Author: NewsLaxmi7

ଭୁବନେଶ୍ବର: ନିର୍ବାଚନ ମୈଦାନରେ ନେତାମାନେ ଓହ୍ଲାଉ ଓହ୍ଲାଉ ଅପରାଧୀ ବି ସକ୍ରିୟ ହୋଇଉଠିଛନ୍ତି। କାହାଠୁ ସୁପାରି ନେ‌ଇ କାହାକୁ ଭୟ ଦେଖାଇବେ, କେଉଁଠି ଅପରାଧ ଘଟାଇବେ- ଆଦି ମାମଲାରେ ଅପରାଧୀ ଗ୍ୟାଙ୍ଗ ଏବେଠାରୁ ବ୍ଲୁ-ପ୍ରିଣ୍ଟ୍‌ ପ୍ରସ୍ତୁତ କରି ସାରିଲେଣି। ଆଉ ଏସବୁକୁ ପୂର୍ବରୁ ଅନୁମାନ କରି ସାରିଥିବା କମିସନରେଟ୍‌ ପୁଲିସ ମଧ୍ୟ ଅପରାଧୀଙ୍କୁ ମାତ୍‌ ଦେବାର ଯୋଜନା ଆଗରୁ ପ୍ରସ୍ତୁତ କରି ରଖିଛି। ଏହି କ୍ରମରେ ନିର୍ବାଚନ ପାଇଁ ରାଜଧାନୀର ଅପରାଧୀଙ୍କୁ ବନ୍ଧୁକ ଯୋଗାଇବାକୁ ଯୋଜନା କରୁଥିବା ଏକ ଗ୍ୟାଙ୍ଗକୁ କମିସନରେଟ୍‌ ପୁଲିସ ଠାବ କରିବା ସହ ଗ୍ୟାଙ୍ଗର ୨ଜଣଙ୍କୁ କାବୁ କରିଛି। ସେମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ଖଣ୍ଡଗିରି ଥାନା ସରକନ୍ତରା ଅଞ୍ଚଳର ସୂରଜ ପରିଡ଼ା(୨୫) ଓ ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳର ତପୁଧର ନାୟକ(୩୧)। ସେମାନଙ୍କ ନିକଟରୁ ୫ଟି ବନ୍ଧୁକ, ୨୪ ରାଉଣ୍ଡ ଗୁଳି, ବାଇକ୍‌ ଆଦି ଜବତ ହୋଇଛି। ହେଲେ ଗ୍ୟାଙ୍ଗର ମୁଖ୍ୟ କୁହାଯାଉଥିବା ସୁବ୍ରତ ଖୁଣ୍ଟିଆ…

Read More

କଟକ: କର୍ତ୍ତବ୍ୟରତ ଜଣେ ପୁଲିସ କନଷ୍ଟେବଳଙ୍କ ଦୁର୍ଘଟଣାରେ ମୃତ୍ୟୁ ପରେ ତାଙ୍କ ଶବକୁ ନେଇ କଟକ ବଡ଼ ଡାକ୍ତରଖାନାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଦୁଇ ପତ୍ନୀ ଓ ମା’ ତାଙ୍କ ଶବ ନେବାକୁ ଦାବି କରିଥିଲେ। ଏହି ଘଟଣାକୁ ନେଇ ୩ ଘଣ୍ଟା କାଳ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଶେଷରେ ପୁଲିସ ମଧ୍ୟସ୍ଥତା କରି ମୃତକଙ୍କ ମା’ଙ୍କୁ ଶବ ହସ୍ତାନ୍ତର କରିଛି। ସୂଚନା ଅନୁଯାୟୀ, ଫୁଲନଖରା ଟ୍ରାଫିକ ଥାନାରେ କନଷ୍ଟେବଳ ଭାବେ ଗଲା ଦୁଇ ବର୍ଷ ହେବ ଅଭୟ କୁମାର ବେହେରା(୩୨) କାର୍ଯ୍ୟ କରୁଥିଲେ। ଖୋର୍ଧା ଜିଲ୍ଲା ବେଗୁନିଆର ଅଭୟ ପରିବାର ସହିତ କଟକରେ ରୁହନ୍ତି। ଗଲା ୨୩ ତାରିଖ ରାତି ପ୍ରାୟ ୯ଟା ବେଳେ ଜାତୀୟ ରାଜପଥର ଗୋପାଳପୁର ନିକଟରେ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବା ଚାଳକଙ୍କୁ ଯାଞ୍ଚ କରାଯାଉଥିଲା। ଏହି ସମୟରେ ଡ୍ୟୁଟିରେ ଅଭୟ ଥିଲେ। ପିସିଆର ଭ୍ୟାନର ପଛପଟେ ବସିଥିବା ଅଭୟ ଗାଡ଼ିରୁ ଓହ୍ଲାଇବା…

