହଜାର ବର୍ଷ ପୂର୍ବରୁ ହୋଇଥିଲା | ମହାଭାରତ ଯୁଦ୍ଧ ସମ୍ବନ୍ଧରେ ଅନେକ ଜଣ ଅଜଣା ତଥ୍ୟ ରହିଛି | ଯୁଦ୍ଧରେ କୌରବ ସେନାରେ ଭୀଷ୍ମ ପିତାମହ, ଗୁରୁ ଦ୍ରୋଣାଚାର୍ଯ୍ୟ, ମହାରଥୀ କର୍ଣ୍ଣ ସାମିଲ ଥିଲେ | ସେଥିପାଇଁ ଦୁର୍ଯ୍ୟୋଧନ ଭାବୁଥିଲେ ସେ ଯୁଦ୍ଧରେ ପାଣ୍ଡବଙ୍କୁ ପରାସ୍ତ କରିଦେବେ | କିନ୍ତୁ ପାଣ୍ଡବଙ୍କ ପକ୍ଷରେ ଥିଲେ ସ୍ୱୟଂ ଶ୍ରୀକୃଷ୍ଣ…
ନିର୍ଜଳା ଏକାଦଶୀ ପରେ ଏବଂ ଦେବଶୟନୀ ଏକାଦଶୀ ପୁର୍ବରୁ ଆଷାଢ଼ ମାସରେ କୃଷ୍ଣ ପକ୍ଷ ସମୟରେ ଯୋଗିନୀ ଏକାଦଶୀ ଆସିଥାଏ। ଏହି ଏକାଦଶୀରେ ଭଗବାନ ଶ୍ରୀ ହରିଙ୍କ ଶ୍ରଦ୍ଧାପୂର୍ବକ ଆରାଧନା କରିବା ଦ୍ବାରା ସମସ୍ତ ପାପରୁ ମୁକ୍ତି ମିଳିଥାଏ। ଏହି ଏକାଦଶୀ ବ୍ରତର ମଧ୍ୟ ସେତିକି ମହତ୍ତ୍ବ ରହିଛି ଯେତେ ୮୮ହଜାର ବ୍ରାହ୍ମଣଙ୍କୁ ଭୋଜନ କରାଇବାର ହୋଇଥାଏ। ଏହି ବ୍ରତର ପ୍ରଭାବରେ କେହି ଦେଇଥିବା ଅଭିଶାପର ନିବାରଣ ହୋଇଥାଏ। ଏହି ଏକାଦଶୀ ରୋଗ ଦୂର କରି ସୁନ୍ଦର ରୂପ,ଗୁଣ ଏବଂ ଯଶ ପ୍ରଦାନ କରିଥାଏ। ଏହି ଏକାଦଶୀ ପ୍ରାୟଶ୍ଚିତ୍ତ ପାଇଁ ବିଶେଷ ଭାବେ ଜଣା ଯାଇଥାଏ। ଏହି ଦିନ ଶ୍ରୀ ହରିଙ୍କ ଧ୍ୟାନ କରନ୍ତୁ। ପ୍ରାତଃ କାଳରେ ସ୍ନାନ କରି ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ। ଭଗବାନ ବିଷ୍ଣୁଙ୍କୁ ହଳଦିଆ ଫୁଲ,ପଞ୍ଚାମୃତ ଏବଂ ତୁଳସୀ ଦଳ ଅର୍ପଣ କରନ୍ତୁ। ଏହି ବ୍ରତରେ ଯଅ,ଗହମ ଏବଂ ମୁଗ ଡାଲିରେ ପ୍ରସ୍ତୁତ ଖାଦ୍ୟ…
ହିନ୍ଦୁ ଧର୍ମରେ ସପ୍ତାହରେ ସବୁ ଦିନ କୌଣସି ନା କୌଣସି ବିଶେଷ ଦେବତାଙ୍କୁ ସମର୍ପିତ ହୋଇଥାଏ ଏବଂ ସେହି ଦିନ ବିଶେଷ ପୂଜା ଅର୍ଚ୍ଚନା କରିବା ଦ୍ବାରା ଦେବତାମାନେ ପ୍ରସନ୍ନ ହୋଇଥାନ୍ତି। ସେହିପରି ମଙ୍ଗଳବାର ହନୁମାନଙ୍କ ଦିନ ବୋଲି କୁହାଯାଇଥାଏ। କୁହାଯାଇଥାଏ ଯେ ମଙ୍ଗଳବାର ଦିନ ବ୍ରତ ରଖିବା ଦ୍ବାରା ମଙ୍ଗଳଦାୟକ ଫଳାଫଳ ମିଳିଥାଏ। ମଙ୍ଗଳବାର ଦିନ ହନୁମାନଙ୍କ ପୂଜା କରିବା ଦ୍ବାରା ବଡ଼ ବଡ଼ ସଙ୍କଟ ଦୂର ହୋଇ ଯାଇଥାଏ। ଯୋଗ ସାଧନାରେ ମଧ୍ୟ ମଙ୍ଗଳବାର ଦିନର ଅତ୍ୟନ୍ତ ମହତ୍ତ୍ବ ରହିଛି। କେତେକ କାର୍ଯ୍ୟ ଏପରି ରହିଛି ଯେଉଁଗୁଡ଼ିକ ଭୁଲରେ ବି ମଙ୍ଗଳବାର କରିବା ଅନୁଚିତ୍। ତେବେ ଆସନ୍ତୁ ଜାଣିବା ଏପରି କେଉଁ କାମ ମଙ୍ଗଳବାର କରିବା ଅନୁଚିତ୍। • ମଙ୍ଗଳବାର କେଶ କାଟିବା ଅନୁଚିତ୍। ଏହି ଦିନ ନଖ କାଟିବା ମଧ୍ୟ ଅନୁଚିତ୍। • ମଙ୍ଗଳବାର ଦିନ ସାଂସାରିକ ଭୋଗ ପାଇଁ ଖରାପ ଦିନ କୁହାଯାଇଥାଏ। ଏଥିପାଇଁ ଏହି…