Author: NewsLaxmi7

ଭୁବନେଶ୍ବର/ଭଦ୍ରକ: ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଇଦ୍ ପାଳିତ ହେଉଛି। ଏଥିଲାଗି ସମୂହ ନମାଜ ପାଠ ଓ ଇଦ୍ ମିଲନ ଅନୁଷ୍ଠିତ ହେଉଛି।। ଭଦ୍ରକର ଇଦଗାହା ଠାରେ ସମୂହ ନମାଜ ପାଠ ଓ ଇଦ୍ ମିଲନ ହୋଇଛି। ଏଥିରେ ହଜାର ହଜାର ମୁସଲିମ ଭକ୍ତ ନମାଜ ପାଠରେ ସାମିଲ ହୋଇଥିଲେ। ଏଥିରେ ଜିଲ୍ଲାର ସବୁ ଦଳର ବରିଷ୍ଠ ରାଜନେତା, ପୁଲିସ ଓ ପ୍ରଶାସନିକ ଅଧିକାରୀ ଯୋଗଦେଇଥିଲେ। ଏଣେ ଇଦ ପାଳନ କରିବା ସହ ପ୍ରଚାର କରିବା ପାଇଁ ଯଦୁପୁର ମସଜିଦରେ ପହଞ୍ଚିଥିଲେ ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ଏକାମ୍ର ବିଧାୟକ ପ୍ରାର୍ଥୀ ଅଶୋକ ପଣ୍ଡା। ନମାଜରେ ସାମିଲ ହେବା ସହ ସ୍ଥାନୀୟ ଅଞ୍ଚଳର ମୁସଲମାନ ପରିବାର ସହ ଆଲୋଚନା କରିଥିଲେ। କଟକରେ ବି ଇଦ୍ ଧୁମଧାମରେ ପାଳିତ ହେଉଛି।

Read More

ଭୁବନେଶ୍ବର: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟଯାତ୍ରା ସମୟରେ ଜନସାଧାରଣଙ୍କ ସହିତ ତାଙ୍କର ଭାବ ବିନିମୟକୁ ଆଧାର କରି ଭାରତୀୟ ଜାତୀୟ କଂଗ୍ରେସ ତା’ର ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରିଛି। ବିଶେଷକରି ଯୁବ ନ୍ୟାୟ, ନାରୀ ନ୍ୟାୟ, କୃଷକ ନ୍ୟାୟ, ଶ୍ରମିକ ନ୍ୟାୟ ଓ ଭାଗୀଦାରି ନ୍ୟାୟ ଆଦି ୫ ନ୍ୟାୟ ଓ ୨୫ ଗ୍ୟାରେଣ୍ଟି ଉପରେ ଏହି ଇସ୍ତାହାର ପ୍ରସ୍ତୁତ ହୋଇଛି। ଏହି ନ୍ୟାୟପତ୍ର କେବଳ ନିର୍ବାଚନୀ ଘୋଷଣାପତ୍ର ନୁହେଁ, ଏହା ଦେଶର ଗରିବ ନିଷ୍ପେସିତ ଜନସାଧାରଣଙ୍କ ସ୍ୱର ବୋଲି ଏଆଇସିସି ଗଣମାଧ୍ୟମ ସଂଯୋଜିକା ବବିତା ଶର୍ମା କହିଛନ୍ତି। ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଶର୍ମା କହିଛନ୍ତି ଯେ ଦେଶରେ ଅନ୍ୟାୟର ଶିକାର ହେଉଥିବା କୃଷକ, ଯୁବବର୍ଗ, ମହିଳା, ଶ୍ରମିକ ଏବଂ ଆଦିବାସୀଙ୍କୁ ନ୍ୟାୟ ପ୍ରଦାନ ନିମନ୍ତେ କଂଗ୍ରେସ ପ୍ରତିଶ୍ରୁତି ବଦ୍ଧ। ବିଶେଷ କରି ପ୍ରତ୍ୟେକ ଶିକ୍ଷିତ ଯୁବକଯୁବତୀଙ୍କୁ ଆପ୍ରେଣ୍ଟିସିପ୍ ପାଇଁ ୧ଲକ୍ଷ ଟଙ୍କା ପ୍ରଦାନ,…

