ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ନୋଏଡାରେ ଚାଲିବ ପ୍ରଥମ ‘ପଡ୍‌ ଟାକ୍ସି’

ନୂଆଦିଲ୍ଲୀ : ଦେଶର ପ୍ରଥମ ପଡ୍‌ ଟାକ୍ସି ନୋଏଡାରେ ଚାଲିବ। ଯମୁନା ଏକ୍ସପ୍ରେସ୍‌ୱେ ଶିଳ୍ପ କର୍ତ୍ତୃପକ୍ଷ ଏହି ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛନ୍ତି ଯାହାକୁ ଉତ୍ତରପ୍ରଦେଶ ସରକାରଙ୍କ ନିକଟକୁ ପଠାଯିବ। ସରକାରଙ୍କ ମଞ୍ଜୁରି ମିଳିବା ପରେ କାମ ଆରମ୍ଭ ହେବ। ୨୦୨୪ ଶେଷ ସୁଦ୍ଧା ପ୍ରକଳ୍ପ କାମ ଶେଷ ହେବ ବୋଲି ଆଶା କଯରାଯାଉଛି।

ପ୍ରାୟ ୮୧୦ କୋଟି ଟଙ୍କା ନିବେଶରେ ସ୍ଥାପନ ହେଉଥିବା ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ପଡ୍‌ ଟାକ୍ସି ଜରିଆରେ ଦୈନିକ ୩୭ ହଜାର ଲୋକ ଯାତ୍ରା କରିପାରିବେ। ଫିଲ୍ମ ସିଟିରୁ ଜେୱାର ବିମାନବନ୍ଦର ପର୍ଯ୍ୟନ୍ତ ପଡ୍‌ ଟାକ୍ସିର ରୁଟ୍ ରହିବ। ଗୋଟିଏ ପଡ୍‌ ଟାକ୍ସିରେ ଏକସଙ୍ଗେ ୮ ଜଣ ବସିକରି ଏବଂ ୧୩ ଜଣ ଠିଆ ହୋଇ ଯାତ୍ରା କରିପାରିବେ। ପ୍ରାୟ ୧୪.୬ କିମିର ଏହି ରୁଟ୍‌ରେ ୧୨ଟି ଷ୍ଟେସନ ତିଆରି କରାଯିବ।

ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ଭାରତ ସେହି ଦେଶଗୁଡ଼ିକ ତାଲିକାରେ ସାମିଲ ହେବ ଯେଉଁଠାରେ ପଡ୍‌ ଟାକ୍ସି ଚାଲୁଛି। ବର୍ତ୍ତମାନ ସୁଦ୍ଧା ୧୮ଟି ଦେଶରେ ଏଥିପାଇଁ ବ୍ୟବସ୍ଥା ବିକାଶ କରାଯାଇଥିବା ବେଳେ ୫ଟି ଦେଶ ପଡ୍‌ ଟାକ୍ସି ଚାଲୁଛି। ଲଣ୍ଡନର ପଡ୍ ଟାକ୍ସି ସେବା ଲାଭରେ ଚାଲୁଥିବା ବେଳେ ଆବୁଧାବିରେ କ୍ଷତିରେ ଚାଲୁଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