Read More

ତିଗିରିଆ: କଟକ ଜିଲ୍ଲା ତିଗିରିଆ ଥାନା ଭୋଗଡ଼ା ପଞ୍ଚାୟତ ଅନ୍ତର୍ଗତ ବେଲଅଣ୍ଟା ଗ୍ରାମରେ ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ଲାଗି ରହିଥିବା ଶତ୍ରୁତାରୁ ହୋଲି ଦିନ ସଂଘର୍ଷ ରୂପ ନେଇଛି। ଗଣ୍ଡଗୋଳରେ ଭୋଗଡ଼ା ସରପଞ୍ଚଙ୍କ ସ୍ୱାମୀ ଓ ଦିଅରଙ୍କ ସମେତ ଉଭୟ ପକ୍ଷର ୧୦ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ଲାଗି ରହିଛି। ଖବର ପାଇ ଆଠଗଡ଼ ଏସ୍‌ଡିପିଓ ରବୀନ୍ଦ୍ର କୁମାର ମଲ୍ଲିକ, ତିଗିରିଆ ଥାନା ଆଇଆଇସି ଜ୍ଞାନରଞ୍ଜନ ସାମଲ, ତହସିଲଦାର ଅକ୍ଷୟ କୁମାର ପରିଡ଼ା, ଅତିରିକ୍ତ ତହସିଲଦାର କୌସ୍ତୁଭ ଷଡ଼ଙ୍ଗୀଙ୍କ ସମେତ ତିଗିରିଆ ଥାନା କର୍ମଚାରୀ ଓ ଅତିରିକ୍ତ ପୁଲିସ ଫୋର୍ସ ଗ୍ରାମରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ। ଆଜି ସକାଳେ ଅତିରିକ୍ତ ଏସ୍‌ପି ଦେବଦତ୍ତ ବରାଳଙ୍କ ନେତୃତ୍ୱରେ ଏସଡିପିଓ ଶ୍ରୀ ମଲ୍ଲିକ, ଆଇଆଇସି ଶ୍ରୀ ସାମଲ…

Read More

ଫୁଲବାଣୀ: ଆଜି ସନ୍ଧ୍ୟାରେ ଆଉ ୬ ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି। ଏଥିରେ ଅଚ୍ୟୁତ ସାମନ୍ତଙ୍କୁ ପୁନର୍ବାର କନ୍ଧମାଳ ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଛି। ଅନ୍ୟପକ୍ଷରେ, ବିଧାନସଭା ପାଇଁ ବିଜେଡିର ପ୍ରଥମ ପର୍ଯ୍ୟାୟ ତାଲିକାରେ କେବଳ ଘୁ.ଉଦୟଗିରି ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ତଥା ଉପବାଚସ୍ପତି ସାଲୁଗା ପ୍ରଧାନଙ୍କୁ ପୁନର୍ବାର ପ୍ରାର୍ଥୀ କରାଯାଇଛି। ଫୁଲବାଣୀ ଓ ବାଲିଗୁଡ଼ାରୁ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇନାହିଁ। ଉଭୟ ଆସନରେ ବିଜେଡିରୁ କିଏ, ଏନେଇ ଉତ୍କଣ୍ଠା ଲାଗି ରହିଛି। ତେବେ ଫୁଲବାଣୀରୁ ବିଜେଡି ବର୍ତ୍ତମାନର ବିଧାୟକ ଅଙ୍ଗଦ କହଁରଙ୍କୁ ପୁଣିଥରେ ସୁଯୋଗ ଦେବ, ନା’ ନୂଆ ଚେହେରା ଉପରେ ଭରସା କରିବ ଏହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ଘୁ.ଉଦୟଗିରିରୁ ସାଲୁଗାଫୁଲବାଣୀ, ବାଲିଗୁଡ଼ା‌ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଘୋଷଣା ଅଟକିଲାରିପିଟ୍ ଫର୍ମୁଲା ନା’ ନୂଆ ମୁହଁ, ବଢ଼ିଲା ଉତ୍କଣ୍ଠା ଦଳୀୟ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ, ଫୁଲବାଣୀ ବିଧାନସଭା ଆସନରୁ ଲଢ଼ିବା…

Read More

ସମ୍ବଲପୁର: ଗତକାଲି ସମ୍ବଲପୁରର ବ୍ୟସ୍ତବହୁଳ ପୀରବାବା ଛକ ଅଞ୍ଚଳରେ ବୋମାମାଡ଼ ହୋଇଥିଲା। ପାଟଣାଗଡ଼ ପାର୍ସଲ ବୋମା ଘଟଣା ଶୈଳୀରେ ପ୍ରସ୍ତୁତ ପ୍ରେସର୍‌ ବୋମାମାଡ଼ କରାଯାଇଥିଲା, ଯେଉଁଥିରେ ୩ ଜଣ ବ୍ୟକ୍ତି ଆହତ ହେବାସହିତ ଗୋଟିଏ ବୁଲେଟ୍‌(ଓଡ଼ି୧୫-୬୪୮୬) ବି କ୍ଷତିଗ୍ରସ୍ତ ହୋଇଥିଲା। ତେବେ, ଘଟଣାର ୨୦ ଘଣ୍ଟା ଭିତରେ ଏକମାତ୍ର ଅଭିଯୁକ୍ତ ବଡ଼ବଜାର ସୁନାରିପଡ଼ାର ଅଭିଳାଷ ମିଶ୍ର(୧୯)କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ମଙ୍ଗଳବାର ସନ୍ଧ୍ୟା ୭ଟା ୨୪ ସମୟ। ସମ୍ବଲପୁର ସହର ଫ୍ଲାଇଓଭର ଉପରୁ ପୀରବାବା ଛକରେ ଥିବା ସଦର ମସ୍‌ଜିଦ ସମ୍ମୁଖକୁ ବୋମା ଫିଙ୍ଗାଯାଇଥିଲା। ବୋମାକୁ ଏକ ଡବାରେ ଖଞ୍ଜା ଯାଇଥିଲା। ଗୋଲବଜାରର ମହମ୍ମଦ କାସିମ ଓ ମୋତିଝରଣ ଅଂଚଳର ମହମ୍ମଦ ସାହିଦ ଏହି ଡବାକୁ ଖୋଲିବାସମୟରେ ଏହା ଫାଟିଥିଲା। ଏଥିରେ ଏସ୍‌ବିପି ମାଫିଆ ଗ୍ୟାଙ୍ଗ ଏବଂ ସୁଶୀଳ ପାଇକା ନାମ ଉଲ୍ଲେଖ ରହିଥିଲା। ବୋମା ଫାଟିବା ଯୋଗୁଁ ମହମ୍ମଦ କାସିମ, ମହମ୍ମଦ ସାହିଦ ଏବଂ ପାଖରେ ଥିବା…