Read More

ଜଳେଶ୍ୱର/ଚନ୍ଦନେଶ୍ୱର: ବାଲେଶ୍ବର ଜିଲ୍ଲା ଜଳେଶ୍ୱର ବ୍ଲକ୍‌ ମହମ୍ମଦନଗର ପାଟଣା ପଞ୍ଚାୟତର ଚାଲନ୍ତି ଗାଁରେ ରବିବାର ସକାଳେ ବଜ୍ରପାତ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଛି। ଗ୍ରାମର ଉମାକାନ୍ତ ଗିରିଙ୍କ ଘର ଉପରେ ବଜ୍ରପାତ ହେବାଫଳରେ ତାଙ୍କ ଘର କାନ୍ଥ ଫାଟିଯିବା ସହ ଆଜ୍‌ବେଷ୍ଟସ୍‌ ସବୁ ଫାଟି ଖଣ୍ଡଖଣ୍ଡ ହୋଇଯାଇଛି। ଏହାସହିତ ବାଡ଼ିରେ ଥିବା ଏକ ନଡ଼ିଆ ଗଛ ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ଘରେ ଟିଭି, ଫ୍ରିଜ୍, କୁଲର୍‌ ସମେତ ବହୁ ବୈଦ୍ୟୁତିକ ଉପକରଣ ପୋଡ଼ିଯାଇଛି। ଉମାକାନ୍ତଙ୍କର ଯୌଥ ପରିବାର। ଘର ଉପରେ ବଜ୍ର ପଡ଼ିବା ସମୟରେ ଭାଇ ନିଶିକାନ୍ତ, ଶଶିକାନ୍ତ ଓ ବିଶ୍ବନାଥଙ୍କ ସମେତ ୧୧ ଜଣ ସଦସ୍ୟ ଥିଲେ। ତେବେ ଭଗବାନଙ୍କ କୃପାରୁ ସମସ୍ତେ ସୁରକ୍ଷିତ ଅଛନ୍ତି। ସେହିପରି ପଡ଼ୋଶୀ ବିଷ୍ଣୁପଦ ଗିରିଙ୍କ ଘରେ ଅନେକ ବିଦ୍ୟୁତ୍‌ ଉପକରଣ ପୋଡ଼ିଯାଇଛି। ସେପଟେ ଭୋଗରାଇ ବ୍ଲକ୍‌ ସାହାବାଜିପୁର ପଞ୍ଚାୟତ ଅନ୍ତର୍ଗତ ଉଦୟପୁର ବେଳାଭୂମିରେ ଆଜି ବଜ୍ରପାତ ଘଟି ୨ ଜଣ ବଙ୍ଗୀୟ…

