ଆମ ଦେଶରେ ଏପରି ଅନେକ ମନ୍ଦିର ରହିଛି ଯାହା ସହ ଜଡ଼ିତ ଏପରି କିଛି ମାନ୍ୟତା ରହିଛି ତାହା ରହସ୍ୟଠୁ କମ୍ ଲାଗିବ ନାହିଁ। ଏଗୁଡ଼ିକ ମଧ୍ୟରୁ କେତେକ ମନ୍ଦିର ଏପରି ରହିଛି ଯାହାର ରହସ୍ୟ ବୈଜ୍ଞାନିକମାନେ ମଧ୍ୟ ଜାଣି ପାରି ନାହାନ୍ତି।
୧.ଜଗନ୍ନାଥ ମନ୍ଦିର : କାନପୁରର ବେହଟା ଗାଁରେ ଥିବା ଜଗନ୍ନାଥ ମନ୍ଦିର ବିଷୟରେ ମାନ୍ୟତା ରହିଛି ଯେ ଏଠାରେ ମନ୍ଦିରର ଛାତ ମୌସୁମୀ ବାୟୁ ଆସିବାର ସୂଚନା ଦେଇ ଦେଇଥାଏ। ଲୋକଙ୍କ କହିବା ଅନୁସାରେ ଏହି ମନ୍ଦିରରେ ମୌସୁମୀ ବାୟୁ ଆସିବାର ଠିକ୍ ୧୫ଦିନ ପୂର୍ବରୁ ଛାତରୁ ପାଣି ଝରିଥାଏ। ଏଥିରୁ ଲୋକେ ବର୍ଷା ଆସିବା ବିଷୟରେ ଜାଣି ପାରିଥାନ୍ତି। ଏହି ରହସ୍ୟ ବିଷୟରେ ଆଜି ଯାଏଁ ଲୋକେ ଜାଣି ପାରିନାହାନ୍ତି।
୨. ଗଙ୍ଗା ମନ୍ଦିର : ଗଡ଼ମୁକ୍ତେଶ୍ବରରେ ସ୍ଥିତ ଗଙ୍ଗା ମନ୍ଦିରର ରହସ୍ୟ ବିଷୟରେ ଆଜି ଯାଏଁ କେହି କିଛି ଜାଣି ପାରିନାହାନ୍ତି। ମନ୍ଦିର ବିଷୟରେ ମାନ୍ୟତା ରହିଛି ଯେ ମନ୍ଦିରରେ ସ୍ଥାପିତ ଶିବଲିଙ୍ଗରେ ପ୍ରତ୍ୟେକ ବର୍ଷ ଗଜା ଉଠିଥାଏ। ଯାହା ଫୁଟିଲେ ଭଗବାନ ଶିବ ଏବଂ ଅନ୍ୟ ଦେବୀ ଦେବତାଙ୍କ ଆକୃତି ବାହାରିଥାଏ। ଏହା ବିଷୟରେ ଅନେକ ଅନୁସନ୍ଧାନ ମଧ୍ୟ ହୋଇଛି କିନ୍ତୁ ଶିବଲିଙ୍ଗରେ ଅଙ୍କୁର ଉଠିବାର ରହସ୍ୟ ଆଜି ବିଷୟରେ କେହି ଜାଣି ନାହାନ୍ତି।
୩. ବାବା ଭୈରବ ମନ୍ଦିର କାଙ୍ଗଡ଼ା : କାଙ୍ଗଡ଼ାରେ ଥିବା ଏହି ଭୈରବ ମନ୍ଦିରରେ ଏକ ବିଶ୍ବାସ ରହିଛି ଯେ ଏଠାରେ ଏକ ଅଦ୍ଭୁତ ମନ୍ଦିର ରହିଛି ପ୍ରତିମା ରହିଛି ଯାହାର ଆଖିରୁ ଲୁହ ବୋହିଥାଏ। ଏଠାରେ ଆଖପାଖରେ କୌଣସି ଅଘଟଣ ଘଟିବାକୁ ଥିଲେ ଏହି ମୂର୍ତ୍ତିର ଆଖିରୁ ଲୁହ ବୋହିବା ଆରମ୍ଭ ହୋଇଯାଇଥାଏ।
Trending
- ପ୍ରକାଶ ପାଇଲା ୟୁପିଏସସି ଆଇଏଏସ୍ ପରୀକ୍ଷା ୨୦୨୩ ଫଳ: ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର, ଓଡ଼ିଶାର ଅନିମେଶ ପ୍ରଧାନ ଦ୍ବିତୀୟ ସ୍ଥାନରେ
- ରାସ୍ତା ପାର୍ଶ୍ଵରେ ଛିଡ଼ା ହୋଇଥିବା ବେଳେ ଚଢ଼ିଗଲା ଟ୍ରକ: ୨ ମୃତ, ଜଣେ ଗୁରୁତର
- ସିଡ୍ନୀ ଚର୍ଚ୍ଚରେ ଛୁରାମାଡ଼, ବିଶପ ଆହତ
- ଇରାନକୁ ଉଚିତ ସମୟରେ ଜବାବ ଦିଆଯିବ: ଇସ୍ରାଏଲ
- ପ୍ରଧାନ ବିଚାରପତିଙ୍କୁ ୨୧ ପୂର୍ବ ବିଚାରପତିଙ୍କ ଚିଠି
- ୨୨ ବର୍ଷରେ ଭାରତରେ ୨୩ ଲକ୍ଷ ହେକ୍ଟର ଜଙ୍ଗଲ ଧ୍ବଂସ
- କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ମିଳିଲାନି ଆଶ୍ବସ୍ତି: ଆଗୁଆ ଶୁଣାଣି ପାଇଁ ମନାକଲେ
- ନିର୍ବାଚନୀ ବଣ୍ଡ୍ ରଦ୍ଦ: ‘ଦିନେ ସମସ୍ତେ ଅନୁତାପ କରିବେ’
Thursday, April 25