ପୂଜା-ପାଠରେ ବିଭିନ୍ନ ପ୍ରକାରର ସାମଗ୍ରୀ ଭଗବାନଙ୍କୁ ଚଢ଼ାଯାଇଥାଏ। ସମସ୍ତ ଦେବୀ-ଦେବତାଙ୍କ ପୂଜା ସାମଗ୍ରୀରେ ଭିନ୍ନ ଭିନ୍ନ ଜିନିଷର ବିଶେଷ ମହତ୍ତ୍ବ ରହିଥାଏ। ଶିବ ପୂଜାରେ ଖାସ୍ କରି ବେଲ ପତ୍ର ସାମିଲ କରାଯାଇଥାଏ। ବେଲ ଗଛ ଘର ବାହାରେ କିମ୍ବା ଆଖପାଖରେ ରହିଲେ ବାସ୍ତୁ ଦୋଷ ଦୂର ହୋଇ ଯାଇଥାଏ। ଆୟୁର୍ବେଦରେ ଏହି ବୃକ୍ଷର ମହତ୍ତ୍ବ କୁହାଯାଇଛି। ଜାଣନ୍ତୁ ବେଲ ପତ୍ର ସହ ଜଡ଼ିତ କେତେକ ଖାସ୍ କଥା…
ଶିବଲିଙ୍ଗରେ ଚଢ଼ାଯାଉଥିବା ବେଲ ପତ୍ର ଅନେକ ଦିନ ଯାଏଁ ବାସି ହୁଏ ନାହିଁ। ଗୋଟିଏ ବେଲ ପତ୍ରକୁ ବାରମ୍ବାର ଧୋଇ ପୂଜା କରାଯାଇପାରିବ। ଏବେ ଦେଶ ସାରା କରୋନା ଭାଇରସ୍ ଯୋଗୁଁ ଲକଡାଉନ୍ ଚାଲିଛି,ଏପରି ସ୍ଥିତିରେ ପ୍ରତିଦିନ ତାଜା ବେଲ ପତ୍ର ମିଳିବା କଷ୍ଟକର। ତେଣୁ ଏପରି ପରିସ୍ଥିତିରେ ବେଲ ପତ୍ର ଅନେକ ଦିନ ଯାଏଁ ବ୍ୟବହାର କରି ପାରିବେ।
ଧ୍ୟାନ ରଖନ୍ତୁ ଅଷ୍ଟମୀ,ଚତୁର୍ଦ୍ଦଶୀ,ଅମାବାସ୍ୟା ଏବଂ ରବିବାର ବେଲ ପତ୍ର ତୋଳିବା ଅନୁଚିତ୍। ଏହି ବର୍ଜିତ ତିଥିରେ ବେଲ ପତ୍ର ବଜାରରୁ କିଣି ଶିବଙ୍କୁ ଚଢ଼ାଇ ପାରିବେ। ଯଦି ଏହି ତିଥିରେ ବେଲ ପତ୍ର ନ ମିଳେ ତେବେ ପୁରୁଣା ପତ୍ର ଉପଯୋଗ କରି ପାରିବେ।
ଶିବପୁରାଣରେ ବେଲ ଗଛକୁ ଶିବଙ୍କ ସ୍ବରୂପ ବୋଲି କୁହାଯାଇଛି। ଏହାକୁ ଶ୍ରୀବୃକ୍ଷ ମଧ୍ୟ କୁହାଯାଇଛି। ଶ୍ରୀ ଦେବୀ ଲକ୍ଷ୍ମୀଙ୍କ ଏକ ନାଁ। ଏହି କାରଣରୁ ବେଲ ପତ୍ର ପୂଜା କଲେ ଲକ୍ଷ୍ମୀଙ୍କ କୃପା ମିଳିଥାଏ। ଏହି ଗଛର ମୂଳରେ ଗିରିଜା,ଗଣ୍ଡିରେ ମହେଶ୍ବରୀ,ଶାଖାରେ ଦକ୍ଷାୟନୀ,ପତ୍ରରେ ପାର୍ବତୀ,ଫୁଲରେ ଗୌରୀ ଏବଂ ଫଳରେ ଦେବୀ କାତ୍ୟାୟନୀ ବାସ କରିଥାନ୍ତି। ଏହି କାରଣରୁ ଏହି ଗଛର ପୌରାଣିକ ମହତ୍ତ୍ବ ଅତ୍ୟନ୍ତ ଅଧିକ।
ବେଲ ଗଛ ଯୋଗୁଁ ଘରେ ସକରାତ୍ମକତା ବଜାୟ ରହିଥାଏ। ବେଲ ଗଛ ଘରର ଉତ୍ତର-ପଶ୍ଚିମ କୋଣରେ ଲଗାଇବା ଶୁଭ ହୋଇଥାଏ। ଯଦି ଉତ୍ତର-ପଶ୍ଚିମ ଦିଗରେ ଲଗାଇବା ସମ୍ଭବ ନ ହେବ ତେବେ ଏହାକୁ ଘରର ଉତ୍ତର ଦିଗରେ ଲଗା ଯାଇପାରିବ।
Trending
- ନବୀନଙ୍କୁ ୨୫ ବର୍ଷ ସୁଯୋଗ ଦେଲ, ଆମକୁ ୫ ବର୍ଷ ଦିଅ: ଶାହ
- ବସ୍-ଡମ୍ଫର ମୁହାଁମୁହିଁ: ୧୪ ଆହତ, ୪ ଗୁରୁତର
- ବିଜେପି ଛାଡ଼ିଲେ ରମାରଞ୍ଜନ
- ମାଟି ଅତଡ଼ା ଖସି ୩ ଶ୍ରମିକଙ୍କ ମୃତ୍ୟୁ
- ନିର୍ବାଚନୀ ହିଂସା: ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ-ଏସପିଙ୍କୁ ନିର୍ଦ୍ଦେଶ ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ
- ଭୁବନେଶ୍ବରରେ ନଡ୍ଡାଙ୍କ ରୋଡ୍ ସୋ
- ପୁଲିସ ଗାଡ଼ି ଉପରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ବର୍ତ୍ତିଲେ ଥାନା ଅଧିକାରୀ
- ଓଡ଼ିଶାରେ ମଧ୍ୟ ବିଜେପି ସରକାର ଆସୁ ବୋଲି ଓଡ଼ିଶାବାସୀ ଚାହୁଁଛନ୍ତି: ଲୋକସଭା ବାଚସ୍ପତି ଓମ୍ ବିର୍ଲା
Saturday, May 18