Read More

ଭୁବନେଶ୍ୱର: ବିଜେଡି ଏଥର ୧୪୭ ବିଧାନସଭା ଆସନ ମଧ୍ୟରୁ ତିନି ଚତୁର୍ଥାଂଶ ଆସନରେ ରେକର୍ଡ ବ୍ୟବଧାନରେ ବାଜିମାତ କରିବ ବୋଲି ଆକଳନ କରିଛନ୍ତି ବିଜେଡି ନେତା ତଥା ନବୀନ ଓଡିଶା ଓ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଭୁବନେଶ୍ବରଠାରେ ଆୟୋଜିତ ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟସ୍ତରୀୟ ସମ୍ମିଳନୀରେ ଯୋଗ ଦେଇ ଶ୍ରୀ ପାଣ୍ଡିଆନ ଏହା କହିଛନ୍ତି। ଶ୍ରୀ ପାଣ୍ଡିଆନ କହିଛନ୍ତି , ଏଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରେକର୍ଡ ବ୍ୟବଧାନରେ ବିଜୟୀ ହୋଇ ପୁଣି ଥରେ ସରକାରକୁ ଆସୁଛନ୍ତି। ବିଜେଡି ତିନି ଚତୁର୍ଥାଂଶ ଆସନରେ ବିଜୟୀ ହେବା ସୁନିଶ୍ଚିତ। ସେହିଭଳି ଲୋକସଭାରେ ମଧ୍ୟ ଗତଥରଠାରୁ ଭଲ ପ୍ରଦର୍ଶନ କରିବ ଦଳ। ସେଥିପାଇଁ ଲୋକଙ୍କଠୁ ଦୁଇଟି ଆଶୀର୍ବାଦ ଦରକାର। ଗୋଟିଏ ବିଧାନସଭା ପାଇଁ ଓ ଅନ୍ୟଟି ଲୋକସଭା ପାଇଁ। ପ୍ରାର୍ଥୀକୁ ଦେଖିବେ ନାହିଁ। ବରଂ ନବୀନ ପଟ୍ଟନାୟକ ଓ ଶଂଖ ଚିହ୍ନକୁ ଦେଖିବେ। କାରଣ ୧୪୭ ବିଧାସଭା ଓ ୨୧ ଲୋକସଭା ଆସନରେ…

Read More

ରାୟଗଡ଼ା: କାଳବୈଶାଖୀ ପ୍ରଭାବରେ ରାୟଗଡ଼ା-ବିଜୟନଗରମ୍‌ ରେଳ ଲାଇନରେ ଗଛ ପଡ଼ି ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ରିଲିଫ୍ ଟ୍ରେନ୍ ରେଳଧାରଣା ଓ ବିଦ୍ୟୁତ୍ ତାର ଉପରୁ ଗଛ ଡାଳକୁ ହଟାଇବା ପରେ ରେଳ ଚଳାଚଳ ସ୍ବାଭାବିକ ହୋଇଛି। ଆଜି ଅପରାହ୍‌ଣରେ ହଠାତ୍ ବର୍ଷା ସହ ପବନ ହୋଇଥିଲା। ଏହାର ପ୍ରଭାବରେ ଗଛ ଭାଙ୍ଗି ଡାଳ ରେଳ ଧାରଣା ଓ ବିଦ୍ୟୁତ୍ ଲାଇନ୍ ଉପରେ ପଡ଼ିଯାଇଥିଲା। ତେଣୁ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହେବା ପରେ ଏର୍ଣ୍ଣାକୁଲମ୍-ଟାଟା ଏକ୍ସପ୍ରେସ୍ ଜେମାଦେଇପେଣ୍ଠ ନିକଟରେ ଅଟକି ରହିଥିଲା। ସେହିପରି ଧାନବାଦ-ଆଲେପି ବୋକାରୋ ଏକ୍ସପ୍ରେସ୍ ଲାଡ୍ଡା ଷ୍ଟେସନରେ ଅଟକି ରହିଥିଲା। ରାୟଗଡ଼ାରୁ ରିଲିଫ୍ ଟ୍ରେନ୍ ପହଞ୍ଚି ରେଳ ଧାରଣାରେ ପଡ଼ିଥିବା ଗଛକୁ ବାହାର କରିବା ପରେ ଟ୍ରେନ୍ ଚଳାଚଳ ସ୍ବାଭାବିକ ହୋଇଥିଲା। ଦୁଇ ଷ୍ଟେସନରେ ଅଟକି ଥିବା ଉଭୟ ଏକ୍ସପ୍ରେସ୍ ଏକ ଘଣ୍ଟା ବିଳମ୍ବରେ ଚଳାଚଳ କରିଛି। ଉଦ୍ଧାର କାର୍ଯ୍ୟ ପରେ ରେଳ ଚଳାଚଳ ସ୍ବାଭାବିକ ହୋଇଥିବା ରାୟଗଡ଼ା…