Read More

ସମ୍ବଲପୁର: ସମ୍ବଲପୁର ଲୋକସଭା ନିର୍ବାଚନରେ ଏଥର ବିଜେଡି ଓ ବିଜେପି ମଧ୍ୟରେ ହେବ ମହାଲଢ଼େଇ । ବିଜେପିରୁ କେନ୍ଦ୍ରମନ୍ତ୍ରୀ ଧ‌ର୍ମେନ୍ଦ୍ର ପ୍ରଧାନ ଏବଂ ବିଜେଡିରୁ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରାର୍ଥୀ ହେବାପରେ ରାଜ୍ୟ ରାଜନୀତିରେ ଏହିଭଳି ଏକ ଚର୍ଚ୍ଚା ଆରମ୍ଭ ହୋଇଛି ଏବଂ ଉଭୟ ଦଳ ପାଇଁ ଏହା ସମ୍ମାନର ପ୍ରଶ୍ନ ହୋଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କିଛିମାସ ତଳୁ ଏହି ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀହେବା ଲକ୍ଷ୍ୟରେ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ। କେନ୍ଦ୍ରମନ୍ତ୍ରୀ ଓ ତାଙ୍କ ଧର୍ମପତ୍ନୀ ମୃଦୁଳା ଠାକୁର ନିଜ‌ସ୍ବ ଟିମ୍ ସହିତ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ସମ୍ବଲପୁର ଲୋକସଭା କ୍ଷେତ୍ର ଅନ୍ତର୍ଗତ ସମସ୍ତ ୭ଟି ବିଧାନସଭା କ୍ଷେତ୍ରରେ ସକ୍ରିୟ ରହିଥିଲେ। ଧର୍ମେନ୍ଦ୍ରଙ୍କ ପ୍ରସ୍ତୁତି ଜଣାପଡ଼ିବା ପରେ ବିଜେଡି ମଧ୍ୟ ତାଙ୍କୁ କଡ଼ା ଟକ୍କର ଦେଇପାରୁଥିବା ଭଳି ଜଣେ ନେତାଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇବା ପାଇଁ ଲକ୍ଷ୍ୟ ରଖିଥିଲା। ଗତ ଜାନୁଆରି ମାସରେ ମଧ୍ୟ ଏହାର ଆଭାସ ମିଳିଯାଇଥିଲା…

Read More

ନୂଆଦିଲ୍ଲୀ: ଏସୟୁଭି ଆକାରର ସ୍ବଦେଶର ୱିଙ୍ଗ୍‌ ‌ରକେଟ୍‌ ଅ‌ାଜି ସଫଳତାର ସହ ଲଞ୍ଚ୍‌ ହୋଇଯାଇଛି।  ଆଜି ସକାଳେ କର୍ଣ୍ଣାଟକର ଏକ ରନୱେରେ ଅବତରଣ କରି ଦେଶର ପୁନବ୍ୟବହାର ଯୋଗ୍ୟ ରକେଟ୍ ବିଭାଗରେ ପ୍ରବେଶ କରିବାରେ ଏକ ପ୍ରମୁଖ ମାଇଲଖୁଣ୍ଟକୁ ଚିହ୍ନିତ କରିଛି।ପରୀକ୍ଷଣର ଏକ ଅଂଶ ଭାବରେ ବାୟୁସେନା ହେଲିକପ୍ଟରରୁ ଏହି ରକେଟକୁ ଛାଡି ଦିଆଯାଇଥିଲା। ପରୀକ୍ଷା ସରିବା ପରେ ଫଳାଫଳ ଉତ୍କୃଷ୍ଟ ଏବଂ ସଠିକ୍ ବୋଲି ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ମୁଖ୍ୟ ଏସ୍ ସୋମନାଥ କହିଛନ୍ତି। https://platform.twitter.com/embed/Tweet.html?dnt=false&embedId=twitter-widget-0&features=eyJ0ZndfdGltZWxpbmVfbGlzdCI6eyJidWNrZXQiOltdLCJ2ZXJzaW9uIjpudWxsfSwidGZ3X2ZvbGxvd2VyX2NvdW50X3N1bnNldCI6eyJidWNrZXQiOnRydWUsInZlcnNpb24iOm51bGx9LCJ0ZndfdHdlZXRfZWRpdF9iYWNrZW5kIjp7ImJ1Y2tldCI6Im9uIiwidmVyc2lvbiI6bnVsbH0sInRmd19yZWZzcmNfc2Vzc2lvbiI6eyJidWNrZXQiOiJvbiIsInZlcnNpb24iOm51bGx9LCJ0ZndfZm9zbnJfc29mdF9pbnRlcnZlbnRpb25zX2VuYWJsZWQiOnsiYnVja2V0Ijoib24iLCJ2ZXJzaW9uIjpudWxsfSwidGZ3X21peGVkX21lZGlhXzE1ODk3Ijp7ImJ1Y2tldCI6InRyZWF0bWVudCIsInZlcnNpb24iOm51bGx9LCJ0ZndfZXhwZXJpbWVudHNfY29va2llX2V4cGlyYXRpb24iOnsiYnVja2V0IjoxMjA5NjAwLCJ2ZXJzaW9uIjpudWxsfSwidGZ3X3Nob3dfYmlyZHdhdGNoX3Bpdm90c19lbmFibGVkIjp7ImJ1Y2tldCI6Im9uIiwidmVyc2lvbiI6bnVsbH0sInRmd19kdXBsaWNhdGVfc2NyaWJlc190b19zZXR0aW5ncyI6eyJidWNrZXQiOiJvbiIsInZlcnNpb24iOm51bGx9LCJ0ZndfdXNlX3Byb2ZpbGVfaW1hZ2Vfc2hhcGVfZW5hYmxlZCI6eyJidWNrZXQiOiJvbiIsInZlcnNpb24iOm51bGx9LCJ0ZndfdmlkZW9faGxzX2R5bmFtaWNfbWFuaWZlc3RzXzE1MDgyIjp7ImJ1Y2tldCI6InRydWVfYml0cmF0ZSIsInZlcnNpb24iOm51bGx9LCJ0ZndfbGVnYWN5X3RpbWVsaW5lX3N1bnNldCI6eyJidWNrZXQiOnRydWUsInZlcnNpb24iOm51bGx9LCJ0ZndfdHdlZXRfZWRpdF9mcm9udGVuZCI6eyJidWNrZXQiOiJvbiIsInZlcnNpb24iOm51bGx9fQ%3D%3D&frame=false&hideCard=false&hideThread=false&id=1771019745523032133&lang=en&maxWidth=560px&origin=https%3A%2F%2Fsambad.in%2Findia-and-beyond%2Fwatch-indias-21st-century-pushpak-viman-successfully-launched-1135161%2F&sessionId=a14a816cf6a5844a64552557612f2ef151af4822&theme=light&widgetsVersion=2615f7e52b7e0%3A1702314776716&width=550px ପୁଷ୍ପକ ନାମକ ଏହି ଯାନର ଏହା ତୃତୀୟ ଉଡ଼ାଣ ଥିଲା। ପୁଷ୍ପକକୁ କାର୍ଯ୍ୟକ୍ଷମ ଭାବରେ ନିୟୋଜିତ କରିବାକୁ ଆହୁରି ଅନେକ ବର୍ଷ ଲାଗିବ ବୋଲି ଅନୁମାନ କରାଯାଉଛି। ପୁଷ୍ପକ ଯାନ ଲଞ୍ଚ ହେଉଛି ଭାରତକୁ ଅଧିକ ସୁଲଭ ମୂଲ୍ୟରେ ପ୍ରବେଶ କରିବା ପାଇଁ ଏକ ଭଲ ପ୍ରୟାସ ବୋଲି ସୋମନାଥ ପୂର୍ବରୁ କହିଥିଲେ।

Read More

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ସହିତ ସାରାଦେଶରେ ରାଜନୈତିକ ବାତାବରଣ ସରଗରମ ହୋଇଛି। ନିର୍ବାଚନ ତାରିଖ ଘୋଷଣାର ଯଥେଷ୍ଟ ପୂର୍ବରୁ କେନ୍ଦ୍ରରେ କ୍ଷମତାସୀନ ବିଜେପି ଏହାର ପ୍ରସ୍ତୁତି ଆରମ୍ଭ କରିଦେଇଥିଲା। ଗତ ୧୦ ବର୍ଷ ଧରି ଶାସନ କ୍ଷମତାରେ ଥିବା ବିଜେପି ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବରେ କ୍ରମାଗତ ତୃତୀୟ ଥର ବିଜୟୀ ହେବ ବୋଲି ଦୃଢ଼ ନିଶ୍ଚିତ। କେବଳ ଜିତିବ ନୁହେଁ, ଗତ ନିର୍ବାଚନ ଅପେକ୍ଷା ଏଥର ଅଧିକ ଆସନ ପାଇବ ବୋଲି ଆଶାବାଦୀ। ଏକାକୀ ବିଜେପି ୩୭୦ ଆସନ ଜିତିବ ବୋଲି ପ୍ରଧାନମନ୍ତ୍ରୀ ଦଳ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏହାସହିତ ଏନ୍‌ଡିଏ ମେଣ୍ଟ ୪୦୦ ଆସନ ପାର କରିବ ବୋଲି ଅଂଶୀଦାର ଦଳଙ୍କୁ ଭରସା ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଏହି ଲକ୍ଷ୍ୟ ହାସଲ ଲାଗି ତାଙ୍କ ଟିମ୍ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି।୨୦୨୪ ନିର୍ବାଚନରେ ବିଜୟ ନେଇ ନିଶ୍ଚିତ ଥିବା ବିଜେପି ୩ଟି ପର୍ଯ୍ୟାୟ‌ର ଏହାର ପ୍ରାର୍ଥୀ…

