Author: NewsLaxmi7
ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ରେଲୱେ ଷ୍ଟେସନ ଠାରୁ ୩ କିଲୋମିଟର ଦୂର ଭୂଇଁପାଟଣା ଗାଁ ନିକଟରେ କୋରାପୁଟ ବିଶାଖାପାଟଣା ଡିଏମ ୟୁ ଟ୍ରେନ ଧକ୍କା ଦେବାରୁ ଦୁଇଜଣଙ୍କର ମୃତ୍ୟୁ ହୋଇଛି। ମୃତ ଦୁଇଜଣ ବୁର୍ଜା ଗାଁର ବୁରୁସ ଖରା ଓ ଯମୁନା ଖରା ବୋଲି ଚି଼ହ୍ନଟ ହୋଇଛି। ଉଭୟେ ସ୍ୱାମୀ ସ୍ତ୍ରୀ ହୋଇଥିବା ବେଳେ ସେମାନେ ଗାଁ ଗାଁ ବୁଲି ବ୍ୟବସାୟ କରୁଥିଲେ। ଆଜି ସକାଳୁ ଦୁହେଁ ଭୂଇଁ ପାଟଣା ଗାଁରେ ପହଞ୍ଚି ବ୍ୟବସାୟ ସାରି ଫେରୁଥିବା ବେଳେ ବାଟରେ ପଡୁଥିବା ରେଳ ଲାଇନ ପାର ହୋଇ ଆସୁଥିଲେ। ଘଟଣା ସ୍ଥଳରେ ଦୁଇଟି ଟ୍ରାକ ରହିଥିବା ବେଳେ ଉଭୟ ଟ୍ରାକରେ ଦମ୍ପତି ପାର ହେବା ସମୟରେ ଦୁଇଟି ଟ୍ରେନ ଦୁଇ ପଟେ ଆସୁଥିଲା। ଉପାୟ ଶୂନ୍ୟ ହୋଇ କେଉଁଆଡେ ହୋଇନପାରିବା ଯୋଗୁଁ ଡିଏମୟୁ ଟ୍ରେନରେ ଉଭୟ ଧକ୍କା ହୋଇଯାଇଥିଲେ। ଆଜି ସକାଳୁ ଦୁହେଁ ଭୂଇଁ ପାଟଣା ଗାଁରେ ପହଞ୍ଚି ବ୍ୟବସାୟ…
କଟକ: କଟକ ଜିଲ୍ଲା ବାରଙ୍ଗ ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଘଟଣାର ଅଭିଯୁକ୍ତକୁ ଧରିବାରେ ପୁଲିସ ସକ୍ଷମ ହୋଇଛି। ଏନେଇ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। କଟକ ଡିସିପିଙ୍କ ସୂଚନା ଅନୁସାରେ, ଅଭିଯୁକ୍ତର ଘର ଝାଡ଼ଖଣ୍ଡରେ । ସେ ତ୍ରିଶୁଳିଆରେ କାମ ରହି କାମ କରୁଥିଲା । ପୀଡ଼ିତା ନାବାଳିକାର ବାପା-ମା ମଧ୍ୟ ତ୍ରିଶୁଳିଆରେ ଏକ ଇଟାଭାଟିରେ କାମ କରନ୍ତି। ସେମାନେ ନୟାଗଡ଼ର ବାସିନ୍ଦା। ଦୁଷ୍କର୍ମ ଅଭିଯୁକ୍ତ ଫେରାର ମାରିଥିଲା। । ତାକୁ ଧରିବା ଲାଗି ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଏନେଇ କଟକ ଡିସିପି ସୂଚନା ଦେଇଥିଲେ।କଟକ ଡିସିପିଙ୍କ ସୂଚନା ଅନୁଯାୟୀ, ୬ ବର୍ଷ ଝିଅକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ବାରଙ୍ଗ ଥାନାରେ ଏନେଇ ମାମଲା ହୋଇଛି । ସେପଟେ ପୀଡ଼ିତା ନାବାଳିକା ଦୁଷ୍କର୍ମପୀଡ଼ିତା କଟକର ଶିଶୁଭବନରେ ଚିକିତ୍ସିତ ହେଉଥିଲେ। କିନ୍ତୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନଆସିବାରୁ ତାଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାରେ…
କେନ୍ଦ୍ରାପଡ଼ା: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ସିରସ୍ତା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ମଦ ପିଇ ଦାଦା ପୁତୁରାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ଉଭୟଙ୍କୁ କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକ ହେଲେ ବିଭୂତି ସାମଲ, ଗୋପବନ୍ଧୁ ସାମଲ। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।