Read More

ଭୁବନେଶ୍ବର: ଅନ୍ତଃରାଜ୍ୟ ବନ୍ୟପ୍ରାଣୀ ଚୋରାକାରବାର କରୁଥିବା ବଡ଼ ରୢାକେଟ୍‌ର ପର୍ଦ୍ଦାଫାସ କରିଛି ଗଜପତି ଜିଲ୍ଲା ବନ୍ୟପ୍ରାଣୀ ବିଭାଗ। ରାଜ୍ୟ ବାହାରକୁ ଚାଲାଣ ପାଇଁ ଯୋଜନା ଚାଲିଥିବା ବେଳେ ବନ କର୍ମଚାରୀ ୭ ମାଫିଆଙ୍କୁ ଘଟଣା ସ୍ଥଳରୁ ଗିରଫ କରିଛି। ସେମାନଙ୍କଠାରୁ ୫ଟି କଲରାପତରିଆ ବାଘ ଚମଡା ସହ ଗୋଟିଏ ଫିସିଂ କ୍ୟାଟ୍‌ ଚମଡ଼ା ଓ ଗୋଟିଏ କଲରାପତରିଆ ଜଙ୍ଗଲୀ ବିଲେଇ ଚମଡ଼ା ଜବତ ହୋଇଛି। ଏହାସହ ମାଫିଆଙ୍କ ନିକଟରୁ ବିପୁଳ ପରିମାଣର ବଜ୍ରକାପ୍ତା କାତି ମଧ୍ୟ ଜବତ ହୋଇଛି। ଏହି ରୢାକେଟ୍‌ର ମୁଖ୍ୟ କାର୍ପଟଦାର ଓ ଏଥିରେ ସଂପୃକ୍ତ ଅନ୍ୟମାନଙ୍କୁ ଧରିବାପାଇଁ ବନ୍ୟପ୍ରାଣୀ ବିଭାଗ ଜୋର୍‌ଦାର ଉଦ୍ୟମ ଚଳାଇଛି। ଗିରଫ ମାଫିଆମାନଙ୍କୁ ଗଜପତି କୋର୍ଟକୁ ଚାଲାଣ କରାଯାଇଛି। ତେବେ ଏତେ ପରିମାଣର କଲରାପତରିଆ ଚମଡ଼ା ଏମାନେ କେଉଁଠୁ ଆଣିଲେ, କାହାକୁ ବିକିଥାନ୍ତେ ଓ କେତେ ଟଙ୍କାରେ ବିକ୍ରି ପାଇଁ ଯୋଜନା ହୋଇଥିଲା, ତାକୁ ନେଇ ଖୋଳତାଡ଼ କରୁଛି ବନ୍ୟପ୍ରାଣୀ ବିଭାଗ। ରାଜ୍ୟ…

Read More

ରାୟଗଡ଼ା: ୨୦୨୩ରୁ ସରିଲାଣି ନିର୍ମାଣ ଅବଧି। ଅଥଚ ସରିପାରୁନି ବୃହତ୍ ପାନୀୟ ଜଳପ୍ରକଳ୍ପ। ୬୦୦ କୋଟିର ୪ ପ୍ରକଳ୍ପ ଅଧୁରା ଅବସ୍ଥାରେ ରହିଛି। ତେଣୁ ଗ୍ରୀଷ୍ମରେ ପାଣି ଟୋପାଏ ପାଇଁ ଜିଲ୍ଲାବାସୀ ହନ୍ତସନ୍ତ ହେଉଛନ୍ତି। ଗ୍ରୀଷ୍ମ ପ୍ରକୋପରେ ଜଳଉତ୍ସ ଶୁଖିବା ପରେ ଜିଲ୍ଲାରେ ସୃଷ୍ଟି ହୋଇଛି ହାହାକାର ପରିସ୍ଥିତ। ୨୦୧୯ରୁ କାଶୀପୁର, ବିଷମକଟକ, ଗୁଣପୁର ଓ କୋଲନରାରେ ଚାଲିଛି ବୃହତ୍ ପାନୀୟ ଜଳ ପ୍ରକଳ୍ପ କାମ। ରାୟଗଡ଼ା ବ୍ଲକ୍ ୪ଟି ପଂଚାୟତର ୪୯ଟି ଗାଁ ଏବଂ କାଶୀପୁର ବ୍ଲକ ୨୪ଟି ପଂଚାୟତର ୪୧୮ଟି ଗାଁକୁ ପାଇପ୍ ଯୋଗେ ଜଳ ଯୋଗାଣ ପାଇଁ ୨୯୮ କୋଟି ୭୦ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ୩ ନଭେମ୍ବର ୨୦୨୧ରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇ ୨ ନଭେମ୍ବର ୨୦୨୩ରେ ସରିବା କଥା। ଠିକାସଂସ୍ଥା ବିଫଳ ହେବା ପରେ ୩୦ ନଭେମ୍ବର ୨୦୨୪କୁ ସମୟ ସୀମା ବୃଦ୍ଧି କରାଯାଇଛି। ଉଭୟ ବ୍ଲକର ୩୫ ହଜାର ୭ଟି…

Read More

କାଳିଆପାଣି: ଯାଜପୁର-ଢେଙ୍କାନାଳ ଜିଲ୍ଲା ସୀମାବର୍ତ୍ତୀ ରଗଦା ଡ୍ୟାମ୍‌ (ନଦୀବନ୍ଧ)ରୁ ପଙ୍କ ଉଦ୍ଧାର ଓ ଏହାର ଜଳଧାରଣ କ୍ଷମତା ବୃଦ୍ଧି ପାଇଁ କାମ ଚାଲିଥିବା କୁହାଯାଉଛି। ତେବେ, ଏଥିପାଇଁ ଡ୍ୟାମ୍‌ ପାର୍ଶ୍ବସ୍ଥ ହାତୀସିଙ୍ଗଡ଼ା ପାହାଡ଼କୁ ତାଡ଼ୁଥିବା ଦେଖିବାକୁ ମିଳୁଛି। ସପ୍ତାହକ ମଧ୍ୟରେ ପାହାଡ଼ ପାଦଦେଶରୁ ଶହେ ଫୁଟରୁ ଅଧିକ ଦୈର୍ଘ୍ୟ, ଶହେଫୁଟ ପାଖାପାଖି ପ୍ରସ୍ଥ ଓ ୩ ରୁ ୪ ଫୁଟ ଗଭୀରରେ ମାଟି ତାଡ଼ି ନିଆଯାଇଛି। ନଜର ଆଢ଼ୁଆଳରେ ଥିବା ବଣପାହାଡ଼ ଘେରା ପ୍ରାକୃତିକ ପରିବେଶକୁ ନଷ୍ଟ କରି ବ୍ୟାପକ ହରିଲୁଟ୍‌ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିବା ଜଳଜଳ ଦିଶୁଛି। ୧୯୭୧ ମହାବାତ୍ୟା ପରେ କ୍ଷୁଦ୍ର ଜଳସେଚନ ବିଭାଗ ଢେଙ୍କାନାଳ ଡିଭିଜନ ଭୁବନ ସେକ୍ସନ ପକ୍ଷରୁ ରଗଦା ଡ୍ୟାମ୍‌ ନିର୍ମାଣ ଯୋଜନା ହୋଇଥିଲା। ଉପରମୁଣ୍ଡରେ ଥିବା ରଞ୍ଜାଗଡ଼, ଦେଓଗାଁ ଓ ସାତକୁଲିଆ ପାହାଡ଼ ତଳ ଇଲାକାରେ ଏକ ବୃହତ୍‌ ଜଳାଶୟ ନିର୍ମାଣ ପାଇଁ ୧୯୭୨ ମସିହାରେ ତତ୍କାଳୀନ ମନ୍ତ୍ରୀ ବ୍ରହ୍ମାନନ୍ଦ ବିଶ୍ବାଳ…

Read More

ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ମଣ୍ଡାକିଆ ବୁଡ଼ାମାହା ନିକଟରେ ଆଜି ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ତିନିଜଣଙ୍କର ପ୍ରାଣହାନି ଘଟିଛି। ତିନି ମୃତକ ହେଲେ ବସନ୍ତ ପଣ୍ଡା(୩୦), କୁଶଳ ଦିଗାଳ(୨୫) ଓ ବ୍ରହ୍ମାନନ୍ଦ ଭୋଇ(୨୫)। ଏମାନେ ସମସ୍ତେ ରାଇକିଆ ଅଞ୍ଚଳର ହୋଇଥିବା ସୂଚନା ରହିଛି। ଏହି ତିନି ମୃତକ ଗତକାଲି ଦଣ୍ଡନାଚ ଦେଖି ନିଜ ଘରକୁ ଏକ ସ୍କୁଟି(ଓଡି୧୨ ସି ୧୪୩୯) ଯୋଗେ ଫେରୁଥିଲେ। ତେବେ ବୁଡ଼ାମାହା ନିକଟରେ ଭାରସାମ୍ୟ ହରାଇ ସ୍କୁଟି ଏକ ପୋଲର ବାଡ଼ା ସହ ପିଟି ହୋଇଥିଲା। ଏହାଫଳରେ ଘଟଣାସ୍ଥଳରେ ହିଁ ୩ ଜଣ ସ୍କୁଟି ଆରୋହୀଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଦୁର୍ଘଟଣାରେ ସ୍କୁଟିଟି ମଧ୍ୟ ଭାଙ୍ଗିଯାଇଛି। ଏହି ଅଘଟଣ ଭୋର ୪ଟା ବେଳେ ଘଟିଥିବା କୁହାଯାଉଛି। ଆଜି ସକାଳେ ସ୍ଥାନୀୟ ଲୋକେ ବୁଡ଼ାମାହା ନିକଟରେ ତିନି ଯୁବକ ପଡ଼ିଥିବା ‌ଦେଖି ରାଇକିଆ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି…

Read More

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ପୁଲିସକୁ ମିଳିଛି ବଡ଼ ସଫଳତା। ନିର୍ବାଚନ ପୂର୍ବରୁ ମାଓ ସଂଗଠନର ୨ ଜଣ ସହଯୋଗୀ ସହ ୪ ଜଣ ନକ୍ସଲକୁ ଗିରଫ କରିଛି ସୁକମା ପୁଲିସ। ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ପୁଲିସ ବିଭିନ୍ନ ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା କରିବା ସହ ଯାଞ୍ଚ କରୁଛି। ଡିଆରଜି ଯବାନ ପାଟ୍ରୋଲିଂ କରୁଥିବା ବେଳେ କିଛି ଲୋକଙ୍କ ଉପରେ ସନ୍ଦେହ ହେବାରୁ ସେମାନଙ୍କୁ ଧରି ପଚରା ଚରା କରିବା ସମୟରେ ସେମାନଙ୍କ ଠାରୁ ମାଓ ସାମଗ୍ରୀ ଜବତ କରିଛି। ତୁରନ୍ତ ସମସ୍ତ ମିଲିସିଆ ଏବଂ ନକ୍ସଲକୁ ଗିରଫ କରାଯାଇଛି। ଏମାନେ କେରଳାପାଲ ଅଂଚଳର ବୋଲି ପୁଲିସ କହିଛି। ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଉଛି।

Read More