Read More

ପାଟ୍‌ନା: ବିହାରର ସୁପୌଲରେ ଏକ ନିର୍ମାଣାଧୀନ ବ୍ରିଜ ଭୁଶୁଡ଼ିବା ପରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏହାସହ ଅନେକ ଶ୍ରମିକ ଫସି ରହିଥିବା ରିପୋର୍ଟରୁ ପ୍ରକାଶ ପାଇଛି। କୋସି ନଦୀ ଉପରେ ନିର୍ମିତ ଏକ ନିର୍ମାଣାଧୀନ ପୋଲର ଏକ ସ୍ଲାବ ଭୁଶୁଡ଼ିବା ପରେ ଏହି ଘଟଣା ଘଟିଛି। ପରେ ଜିଲ୍ଲା ଅଧିକାରୀ ଜଣଙ୍କର ମୃତ୍ୟୁ ଏବଂ ଅନ୍ୟ କେତେଜଣ ଆହତ ହୋଇଥିବା ଜଣାପଡ଼ିଛି। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଭୁଶୁଡ଼ିବା ପରେ ସ୍ଥାନୀୟ କର୍ତ୍ତୃପକ୍ଷ ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ପୋଲର ୫୦, ୫୧ ଓ ୫୨ଟି ସ୍ତମ୍ଭର ଘାଟି ଭୁଶୁଡ଼ି ପଡ଼ିଛି। ପୋଲ ତଳେ ୨୦ରୁ ଅଧିକ ଲୋକ ଫସି ରହିଥିବା ସ୍ଥାନୀୟ ଲୋକେ କହିଛନ୍ତି। ସୁପୌଲର ବକୌରରୁ ମଧୁବନୀର ଭେଜା ଘାଟ ମଧ୍ୟରେ ନିର୍ମାଣ ହେଉଛି ଭାରତର ସବୁଠାରୁ ଲମ୍ବା ସଡ଼କ ସେତୁ । ୨୦୨୩ ଅଗଷ୍ଟ ସୁଦ୍ଧା ଏହି ସେତୁ ନିର୍ମାଣ…

Read More

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଗତ ସଂଧ୍ୟାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଗିରଫ ହୋଇଛନ୍ତି। ଏହି ଗିରଫକୁ ବିରୋଧ କରୁଛି ତାଙ୍କ ଦଳ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)। ଏହି ମଦ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯିବା ପରେ ଆମ୍ ଆଦମୀ ପାର୍ଟି (ଏଏପି) ବିଜେପି ବିରୋଧରେ ଦେଶବ୍ୟାପୀ ବିରୋଧ କରିବାକୁ କହିଛି। କେଜ୍ରିୱାଲ୍‌ଙ୍କ ଗିରଫଦାରୀକୁ ଗଣତନ୍ତ୍ରର ହତ୍ୟା ଏବଂ ଏକଛତ୍ରବାଦୀ ଶାସନର ଘୋଷଣା ବୋଲି ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି। ସେ କହିଛନ୍ତି ଯେ ଯିଏ ବିଜେପିର ଏକଛତ୍ରବାଦୀ ଶାସନକୁ ବିରୋଧ କରୁଛି ସେ ଏହି ବିରୋଧରେ ଯୋଗଦେବା ଉଚିତ୍। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ପଚରାଉଚରା କରିବା ପରେ ତାଙ୍କ ଘରେ ଖୋଜାଖୋଜି କରି ଗୁରୁବାର ସନ୍ଧ୍ୟାରେ କେଜ୍ରିୱାଲଙ୍କୁ ତାଙ୍କ ବାସଭବନରୁ ଗିରଫ କରାଯାଇଥିଲା। ତାଙ୍କୁ ଫେଡେରାଲ ଏଜେନ୍ସିର ମୁଖ୍ୟାଳୟକୁ ନିଆଯାଇଥିଲା, ଯେଉଁଠାରେ…

Read More