ନାରାୟଣପାଟଣା ୨୦।୧୧: ଟ୍ରେନ୍ ଧକ୍କାରେ ଦମ୍ପତିଙ୍କ ମୃତ୍ୟୁ ହୋଇଛି । କୋରାପୁଟ ବିଶାଖାପାଟଣା ଡ଼ିଏମ୍ୟୁ ଟ୍ରେନ୍ ଧକ୍କା ଦେବାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ରେଲୱେ ଷ୍ଟେସନ ନିକଟ ଭୂଇଁପାଟଣା ଗାଁ ନିକଟରେ ଘଟିଛି ଦୁର୍ଘଟଣା । ସୂଚନାଯୋଗ୍ୟ ଯେ, କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ରେଲୱେ ଷ୍ଟେସନ ଠାରୁ ୩ କିଲୋମିଟର ଦୂର ଭୂଇଁପାଟଣା ଗାଁ ନିକଟରେ ଘଟିଛି ଦୁର୍ଘଟଣା । କୋରାପୁଟ ବିଶାଖାପାଟଣା ଡ଼ିଏମ୍ୟୁ ଟ୍ରେନ୍ ଧକ୍କା ଦେବାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ ହେଲେ ବୁର୍ଜା ଗାଁର ବୁରୁସ ଖରା ଓ ଯମୁନା ଖରା । ଉଭୟେ ସ୍ୱାମୀ-ସ୍ତ୍ରୀ ହୋଇଥିବା ବେଳେ ସେମାନେ ଗାଁ ଗାଁ ବୁଲି ବ୍ୟବସାୟ କରୁଥିଲେ । ବୁଧବାର ସକାଳୁ ଦୁହେଁ ଭୂଇଁପାଟଣା ଗାଁରେ ପହଞ୍ଚି ବ୍ୟବସାୟ ସାରି ଫେରୁଥିବା ବେଳେ ରେଳ ଲାଇନ ପାର ହେଉଥିଲେ । ଘଟଣାସ୍ଥଳରେ ଦୁଇଟି ଟ୍ରାକ୍ ରହିଥିବା…
ଭୁବନେଶ୍ବର ୨୦।୧୧: ଗନ୍ଧମାର୍ଦ୍ଦନ ପାହାଡ଼ ନିକଟରେ ଆଦାନୀ ଜମି କିଣିବା ପ୍ରସଙ୍ଗରେ ତେଜିଲା ରାଜନୀତି । ମୁହାଁମୁହିଁ ହୋଇଛନ୍ତି ଉଭୟ ଶାସକ ଓ ବିରୋଧୀ । ସରକାରଙ୍କ ସ୍ପଷ୍ଟୀକରଣ ଦାବି କରିଛି ବିଜେଡି । କେଉଁ ଉଦ୍ଦେଶ୍ୟରେ ଆଦାନୀ ଜମି କିଣିଛି ସରକାର ସ୍ପଷ୍ଟୀକରଣ ରଖନ୍ତୁ ବୋଲି ବିଜେଡି ବିଧାୟକ କଳିକେଶ ସିଂଦେଓ କହିଛନ୍ତି । ହାତ ଦେବା ଆଗରୁ ଆଙ୍ଗୁଳି ଦିଆଯାଇଛି କି ବୋଲି ସେ ପ୍ରଶ୍ନ କରିଛନ୍ତି । ଗନ୍ଧମାର୍ଦ୍ଦନକୁ ନେଇ କୌଣସି ଯୋଜନା ଅଛି କି ? ସ୍ପଷ୍ଟୀକରଣ ଦେଲେ ଲୋକଙ୍କ ଆଶଙ୍କା ଦୂର ହେବ । ଚୁପ୍ ରହିଲେ ଦ୍ୱନ୍ଦ୍ବ ବଢିବ । ଗନ୍ଧମାର୍ଦ୍ଦନକୁ ନେଇ ଯଦି କିଛି ନାହିଁ ପ୍ରଥମ ଦିନରୁ ସ୍ପଷ୍ଟ କରିଥାନ୍ତେ । ଲୋକଙ୍କୁ ଦ୍ବନ୍ଦ୍ବରେ ପକାଇ ନଥାନ୍ତେ । ଗନ୍ଧମାର୍ଦ୍ଦନ ପାହାଡ଼ ସ୍ଥାନୀୟ ଲୋକଙ୍କ ଭାବାବେଗ ସହିତ ଜଡ଼ିତ । ଗନ୍ଧମାର୍ଦ୍ଦନ ପାହାଡ଼ର ପବିତ୍ରତା ରହିଛି । ୧୯୮୦ରେ ଗନ୍ଧମାର୍ଦ୍ଦନକୁ ନେଇ…
କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନ ଝାରବେଢା ସଂରକ୍ଷିତ ଜଙ୍ଗଲ କୁଡବିଲ ଗାଁ ନିକଟ ଦୁରନ୍ଧର ହୁଳି ନିକଟରେ ଏକ ୪ ମାସର ମାଇ ହାତୀ ଛୁଆର ମୃତ୍ୟୁ ଘଟିଛି। ଏହି ହାତୀ ପଲରେ ୩୦ରୁ ଉର୍ଦ୍ଧ ହାତୀ ଥିବା ବେଳେ ୯ଟି ଛୁଆ ହାତୀ ଥିବା ଜଣାପଡିଛି।୪ରୁ ୫ ଦିନ ହେବ ହାତୀ ଛୁଆର ମୃତ୍ୟୁ ଘଟିଥିବା ବେଳେ ବନବିଭାଗ ନିକଟରେ ଖବର ନଥିଲା। ଆଜି ଦିନ ୨ଟା ବେଳେ ହାତୀ ଟ୍ରାକିଙ୍ଗି ଦଳ ମୃତ ହାତୀ ଛୁଆକୁ ଠାବ କରି ବନଖଣ୍ଡ ଅଧିକାରୀଙ୍କୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ବନଖଣ୍ଡ ଅଧିକାରୀ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ।ପଶୁ ଚିକିତ୍ସକ ମଧ୍ୟ ପହଞ୍ଚି ହାତୀ ଛୁଆକୁ ପରିକ୍ଷା କରି ରୋଗ ରେ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ। ତେବେ ରାତି ହୋଇଯାଇଥିବା ରୁ ଶବ ବ୍ୟବଚ୍ଛଦ ହୋଇ ପାରିନଥିଲା। ଆସନ୍ତାକାଲି ଶବ ବ୍ୟବଚ୍ଛଦ ପରେ ପ୍ରକୃତ କାରଣ…
ଭୋଗରାଇ ୧୪।୧୦ : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଜୟରାମପୁର ଗାଁରେ ଅଭାବନୀୟ ଘଟଣା । ଜଣେ ବୃଦ୍ଧାଙ୍କୁ ଝୁଣି ଝୁଣି ମାରିଦେଲା ପାଗଳା କୁକୁର । ପରେ ବୃଦ୍ଧାଙ୍କୁ ଉଦ୍ଧାର କରିବାକୁ ଯାଇ କୁକୁରକୁ ପିଟି ପିଟି ମାରିଦେଲେ ପଡୋଶୀ ଲୋକେ । ଖବର ଅନୁଯାୟୀ, ଗୁରୁବାର ସକାଳ ସମୟରେ ଘରର ସମସ୍ତ ଲୋକ ପଞ୍ଚୁକ ବ୍ରତ ଲାଗି ବାହାରକୁ ଯାଇଥିଲେ । ଏହି ସମୟରେ ଘରେ ଭିତରେ ଏକ ପାଗଳା କୁକୁର ପଶିଯାଇଥିଲା । ଆଉ ଘରେ ଥିବା ବୃଦ୍ଧାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲା । ଯେଉଁଥିରେ ବୃଦ୍ଧା ଜଣଙ୍କ ଗୁରୁତର ହୋଇ ଚିତ୍କାର କରିଥିଲେ । ବୃଦ୍ଧାଙ୍କ ଚିତ୍କାର ଶୁଣି ପଡୋଶୀ ଲୋକ ଦୌଡି ଆସିଥିଲେ । ଆଉ ବୃଦ୍ଧାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ଲୋକ । ବୃଦ୍ଧାଙ୍କୁ ଉଦ୍ଧାର କରିବାକୁ ଯାଇ ଶେଷରେ ପାଗଳା କୁକୁରକୁ ପିଟି ପିଟି ମାରିଥିଲେ । ମୃତ…
କଟକ: ଆଜି କଟକ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ଧବଳେଶ୍ଵର ମନ୍ଦିରରେ ଧର୍ମମାସ କାର୍ତ୍ତିକ ମାସରେ ପାଳିତ ହେଉଛି ବଡ଼ଓଷା ପର୍ବ। ଏଠାରେ ବଡ଼ସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ଵର। ରାତି ୩ଟା ରୁ ପହଡ଼ ଖୋଲାଯାଇ ବାବାଙ୍କୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରାଯାଇ ମଙ୍ଗଳ ଆଳତୀ ଘିଅରେ ଅଭିଷେକ କରାଯାଇଛି। ଏହାପରେ ବାଳଭୋଗ, ଖେଚୁଡ଼ି ଭୋଗ ପରେ ବଡ଼ସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ଵର। ଓଡ଼ିଶାର ଏକମାତ୍ର ଶୈବ ପୀଠ ଧବଳେଶ୍ଵରଙ୍କ ପୀଠରେ ବଡ଼ ଓଷା ପାଳନ କରାଯାଇଥାଏ। ଏଥିରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମକୁ ଦୁଷ୍ଟିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆଜି ପ୍ରବଳ ଜନସମାଗମ ହୋଇଛି। ତେବେ ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ଚାଲିଛି। ଗଜଭୋଗ ପ୍ରସ୍ତୁତି ଚାଲିଛି।
ଝରିଗାଁ: ଆଜିକୁ ପ୍ରାୟ ତିନି ବର୍ଷ ତଳେ ନବରଂଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦରସ୍ଥିତ ବସଷ୍ଟାଣ୍ଡ ଛକ ଠାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ତରଫରୁ ୨ ଲକ୍ଷ ଟଙ୍କା ଅଟକଳ ବ୍ୟୟରେ ଜନ ସାଧାରଣଙ୍କ ପାଇଁ ଦେୟମୁକ୍ତ ଶୌଚାଳୟ ନିର୍ମାଣ ହୋଇଥିଲା। ପୂର୍ବରୁ ଯାତ୍ରା ବିଶ୍ରାମ ଗୃହ ନିର୍ମାଣ ହୋଇଥିବା ବେଳେ ତଳ ଫ୍ଲରରେ ପୁରୁଷ ଏବଂ ମହିଳାମାନଙ୍କ ପାଇଁ ଦେୟମୁକ୍ତ ଶୌଚାଳୟ ନିର୍ମାଣ କରାଯାଇଥିଲା। ତତ୍କାଳୀନ ସାଂସଦ ଏହି ଦେୟମୁକ୍ତ ଶୌଚାଳୟକୁ ଉଦଘାଟନ କରିଥିଲେ। ତେqବେ ଉଦଘାଟନ ହେବାର ତିନି ବର୍ଷ ପରେ ମଧ୍ୟ ଏହା ସାଧାରଣ ଜନତା ଓ ଯାତ୍ରୀଙ୍କ ପାଇଁ କାର୍ଯ୍ୟକ୍ଷମ ହେଉନାହିଁ। ଉଦଘାଟନୀ ଦିନ ଯାହା ଶୌଚାଳୟର ତାଲା ଖଲାଯାଇଥିବା ବେଳେ ତା ପରଠାରୁ ଆଉ ତାଲା ଖଲା ଯାଇନାହିଁ। ଫଳରେ ୨ ଲକ୍ଷ ଟଙ୍କାରେ ନିର୍ମାଣ ହୋଇଥିବା ଶୌଚାଳୟ କୌଣସି କାମରେ ଆସୁନାହିଁ। ଶୌଚାଳୟ ସମ୍ମୁଖରେ ଅଳିଆ ଆବର୍ଜନା ପଡି ରହିଥିବା ବେଳେ…
ଭୁବନେଶ୍ୱର ୮।୧୧: କଟକ ଗଣ ଦୁଷ୍କର୍ମ ମାମଲାକୁ ରାଜ୍ୟ ସରକାର ଗୁରୁତ୍ବର ସହ ନେଇଛନ୍ତି ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି । ମନ୍ତ୍ରୀ କହିଛନ୍ତି, ମହିଳାଙ୍କ ଉପରେ ଆକ୍ରମଣ ହେଉ କି ନିର୍ଯାତନା କିମ୍ବା ଦୁଷ୍କର୍ମ, ସରକାର କଠୋର ଭାବେ ଦମନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ମହିଳା ବିରୋଧୀ ଅପରାଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇବାକୁ ସରକାର କହିଛନ୍ତି । କଟକରେ ଦୁର୍ଭାଗ୍ୟପୂର୍ଣ୍ଣ ସ୍ଥିତିରେ ଯେଉଁ ଘଟଣା ଘଟିଛି । ସେହି ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଇଛି । କୌଣସି ଟାଳଟୁଳ ନୀତି ଆପଣାଇବେନି । ଦୋଷୀକୁ ଦଣ୍ଡିତ କରିବା ପାଇଁ ସବୁ ପଦକ୍ଷେପ ନିଆଯିବ । ଓଡ଼ିଶାରେ ମହିଳା ବିରୋଧୀ ଅପରାଧରେ ଦଣ୍ଡ ବିଧାନ ହାର ସଜାଡ଼ିବା ପାଇଁ ପଦକ୍ଷେପ ନିଆଯାଉଛି । ୨୦୩୬ ସୁଦ୍ଧା ଓଡିଶା ଦେଶରେ ମହିଳା ବିରୋଧୀ ଅପରାଧ ମୁକ୍ତ ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତ ।